ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଆଉ ଏକ ଟ୍ୱିଷ୍ଟ। ବିଦ୍ରୋହୀ କଂଗ୍ରେସ ବିଧାୟକ ପୁଣି ଥରେ ଦଳକୁ ଫେରିବା ନେଇ ମିଳିଛି ଆଭାସ। ଆଜି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ଏମ୍ଟିବି ନାଗରାଜ୍ ଦଳକୁ ଫେରିବା ନେଇ ସୂଚନା ଦେଇଛନ୍ତି। ଏହା ପରେ କର୍ଣ୍ଣାଟକରେ ଲାଗି ରହିଥିବା ଅସ୍ଥିରତାରେ କିଛିଟା ସୁଧାର ଆସିବା ନେଇ ବାଟ ଫିଟିଛି । ଅପରପକ୍ଷେ ସବୁ ସମସ୍ୟାର ସମାଧାନ ହେବ ଏବଂ ତା’ ପରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ବରିଷ୍ଠ କଂଗ୍ରେସ […]
ନୂଆଦିଲ୍ଲୀ:କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କୁ କ୍ରିକେଟ ପ୍ରେମୀ ଭୁଲି ନ ଥିବେ ନିଶ୍ଚୟ । ବୀରେନ୍ଦ୍ରଙ୍କ ପତ୍ନୀ ଆରତୀ ସାଂଘାତିକ ଠକେଇର ଶିକାର ହୋଇଛନ୍ତି। ସମାଧାନ କରି ନ ପାରି ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିନା ଅନୁମତିରେ ସାଢେ ୪ କୋଟି ଟଙ୍କା ଲୋନ୍ କରାଯାଇଛି। ଏଥିପାଇଁ ତାଙ୍କର ଫଲ୍ସ ସିଗ୍ନେଚର ମଧ୍ୟ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆପଣ ଭାବୁଛନ୍ତି ନା, କିଏ ଠକିଛି ତାଙ୍କୁ ! ବୀରେନ୍ଦ୍ର କି ? ନା, […]
ମୁମ୍ୱାଇ: ଫିଲ୍ମ ‘ଜଜ୍ମେଣ୍ଟାଲ ହେ କ୍ୟା’ର ଗୀତ ରିଲିଜ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ସାମ୍ବାଦିକ ଜଷ୍ଟିନ ରାଓଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। ‘ଏଣ୍ଟରଟେନ୍ମେଣ୍ଟ୍ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ନାମକ ସଂସ୍ଥା ପକ୍ଷରୁ ଗତ ମଙ୍ଗଳବାର କଙ୍ଗନାଙ୍କୁ ବୟକଟ୍ କରାଯିବା ନେଇ ଘୋଷଣା କରାଯାଇଥିଲା। ଅପରପକ୍ଷେ କୌଣସି ଅସୁବିଧାରେ ପଡିଯିବା ଆଶଙ୍କାରେ ‘ଜଜ୍ମେଣ୍ଟାଲ୍ ହୈ କ୍ୟା’ର ପ୍ରଡ୍ୟୁସର ଏକତା କପୁର ପୂର୍ବରୁ କ୍ଷମା ମାଗି ସାରିଛନ୍ତି। […]
ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛନ୍ତି ଉଭୟ ରୋହିତ ଶର୍ମା ଓ ଡେଭିଡ୍ ୱାର୍ଣ୍ଣର। ଦୁହେଁ ସଚିନ୍ଙ୍କ ରେକର୍ଡରେ ଖୁବ୍ ନିକଟତର ହୋଇଥିଲେ ବି ଏହାକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି। ତେବେ ସଚିନ୍ଙ୍କ ଏହି ରେକର୍ଡ ଯେ ଅତୁଟ ରହିବ, ତାହା ଫାଇନାଲ୍ ମ୍ୟାଚ୍ ନ ଖେଳା ଯିବା ପର୍ଯ୍ୟନ୍ତ କୁହାଯାଇ ପାରିବ ନାହିଁ। କାରଣ ତାଙ୍କର ଏହି ରେକର୍ଡ ଭାଙ୍ଗିବାକୁ ଇଂଲଣ୍ଡର ଜୋ ରୁଟ୍ […]
ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ପାଖରୁ ହାରିବା ପରେ ଏବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଗ୍ରହଣ ସମ୍ଭାବନା ନେଇ ଅଟକଳବାଜି ଚାଲିଛି। ଖୁବଶୀଘ୍ର ସେ ଦିନିକିଆ କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏ ବାବଦରେ ଧୋନି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଏବଂ ଟିମ୍ ଇଣ୍ଡିଆର କ୍ୟାପଟେନ କୋହଲି ମଧ୍ୟ ଧୋନିଙ୍କ ଅବସର ନେବା ବିଷୟରେ ସେ କିଛି ଜାଣି ନାହାନ୍ତି ବୋଲି ସ୍ପଷ୍ଟ […]
ଭୁବନେଶ୍ୱର:ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ ଭନଙ୍କ ଭବିଷ୍ୟବାଣୀ ସତ ହୋଇଛି। ସେ କହିଥିଲେ, ଯିଏ ଭାରତକୁ ହରାଇବ ସେ ବିଶ୍ୱକପ୍ ଜିତିବ। ଏଥର ଫାଇନାଲ୍କୁ ଯାଇଥିବା ଉଭୟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଭାରତକୁ ହରାଇଛନ୍ତି। ଲିଗ୍ ମ୍ୟାଚ୍ରେ କେବଳ ଇଂଲଣ୍ଡ ହିଁ ଏକମାତ୍ର ଦଳ ଭାବେ ଭାରତକୁ ହରାଇବାରେ ସକ୍ଷମ ହୋଇଥିଲା। ସେହିପରି ସେମି ଫାଇନାଲ୍ରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିଥିଲା ଟିମ୍ ଇଣ୍ଡିଆ। ଏଣୁ ଭାରତକୁ ହରାଇଥିବା ଏହି ଦୁଇ ଟିମ୍ ମଧ୍ୟରୁ କିଏ ହାତେଇବ ବିଶ୍ୱକପ୍ ? […]
ନୂଆଦିଲ୍ଲୀ: ସୀମାନ୍ତରେ ଦୁଇ ଦେଶ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡ଼ିଲାଣି ଭାରତ। ହାତରେ ବନ୍ଧୁକ ଧରି ଖରା, ବର୍ଷା, ଶୀତରେ ଛିଡ଼ା ହୋଇଛନ୍ତି ଭାରତୀୟ ଯବାନ ପାକ୍ ସେନାର ମୁକାବିଲା କରିବା ପାଇଁ। ବନ୍ଧୁକ ହାତରେ ଧରିଲେ ବି ମାନବିକତା ଭୁଲିନାହାନ୍ତି ଭାରତୀୟ ସେନା । ସେଥିପାଇଁ ପ୍ରୋଟୋକଲ ଭାଙ୍ଗି ପାକିସ୍ତାନ ପ୍ରତି ବଢାଇଛନ୍ତି ସହାୟତାର ହାତ। ଭାରତ-ପାକ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଏକ ଗାଁର ୭ବର୍ଷର ଏହି ଶିଶୁ […]
