ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା ଆଜି ଅପରାହ୍ନ ୧ଟା ୩୦ ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ମେଣ୍ଟ ସରକାରର ନେତା ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କହିଥିଲେ। ତେବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ତାଙ୍କ ସରକାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କର୍ଣ୍ଣାଟକ କଂଗ୍ରେସ ସାଂସଦ ନାସିର ହୁସେନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସରକାରରେ ରାଜ୍ୟପାଳ ହସ୍ତକ୍ଷେପ କରି ପାରିବେ ନାହିଁ। ରାଜ୍ୟପାଳ ଏକ ଦଳର ଏଜେଣ୍ଟ ଭାବରେ କାମ କରୁଛନ୍ତି। ସୂଚନାଯୋଗ୍ୟ, ଗତକାଲି […]
ମୁମ୍ବାଇ: ଏକ ସଡ଼କ ଦୁର୍ଘଟଣାରେ ଛୋଟ ପରଦାର ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା। ଗୁରୁବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଥିଲା। ଛତିଶଗଡ଼ର ରାୟପୁରର ବାହାରି ଅଞ୍ଚଳରେ ଶିବଲେଖଙ୍କ କାର୍ ଓ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଶିବଲେଖଙ୍କ ସହିତ ତାଙ୍କ ବାପାମା’ ଓ ଅନ୍ୟ ଜଣେ ବ୍ୟକ୍ତି ଥିଲେ। ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା […]
ବେଙ୍ଗାଲୁରୁ: ସୁପ୍ରିମକୋର୍ଟରେ କର୍ଣ୍ଣାଟକ ରାଜନୈତିକ ସଙ୍କଟ ମାମଲା ଏବଂ କର୍ଣ୍ଣାଟକ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି। ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ଗୁରୁବାର କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା ହେବ। କ୍ଷମତାସୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଦେବ ଫ୍ଲୋର୍ ଟେଷ୍ଟ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ସଂଖ୍ୟା […]
ବେଙ୍ଗାଲୁରୁ: ଦେଶ ଛାଡି ଫେରାର ହେବାକୁ ପ୍ରସ୍ତୁତ ହେଉଥିବା ସସପେଣ୍ଡ କଂଗ୍ରେସ ବିଧାୟକ ରୋଶନ ବେଗଙ୍କୁ କର୍ଣ୍ଣାଟକ ଏସଆଇଟି ଅଟକ ରଖିଛି। ବେଙ୍ଗାଲୁରୁର ଆନ୍ତର୍ଜାତିକ ବିମାନ ବନ୍ଦରରୁ ପଳାୟନ କରିବାକୁ ଉଦ୍ୟମ କରୁଥିବା ବେଳେ ଏସଆଇଟି ପକ୍ଷରୁ ରୋଶନଙ୍କୁ ଅଟକ ରଖାଯାଇଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ସୂଚନା ଦେଇଛନ୍ତି। ଆଏମଏ ଚିଟଫଣ୍ଡ ଠକେଇ ଘଟଣାରେ ରୋଶନଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଗତକାଲି ତାଙ୍କୁ ହାଜର ହେବା ପାଇଁ ନୋଟିସ ଜାରି ହୋଇଥିଲେ ମଧ୍ୟ […]
