ପଟ୍ଟାମୁଣ୍ଡାଇ (ପ୍ରବିର ନାୟକ) : କୁନି ବୟସରେ ସାହସିକତାର ପ୍ରମାଣ ଦେଖାଇ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସିତୁ ମଲ୍ଲିକ ଆଉ ନାହାନ୍ତି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ସେ ଆଖି ବୁଜିଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଜଳି ଛକରେ ଏକ ହାଇୱା ଧକ୍କାରେ ସେ ପ୍ରାଣ ହରାଇଛନ୍ତି। ସିତୁ ସହ ତା ପୀଉସି ପୁଅ ଭାଇର ମଧ୍ୟ ଜୀବନ ଯାଇଛି। ତାଙ୍କ ନାଁ ବାପି ମଲ୍ଲିକ, ଘର ରାଜକନିକା ନୂଆଁଖୁଣ୍ଟା ଗାଁ। […]
ରାଜଗାଙ୍ଗପୁର/ ଭୁବନେଶ୍ୱର : ଚାଷୀଙ୍କ ପାଇଁ କାଳଭଳି ମାଡ଼ି ଆସୁଛି ଆଫ୍ରିକାନ୍ ଫଲ୍ ଆର୍ମି ଓ୍ୱର୍ମ। ଗୋଟିଏ ରାତିରେ ପ୍ରାୟ ୪ ଶହ କିଲୋମିଟର ଗତିକରୁଥିବା ଏ ବିଦେଶୀ ପୋକକୁ ନେଇ ଏବେ ସୁନ୍ଦରଗଡ଼ ଚାଷୀଙ୍କ ଭିତରେ ଆତଙ୍କ। କାରଣ ମକା ଫସଲରେ ଅଧିକ ଭାବେ ଦେଖାଦେଉଥିବା ଏ ପୋକ ଧାନ, ପନିପରିବା ସହ ୧୨୦ ପ୍ରକାର ଫସଲ ଲାଗି ଏହାକୁ ଖୁବ୍ କମ୍ ଦିନରେ ଧ୍ୱଂସ କରିପାରେ। ତେଣୁ ଏହି ପୋକ ଚିହ୍ନଟ ସହ ଦମନ […]
ନୂଆଦିଲ୍ଲୀ: ଦିନକୁ ଦିନ ଜଳ ସଙ୍କଟର ମାତ୍ରା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏକ ମାଙ୍କଡ଼ର ଟିକ୍ଟକ୍ ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ଅଛି ,ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ସେ ମନଭରି ପାଣି ପିଇବା ପରେ ଟ୍ୟାପ୍ ବନ୍ଦ କରୁଛି ଏବଂ ତାପରେ ଯାଇ ସେଠାରୁ ବିଦାୟ ନେଉଛି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍ୱାଇ କୁରେଶୀ ଟ୍ୱିଟରରେ ଏହି ଭିଡିଓଟି ଶେୟାର କରିବା ପରେ ଏହା ଲୋକଲୋଚନକୁ ଆସିଛି। What a beautiful message for humans! […]
ଚେନ୍ନାଇ : ମଣିଷ ପାଟିରେ ୩୨ଟି ଦାନ୍ତ ଥିବା ସମସ୍ତେ ଜାଣିଛନ୍ତି। ହେଲେ ଯଦି ଜଣଙ୍କ ପାଟିରେ ୫୨୬ଟି ଦାନ୍ତ ଥିବ, ତା’ହେଲେ ସେ କ’ଣ କରିବ? ଚେନ୍ନାଇର ଜଣେ ୭ ବର୍ଷର ପିଲା ସହ ଏଭଳି ଘଟଣା ଘଟିଛି। ପିଲାଟିର ପାଟିରୁ ଶହେ କିଂ ୨ଶହ ନୁହେଁ, ୫୨୬ଟି ଦାନ୍ତକୁ ଡାକ୍ତରମାନେ ଅପରେସନ କରି ବାହାର କରିଛନ୍ତି। ଏଠାକାର ସବିତା ଡେଣ୍ଟାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ବେଶ ସଫଳତାର ସହ ଏହି ଅପରେସନ କରିବାରେ […]