ନୂଆଦିଲ୍ଲୀ: ଜାଣନ୍ତି, ଶରୀରରେ କିଡ୍ନୀର ସ୍ଥାନ କେଉଁଠି ? ହାର୍ଟରେ ! କେବେ ଶୁଣିଥିଲେ ? ଏକଥା ଆମେ କହୁନୁ, କହିଛନ୍ତି ନିଜେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଏଭଳି ଅଦ୍ଭୁତ କଥାଟି ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏକଥା ସତ। ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିବା ଟ୍ରମ୍ପଙ୍କ ପାଇଁ ନୂଆ ନୁହେଁ। ଅନେକ ସମୟରେ ଏପରି ଓଲଟାସିଧା କଥା ପାଇଁ ୟୁଜର୍ସ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥାନ୍ତି। ଏବେ ଏହି ଅଦ୍ଭୁତ […]
ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଆଇନଜୀବୀ ଇନ୍ଦିରା ଜୟସିଂହ ଏବଂ ଆନନ୍ଦ ଗ୍ରୋଭରଙ୍କ ଦିଲ୍ଲୀ ଏବଂ ମୁମ୍ୱାଇ ବାସଭବନରେ ଆଜି ସିବିଆଇ ରେଡ୍ କରିଛି। ଲୟର୍ସ କଲେକ୍ଟିଭ ନାମରେ ଏନଜିଓ ସଂସ୍ଥା ଖୋଲି ଏହି ଦୁଇ ଆଇନଜୀବୀ ବେଆଇନ ଭାବରେ ତାଙ୍କ ସଂସ୍ଥା ପାଇଁ ଟଙ୍କା ଆଣୁଥିବା ଅଭିଯୋଗରେ ସିବିଆଇ ଏହି ରେଡ୍ କରିଛି। ଲୟର୍ସ କଲେକ୍ଟିଭ୍ ଏନଜିଓ ସଂସ୍ଥା ସାମାଜିକ କାର୍ଯ୍ୟକ୍ରମ ପାଇଁ ପଞ୍ଜିକୃତ ହୋଇଥିଲା। ହେଲେ ଏହି ସଂସ୍ଥା ବିଦେଶରୁ ବେଆଇନ ଭାବରେ ଟଙ୍କା ଆଣୁଥିବା […]
ନୂଆଦିଲ୍ଲୀ: ଆପଣଙ୍କ ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ କେତେ ସୁରକ୍ଷିତ? ସାଇବର ସିକ୍ୟୁରିଟିର ଏକ ରିପୋର୍ଟ ଆସିବା ପରେ ଆଣ୍ଡ୍ରୋଏଡ ଫୋନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଦେଶରେ ପାଖାପାଖି ୧.୫ କୋଟି ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଜାଣତରେ ଭାଇରସ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ଚେକ୍ ପଏଣ୍ଟ ରିସର୍ଚ୍ଚ ସଂସ୍ଥା କହିଛି। ଏହି ଭାଇରସ ସାରା ବିଶ୍ୱରେ ୨.୫ କୋଟି ଡିଭାଇସକୁ ଆକ୍ରମଣ କରିଥିବା ବେଳେ ୧.୫ କୋଟି ମୋବାଇଲ ଡିଭାଇସ ଭାରତର ବୋଲି ଏହି […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଆଜି ସୁପ୍ରିମକୋର୍ଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ୧୮ ତାରିଖ ସୁଦ୍ଧା ମଧ୍ୟସ୍ଥି କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଏହାପରେ ୨୫ ଜୁଲାଇରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ୧୮ ତାରିଖରେ ଦାଖଲ ହେବାକୁ ଥିବା ମଧ୍ୟସ୍ଥି କମିଟିର ରିପୋର୍ଟ ଯଦି ସନ୍ତୋଷଜନକ ନ ହୁଏ, ତାହେଲେ ସୁପ୍ରିମକୋର୍ଟ ୨୫ ତାରିଖରୁ ମାମଲାର ଦୈନିକ ଶୁଣାଣି କରିବେ। ଆବେଦନକାରୀ ଦର୍ଶାଇଥିଲେ […]
