ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ନାଇଡୁଙ୍କ ଅମଳରେ ହୋଇଥିବା ‘ପ୍ରଜା ବେଦିକା’ ଘର ଭାଙ୍ଗିବା ପରେ ଏବେ ତାଙ୍କ ଅମରାବତୀସ୍ଥିତ ଘରକୁ ବେଆଇନ ଦର୍ଶାଇଛି ଜଗନ ରେଡ୍ଡୀ ନେତୃତ୍ୱାଧୀନ ସରକାର। ଏ ନେଇ ତୁରନ୍ତ ଘର ଖାଲି କରିବାକୁ ଆନ୍ଧ୍ରପ୍ରଦେଶ ସରକାର ତାଙ୍କୁ ନୋଟିସ୍ ପଠାଇଛନ୍ତି। Andhra Pradesh Capital Region Development Authority has served notice to Former CM, N Chandrababu Naidu to vacate […]
ନୂଆଦିଲ୍ଲୀ: ବଜାରରେ ପ୍ରଚଳିତ ସବୁ ପ୍ରକାର ଖୁଚୁରା ମୁଦ୍ରା ପୂର୍ବପରି ଚାଲୁ ରହିବ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଭିନ୍ନ ଆକୃତିର ୫୦ପଇସା, ଏକ ଟଙ୍କା, ଦୁଇ ଟଙ୍କା, ପାଞ୍ଚ ଟଙ୍କା ଓ ଦଶ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହୋଇଥିବା ଖବରରେ କୌଣସି ସତ୍ୟତା ନାହିଁ। ତେଣୁ ଲୋକମାନେ ପୂର୍ବପରି ମୁଦ୍ରାର ବ୍ୟବହାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଖୁଚୁରା ମୁଦ୍ରା ଗ୍ରହଣ କରିବା ପାଇଁ ଦୋକାନୀ, […]
ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ହାଇଦ୍ରାବାଦର ଏକ ହସ୍ପିଟାଲ୍ରେ ସେ ଚିକିତ୍ସାଧୀନ ଅବସ୍ଥାରେ ସବୁ ଦିନ ପାଇଁ ଆଖିବୁଜି ଦେଇଥିବା ତାଙ୍କ ପୁଅ ତଥା ଅଭିନେତା ନରେଶ ସୂଚନା ଦେଇଛନ୍ତି। ମୃତ୍ୟୁର କାରଣ ସମ୍ପର୍କରେ ସେ ସ୍ପଷ୍ଟ ସୂଚନା ଦେଇ ନଥିଲେ ହେଁ ଅସୁସ୍ଥତା ଯୋଗୁ ସେ ପ୍ରାଣ ହରାଇଥିବା କହିଛନ୍ତି। ବିଜୟା ନିର୍ମଳା ୨୦୦ରୁ […]
ସିଉଡାଡ୍ ଭିକ୍ଟୋରିଆ: ମୁହଁ ମାଡ଼ି ଏକ ନଦୀରେ ବୁଡ଼ି ରହିଥିବା ଏହି ବାପ ଝିଅଙ୍କ ଫଟୋ ଏବେ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏହି ଫଟୋରେ କୁନି ଝିଅଟିର ମୁହଁ ବାପାଙ୍କ ଟିଶାର୍ଟ ଭିତରେ ଫସିରହିଛି। ଏତେ ଛୋଟ ଝିଅକୁ ନେଇ ଏହି ଯୁବକ ପହଁରି ପହଁରି କେଉଁ ଆଡ଼କୁ ଯାଉଥିଲେ ପ୍ରଶ୍ନର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ସେମାନେ ରିଓ ଗ୍ରେନେଡ୍ ନଦୀ ପାର ହୋଇ ମେକ୍ସିକୋରୁ ଆମେରିକା ଯାଉଥିଲେ। ଆଉ ଏହି […]