ଲଣ୍ଡନ: ପ୍ରଥମଥର ବିଶ୍ୱ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ଇଂଲଣ୍ଡ ଟିମର ମନୋବଳ ଏବେ ବେଶ ଉପରେ ଅଛି, କିନ୍ତୁ ଫାଇନାଲ୍ ରେଜଲ୍ଟ ପରେ ନ୍ୟୁଜିଲ୍ୟାଣ୍ଡ୍ ଗଣମାଧ୍ୟମ ସମେତ କିଛି କ୍ରିକେଟ୍ ବିଶେଷଜ୍ଞ ଚୌକା ଓ ଛକା ଆଧାରରେ ଆୟୋଜକ ଟିମର ବିଜୟର କଡ଼ା ସମାଲୋଚନା କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ମିଡିଆ ନିଜ ଟିମ୍ ସହ ‘ଛଳନା’ କରାଯାଇଥିବା ଦର୍ଶାଇଛି। କିଛି ପୂର୍ବତନ ଖେଳାଳି ଆଇସିସି ନିୟମକୁ ହାସ୍ୟାସ୍ପଦ ବୋଲି କହିଛନ୍ତି। ୨୨ ଖେଳାଳିଙ୍କୁ ନେଇ କ୍ରିକେଟ୍ ବିଶ୍ୱକପର […]
ଗୁଆହାଟୀ: ଅବିଶ୍ରାନ୍ତ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଆସାମରେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣ କରିଛି। ଆସାମରେ ଚଳିତ ବର୍ଷର ପ୍ରଥମ ବନ୍ୟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆସାମରେ ସୃଷ୍ଟି ହୋଇଥିବା ବନ୍ୟାରେ ୨୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦିନକୁ ଦିନ ସ୍ଥିତି ବିପଦଜ୍ଜନକ ହେଉଥିବାରୁ ଯବାନମାନଙ୍କୁ ଉଦ୍ଧାର କାର୍ଯ୍ୟରେ […]
ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛନ୍ତି ରୋହିତ ଶର୍ମା,ଡେଭିଡ୍ ୱାର୍ଣ୍ଣର, ଜୋ ରୁଟ୍ ଓ କେନ୍ ୱିଲିୟମ୍ସନ୍। ରୋହିତ ଓ ଡେଭିଡ୍ ମାଷ୍ଟର ବ୍ଲାଷ୍ଟରଙ୍କ ରେକର୍ଡର ପାଖାପାଖି ପହଞ୍ଚିଥିଲେ ବି ଏହାକୁ ଭାଙ୍ଗିବାରେ ସଫଳ ହୋଇ ନାହାନ୍ତି। ସେହିପରି ରୁଟ୍ ଓ ୱିଲିୟମ୍ସନ୍ଙ୍କ ପାଖରେ ମଧ୍ୟ ସୁଯୋଗ ଥିଲା। ତେବେ ସେମାନେ ବି ବିଫଳ ହୋଇଛନ୍ତି ସଚିନ୍ଙ୍କ ଏହି ବିଶ୍ୱକପ୍ ରେକର୍ଡ ଭାଙ୍ଗିବାରେ। ୧୬ ବର୍ଷ ତଳେ ୨୦୦୩ […]
ଦିସପୁର: ଆସାମରେ ବନ୍ୟାର ତାଣ୍ଡବଲୀଳା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୨୮ରୁ ଅଧିକ ଜିଲ୍ଲା ପାଣି ଘେରରେ ରହିଛନ୍ତି। ୩ ହଜାର୧୮୧ଟି ଗାଁ ସହ ପ୍ରାୟ ୧୫ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ବନ୍ୟା ଏବେ ଲୋକଙ୍କୁ ପ୍ରଭାବିତ କରିଛି। ଏଥିରେ ବାର୍ପେଟା ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୨୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଅସ୍ଥିରତା ଏବେ ବି ଲାଗି ରହିଛି। ଆସନ୍ତା ଗୁରୁବାର ୧୧ଟାରେ ଆସ୍ଥା ଭୋଟ ହେବ ବୋଲି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ସରକାରଙ୍କ ବହୁମତ ସାବ୍ୟସ୍ତ କରିବା ପାଇଁ ଆସ୍ଥା ଭୋଟ ନିବେଦନ କରିଥିଲେ। ସେପଟେ ବିରୋଧୀ ବିଜେପି ମଧ୍ୟ ବାଚସ୍ପତିଙ୍କୁ ଭେଟିଥିଲେ। ବିଜେପିର ସମସ୍ତ ୧୦୫ ବିଧାୟକ ବିଧାନସଭା ପହଞ୍ଚିଥିଲେ ଏବଂ ଏକ ସ୍ୱତନ୍ତ୍ର ବସ୍ ଯୋଗେ […]
ପ୍ରୟାଗରାଜ, ୟୁପି: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଯୋୖନପୁର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ୱାମୀ ଅଜିତେଶଙ୍କ ବିବାହ ଆଇନସମ୍ମତ। ଆହ୍ଲାବାଦ କୋର୍ଟ ମାମଲାର ଶୁଣାଣି କରି ଏହି ବାହାଘରକୁ ଆଇନସମ୍ମତ ବୋଲି ଘୋଷଣା କରିଛନ୍ତି। ଏଥିସହ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟରେ ଏହି ମାମଲାର ଶୁଣାଣି ପାଇଁ ଦମ୍ପତି ଆସୁଥିବା ବେଳେ ଅଜିତେଶ ମାଡ଼ପିଟର ଶିକାର ହୋଇଥିଲେ। ହେଲେ କିଏ […]
ମୁମ୍ୱାଇ: ପ୍ରଥମଥର ପାଇଁ ସିଲଭର୍ ସ୍କ୍ରିନ୍ରେ ଏକାଠି ନଜର ଆସିବେ ଦୁଇ ଆକ୍ସନ୍ ଷ୍ଟାର ହ୍ରିତିକ୍ ରୋଶନ୍ ଓ ଟାଇଗର୍ ଶରାଫ୍। ଅପକମିଙ୍ଗ୍ ହିନ୍ଦୀ ଫିଲ୍ମ ‘ୱାର୍’ରେ ଦୁହିଁଙ୍କର ଅଭିନୟ ଦେଖିବାକୁ ମିଳିବ। ଆଜି ‘ୱାର୍’ ପିଲ୍ମର ଟିଜର ରିଲିଜ୍ ହୋଇଛି। ୫୪ ସେକେଣ୍ଡର ଏହି ଟିଜର୍ରେ ଦୁଇ ସୁପରଷ୍ଟାରଙ୍କର ଫୁଲ୍ ଆକ୍ସନ୍, ଫାଇଟ୍ ସହିତ ଡ୍ୟାନ୍ସ ଓ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମର ଟିଜର୍ ରିଲିଜ୍ ନେଇ ହ୍ରିତ୍ୱିକ୍ ଓ ଟାଇଗର୍ ନିଜ ଟ୍ୱିଟର୍ […]
ଲଣ୍ଡନ: କ୍ରିକେଟର ମକ୍କା ଭାବେ ପରିଚିତ ଐତିହାସିକ ଲର୍ଡ୍ସରେ ଖେଳିବା ସୌଭାଗ୍ୟର କଥା ହୋଇଥାଏ। ବିଶ୍ୱକପ୍ ଦ୍ୱାଦଶ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଲର୍ଡ୍ସରେ ଖେଳାଯାଉଛି। ଏଥିରେ ସାମ୍ନାସାମ୍ନି ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍। ଫାଇନାଲରେ କିଏ ଜିତିବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଲର୍ଡ୍ସ ମଇଦାନର ଏକ ବଡ଼ ବିଶେଷତ୍ୱ ମଧ୍ୟ ରହିଛି। ଏଠାରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲରେ ଯେଉଁ ଟିମ୍ ଟସ୍ ଜିତିଛି, ସେହି ଟିମ୍ ମ୍ୟାଚ୍ ହାରିଛି। ଅର୍ଥାତ୍ […]
ଲର୍ଡ୍ସ: ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଆଇସିସି ବିଶ୍ୱକପର ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ଝଟକା ଲାଗିଛି। ପ୍ରାରମ୍ଭିକ ୱିକେଟ୍ ହରାଇବା ପରେ ସ୍ଥିତି ସମ୍ଭାଳିଥିବା ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ଆଉଟ୍ କରି ଇଂଲଣ୍ଡ ପେସ୍ ବୋଲର୍ ଲିଆମ୍ ପ୍ଲଙ୍କେଟ୍। ପ୍ଲଙ୍କେଟ୍ ପ୍ରଥମେ କେନ୍ ୱିଲିୟମସନ୍ (୩୦)ଙ୍କୁ ଆଉଟ୍ କରିଥିବା ବେଳେ ପରେ ନିକୋଲ୍ସଙ୍କୁ କ୍ଲିନ୍ ବୋଲ୍ଡ କରିଛନ୍ତି। ୱିଲିୟମସନ୍ ଓ ନିକୋଲ୍ସ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। […]
ତାଙ୍କ ପାଇଁ ନନ୍ଦିଘୋଷ କେବେ ଅଟକି ଯାଇନି…କିନ୍ତୁ ତାଙ୍କ ଦରଦୀ କଣ୍ଠର ଯାଦୁରେ ମନ ନନ୍ଦିଘୋଷ ଆପେ ଆପ ଅଟକି ଯାଏ ବଡ଼ଦାଣ୍ଡରେ..। ହାତପାଆନ୍ତରେ ଅବଢା ମୁଠାଏ ମିଳୁ ବା ନ ମିଳୁ, ତାଙ୍କ କଣ୍ଠରୁ ‘ଅବଢା ମୁଠିଏ ମୋତେ ମିଳୁ…ମହାବାହୁ..’ ଗୀତ ଥରେ ଶୁଣି ଦେଲେ ମହାପ୍ରସାର ମହମହ ବାସ୍ନାରେ ପେଟ ପୂରିଯାଏ…ସେ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ବସନ୍ତ ପାତ୍ର...।ଜଗନ୍ନାଥଙ୍କୁ ନେଇ ତାଙ୍କ ଅନୁଭୂତି ଆସନ୍ତୁ ଜାଣିବା…. ଓଡ଼ିଶାରେ ରହିବାର ଅଦମ୍ୟ ଇଚ୍ଛା ମୋତେ […]
ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍। ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଓପ୍ନର ମାର୍ଟିନ୍ ଗପ୍ଟିଲ୍ ମ୍ୟାଚରେ ଭଲ ଆରମ୍ଭ କରିଥିଲେ ହେଁ, ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ସେ ମାତ୍ର ୧୯ ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଛନ୍ତି। ତେବେ ଅନ୍ୟତମ ଓପ୍ନର ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନ୍ ଧୈର୍ଯ୍ୟ […]
ବେଙ୍ଗାଲୁରୁ: ବିଦ୍ରୋହୀମାନଙ୍କୁ ମନାଇବାରେ ବିଫଳ ହୋଇଥିବା କଂଗ୍ରେସ-ଜେଡିଏସ୍ ଯୋଡ଼ି କେମିତି ସରକାରକୁ ବଞ୍ଚାଇବେ, ସେ ଚିନ୍ତାରେ ପଡ଼ିଛନ୍ତି। ଗତକାଲି କିଛିଟା ଆଶା ଦେଇଥିବା କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଆଜି ପୁଣିଥରେ ବିଜେପି କ୍ୟାମ୍ପକୁ ଚାଲି ଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା ଆସନ୍ତାକାଲି ଦଳର ବିଧାୟକମାନଙ୍କୁ ନେଇ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ବେଙ୍ଗାଲୁରୁ ଠାରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଆସ୍ଥା […]
ବାକସା: ଲଗାଣ ବର୍ଷା ଯୋଗୁ ଆସାମରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ସ୍ଥିତି ଏବେ ଉତ୍କଟ ରୂପ ଧାରଣ କରିଛି। ବନ୍ୟା ଯୋଗୁ କାଜିରଙ୍ଗା ଜାତୀୟ ପାର୍କର ୭୦% ଅଞ୍ଚଳ ଓ ୯୫ଟି କ୍ୟାମ୍ପ ସଂପୂର୍ଣ୍ଣ ରୂପେ ପାଣିରେ ବୁଡ଼ି ଯାଇଛି। ଫଳରେ ଅନେକ ଜୀବଜନ୍ତୁ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଛି। ବନ ବିଭାଗ ବନ୍ୟଜନ୍ତୁଙ୍କୁ ଉଚ୍ଚ ସ୍ଥାନକୁ ନେଇଥିଲେ ହେଁ, ଏବେ ବି ଶହଶହ ବାଘ, ଜଳହସ୍ତୀ, ହାତୀ ଏବଂ ଗଣ୍ଡା ଭଳି ପଶୁଗୁଡ଼ିକ ପାଣିରେ […]
କାଣ୍ଠମାଣ୍ଡୁ: ଗତ କିଛି ଦିନ ଧରି ନେପାଳରେ ପ୍ରବଳ ବର୍ଷା ଲାଗ ରହିଛି। ଫଳରେ ବିଭିନ୍ନ ନଦୀରେ ଆସିଥିବା ବନ୍ୟା ଓ ଏଥିଯୋଗୁ ହୋଇଥିବା ଭୂସ୍ଖଳନରେ ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ନିଖୋଜ ହୋଇଯାଇଛନ୍ତି। ଏହା ସହିତ ୨୦ ଜଣ ଲୋକ ଆହତ ହୋଇଛନ୍ତି। ବନ୍ୟା ଯୋଗୁ ନେପାଳର ଅଧିକାଂଶ ସ୍ଥାନ ଏବେ ଜଳମଗ୍ନ ହୋଇ ରହିଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଗତ କିଛି ଦିନ ଧରି ଏଠାରେ ପ୍ରବଳ […]
ନୂଆଦିଲ୍ଲୀ:ସ୍ପୋର୍ଟସ୍ ୱାର୍ଲଡ୍ର ଆଜି ସୁପର ସଣ୍ଡେ। ୪୪ଦିନର ସଂଘର୍ଷ ଓ ରୋମାଞ୍ଚ ଶେଷ ହେବା ପରେ ଆଜି ଅନୁଷ୍ଠିତ ହେବ କ୍ରିକେଟ୍ ବିଶ୍ୱକପ୍ର ଟାଇଟଲ୍ ଟକ୍କର । ମୁହାଁମୁହିଁ ହେବେ ଆୟୋଜକ ଇଂଲଣ୍ଡ-ନ୍ୟୁଜିଲାଣ୍ଡ। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚ ହେବ। ଆଜି ସାରା ବିଶ୍ୱ ଦେଖିବ କିଏ ହେବ ଚାମ୍ପିଅନ୍। ଯିଏ ବି ହେଉନା କାହିଁକି ୱାର୍ଲଡ କପ୍ ଇତିହାସରେ ଜଣେ ନୂଆ ଚାମ୍ପିଅନଙ୍କ ନାଁ ସାମିଲ୍ ହେବ। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପୂର୍ବରୁ ବିଶ୍ୱକପ୍ ଫାଇନାଲ୍ […]
କିସ୍ମାୟୋ: ସୋମାଲିଆର କିସ୍ମାୟୋ ହୋଟେଲରେ ଏକ ଆତଙ୍କବାଦୀ ହମ୍ଲାରେ ଜଣେ ପ୍ରସିଦ୍ଧ ସାମ୍ବାଦିକ ଏବଂ କିଛି ବିଦେଶୀ ନାଗରିକଙ୍କ ସମେତ ୨୬ ଜଣ ପ୍ରାଣ ହରାଇଛନ୍ତି। ପ୍ରଥମେ ଜଣେ ଆତ୍ମଘାତୀ ଆତଙ୍କବାଦୀ କାର୍ ବିସ୍ଫୋରଣ କରିବା ପରେ କିଛି ବନ୍ଧୁକଧାରୀ ହୋଟେଲ ଭିତରେ ପଶି ଅତର୍କିତ ଭାବେ ଗୁଳିଚାଳନା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ମୃତ ସାମ୍ବାଦିକଙ୍କ ନାମ ହୋଡାନ୍ ନାଲେୟା ବୋଲି ଜଣାପଡ଼ିଛି। ଅଲ୍ କାଏଦା ସହିତ ଜଡ଼ିତ ଆତଙ୍କବାଦୀ ସଂଗଠନ ଅଲ୍-ସବାବ୍ ଏହି […]
ନୂଆଦିଲ୍ଲୀ:ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଆଜି ସକାଳ ୯ଟାରେ ସଂସଦରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା। ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ମନ୍ତ୍ରୀ ଓ ସାଂସଦ ସଂସଦ ପରିସରରେ ଝାଡୁ ମାରିଥିଲେ। ଖୋଦ୍ ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରତାପ ଷଡ଼ଙ୍ଗୀ, ସାଂସଦ ହେମାମାଳିନୀ ସଂସଦ ପରିସରରେ ଝାଡ଼ୁ ମାରିଥିବା ଦେଖିବାକୁ ମିଳିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା, […]