ନୂଆଦିଲ୍ଲୀ:ବିଶ୍ୱକପ୍ କ୍ରିକେଟ୍ରୁ ଭାରତ ବିଦାୟ ନେଇଛି। ବୁଧବାର ନ୍ୟୁଜ୍ଲ୍ୟାଣ୍ଡ ପାଖରୁ ୧୮ ରନ୍ରେ ହାରିବା ପରେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ ହୋଇଯାଇଛି। ନ୍ୟୁଜଲ୍ୟାଣ୍ଡ ୨୩୯ ରନ୍ କରି ଜିତିଥିବାବେଳେ ଭାରତ ୪୯.୩ ଓଭରରେ ୨୨୧ ରନ୍ କରି ଅଲ୍ ଆଉଟ ହୋଇ ଯାଇଥିଲା। ଟିମ୍ ଇଣ୍ଡିଆର ଏହି ପରାଜୟ ଅବଶ୍ୟ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ହତାଶ କରିଛି। ତେବେ ସମସ୍ତେ ଭାରତୀୟ ଟିମ୍ର ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରିଛନ୍ତି। ଭାରତ-ନ୍ୟୁଜ୍ଲ୍ୟାଣ୍ଡକୁ ମ୍ୟାଚ୍କୁ ନେଇ ମଧ୍ୟ […]
ଭୁବନେଶ୍ୱର: ଆଇସିସି ବିଶ୍ୱକପ ଆରମ୍ଭରୁ ଭାରତ ଚାମ୍ପିୟନ ହେବାର ପ୍ରବଳ ଦାବିଦାର ଥିଲା। କିନ୍ତୁ ସେମିଫାଇନାଲ ମୁକାବିଲାରେ କିଛି ଭୁଲ ନିଷ୍ପତ୍ତି ଦଳକୁ ମହଙ୍ଗା ପଡିଛି ଓ କ୍ରିକେଟପ୍ରେମୀଙ୍କ ସ୍ୱପ୍ନକୁ ଧୂଳିସାତ୍ କରି ଦେଇଛି। କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଶେଷରେ ନ୍ୟୁଜିଲ୍ୟାଣ୍ଡ ପାଖରୁ ୧୮ ରନରେ ହାରି ଚଳିତ ବିଶ୍ୱକପ୍ ଅଭିଯାନ ଶେଷ କରିଛି। ଏବେ ଏହି ପରାଜୟର ପୋଷ୍ଟମର୍ଟମ କରି କାରଣ ଖୋଜା ଚାଲିଛି। ଟସ୍ ହାରିବା ପରେ ପ୍ରଥମ ଓଭରରେ ଭୁବନେଶ୍ୱର […]
ନୂଆଦିଲ୍ଲୀ: କଳା ଟଙ୍କା ଉପରେ ମୋଦି ସରକାର ନେଇଥିବା ପଦକ୍ଷେପ ଏବେ ଆହୁରି ପ୍ରଭାବୀ ହୋଇଛି। ସ୍ୱିଜରଲ୍ୟାଣ୍ଡର ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ବାବଦରେ ସ୍ୱିଜରଲ୍ୟାଣ୍ଡ ସରକାର ଭାରତ ସରକାରଙ୍କୁ ସମସ୍ତ ସୂଚନା ଦେବେ। ସେପ୍ଟେମ୍ୱର ସୁଦ୍ଧା ସମସ୍ତ ତଥ୍ୟ ଦେବେ ଏବଂ ଏଥିପାଇଁ ସ୍ୱିଜରଲ୍ୟାଣ୍ଡ ସଂସଦରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ପରେ ଦେଶର ଫରେନ୍ ଟ୍ୟାକ୍ସେସନ ଆଣ୍ଡ ଟ୍ୟାକ୍ସ ରିସର୍ଚ୍ଚ ଅଧିକାରୀ କହିଛନ୍ତି ସରକାର ଏଥିପାଇଁ ସମସ୍ତ […]
ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଆସିଆ ଅନ୍ଦ୍ରାବୀଙ୍କ ଶ୍ରୀନଗର ଘର ଏନଆଇଏ ଆଜି ସିଲ୍ କରିଛି। ତାଙ୍କ ଘରେ ବେଆଇନ କାମ ଚାଲିଥିବା ଦର୍ଶାଇ ଏନଆଇଏ ଆଜି ରେଡ୍ କରିଥିଲା। ଏହାପରେ ସଂପୃକ୍ତ ଘରକୁ ସିଲ୍ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ଦର୍ଶାଇ ଏହି ଘରକୁ ସିଲ୍ କରାଯାଇଛି ବୋଲି ଏନଆଇଏ କହିଛି। ବିଦେଶରୁ ଆସୁଥିବା ଟଙ୍କାରେ ଅନ୍ଦ୍ରାବୀ ନିଜ ପାରିବାରିକ ଖର୍ଚ୍ଚ କରୁଥିବା ବେଳେ ବିଛିନ୍ନତାବାଦୀ ଆନ୍ଦୋଳନ ପାଇଁ ପଇସା ଲଗାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ମାସରେ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ବିଧାୟକ ଇସ୍ତଫା ଦେବା ପରେ ଆରମ୍ଭ ହୋଇଛି ରାଜନୀତିକ ନାଟକ। କର୍ଣ୍ଣାଟକ ବିଜେପିର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁରପ୍ପା ଆଜି ବିଧାନସଭା ବାହାରେ ଦଳୀୟ ବିଧାୟକଙ୍କ ସହ ଧାରଣା ଦେଇଛନ୍ତି। ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ପାଇଁ କଂଗ୍ରେସ ଓ ଜେଡିଏସ ବିଜେପିକୁ ଦାୟୀ କରୁଥିବା ବେଳେ ବିଜେପି ମଧ୍ୟ ମେଣ୍ଟ ସରକାରରେ ଗୋଷ୍ଠୀ କନ୍ଦଳ ଥିବା କଥା କହି ନିଜ ଉପରୁ ଦୋଷ ହଟାଉଛି। […]
ଭୁବନେଶ୍ୱର: ଓଡ଼ିଆ ଧାବିକା ତଥା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଫଟୋ ମହିଳା କୈନ୍ଦ୍ରିକ ଇଂରାଜୀ ପତ୍ରିକା ‘କସ୍ମୋପଲିଟାନ୍’ର ଜୁଲାଇ ମାସ ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛି। କସ୍ମୋଇଣ୍ଡିଆ ପକ୍ଷରୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଦୂତୀଙ୍କ ଫଟୋ ଥିବା ପ୍ରଚ୍ଛଦ ପୃଷ୍ଠାକୁ ପୋଷ୍ଟ୍ କରାଯାଇଛି। ସଦ୍ୟ ସଂସ୍କରଣର କଭର୍ ପେଜ୍ ପୋଷ୍ଟ୍ କରି ‘କସ୍ମୋଇଣ୍ଡିଆ’ ପକ୍ଷରୁ କୁହାଯାଇଛି ଯେ, ନିକଟରେ ଦୂତୀ ଚାନ୍ଦ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ଖୋଲାଖୋଲି ତାଙ୍କ ସମଲିଙ୍ଗୀ ସଂପର୍କ ବିଷୟରେ ପ୍ରକାଶ କରିଥିଲେ। […]
ନ୍ୟୁୟର୍କ: ଲାଲ ଲାଲ୍ ଟମାଟର। ଯାହାର ଛୁଆଁରେ ବଦଳି ଯାଏ ତରକାରୀର ସ୍ୱାଦ। ସାଲାଡ୍ରେ ପକାଇଲେ ସ୍ୱାଦ ସହ ତା’ର ସୌନ୍ଦର୍ଯ୍ୟ ବି ବଢିଯାଏ। ଫାଷ୍ଟଫୁଡ ହେଉ ବା ଦେଶୀ…ବିନା ଟମାଟରରେ ରାନ୍ଧିବାକୁ କହିଲେ ଚିନ୍ତା କରିବାକୁ ପଡ଼ିବ ନିଶ୍ଚୟ। ମୋଟାମୋଟି କହିବାକୁ ଗଲେ, ଟମାଟର କେବଳ ଖାଦ୍ୟର ସ୍ୱାଦକୁ ବଢାଏନି ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ। ହେଲେ ଏକଥା ଜାଣନ୍ତି, ଏକଦା ଟମାଟରକୁ ଲୋକେ ଘୃଣା କରୁଥିଲେ ଆଉ ଭୟ ବି । ଏପରିକି […]