ଶ୍ରୀନଗର: କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଅମିତ ଶାହ। ଏହି ଗସ୍ତର ଦ୍ୱିତୀୟ ଦିନରେ ଆଜି ଆତଙ୍କବାଦୀ ହମ୍ଲାରେ ସହିଦ ଇନ୍ସପେକ୍ଟର ଅଶ୍ରଦ ଖାନ୍ଙ୍କ ୫ ବର୍ଷୀୟ ପୁଅ ଓ ପରିବାର ଲୋକଙ୍କୁ ଶ୍ରୀ ଶାହ ସାକ୍ଷାତ କରିଛନ୍ତି। ଶ୍ରୀ ଶାହ ସହିଦ ଅଶ୍ରଦଙ୍କ ପୁଅ ଉବାନ ଖାନ୍ଙ୍କୁ ଯେତେବେଳେ ଭେଟିଥିଲେ ବେଶ ଭାବପ୍ରବଣ ହୋଇଯାଇଥିଲେ। ପରିବାର ଲୋକଙ୍କୁ ସାକ୍ଷାତ କରିବା ପରେ […]
ଲଣ୍ଡନ: ବିଶ୍ୱକପ୍ କ୍ରିକେଟରେ ଆଜି ମାଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜ୍ ସହ ଭାରତର ମୁକାବିଲା ହେବ। ଭାରତ ଏହି ବିଶ୍ୱକପରେ ଅପରାଜେୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ଆହତ ଯୋଗୁଁ ପୂର୍ବ ମ୍ୟାଚରେ ବାଦ ପଡିଥିବା ଭାରତୀୟ ବୋଲର ଭୁବନେଶ୍ୱର କୁମାର ଫିଟ୍ ହୋଇ ନେଟ୍ରେ ଅଭ୍ୟାସ କରିଛନ୍ତି। କିନ୍ତୁ ଭୁବନେଶ୍ୱର କୁମାର ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ ବୋଲି ବୋଲିଂ କୋଚ ଭାରତ ଅରୁଣ କହିଛନ୍ତି। ସେପଟେ ପୂର୍ବ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବାପାଇଁ ଆଜି ସକାଳେ ଜାପାନର ଓସାକାରେ ପହଞ୍ଚିଛନ୍ତି। ଓସାକା ବିମାନବନ୍ଦରରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେଠାରେ ଉପସ୍ଥିତ ଭାରତୀୟମାନେ ଉତ୍ସାହିତ ହୋଇ ମୋଦି ମୋଦି ନାରା ଦେଇଥିଲେ। ଏହାସହ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ’ କହି ସ୍ୱାଗତ କରିଥିଲେ। ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜି-20 ରାଷ୍ଟ୍ରମୁଖ୍ୟ ମାନଙ୍କ ସହ ମୋଦି ଆଲୋଚନା […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ପ୍ରସଙ୍ଗରେ ପୁଣି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାହୁଲ ଗାନ୍ଧି ତାଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ବଦଳାଇବା ପାଇଁ ଆଜି ଦଳର ନବନିର୍ବାଚିତ ୫୦ ଜଣ ଯାକ ସାଂସଦ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ରାହୁଲ ଗାନ୍ଧି ରୋକଠୋକ ଏହାକୁ ମନା କରିଦେଇଥିଲେ। ସେ ପୂର୍ବ ପରି ଇସ୍ତଫା ଦେବା ଜିଦ୍ରେ ଅଟଳ ରହିଥିବା ଜଣାପଡ଼ିଛି। ଆଜି କଂଗ୍ରେସ ପକ୍ଷରୁ ସଂସଦୀୟ ଦଳ ବୈଠକ ବସିଥିଲା। […]
