• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

student
ଛାତ୍ରୀ ଗର୍ଭବତୀ ଘଟଣା ; ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କଲା କମିଶନରେଟ ପୁଲିସ

ଭୁବନେଶ୍ୱର : ଭୁବନେଶ୍ୱରରେ ଏସ୍‌ସି/ଏସ୍‌ଟି ହଷ୍ଟେଲ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି କମିଶନରେଟ ପୁଲିସ। ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ସାଲିଆସାହି ଅଞ୍ଚଳର। ଉଲ୍ଲେଖନୀୟ ଯେ,  ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଗତ ୨୮ ତାରିଖରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଦଳ ଏଇ ନିର୍ଦ୍ଦିଷ୍ଟ ହଷ୍ଟେଲରେ ୧୦୧ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ଆଉ ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରୀଙ୍କ ପ୍ରେଗ୍ନାନ୍ସି […]

  • Saturday, 17 July 2021
ranapur jagannath temple
ରଣପୁର ଜଗନ୍ନାଥ ମନ୍ଦିରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ଦାବି

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ) : ପୁରୀ ଶ୍ରୀମନ୍ଦିର ସହ ନୟାଗଡ଼ ରଣପୁର ସ୍ଥିତ ଜଗନ୍ନାଥ ମନ୍ଦିରର ରହିଛି ଅନେକ ସାମଞ୍ଜସ୍ୟ। ଏଠି ବି ପୁରୀରେ ଗଡୁଥିବା ରଥର ଉଚ୍ଚତା ଅନୁସାରେ ନିର୍ମାଣ ହୁଏ ରଥ, ସମାନ ଢଙ୍ଗରେ ଅନୁଷ୍ଠିତ ହୁଏ ଶ୍ରୀଜିଉଙ୍କ ନୀତିକାନ୍ତି। ତେଣୁ ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷତ୍ର ମାନ୍ୟତା ଦେବାକୁ ଜୋର ଧରିଛି ଦାବି। ଲୋକକଥା ଅନୁସାରେ ସବୁବେଳେ ଶ୍ରୀକ୍ଷେତ୍ର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରୁଥିବା ରଣପୁରର ରାଜା ଉଦ୍ଧବ ନରେନ୍ଦ୍ର ଏକଦା ପ୍ରବଳ ବନ୍ୟା […]

  • Saturday, 17 July 2021
balasore
ଦେହ ତୁଳନାରେ ବଢ଼ୁଛି ମୁଣ୍ଡ

ବାଲେଶ୍ୱର: ବୟସ ଅନୁସାରେ ନୁହେଁ, ଅପ୍ରାକୃତିକ ଭାବେ ବଢୁଛି ମୁଣ୍ଡ। ଚିକିତ୍ସା ପାଇଁ ଅର୍ଥ ନାହିଁ। ପ୍ରଶାସନକୁ ଅନେକ ଗୁହାରି ପରେ ବି ସାହାଯ୍ୟ ସହଯୋଗ ମିଳୁନି। ଏହା ହେଉଛି ବାଲେଶ୍ୱର ଜିଲ୍ଲା ପଦ୍ମପୁରର ପ୍ରକାଶ ପାତ୍ରଙ୍କ ପରିବାରର କରୁଣ କାହାଣୀ। ପ୍ରକାଶଙ୍କ ସାନ ଝିଅ ଝିଅ ଗାୟତ୍ରୀଙ୍କ ଅବସ୍ଥା ଯିଏ ବି ଦେଖିବ କାହାର ବି ଆଖିରେ ଲୁହ ଆସିଯିବ।  ଗାୟତ୍ରୀଙ୍କୁ ମାତ୍ର ୫ବର୍ଷ ବୟସ । ତାଙ୍କ ବୟସ ବଢିବା ସହିତ ଆଶ୍ଚର୍ଯ୍ୟଜନକ ଭାବେ […]

  • Saturday, 17 July 2021
Modi-1-1
ଚାରି ବର୍ଷର ଚର୍ଚ୍ଚିତ ମୋଦି ସରକାର

ଅଛେ ଦିନର ନାରା ଦେଇ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ଦେଶ ପାଇଁ କଣ କରିଛନ୍ତି ତାହା ସବୁ ଭାରତୀୟଙ୍କ ପାଇଁ ବଡ଼ ପ୍ରଶ୍ନ । ୨୦୧୪ ମେ ମାସରେ ଶାସନ ଭାର ଗ୍ରହଣ କରିଥିବା ମୋଦି ସରକାର ପାଳନ କରୁଛନ୍ତି ସଫଳତାର ୪ ବର୍ଷ । ଏହି ଚାରି ବର୍ଷ ମଧ୍ୟରେ କେଉଁ କେଉଁ ପଦେକ୍ଷପ ନେଇ ନରେନ୍ଦ୍ର ମୋଦି ଚର୍ଚ୍ଚାରେ ରହିଛନ୍ତି ସେ ସମ୍ପର୍କରେ ଏକ ଅନୁଶୀଳନ ।   ବିମୁଦ୍ରାକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Saturday, 17 July 2021
car loot
ବନ୍ଧୁକ ମୁନରେ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟିଲେ କାର୍‌

ଭୁବନେଶ୍ୱର : କମିଶନରେଟ୍‌ ପୁଲିସକୁ ଲୁଟେରା କରିଛନ୍ତି ଖୋଲା ଚ୍ୟାଲେଞ୍ଜ। ନିର୍ଭୟରେ ରାଜଧାନୀ ଭୁବନେଶ୍ୱରରୁ ଖୁଲମଖୁଲା କାର୍‌ ଲୁଟୁଛନ୍ତି। ରାସ୍ତାରେ ନୁହେଁ, ସିଧା ନିଜ ଘର ପାଖରେ ବନ୍ଧୁକ ମୁନରେ ପୋଖରୀପୁଟ ଅନନ୍ତବିହାର ଫେଜ-୨ରେ ଡ୍ରାଇଭର ମକରଧ୍ୱଜ ନାୟକଙ୍କୁ ଲହୁ ଲୁହାଣ କରି କାର ଲୁଟ କରିଛନ୍ତି ଲୁଟେରା। ଯାହା ସିସିଟିଭିରେ କଏଦ ହୋଇଛି। ଗତକାଲି ରାତିରେ ଡ୍ରାଇଭର ମକରଧ୍ୱଜ କାର ରଖି ଘର ଭିତରକୁ ଯାଉଥିଲେ। ଠିକ୍‌ ଏତିକି ବେଳେ ବାଇକରେ ଲୁଟେରାମାନେ ଆସି ତାଙ୍କୁ […]

  • Saturday, 17 July 2021
women's college
ସରକାରୀ ମହିଳା ବିଜ୍ଞାନ କଲେଜରେ ବିନା ଅଧ୍ୟାପକରେ ଚାଲିଛି ପାଠପଢା

ବଲାଙ୍ଗିର : ବିନା ଅଧ୍ୟାପକରେ ଚାଲିଛି ପାଠପଢା। ବଲାଙ୍ଗିରର ଏକମାତ୍ର ସରକାରୀ ମହିଳା ବିଜ୍ଞାନ କଲେଜରେ ଏମିତି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା। ୨୦୧୫ ମସିହାରେ ବିଜ୍ଞାନ ପାଠ୍ୟକ୍ରମ ଲାଗି କଲେଜକୁ ଅନୁମତି ମିଲିଥିଲା। ହେଲେ ୪ ବର୍ଷ ବିତି ଯାଇଥିଲେ ବି ବିନା ଅଧ୍ୟାପକ ଓ କର୍ମଚାରୀରେ ଚାଲିଛି କଲେଜ। ଯେଉଁଥିପାଇଁ ନିଜ ଭବିଷ୍ୟତକୁ ନେଇ କରି ଆଶଙ୍କାରେ ବିଜ୍ଞାନ ଛାତ୍ରୀ। ବର୍ଷର ଅଧା ଦିନ କଲେଜ ଗେଟରେ ତାଲା ଝୁଲୁଛି। ଉଚ୍ଚ ଶିକ୍ଷା ବିଭାଗର ସ୍ୱୀକୃତି […]

  • Saturday, 17 July 2021
she team
ଆରମ୍ଭ ହେଲା ଗଜପତି ଏସ୍‌ପିଙ୍କ ସି-ଟିମ୍

ଗଜପତି(ଆଦର୍ସ ଦାସ) :  ବ୍ଲାକ ଟି ସାର୍ଟ ସାଙ୍ଗକୁ ଜିନ୍ ପ୍ୟାଣ୍ଟ ଏବଂ ହ୍ୱାଇଟ ସୁ। ରୋଡ୍ ରୋମିଓଙ୍କୁ ସାବାଡ କରିବା ପାଇଁ  ଏ ହେଉଛନ୍ତି ଗଜପତି ଏସ୍‌ପି ସାରା ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ସି-ଟିମ୍।  ଶୁକ୍ରବାର ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ଏହି ଟିମ୍। ଏଥିପାଇଁ ସ୍ୱତନ୍ତ୍ର ଲୋଗ ଉନ୍ମୋଚନ ସହ ସହାୟତା ପାଇଁ ସ୍ୱତନ୍ତ୍ର ନମ୍ବର ମଧ୍ୟ ଜାରି କରାଯାଇଛି। ଅସୁବିଧା ସମୟରେ ୯୪୩୮୯୧୬୭୦୭ ଏବଂ ୦୬୮୧୫-୨୨୨୩୮୮ ନମ୍ବରରେ କଲ୍ କରିବା ମାତ୍ରେ […]

  • Saturday, 17 July 2021
school
ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ସଜାଡିବାକୁ ପ୍ରୟାସ

ଭୁବନେଶ୍ୱର : ଘରୋଇ ସ୍କୁଲ ଭଳି କେମିତି ଭଲ ରେଜଲ୍ଟ କରିବେ ସରକାରୀ ସ୍କୁଲ ? ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ିବ କିପରି ? ପିଲାଙ୍କ ଉପସ୍ଥାନ ବୃଦ୍ଧି ସାଙ୍ଗକୁ ଉତ୍ତମ ଶିକ୍ଷା ଗ୍ରହଣରେ ପିତାମାତାଙ୍କ ଭୂମିକା କଣ ? ଏଭଳି କିଛି ମୌଳିକ ପ୍ରଶ୍ନର ସାମୁହିକ ଉତ୍ତର ଏବଂ ସରକାରୀ ଶିକ୍ଷାଦାନ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବାକୁ ଆଜି ରାଜ୍ୟବ୍ୟାପୀ ପ୍ରଥମ ଥର ଲାଗି ସମସ୍ତ ସ୍କୁଲରେ ଅନୁଷ୍ଠିତ ହୋଇଛି ଶିକ୍ଷକ-ଅଭିଭାବକ ବୈଠକ। […]

  • Saturday, 17 July 2021
sushant-1
ଅକ୍ଷମତା ପାଖରେ ହାରିଯାଇ ନାହାଁନ୍ତି ସୁଶାନ୍ତ : ପରିବା ବିକି ବୃଦ୍ଧା ମାଆର ହୋଇଛନ୍ତି ସାହାରା

ଭୁବନେଶ୍ୱର (ପ୍ରଦେଶ ପ୍ରତ୍ୟୁଷ) :  ସମୟ ଓ ପରିସ୍ଥିତି ମଣିଷକୁ ଅନେକ କିଛି ଶିଖାଇଥାଏ। ଏହାକୁ ପାଥେୟ କରି ମଣିଷ ସବୁ ଦୁଃଖ ଓ ଅଭାବକୁ ସାମ୍ନା କରେ। ଦୃଢ ଇଚ୍ଛା ଶକ୍ତିରେ ଜୀବନ ଜିଇଁବା ଶିଖେ। ଏମିତି ଏକ ଘଟଣା ଘଟିଛି ସୁଶାନ୍ତଙ୍କ ଜୀବନରେ। ସୁଶାନ୍ତ କୁମାର ଗୌଡ଼। ରୁହନ୍ତି ଭୁବନେଶ୍ୱରର ଘାଟକିଆ ଅଞ୍ଚଳର ନାକା ଗେଟ୍‌ ତଳସାହିରେ। ବୟସ ୨୨ବର୍ଷ ହେବ। ନିଜର ମା ଛଡା ନିଜର ବୋଲି ଆଉ କେହି ନାହାନ୍ତି। ଗୋଟିଏ […]

  • Saturday, 17 July 2021
nurse
ଡ଼ାକ୍ତରଖାନାରେ ନର୍ସଙ୍କ ଟିକ୍‌ଟକ୍‌ ମସ୍ତି ; ୪ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ମାଲକାନଗିରି : ମୋବାଇଲ୍ ଭିଡ଼ିଓ ଆପ୍ ‘ଟିକ୍‌ଟିକ୍’ ମାୟାରେ ବାୟା ଯୁବପିଢ଼ି। ନା କୌଣସି ସ୍ଥାନକାଳ ମାନୁଛନ୍ତି ନା କୌଣସି ସୀମା ସରହଦ। ସୋଶାଲ୍ ମିଡିଆରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ କିଛି ବି କରି ବସୁଛନ୍ତି ଟିକ୍‌ଟିକ୍ ଭିଡ଼ିଓ ଜରିଆରେ। ଏହି ଟ୍ରେଣ୍ଡ ଭିତରେ ଏବେ ମାଲାକାନଗିରି ମେଡ଼ିକାଲରୁ ଆସିଛି ରୋଗୀସେବାରେ ନିୟୋଜିତ ନର୍ସଙ୍କ ଟିକଟକ୍ ଭିଡ଼ିଓ। ସମସ୍ତ ବିଧିବ୍ୟବସ୍ଥା ଏବଂ କଟକଣାକୁ ଉଲ୍ଲଂଘନ କରି SNCU ଭିତରେ ଫୁଲ ମସ୍ତି କରିଛନ୍ତି କାର୍ଯ୍ୟରତ ନର୍ସ। […]

  • Saturday, 17 July 2021
anus choudhry
ଚର୍ଚ୍ଚାରେ ପାକିସ୍ତାନର ଏହି ସୁନ୍ଦରୀ ପୋଲିସ ଅଫିସରଙ୍କ ଫଟୋ

ଲାହୋର: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହୀନା ରବାନିଙ୍କ ପରେ ପାକିସ୍ତାନର ଆଉ ଜଣେ ସୁନ୍ଦରୀ ମହିଳାଙ୍କୁ ନେଇ ଚର୍ଚ୍ଚା I ସେ ହେଉଛନ୍ତି ପାକିସ୍ତାନର ପ୍ରଥମ ମହିଳା ପୋଲିସ ଏସପି ଡା. ଅନୁସ ମାସୁଦ ଚୌଧୁରୀ I ଅନୁସ କେବଳ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି I ପୋଲିସ ଚାକିରି କରିବା ପୂର୍ବରୁ ଅନୁସ ଜଣେ ଡାକ୍ତର ଥିଲେ I ଅନୁସ ଜଣେ ପ୍ରତିଭା ସମ୍ପନ୍ନ ଛାତ୍ରୀ ଓ ସେ ବିଶ୍ୱ […]

  • Saturday, 17 July 2021
subhransu
ଶୁଭ୍ରାଂଶୁଙ୍କ ସଫଳତା ; ଜେଇଇ ମେନ୍ ଓ ଆଡଭାନ୍ସରେ ରଖିଲେ ୯୦ ପ୍ରତିଶତରୁ ଅଧିକ ମାର୍କ

ଅନୁଗୁଳ (ବିରଜା ଦାସ) : ସଫଳତା ହେଉଛି ଏକ ଏମିତି ଅନୁଭୂତି , ଯାହା ପାଇଁ ଦରିଦ୍ରତା କେବେ ବାଧକ ସାଜିପାରେ ନାହିଁ। ଯିଏ ମନରେ କିଛି ଭିନ୍ନ କରିଦେଖେଇବାର ସ୍ଥିର କରିନିଏ, ଆଉ ଏଥିରେ ଅନବରତ ଉଦ୍ୟମ ଜାରି ରଖେ। ସେ ହିଁ ସଫଳତା ପାଏ। ଏକଥା ପ୍ରମାଣିତ କରି ଦେଖାଇଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ମଫସଲି ଅଞ୍ଚଳର ଶୁଭ୍ରାଂଶୁ ଶେଖର ଦେହୁରୀ। ସଫଳତାର ସହ ଶୁଭ୍ରାଂଶୁ +୨ ପାସ୍‌ କରିବା ପରେ ଜେଇଇ ମେନ୍ […]

  • Saturday, 17 July 2021
satis lkumar
ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରି ଚର୍ଚ୍ଚାରେ ପ୍ରଫେସର ସତୀଶ କୁମାର

ହାଇଦ୍ରାବାଦ : ସ୍ୱାମୀ ବିବେକାନନ୍ଦ କହିଥିଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ପ୍ରତିଷ୍ଠା ଆସେ ବା ଉଦ୍ଦେଶ୍ୟ ସଫଳ ହୋଇଥାଏ। ଏବେ ତାହା ପୁଣିଥରେ ପ୍ରମାଣିତ ହୋଇଛି ହାଇଦ୍ରାବାଦର ଜଣେ ପ୍ରଫେସରଙ୍କ କ୍ଷେତ୍ରରେ। ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ସଫଳ ହୋଇଛି। ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ହାଇଦ୍ରାବାଦ ନିବାସୀ ୪୫ ବର୍ଷୀୟ ପ୍ରଫେସର ସତୀଶ କୁମାର। ପେସାରେ ଜଣେ ମେକାନିକାଲ ଇଂଜିନିୟର କିନ୍ତୁ ଦୀର୍ଘ ଦିନରୁ ସେ ବ୍ୟବହାର ଅନୁପଯୋଗୀ ହୋଇ ପଡିଥିବା […]

  • Saturday, 17 July 2021
train-1
ଟ୍ରେନ୍‌ରେ ମିଳିବ ଭଲ ଖାଦ୍ୟ, ନୂଆ ତରିକା ଆପଣେଇବ IRCTC

ନୂଆ ଦିଲ୍ଲୀ : ରେଲୱେରେ ପ୍ରତିଦିନ ୨କୋଟିରୁ ଅଧିକ ଲୋକ ଯାତ୍ରା କରନ୍ତି। ଲକ୍ଷ ଲକ୍ଷ ଲୋକ ରେଲୱେ ଷ୍ଟେସନ ଓ ଟ୍ରେନ୍‌ରେ ଦିଆ ଯାଉଥିବା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି, ଯାହାର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସେ। ଆଉ ମଧ୍ୟ ଲୋକେ କ୍ୟାଟରିଂ ଷ୍ଟାଫ୍‌ଙ୍କ ବ୍ୟବହାରକୁ ନାପସନ୍ଦ କରନ୍ତି। ଟ୍ରେନ୍‌ରେ ଦୂର ସ୍ଥାନକୁ ଯାତ୍ରା ପୂର୍ବରୁ ଏହି ସମସ୍ୟାରେ ପଡିଥାନ୍ତି ଲୋକେ। ଏବେ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଏକ ଭଲ ଖବର। ରେଲୱେ କ୍ୟାଟରିଂ […]

  • Saturday, 17 July 2021
selfie
ବିପଦ ଜନକ ସ୍ଥାନରେ ସେଲ୍‌ଫି ନେବା କାଳ ହେଲା

ମେଲବର୍ନ: ଅଷ୍ଟ୍ରେଲିଆରେ ସେଲ୍‌ଫି ନେବା ବେଳେ ଜଣେ ଭାରତୀୟ ଛାତ୍ର ସମୁଦ୍ର ସଂଲଗ୍ନ ଏକ ଛୋଟ ପାହାଡ ଉପରୁ  ଖସି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଙ୍କ ନାମ ଅଙ୍କିତ। ସେ ପର୍ଥରେ ପଢୁଥିଲେ ବୋଲି ଜଣାପଡିଛି। ସୂଚନା ମୁତାବକ,ଅଙ୍କିତ ତାଙ୍କର କିଛି ବନ୍ଧୁଙ୍କ ସହ ପଶ୍ଚିମ ଅଷ୍ଟ୍ରେଲିଆରେ ଥିବା ଐତିହାସିକ ବନ୍ଦର ତଥା ସହର ଏଲବାନିକୁ ବୁଲିବାକୁ ଯାଇଥିଲେ। ଅଙ୍କିତ ସେଠାରେ ପାହାଡ ଉପରେ ଚଢି ପଛ ପଟରେ ସମୁଦ୍ରକୁ ରଖି ଏକ ସେଲ୍‌ଫି ନେବାକୁ ଉଦ୍ୟମ କରୁଥିଲେ […]

tarini-1
ଭାରତ ଫେରିଲା INSV ତାରିଣୀ

ଗୋଆ : ବିଶ୍ୱ ପରିକ୍ରମା ପରେ ଭାରତ ଫେରିଛି ଆଇଏନଏସଭି ତାରିଣୀ। କେବଳ ମହିଳା ଅଧିକାରୀ ମାନଙ୍କୁ ନେଇ ଯାଇଥିବା ଏହି ଜାହାଜ ଆଠ ମାସରୁ ଅଧିକ ସାରା ବିଶ୍ୱରେ ପରିକ୍ରମା କରିଥିଲା। ଆଜି ଏହି ଟିମ୍ ଗୋଆର ପାଣାଜୀରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ନୌ ସେନା ମୁଖ୍ୟ ସୁନିଲ ଲାନବା ଉପସ୍ଥିତ ରହି ୬ଜଣିଆ ଟିମକୁ ସ୍ୱାଗତ କରିଥିଲେ। ଗତବର୍ଷ ସେପଟେମ୍ବର ୧୦ରେ ଲେଫନାଣ୍ଟ […]

smart class room
ଚଳିତ ବର୍ଷରୁ ରାଜ୍ୟର ୧୦୧ କଲେଜରେ ଆରମ୍ଭ ହେବ ସ୍ମାର୍ଟ କ୍ଲାସ ରୁମ୍

ଭୁବନେଶ୍ୱର : କଲେଜ ପିଲାଙ୍କୁ ଉଚ୍ଚମାନର ଶିକ୍ଷାଦାନ ଲାଗି ସରକାରଙ୍କ ତତ୍ପରତା ପ୍ରବୀଣ ଓ ଦକ୍ଷ ଶିକ୍ଷକଙ୍କ ଅଭାବ ପୂରଣ କରିବ ସ୍ମାର୍ଟ କ୍ଲାସ୍ ରୁମ୍ ଗୋଟିଏ ସ୍ଥାନରେ ଶିକ୍ଷକ ବଢାଇବେ, ସ୍ମାର୍ଟ କ୍ଲାସ  ରୁମରେ ବସି ରାଜ୍ୟବ୍ୟାପୀ ପିଲା ଜ୍ଞାନ ଆହରଣ କରିବେ । ଚଳିତ ଶିକ୍ଷା ବର୍ଷରୁ ସ୍ମାର୍ଟ କ୍ଲାସ୍ ରୁମ୍‌ରେ ପାଠ ପଢିବେ ପିଲା। ଏନେଇ କଲେଜ୍ ଗୁଡିକୁ ପ୍ରସ୍ତୁତ କରାଯାଉଛି ପ୍ରୋଜେକ୍ଟର, ଅଡିଓ ଭିଜୁଆଲ୍ କିଟ୍, କ୍ୟାମେରା ଭଳି ଅତ୍ୟାଧୁନିକ ଟେକ୍ନୋଲୋଜିରେ […]

  • Saturday, 17 July 2021
train accident
ସମଲେଶ୍ୱରୀ ଏକ୍ସପ୍ରେସ ସହ ମେଣ୍ଟନାନ୍ସ ଇଞ୍ଜିନର ଧକ୍କା : ୩ଜଣଙ୍କ ମୃତ୍ୟୁ

ରାୟଗଡ଼ା (ମନୋଜ ପାତ୍ର) : ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ। ହାଓ୍ୱଡ଼ାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ୍‌କୁ ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏକ ମେଣ୍ଟନାନ୍ସ ଇଞ୍ଜିନ ଧକ୍କା ଦେବା ଫଳରେ ସେଥିରେ ନିଆଁ ଲାଗିଯାଇଛି। ଏଥିରେ ମୋଟ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ମୃତକ ୩ଜଣ ହେଲେ ମେଣ୍ଟେନାନ୍ସ ଇଂଜିନ ଟେକ୍ନିସିଆନ ସୁରେଶ, ସିନିୟର ଇଲେକ୍ଟ୍ରିକାଲ୍‌ ସେକ୍ସନ ଇଂଜିନିୟର ସାଗର ଓ ଇଲେକ୍ଟ୍ରିକାଲ୍‌ ଟେକ୍ନିସିଆନ ଗୌରୀ ନାଇଡୁ। ଏବେ […]

  • Saturday, 17 July 2021
nipa-3
ଏଚ୍‌ଆଇଭି, ଇବୋଲା ପରେ ଆସିଲା ପ୍ରାଣଘାତକ ନିପା ଭୁତାଣୁ

ନୂଆଦିଲ୍ଲୀ: ଏଚ୍‌ଆଇଭି, H1N1 ଓ ଇବୋଲା ପରେ ଆଉ ଏକ ଭୁତାଣୁ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି। ଏହି ଭୁତାଣୁର ନାମ ହେଉଛି  ନିପା ବା ଏନ୍‌ଆଇଭି( NIV)। କେରଳର କୋଝିକୋଡ ଓ ମାଲ୍ଲପୁରମ୍‌ରେ ଏହି ଭୁତାଣୁରେ ସଂକ୍ରମିତ ହୋଇ ୧୩ ଜଣ ପ୍ରାଣ ହରାଇଛନ୍ତି ବୋଲି ଜଣାପଡ଼ିଛି। ଏହି ରୋଗର ଲକ୍ଷଣ ଥାଇ ଜଣେ ନର୍ସଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିବା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇଛି। ସଂପୃକ୍ତ ନର୍ସ ନିପା […]

shadow
ଛୁ ମାରିବ ଛାଇ

ଭୁବନେଶ୍ୱର : ଆସନ୍ତାକାଲି କିଛି ସମୟ ପାଇଁ ହଜିଯିବ ଛାଇ। ଭୁବନେଶ୍ୱରରେ ଦିନ ୧୧ଟା ୪୩ରେ ଛାଇ ଉଭେଇଯିବ। ଏହି ସମୟରେ ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ରହିବ ଏବଂ ଯେକୌଣସି ଲମ୍ବ ଆକାରର ବସ୍ତୁର ବିଲକୁଲ ଛାଇ ଦେଖାଯିବ ନାହିଁ। ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ଭାବେ ନାମିତ କରିଛନ୍ତି। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ରେ ଦିନ ୧୧ଟାରୁ ୧୨ଟା ଯାଏଁ ଶୂନ୍ୟ ଛାୟା ଦେଖିବାର ବ୍ୟବସ୍ଥା କରାଯାଇଛି। ସେହିପରି କଟକରେ […]

  • Saturday, 17 July 2021
pratap
ଲୋକସଭାରେ ଛାଇ ଗଲେ ପ୍ରତାପ ନନା

ନୂଆଦିଲ୍ଲୀ :  ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦମଦାର ଅଭିଭାଷଣ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରି ପ୍ରତାପ ନିଜ ବାକ୍ ପଟ୍ଟୁତା, ସାଂସ୍କୃତିକ  ଓ ବୌଦ୍ଧିକ ଜ୍ଞାନ ସମ୍ଭାର ଉପସ୍ଥାପନ କରିବା ସହ ରାଜନୀତିରେ ନିଜ ନିଗୁଢ଼ତାର ପ୍ରମାଣ ବି ଦେଇଥିଲେ। ହିନ୍ଦୀ, ଇଂରାଜୀ, ବଙ୍ଗଳା, ଓଡ଼ିଆ ଓ ସଂସ୍କୃତରେ ଗୃହକୁ ସମ୍ବୋଧିତ କରିବା ସହ ଗୀତା, ଭାଗବତ, ବେଦ ଓ ଉପନିଷଦର ଉପାଖ୍ୟାନ ଜରିଆରେ ଭାରତୀୟ […]

  • Saturday, 17 July 2021
topper--1
ଅଟୋ ଚାଳକଙ୍କ ଝିଅ +୨ କଳାରେ ଟପ୍ପର

କଟକ(ଦେବାଶିଷ ମହାନ୍ତି) : କଥାରରେ ଅଛି ଦୃଢ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ଆଉ ଲକ୍ଷ୍ୟ ଯଦି ସ୍ଥିର ,ତେବେ ସଫଳତା ନିଶ୍ଚୟ ମିଳିବ। ଏହାକୁ ଶତ ପ୍ରତିଶତ ପ୍ରମାଣିତ କରି ଦେଖେଇଛନ୍ତି କଟକର ଜଣେ ଅଟୋଚାଳକଙ୍କ ଝିଅ ପୂଜା ସାହୁ। ରେଭେନ୍ସା ଜୁନିଅର କଲେଜରେ ପଢୁଥିବା ପୂଜା, ଯୁକ୍ତ ୨ କଳା ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପୂଜାଙ୍କ ବାପା ବାଳକୃଷ୍ଣ ସାହୁ ଜଣେ ଅଟୋ ଚାଳକ। ଘର କଟକ ସହରରେ। […]

  • Saturday, 17 July 2021
yamaha
ୟାମାହା ଲଞ୍ଚ କଲା ତିନି ଚକିଆ ବାଇକ୍‌, ଦର ଶୁଣିଲେ ଉଡ଼ିଯିବ ହୋସ୍

ଆପଣ ଦୁଇ ଚକିଆ ବାଇକ୍‌ ଦେଖିଥିବେ ଏବଂ ଚଳାଇଥିବେ ମଧ୍ୟ। କେବେ ତିନି ଚକିଆ ବାଇକ୍‌ ଦେଖିଛନ୍ତି ? ଏବେ ଏହାକୁ ବାସ୍ତବିକ୍‌ ରୂପ ଦେଇଛି ୟାମାହା। ବଜାରକୁ ତିନି  ଚକା ବିଶିଷ୍ଟ ବାଇକ୍‌ ଲଞ୍ଚ କରିଛି ୟାମାହା। ୟାମାହା ସେହି କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ, ଯିଏ ଫ୍ୟୁଚର ବାଇକ୍‌ ଓ ଏହା ସହ ଜଡିତ ପ୍ରମୁଖ ଟେକ୍‌ନିକ୍‌ ଉପରେ ନୂଆ ପରୀକ୍ଷା ନୀରିକ୍ଷା ଚଳାଇଥାଏ। ଦୀର୍ଘ ଦିନର ଅପେକ୍ଷା ପରେ ଏବେ ୟାମାହା ନିଜର […]

  • Saturday, 17 July 2021
mahanadi water
ଉତ୍କଟ ସ୍ଥିତିରେ ମହାନଦୀର ଜଳ ପ୍ରଦୂଷଣ

ଭୁବନେଶ୍ୱର: “ଗଙ୍ଗା ନଦୀ ଭଳି କାବେରୀ, ପେରିଆର୍‌, ନର୍ମଦା, ଯମୁନା, ମହାନଦୀ, ଗୋଦାବରୀ ନଦୀଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ଉଦ୍ୟମ କରନ୍ତୁ।” ଗତକାଲି ସଂସଦରେ ମିଳିତ ଅଧିବେଶନକୁ ସମ୍ବୋଧନ ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି। ଏହା ପରେ ଚର୍ଚ୍ଚାକୁ ଆସିଛି ମହାନଦୀରେ ପ୍ରଦୂଷଣ ପ୍ରସଙ୍ଗ। ଶିଳ୍ପ, ଡ୍ରେନ୍‌ ଓ ନାଳନର୍ଦ୍ଦମାର ପାଣି ସିଧାସଳଖ ନଦୀରେ ମିଶୁଥିବାରୁ ଉତ୍କଟ ସ୍ଥିତିରେ ପହଞ୍ଚିଛି ପ୍ରଦୂଷଣ ମାତ୍ରା। ଏହାର ପ୍ରମାଣ ସମ୍ୱଲପୁର ଓ ଝାରସୁଗୁଡ଼ାରେ ଦେଖିବାକୁ […]

  • Saturday, 17 July 2021
rice mandi
ଆଗକୁ ମୌସୁମୀ ବର୍ଷା, ମଣ୍ଡିରୁ ଉଠିନି ଧାନ

ଭୁବନେଶ୍ୱର : ବର୍ଷ ତମାମ ମୁଣ୍ଡ ଟେକିଥିବା ମଣ୍ଡି ସମସ୍ୟା ସୁଧୁରିବାର ନାଁ ଧରୁନି। କେଉଁଠି ମିଲର୍ସଙ୍କ ମନମାନି ଚାଲିଛି ତ ଆଉ କେଉଁଠି ମଣ୍ଡିରେ ପଡ଼ିରହିଛି ଧାନ। କାଳବୈଶାଖୀ ଓ ପ୍ରାକ୍ ମୌସୁମୀ ବର୍ଷା ମାଡ଼ରେ ନଷ୍ଟ ହେଉଛି ବର୍ଷକର ଅମଳ। ତଥାପି ଚାଷୀଙ୍କ ଧାନ କିଣିବା ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଉନି। ଆଗକୁ ମୌସୁମୀ ବର୍ଷା, ଆଉ ତାପୂର୍ବରୁ ଯଦି ଧାନ ନ ଉଠେ ତେବେ ଅଧିକାଂଶ ମଣ୍ଡିରେ ଅସୁରକ୍ଷିତ ହୋଇ ପଡ଼ିରହିଥିବା […]

  • Saturday, 17 July 2021