ନ୍ୟୁୟର୍କ: ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀଦେବତା ବାସ କରନ୍ତି। ତେଣୁ ଗାଈକୁ ‘ଗୋମାତା’ ବୋଲି ସମ୍ବୋଧନ କରାଯାଏ। ବିଶ୍ୱାସ ରହିଛି, ଗାଈର ସେବା କଲେ ପୂଣ୍ୟ ମିଳେ। ତେବେ ଜାଣିଛନ୍ତି, ଗାଈ ସହିତ ସମୟ ବିତାଇଲେ ଚିନ୍ତା ଦୂର ହୁଏ ଓ ମାନସିକ ଶାନ୍ତି ବି ମିଳେ। ଆଉ ସେଥିପାଇଁ ଏବେ ଆମେରିକାରେ ଲୋକେ ଟଙ୍କା ଖର୍ଚ୍ଚ କରି ଗାଈ ସହିତ ସମୟ ବିତାଉଛନ୍ତି। ବ୍ୟସ୍ତ ବହୁଳ […]
ଗୁଣପୁର( ଇନ୍ଦ୍ରଜିତ୍ ପଣ୍ଡା) : କୂଳ ଲଙ୍ଘୁଛି ବଂଶଧାରା। ନଦୀ ଆଁରେ ଲୀନ ହୋଇଗଲାଣି ବହୁ ଚାଷଜମି। ଏବେ ନଦୀ ଚାରିପାଖେ ଯାହା କିଛି ଚାଷ ଜମି ଅଛି, ତାହା ବି ବାଲିଚରି ଯିବ। ଏହାକୁ ନେଇ ଭୟ ଓ ଆଶଙ୍କାରେ ଅଛନ୍ତି ରାୟଗଡ଼ା ଜିଲ୍ଲାର ନଦୀକୂଳିଆ ଅଞ୍ଚଳରେ ଚାଷବାସ କରୁଥିବା ବହୁ ଚାଷୀ। ହାତରେ ଜମି ପଟ୍ଟା ଅଛି। ନିଜ ନାଁରେ ଥିବା ଚାଷଜମିକୁ ଖୋଜୁଛନ୍ତି ଏହି ବ୍ୟକ୍ତି। କିନ୍ତୁ ଜାଣି ପାରୁ ନାହାନ୍ତି। କେଉଁଠି […]
କଟକ : କ୍ରମାଗତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରି ପୁଲିସ ଆଉ ପବ୍ଲିକ୍ ନିଦ ହଜାଇ ଦେଇଥିବା ସିଲଭର୍ ସିଟିର ସିରିୟଲ୍ କିଲର ଏବେ ପୁଲିସ କବ୍ଜାରେ। ପ୍ରାୟ ୭ ଦିନର ଲୁଚକାଳି ପରେ ଆତତାୟୀକୁ ଧରିଛି କମିଶନରେଟ୍ ପୁଲିସ। ତା’ସହ ପୁଲିସ ଚଳାଇଛି ଖୋଳତାଡ଼। ତେବେ ହତ୍ୟାକାରୀର ଆଚରଣ ଏବଂ ଅପରାଧ ଷ୍ଟାଇଲ୍ ସମସ୍ତଙ୍କୁ ସମସ୍ତଙ୍କୁ ତାଜୁବ୍ କରିଦେଇଛି । ଫିଲ୍ମ ଷ୍ଟାଇଲରେ ସେ ମଣିଷ ମାରୁଥିଲା ଏବଂ ହସି ହସି ତା’ର ମଜା […]
ଭୁବନେଶ୍ୱର : ପାରମ୍ପରିକ ଓଡ଼ିଆ ପୋଷାକରେ କୌଣସି ଏକ ଫିଲ୍ମର ଚରିତ୍ର ପରି ଦିଶୁଥିବା ଜଣେ ଯୁବକଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ସେ ଜଣେ ଅଭିନେତା କିମ୍ବା ମଡେଲ ନୁହନ୍ତି। ଏହି ଯୁବକ ଜଣକ ପୁରୀ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ଭାବେ ସେବା କରିଆସୁଥିବା ‘ପ୍ରତିହାରୀ’ ସେବାୟତ ପରିବାରର। ଅନୀଲ ଗୋଛିକାର ନାମକ ଏହି ଯୁବକ ଚଳିତ ବର୍ଷର ରଥଯାତ୍ରା ପରଠାରୁ ଏହି ଫଟୋ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। He’s not your […]