ନୂଆଦିଲ୍ଲୀ: ୧୯୮୪ ମସିହା ପଞ୍ଜାବ କ୍ୟାଡରର ଆଇପିଏସ ଅଧିକାରୀ ସାମନ୍ତ ଗୋଏଲ ହେଲେ ଗୁଇନ୍ଦା ସଂସ୍ଥା ‘ର’ର ମୁଖ୍ୟ। ଫେବୃଆରୀ ୨୬ରେ ହୋଇଥିବା ବାଲାକୋଟ ଏୟାରଷ୍ଟ୍ରାଇକକୁ ସଫଳ କରିବାରେ ପ୍ରମୁଖ ନେତୃତ୍ୱ ନେଇଥିଲେ ସାମନ୍ତ ଗୋଏଲ। ଏବେ ତାଙ୍କୁ ଉପହାର ସ୍ୱରୂପ କେନ୍ଦ୍ର ସରକାର ‘ର’ର ମୁଖ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅନୀଲ କୁମାର ‘ର’ରୁ ଅବସର ଗ୍ରହଣ କରିବା ପରେ ସାମନ୍ତ ପଦ ଭାର ସମ୍ଭାଳିବେ। ୧୩ ଜୁନ ୧୯୬୦ରେ ସାମନ୍ତ ଗୋଏଲ ଜନ୍ମଗ୍ରହଣ […]
ନୂଆଦିଲ୍ଲୀ: ନିକଟରେ ଭାରତୀୟ ମହିଳା ଟିମ୍ ହକି ଏଫଆଇଏଚ ସିରିଜ୍ ବିଜୟୀ ହୋଇଛି। ସୋଶାଲ୍ ମିଡିଆରେ ଦଳ ଏବେ ଯେତିକି ଚର୍ଚ୍ଚାରେ ନାହିଁ, ତାଠୁ ଅଧିକ ଚର୍ଚ୍ଚାରେ ଦଳର ଏହି ମେଘାଳୟ ଖେଳାଳି ଲାଲରେମସିୟାମି। ମ୍ୟାଚ ବେଳେ ନେଇଥିବା ନିଜ ନିଷ୍ପତ୍ତି ପାଇଁ ଏବେ ସୋଶାଲ ମିଡିଆରେ ସାବାସି ସାଉଁଟିଛନ୍ତି ଲାଲରେମସିୟାମି। ସୂଚନାଯୋଗ୍ୟ, ଭାରତ ଏଫଆଇଏଚ ହକି ସିରିଜ୍ ଖେଳୁଥିବା ବେଳେ ଲାଲରେମସିୟାମିଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ହେଲେ ସେହି ସମୟରେ ଭାରତ ଭଲ ପ୍ରଦର୍ଶନ କରୁଥିଲା। […]
ଅମୃତସର: ମହାରାଜ ରଣଜିତ ସିଂହଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ପାକିସ୍ତାନ ଯିବାକୁ ଚାହୁଁଥିବା ୫୮ ଜଣ ଭାରତୀୟ ଶିଖ୍ ସଂପ୍ରଦାୟର ଲୋକଙ୍କୁ ପାକିସ୍ତାନ ସରକାର ଭିସା ଦେବାକୁ ମନା କରିଦେଇଛନ୍ତି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ୨୮୨ ଜଣଙ୍କ ପାଇଁ ଭିସା ଆବେଦନ କରାଯାଇଥିଲା। ହେଲେ ପାକିସ୍ତାନ ସରକାର କେବଳ ୨୨୪ ଜଣଙ୍କ ଭିସା ଆବେଦନକୁ ମଞ୍ଜୁରୀ ଦେଇଛନ୍ତି। ତେବେ କ’ଣ ପାଇଁ ୫୮ ଜଣଙ୍କ ଭିସା ଆବେଦନକୁ ରଦ୍ଦ କରାଗଲା, ସେ […]
ମିଳିତ ଜାତିସଂଘ: କୂଟନୀତିକ ସମ୍ପର୍କ ସୁଦୃଢ଼ କରିବା ପାଇଁ ମୋଦି ସରକାର ଯେଉଁ ଉଦ୍ୟମ କରିଥିଲେ, ଶେଷରେ ଏହାକୁ ସଫଳତା ମିଳିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଆସନ୍ତା ୨ ବର୍ଷ ପାଇଁ ସଦସ୍ୟ ଭାବେ ମାନ୍ୟତା ମିଳିଛି। ମିଳିତ ଜାତିସଂଘରେ ଥିବା ୫୫ଟି ଏସିଆ ପ୍ୟାସିଫିକ୍ ରାଷ୍ଟ୍ରଗୁଡ଼ିକ ଭାରତକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଏକ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ସମର୍ଥନ କରିଛନ୍ତି। ଏପରି କି ଚାଇନା ଓ ପାକିସ୍ତାନ ମଧ୍ୟ ଏ […]