ନୂଆଦିଲ୍ଲୀ: ଆଜି ହେଉଛି ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ। ୧୯୪୯ ମସିହାରେ ଆଜିର ଦିନରେ ସେ ମୁମ୍ବାଇ (ତତ୍କାଳୀନ ବମ୍ବେ)ରେ ଜନ୍ମ ଗ୍ରହଣ କରିଥିଲେ। ‘ସନ୍ନି’ ଓ ‘ଲିଟିଲ୍ ମାଷ୍ଟର’ ନାଁରେ ଜଣାଶୁଣା ଏହି ମହାନ ଖେଳାଳିଙ୍କ ପୂରା ନାଁ- ସୁନୀଲ ମନୋହର ଗାଭାସ୍କର। ତାଙ୍କୁ କ୍ରିକେଟର ‘ନେପୋଲିଅନ’ ବୋଲି ବି କୁହାଯାଉଥିଲା। ଯେତେବେଳେ କ୍ରିକେଟ୍ରେ ହେଲ୍ମେଟ୍ର ବ୍ୟବସ୍ଥା ନଥିଲା, ସେତେବେଳେ ଦୁର୍ଦ୍ଧର୍ଷ ଫାଷ୍ଟ୍ ବୋଲରମାନଙ୍କୁ କେମିତି ଖେଳିବାକୁ ହେବ, ତା’ର କୌଶଳ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନଙ୍କୁ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ବାଚିସ୍ପତି କେ. ଆର. ରମେଶ ସ୍ପଷ୍ଟ ସୂଚନା ଦେଇ କହିଛନ୍ତି ଯେ, ବିଧାୟକଙ୍କ ଇସ୍ତଫା ସଂପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ବିଧାୟକଙ୍କ ଉପସ୍ଥିତି ଆବଶ୍ୟକ । ବିଦ୍ରୋହୀ ବିଧାୟକମାନେ ତାଙ୍କ ଆଗରେ ଉପସ୍ଥିତ ରହି ନିଜର ଇସ୍ତଫା ସଂପର୍କରେ ସ୍ପଷ୍ଟ କରିବେ। ସେମାନେ ନିଜ ଇଛାରେ ଇସ୍ତଫା ଦେଉଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ବିଷୟରେ ଜାଣିବା ଲାଗି ତାଙ୍କର ଆଇନଗତ […]
୧୮୯୩ର ରଥ ଯାତ୍ରା ବେଶ୍ ଗୁରୁତ୍ୱପୂର୍ଣ୍ଣ ରଥଯାତ୍ରା ଥିଲା। କାରଣ ଏବର୍ଷ ନବକଳେବର ପର୍ବ ହେତୁ ବିଶେଷ ଯାତ୍ରୀଙ୍କ ସମାଗମ ହୋଇଥିଲା। ପୂର୍ବ ବର୍ଷମାନଙ୍କରେ ୧୦ରୁ ୧୫ ହଜାର ବା ଅତିବେଶୀରେ ୨୦ ହଜାର ଯାତ୍ରୀଙ୍କ ସମାଗମ ହେଲେ ଯଥେଷ୍ଟ ହେଉଥିଲା। କିନ୍ତୁ ସେ ବର୍ଷ ତାହା ୨ଲକ୍ଷକୁ ଟପି ଯାଇଥିଲା। ଯାତ୍ରୀଙ୍କ ସାଙ୍ଗକୁ ରଥକାର୍ଯ୍ୟର ପରିଚାଳନା କରିବା ପୁଲିସ୍ ଓ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଏହି କ୍ରମରେ ସବୁ ନିୟମ କାନୁନ୍କୁ ମାନିବା […]
ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନ୍ୟୁଜିଲ୍ୟାଣ୍ଡକୁ ମହଙ୍ଗା ପଡ଼ିଛି। ତେବେ ଟସ୍ ହାରିବା ଭାରତ ପାଇଁ ଶୁଭଙ୍କର ହୋଇଛି। ମୁଖ୍ୟ ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମ୍ରା ନିଜର ଦ୍ୱିତୀୟ ଓଭରରେ ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ଆଉଟ୍ ଅଫ୍ ଫର୍ମ ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ ପୁଣିଥରେ ନିରାଶ କରିଛନ୍ତି। ସେ ମାତ୍ର ୧ ରନ୍ କରି ସ୍ଲିପରେ […]
ବେଙ୍ଗାଲୁରୁ: ସମୟ ଗଡ଼ିବା ସହିତ ବିଗୁଡୁଛି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ ମେଣ୍ଟର ସ୍ଥିତି। ଇସ୍ତଫା ଦେଇଥିବା ୧୨ କଂଗ୍ରେସ ବିଧାୟକଙ୍କୁ ନେଇ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକକୁ ଅସନ୍ତୁଷ୍ଟ ୧୨ ବିଧାୟକ ଆସିନଥିଲେ। ଏହି ୧୨ ଜଣଙ୍କ ମଧ୍ୟରୁ ତିନି ଜଣ ଅସୁସ୍ଥତା ପାଇଁ ଆସି ପାରିନଥିବା ଦର୍ଶାଇଛନ୍ତି। ତେବେ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ଉପରେ ଆଜି ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ବାଚସ୍ପତି ରମେଶ କୁମାର […]
ମ୍ୟାଞ୍ଚେଷ୍ଟର୍ : ଆଜି ଚଳିତ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ। ଓଲ୍ଡ ଟ୍ରାଫର୍ଡରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲ୍ୟାଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ଉଭୟ ଦଳରେ ଗୋଟିଏ ଲେଖାଏ ପରିବର୍ତନ କରାଯାଇଛି। ନ୍ୟୁଜିଲ୍ୟାଣ୍ଡ୍ ଟିମରେ ଟିମ୍ ସାଉଦିଙ୍କ ସ୍ଥାନରେ ଲକି ଫର୍ଗୁସନ୍ ଏବଂ ଭାରତୀୟ ଦଳରେ କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ କ୍ୟାପଟେନ୍ ବିରାଟ୍ କୋହଲି […]
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଶବାନା ଆଜ୍ମୀଙ୍କୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା। କାରଣ ଭିନ୍ନ ଢ଼ଙ୍ଗରେ ସେ ନିଜର ରାୟ ରଖିଥାନ୍ତି। ଅନେକ ସମୟରେ ସାମାଜିକ ଘଟଣାବଳୀ ତଥା ସାଂପ୍ରତିକ ସମସ୍ୟାକୁ ନେଇ ମଧ୍ୟ ଟ୍ୱିଟ୍ କରିଥାନ୍ତି ଯାହା ତାଙ୍କୁ ସୋଶାଲ ମିଡିଆରେ ଚର୍ଚ୍ଚିତ କରାଇଥାଏ। ନିକଟରେ ଶବାନା ସୋଶାଲ ମିଡିଆରେ ଏକ ଟ୍ୱିଟ୍ କରିଛନ୍ତି ଯାହା ପ୍ରକୃତରେ ଏକ ଚର୍ଚ୍ଚାର ଯୋଗ୍ୟ। ସେ ଜଣାଇଛନ୍ତି ଯେ, ତାଙ୍କ ପିତା କୈଫି ଆଜମୀ କାହିଁକି ପଦ୍ମଶ୍ରୀ […]