ପୁରୀ : ପରିତ୍ୟକ୍ତ ଅବସ୍ଥାରେ ବ୍ରିଟିଶ ସମୟର ବିରଳ ଜେନେରେଟର। କାଳକ୍ରମେ ଏହା ଖରାପ ହୋଇ ଅକାମୀ ହୋଇପଡିଥିଲା ବେଳେ ଏହାକୁ ଐତିହ୍ୟ ସ୍ମାରକୀ ପାଇଁ ଦାବି କରିଛନ୍ତି ଐତିହ୍ୟ ବିଶାରଦ। ବିରଳ ଓ ବିଶାଳ ଏହି ଜେନେରେଟର ବ୍ରିଟିଶ ଶାସନ ସମୟରେ ପୁରୀ ବେଳାଭୂମିରେ ଥିବା ଲୁଣ କାରଖାନା ଏବଂ ରାଜଭବନ ପରିସରକୁ ବିଦ୍ୟୁତ୍ ଯୋଗାଉଥିଲା । କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଅବହେଳିତ ଏବଂ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏଥିରେ ବ୍ରିଟିଶ ଇଣ୍ଡିଆ […]
କେନ୍ଦୁଝର : ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ବାସ ଗୃହ ଯୋଗାଇବାଲାଗି ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ଯୋଜନା ଗୁଡ଼ିକର ଲାଭ କଣ ସମସ୍ତେ ପାଇପାରୁଛନ୍ତି ? ଏହାର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି। ନାଁ ରଇବାରି ମୁଣ୍ଡା ,ଜଣେ ଅସହାୟ ମହିଳା । ସ୍ୱାମୀ ମରିବା ପରେ ନିଜର ୪ଟି ଛୋଟ ଛୋଟ ପିଲାଙ୍କୁ ଧରି ବିତାଉଛନ୍ତି ଜୀବନ। ଘର ନଥିବାରୁ ଶୌଚାଳୟରେ ରହୁଛନ୍ତି। ବଣରୁ କାଠ ସଂଗ୍ରହ କରି ପରିବାରର […]
କୋଣାର୍କ (ସଞ୍ଜୟ ପତି) : ପାଠ ପଢ଼ିବାକୁ ମନରେ ଅଛି ଅଗାଢ ଆଗ୍ରହ। ହେଲେ ଦିବ୍ୟାଙ୍ଗ ହୋଇଥିବାରୁ ସେ ବଞ୍ଚିତ ହୋଇଛନ୍ତି। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡ଼ିହା ଗାଁରୁ। ଅତ୍ୟନ୍ତ ଗରିବ ଶ୍ରେଣୀର ସମୀର ବେହେରାଙ୍କ ପୁଅ ସତ୍ୟବ୍ରତ। ପଢ଼ିବାକୁ ତାଙ୍କର ଖୁବ ଆଗ୍ରହ। ସ୍କୁଲରେ ଶ୍ରେଣୀରେ ସବୁବେଳେ ପ୍ରଥମ। ସାରଙ୍କ ଠାରୁ ଆରମ୍ଭ କରି ଗାଁ ଲୋକଙ୍କର ସେ ଅତି ପ୍ରିୟ। ଶାରୀରିକ ଅକ୍ଷମତା ଯେମିତି ସତ୍ୟବ୍ରତଙ୍କ ଭବିଷ୍ୟତକୁ ଅନ୍ଧାର […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗର୍ବ ଓ ଗୌରବର ସେହି ଐତିହାସିକ ବିଜୟକୁ ପୂରିବ ୨୦ ବର୍ଷ। ଏଥିପାଇଁ ବୀରତ୍ୱ ଓ ବଳିଦାନର ପର୍ବ ପାଳିବାକୁ ସାରା ଦେଶରେ ପ୍ରସ୍ତୁତି ଚାଲିଛି। ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ସହିଦ ଯବାନଙ୍କ ଜନ୍ମଭୂମି ଗଞ୍ଜାମ ଜିଲ୍ଲା ଜଗଦଳପୁର ଗାଁରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି। ବ୍ରହ୍ମପୁର ନିକଟ ଜଗଦଳପୁର ଗାଁ। ଏଇଠି ଜନ୍ମ ଗ୍ରହଣ କରିଥିଲେ ଶ୍ରୀନିବାସ ପାତ୍ର। ଦେଶମାତୃକାର ସେବା ପାଇଁ ସେ ସେନାରେ ଯୋଗ ଦେଇଥିଲେ। ଛୁଟି ମିଳିଲେ […]
ଭୁବନେଶ୍ୱର : ଆଶ୍ରା ଆଳରେ ଆଶ୍ରୟ ଗୃହରେ ନିର୍ଯାତନା ହେଉ କି ପ୍ରଲୋଭନ ଦେଖାଇ କଅଁଳ କଢ଼ିର ଇଜ୍ଜତ ଲୁଟ୍। ସଭ୍ୟ ସମାଜକୁ ଲଜ୍ଜିତ କଲାଣି ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା। ରାଲି, ନାରାବାଜି, ବିକ୍ଷୋଭ, ପୋଡ଼ାଜଳା। ଅଣାୟତ ହୋଇପଡ଼ିଥିବା ଦୁଷ୍କର୍ମ ଏବଂ ଆଇନଶୃଙ୍ଖଳା ସ୍ଥିତି ବିରୋଧରେ ଗୃହ ଭିତରେ ଗର୍ଜନ କରିବା ପରେ ଆଜି ଗୃହ ବାହାରେ ଆକ୍ସନମୋଡ୍କୁ ଆସିଛନ୍ତି କଂଗ୍ରେସ ଓ ବିଜେପି। ଟ୍ୱିନ୍ସିଟି ସମେତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ […]
ବଲାଙ୍ଗିର ( ଘଟେଶ୍ୱର ମିଶ୍ର) : ପଂଚମ ଶ୍ରେଣୀର ଛାତ୍ରୀଙ୍କ ପାଟିରୁ ବାହାରୁଛି କାଠ କୋଇଲା। ଏଭଳି ଅବିଶ୍ୱସନୀୟ ଖବର ଆସିଛି ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଳକ ବୁଢିବାହାଲ ଗାଁରୁ। ଚୁଡାମଣି ପୁଟେଲଙ୍କ ଦଶ ବର୍ଷର ଝିଅ ସସ୍ମିତା ପୁଟେଲ ଗତ ଦୁଇ ବର୍ଷ ହେଲା କାଠ କୋଇଲା ବାନ୍ତି କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଏହା ଦେଖିବା ପରେ ବିଶ୍ୱାସ ନକରି ଫେରାଇ ଦେଇଥିଲେ। ତେବେ ଫେରୁଥିବା […]
ଭୁବନେଶ୍ୱର: ରଜରେ ପାନର ରହିଛି ସ୍ୱତନ୍ତ୍ରତା। ସତରେ ଖଣ୍ଡେ ଖିଲି ପାନ ନ ଖାଇଲେ ରଜ ସତେ ଯେମିତି ଫିକା ଲାଗେ। ରଜ ଆସିଲେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମସଲାରେ ପ୍ରସ୍ତୁତ ହୋଇଥିବା ପାନ ମିଳେ। ରଜ ପାନ ଖାଇବା ପାଇଁ ବାଲେଶ୍ୱର ସହରର ଫାଣ୍ଡି ଛକରେ ଥିବା ରଞ୍ଜନ ପାନ ଦୋକାନରେ ଲୋକଙ୍କ ଭିଡ଼ ଜମେ। ରଙ୍ଗ ବେରଙ୍ଗର ମସଲା ସହିତ କସ୍ତୁରୀ, କେଶର ଭଳି ବିଭିନ୍ନ ମସଲାରେ ପ୍ରସ୍ତୁତ ହୋଇଥାଏ ପାନ। […]
ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ପାଳନ ହେବ କାର୍ଗିଲ ବିଜୟ ଦିବସ। ସୀମା ପାର କରିଥିବା ପାକିସ୍ତାନକୁ ଉଚିତ ଜବାବ ଦେଇ ଶତ୍ରୁର ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା। ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧକୁ ୨୦ ବର୍ଷ ବିତିବାକୁ ଯାଉଛି। ୨୬ତାରିଖରେ ସେନା ପାଳନ କରିବ ବିଜୟ ଦିବସ। ଏହି ୨୦ ବର୍ଷ ଭିତରେ ଅନେକ କିଛି ବଦଳି ଯାଇଛି, କିନ୍ତୁ କାଳଚକ୍ର ପୋଛି ପାରିନି ସହିଦ ମାଆର ଆଖିର ଲୁହ। ପଣତକାନିରେ […]
ବଲାଙ୍ଗିର( ମନୋରଂଜନ ଯୋଷୀ) : ଭବାନୀପାଟଣା ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହେଲେ ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସ। ବଲାଙ୍ଗିର ସି.ଡବ୍ଳୁ.ସି ତଦନ୍ତ କରି କୁକର୍ମ ସତ ବୋଲି ଭବାନୀପାଟଣା ସି.ଡବ୍ଳୁ.ସି କୁ ରିପୋର୍ଟ ଦେବା ପରେ ଅଭିଯୁକ୍ତ ନାଁରେ ରୁଜୁ ହୋଇଥିଲା ମାମଲା। କିନ୍ତୁ ତଦନ୍ତ ପାଇଁ ବଲାଙ୍ଗିର ଆସିଥିବା ଭବାନୀପାଟଣା ପୁଲିସ ଟିମ୍ର କାର୍ଯ୍ୟକଳାପକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବଲାଙ୍ଗିର ସି.ଡବ୍ଳୁ.ସି ଅଧ୍ୟକ୍ଷ। ମାମଲାର ତଦନ୍ତ ଦିଗହରା ହୋଇପାରେ […]
ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଡାକ୍ତରଙ୍କ ମରୁଡ଼ି। ଅର୍ଦ୍ଧାଧିକ ଡାକ୍ତର ପଦବୀ ଖାଲି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ୫୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି। ବହୁ ସ୍ଥାନରେ ଡାକ୍ତରଙ୍କ ଦେଖା ନ ପାଇ ନିରାଶ ହେଉଛନ୍ତି ରୋଗୀ ଅନୁଗୁଳ ଜିଲ୍ଲା ପାଇଁ ମୋଟ ୧୯୮ ଡାକ୍ତର ପଦବୀ ଥିବା ବେଳେ ସେଥିରୁ ଅର୍ଦ୍ଧାଧିକ ପଦବୀ ଖାଲି ପଡ଼ିଥିବାବେଳେ ମାତ୍ର ୯୨ ଡାକ୍ତର ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]
ନବରଙ୍ଗପୁର( ନବଘନ ବିଷୋୟୀ): ପାର୍କର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ନିର୍ମାଣ ହୋଇଛି ବଗିଚା। ଯାହା ପରିବେଶ ସୁରକ୍ଷା ପ୍ରତି ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ବିଦ୍ୟାଳୟର ଚାରିପଟେ ଶ୍ରେଣୀ ଗୃହ। ମଝିରେ ପ୍ରାୟ ୧୦ ଡିସିମିଲ୍ ଜମିରେ ବଗିଚା। ଫାଇକସ, ଡାଇଫେନରିଆ, ଭଳି ଶତାଧିକ କ୍ରୋଟନ ଗଛ ସାଙ୍ଗକୁ ମଲ୍ଲୀ, ସୁଗନ୍ଧରାଜ, ଗୋଲାପ, ପୁଟେନିଆ,ଆଲମଣ୍ଡା ଭଳି ଫୁଲ ଗଛ ଲାଗିଛି। ଔଷଧୀୟ ଗଛ ସାଙ୍ଗକୁ କୁତ୍ରିମ ପାହାଡ଼ିଆ ଅଞ୍ଚଳ […]
ଧର୍ମଗଡ଼ / ବଲାଙ୍ଗିର : ମହଙ୍ଗା ପଡ଼ିଲା ଆଶ୍ରା ପାଇଁ ଆଶ୍ରୟ ଗୃହରେ ମୁଣ୍ଡ ଗୁଞ୍ଜିବା। କାଳ ହେଲା ମାତ୍ରାଧିକ ବିଶ୍ୱାସ ଆଉ ଭରସା। ଯାହାଙ୍କୁ ବାପା ଭଳି ସ୍ନେହ, ଆଦର ଆଉ ବିଶ୍ୱାସ କରୁଥିଲେ ଅନ୍ତେବାସିନୀ, ସେହି ବ୍ୟକ୍ତି ହିଁ ଇଜ୍ଜତ ଲୁଟେରା ସାଜିଥିବା ଅଭିଯୋଗ। ସରୋଜ କୁମାର ଦାସ। ଭବାନୀପାଟଣା ସହର ସ୍ଥିତ ପ୍ରୟାସ ସଂସ୍ଥାର ମୁଖ୍ୟ। ଯାହାଙ୍କ ବିରୋଧରେ ଆସିଛି ଏହି ସଂଗୀନ ଅଭିଯୋଗ। କଅଁଳ ବୟସର ଝିଅ ମାନଙ୍କ ସହ ଯୌନ […]
ଭୁବନେଶ୍ୱର : ସୋଶାଲ୍ ମିଡିଆରେ ନାଗ ସାପ ସହ ଷ୍ଟଣ୍ଟ ମାମଲାରେ ଗିରଫ ହୋଇଛନ୍ତି ସ୍ଥାନୀୟ ଯୁବକ ରୋହିତ ମେହର। ବରଗଡ଼ ବନ ବିଭାଗ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛି। ତେବେ ନାଗ ସହ ଷ୍ଟଣ୍ଟ ସିନ୍ ପାଇଁ ଅନ୍ଲାଇନ୍ରେ ଟଙ୍କା ପେମେଣ୍ଟ ହେଉଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଯାହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଚକିତ ହୋଇଛନ୍ତି। ନାଗ ସହ ଗୋଟିଏ ସପ୍ତାହର ଷ୍ଟଣ୍ଟ ଭିଡିଓ ପାଇଁ ଅନ୍ଲାଇନ୍ରେ ଆସିଥିଲା ଟଙ୍କା। ଅଶୋକ ମେହେର […]
ମାଲକାନଗିରି(ଜିତେନ୍ଦ୍ର ବେଉରା) : ଝିଅ ବି କିଛି କମ୍ ନୁହଁନ୍ତି। ଝିଅ ଜନ୍ମ ହେଲେ ପରିବାରରେ ଏକ ବୋଝ ବୋଲି ସମସ୍ତେ ଭାବନ୍ତି। କିନ୍ତି ସମୟ ଆସିଲେ ସେଇ ଝିଅ ପୁଅ ଠାରୁ ଦୁଇ ପାଦ ଆଗେଇ ପରିବାର ପାଇଁ ସବୁ କରିଥାନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାର କୁମୁଟିଗୁଡ଼ାରେ। ବାପାଙ୍କ ଶବକୁ କାନ୍ଧ ଦେଲେ ତିନି ଝିଅ। ପୁଅଟିଏ ଥିଲେ ଯାହା କରିଥାନ୍ତା , ତାହା ଏହି ଝିଅମାନେ କରିଦେଖେଇଛନ୍ତି। […]
ଭୁବନେଶ୍ୱର : କଟକ-ନୂଆପାଟଣା ମହାନଦୀ ସେତୁର ଆପ୍ରୋଚ୍ ରୋଡ୍ ନିର୍ମାଣରେ ହୋଇଛି ବଡ଼ ଧରଣର ଦୁର୍ନୀତି। କାମ ନ କରି ଠିକାଦାରଙ୍କୁ ଦିଆଯାଇଛି ୪ କୋଟି ୮୬ ଲକ୍ଷ ଟଙ୍କା। ପୂର୍ତ୍ତ ବିଭାଗର ଏହି ବଡ଼ ଦୁର୍ନୀତିକୁ ଧରିବା ସହ ଠିକାଦାରଙ୍କୁ ଏଭଳି ଅନୁଚିତ ଅନୁଗ୍ରହ ସମ୍ପର୍କରେ ଜବାବ ମାଗିଛନ୍ତି ଏଜି। ଗତ ଜୁନ ୨ ତାରିଖରେ ସିଏଜି ପୂର୍ତ୍ତ ବିଭାଗକୁ ଦେଇଥିବା ଚିଠିରେ ଦର୍ଶାଇଛନ୍ତି, ୪୦୦ ମିଟର ଆପ୍ରୋଚ ରୋଡ ସହ ସଂପୂର୍ଣ୍ଣ ବ୍ରିଜ ନିର୍ମାଣ […]
ବ୍ରହ୍ମପୁର : ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା। ଟଙ୍କା ଫେରସ୍ତ ଦାବି ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜମାକାରୀ ଓ ଏଜେଣ୍ଟ। ଉଭୟ କମ୍ପାନୀ କର୍ତ୍ତୃପକ୍ଷ ଓ ଏଜେଣ୍ଟଙ୍କୁ ଡାକି ଆଲୋଚନା କରିଛନ୍ତି ଉପଜିଲ୍ଲାପାଳ। ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ କଥା ଶୁଣିଥିଲେ କମ୍ପାନୀ। କିଭଳି ଠିକ୍ ଭାବେ ଟଙ୍କା ଫେରାଇବ ସେନେଇ ମତାମତ ଦେଇଥିଲେ। ହେଲେ କମ୍ପାନୀର କର୍ମଚାରୀଙ୍କ ଟଙ୍କା ଦେବା ଫର୍ମୁଲା ଉପରେ ରାଜି ହୋଇ ନଥିଲେ ଏଜେଣ୍ଟ। ବିଭିନ୍ନ […]
ଖୋର୍ଦ୍ଧା /ଭୁବନେଶ୍ୱର : ରିମାଣ୍ଡରେ କିଙ୍ଗପିନ୍ ଶୁଭ୍ରାଂଶୁ ପରିଡା ଓରଫ୍ ଛୋଟା। ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର। ବେଆଇନ କାରବାର ଏବଂ କେଉଁ ପ୍ରଭାବଶାଳୀ ବ୍ୟକ୍ତି ଓ ଖାକି ବର୍ଦ୍ଦି ସହ ଛୋଟାର ରହିଛି ଲିଙ୍କ୍, ତାର ଖୋଲିବ ଗୁମର। ସୁରକ୍ଷା ପ୍ରଦାନ ପାଇଁ ଛୋଟା କାହାକୁ କେତେ ପ୍ରୋଟେକ୍ସନ ମନି ଦେଉଥିଲା, ସେ ବାବଦରେ ଏସଟିଏଫ୍ ଏସପି ଓ ତଦନ୍ତକାରୀ ଅଫିସର ଘେରିବେ ଛୋଟାକୁ। ଏହାସହ ରିମାଣ୍ଡରେ ଥିବା ୩ଜଣ ଆନ୍ତଃରାଜ୍ୟ ବ୍ରାଉନସୁଗାର ବ୍ୟବସାୟୀଙ୍କ […]