ନୂଆଦିଲ୍ଲୀ: ଲୋକସଭାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦେଇଥିବା ଅଭିଭାଷଣରେ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ବିରୋଧୀ ଦଳ ବିଭିନ୍ନ ସମାଲୋଚନା କରିଥିଲେ। ଏ ପ୍ରସଙ୍ଗରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏକ ଭିନ୍ନ ପ୍ରକାର ପ୍ରସ୍ତାବ ରଖିଛନ୍ତି। ବାଲାକୋଟ୍ ଏୟାର୍ଷ୍ଟ୍ରାଇକ୍ରେ ପାକିସ୍ତାନ ବିମାନକୁ ଆକ୍ରମଣ କରି ଭାରତ ଫେରିଥିବା ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ସାଂସଦ ଅଧୀର ରଞ୍ଜନ ପ୍ରଶଂସା କରିଥିଲେ। ଏଥିସହ ଅଭିନନ୍ଦନଙ୍କ ନିଶକୁ ‘ରାଷ୍ଟ୍ରୀୟ ନିଶ’ ଭାବେ ଘୋଷଣା କରିବାକୁ […]
ଭୋପାଲ୍: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଜଣେ ୧୨ ବର୍ଷୀୟ ଝିଅ ମଜାରେ ଏକ ଭୀତିପ୍ରଦ ବା ହରର୍ ଟିଭି ଶୋ’ର ନକଲ କରୁଥିବା ବେଳେ ଜୀବନ ହରାଇଛି। ଝିଅଟି ଗୋଟିଏ ଷ୍ଟୁଲ୍ ଉପରେ ଠିଆ ହୋଇ ନିଜ ବେକରେ ଦଉଡ଼ି ଲଗାଇ ଶୋ’ରେ ଚାଲିଥିବା ଆତ୍ମହତ୍ୟାର ନକଲ କରୁଥିଲା। ହେଲେ ସତକୁ ସତ ସେ ଫାଶୀରେ ଝୁଲି ଯାଇଥିଲା। ଝିଅଟି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଗୋଟିଏ ହରର୍ ଟିଭି […]
ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପର ୩୨ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ (୧୦୦)ଙ୍କ ଶତକ ଓ ଡେଭିଡ୍ ୱାର୍ଣ୍ଣର (୫୩)ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ବିଜୟଧାରାକୁ ଫେରିବାକୁ ହେଲେ ଇଂଲଣ୍ଡକୁ ନିର୍ଦ୍ଧାରିତ ଓଭରରେ ୨୮୬ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆର ଦୁଇ […]
ନୂଆଦିଲ୍ଲୀ:ଆଜକୁ ଠିକ୍ ୪୪ ବର୍ଷ ତଳର କଥା। ଭାରତ ଇତିହାସର ଏ ଥିଲା ଏକ କଳା ସମୟ । ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଜ୍ୟ ଭାରତରେ ଗଣତନ୍ତ୍ରର ହତ୍ୟା ! ଦେଶରେ ଜାରି କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି। ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଛଡ଼ାଇ ନିଆ ଯାଇଥିଲା। ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା। ୧୯୭୫ ଜୁନ ୨୫ରେ ଜରୁରୀକାଳୀନ ସ୍ଥିତି ଘୋଷଣା କଲେ ବରିଷ୍ଠ ଗଂଗ୍ରେସ ନେତ୍ରୀ ତଥା ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି। ତା ପରେ ସମ୍ବିଧାନରେ ସାଧାରଣ […]
ମୁମ୍ୱାଇ: କପୁର ଖାନଦାନର ଲଳନା କରିସ୍ମା କପୁର ବଲିଉଡରେ ଏବେ ସକ୍ରିୟ ନାହାନ୍ତି ସତ କିନ୍ତୁ ବଲିଉଡରେ ସେ ନିଜର ଏକ ସ୍ୱତନ୍ତ୍ର ଜାଗା ହାସଲ କରିବାରେ ସକ୍ଷମ ହୋଇ ପାରିଥିଲେ। ସେ କପୁର ଖାନଦାନର ପ୍ରଥମ ଝିଅ ଥିଲେ, ଯେ କି ବଲିଉଡରେ ପାଦ ଥାପିଥିଲେ। ୯୦ ଦଶକରେ ନିଜ କ୍ୟାରିଅର ଟପ୍ରେ ଥିବା ଏହି ହାଇଏଷ୍ଟ ପେଡ ଅଭିନେତ୍ରୀଙ୍କର ଆଜି ଜନ୍ମ ଦିନ । ଏହି ଅବସରରେ ଆସନ୍ତୁ ଜାଣିବା, ତାଙ୍କ ଜୀବନୀ ସହ […]
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ତଥା ଫେରାର ବ୍ୟବସାୟୀ ମେହୁଲ ଚୋକସିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଭାରତରୁ ଫେରାର ହେବା ପରେ ଚୋକସିଙ୍କ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲେ। ଏପରି କି ତାଙ୍କୁ ସେଠାରେ ଆଣ୍ଟିଗୁଆ ନାଗରିକତ୍ୱ ମଧ୍ୟ ମିଳିଥିଲା। ହେଲେ ଏବେ ଆଣ୍ଟିଗୁଆ ସରକାର ଚୋକସିଙ୍କ ନାଗରିକତ୍ୱକୁ ଖୁବ୍ଶୀଘ୍ର ରଦ୍ଦ କରିବାକୁ ଯାଉଛନ୍ତି। ଯଦି ତାଙ୍କ ନାଗରିକତ୍ୱ ରଦ୍ଦ ହୋଇଯାଏ, ତା’ହେଲେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ଚୋକିସଙ୍କୁ ଆଉ କେହି ବି ଅଟକାଇ […]
ମୁମ୍ବାଇ: ମୀରା ରୋଡ୍ ଅଞ୍ଚଳରେ ଥିବା ଏକ ଘରୁ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘର ମଧ୍ୟରେ ଥିବା ଏକ ଲ୍ୟାପଟପ୍ରୁ ସୁଇସାଇଡ୍ ନୋଟ୍ ଜବତ ହୋଇଛି। ଏଥିରେ ପୁଅ ଜଣଙ୍କ ପ୍ରଥମେ ତା’ ମା’କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି। ମୃତକ ଦ୍ୱୟ ହେଲେ ବୈକଟେଶ୍ୱରନ ଗୋପାଲ ଆୟର(୪୨) ଓ ମୀନାକ୍ଷୀ ଆୟର(୭୫)। ମୃତଦେହ ଗୁଡ଼ିକ ଦୁର୍ଗନ୍ଧ ହେବାରୁ ପଡ଼ୋଶୀ ଲୋକମାନେ ହିଁ ଗତକାଲି ରାତିରେ ପୁଲିସ୍କୁ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ନିଶ ରଖିବା ଶୈଳୀକୁ ‘ଜାତୀୟ ନିଶ’ ଘୋଷଣା କରିବାକୁ ଆଜି କଂଗ୍ରେସ ଲୋକସଭାରେ ପ୍ରସ୍ତାବ ଦେଇଛି। କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ସରକାରଙ୍କ ନିକଟରେ ଏଭଳି ପ୍ରସ୍ତାବ ରଖିଛନ୍ତି। ଏଥିସହ ସେ ଅଭିନନ୍ଦନଙ୍କୁ ସରକାର ବୀର ସମ୍ମାନରେ ସମ୍ମାନିତ କରନ୍ତୁ ବୋଲି ମଧ୍ୟ କହିଛନ୍ତି। ଲୋକସଭାରେ ନିଜର ମତ ରଖି ଶ୍ରୀ ଚୌଧୁରୀ କହିଛନ୍ତି, “ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଦେଶ […]