• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

555555
ଟ୍ରମ୍ପଙ୍କ ମଧ୍ୟସ୍ଥତାରେ କଶ୍ମୀର ବିବାଦର ସମାଧାନ ଚାହୁଁଛନ୍ତି ଇମ୍ରାନ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ ଓ ତାଙ୍କଠାରୁ କଶ୍ମୀର ସମସ୍ୟାରେ ମଧ୍ୟସ୍ଥତା ସମ୍ପର୍କିତ ବୟାନ ଶୁଣିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଉତ୍ସାହିତ ହୋଇ ଉଠିଛନ୍ତି। ଭାରତ କଶ୍ମୀର ସମସ୍ୟାକୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଚାହୁଁଥିବା ବେଳେ ଆଜି ଇମ୍ରାନ୍‌ ବିପରୀତ ଢଙ୍ଗରେ ବୟାନ ଦେଇଛନ୍ତି। ଟ୍ରମ୍ପଙ୍କୁ ସାକ୍ଷାତ କରିବା ପରେ ଇମ୍ରାନ୍‌ କହିଛନ୍ତି, “କଶ୍ମୀର ସମସ୍ୟା ଦୀର୍ଘ ୭୦ ବର୍ଷ ହେଲା ଚାଲି ଆସିଛି। ତେଣୁ ଏହା ଦ୍ୱିପାକ୍ଷିକ […]

444444
ଲୋକସଭାରେ ପାରିତ ହେଲା ସୂଚନା ଅଧିକାର ଆଇନ ୨୦୧୯

ନୂଆଦିଲ୍ଲୀ: ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧିତ ସୂଚନା ଅଧିକାର ଆଇନ ୨୦୧୯ ପାରିତ ହୋଇଛି। ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏହାକୁ ଆଗତ କରିଥିଲେ। ଏହି ସଂଶୋଧନ ବିଧେୟକ ସପକ୍ଷରେ ୨୧୮ ଏବଂ ବିପକ୍ଷରେ ୭୯ ଜଣ ସାଂସଦ ଭୋଟ୍ ଦେଇଥିଲେ। ସଂଶୋଧିତ ବିଧେୟକରେ ସୂଚନା କମିଶନରଙ୍କ ରୋଜଗାର, ବେତନ, କାର୍ଯ୍ୟକାଳ ଓ ଅନ୍ୟ ନିୟମକୁ ଲାଗୁ କରିବାର ଅଧିକାର ସରକାରଙ୍କୁ ଦେବାକୁ ବିଲ୍‌ରେ ଉଲ୍ଲେଖ ରହିଛି। ତେବେ ଏହି ବିଲ୍ ଉପରେ ଚର୍ଚ୍ଚା ବେଳେ କଂଗ୍ରେସ ସଂସଦୀୟ […]

ghg
ଜହ୍ନକୁ ଯାଇ କ’ଣ ଖୋଜିବ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ମାଇଲ ଖୁଣ୍ଟ କୁହାଯାଉଥିବା ଚନ୍ଦ୍ରଯାନ-୨ ଜହ୍ନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସୋମବାର ମଧ୍ୟାହ୍ନ ୨ଟା ୪୩ ମିନିଟ୍‌ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ କରାଯାଇଥିଲା।  ଚନ୍ଦ୍ରରେ ପହଞ୍ଚିବା ପାଇଁ ଏହାକୁ ପ୍ରାୟ ୪୮ ଦିନ ଲାଗିବ। ୪୮ ଦିନ ପରେ ଜହ୍ନରେ ପହଞ୍ଚିବା ପରେ କେଉଁଠି ରହିବ ? କ’ଣ କରିବ ? ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)  ଏହି ଚନ୍ଦ୍ରଯାନ-୨କୁ ଜହ୍ନର ସାଉଥ […]

11111
ସେନାରେ ଯୋଗଦେଲେ ସହିଦ ଔରଙ୍ଗଜେବଙ୍କ ଦୁଇ ଭାଇ, କହିଲେ ଭାଇ ମୃତ୍ୟୁର ପ୍ରତିଶୋଧ ନେବୁ

ନୂଆଦିଲ୍ଲୀ: ଭାଇର ସାହସ ଓ ବୀରତ୍ୱରେ ଅନୁପ୍ରାଣିତ ହୋଇ ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଜାମ୍ମୁ କାଶ୍ମୀର ସୋପିଆନର ଦୁଇ ଭାଇ ମହମ୍ମଦ ଶବୀର ଓ ମହମ୍ମଦ ତାରିକ। ମାତୃଭୂମିର ରକ୍ଷା ସହ ଆତଙ୍କବାଦୀଙ୍କୁ ନିପାତ କରି ଭାଇ ମୃତ୍ୟୁର ପ୍ରତିଶୋଧ ନେବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ସେମାନେ। ଭାରତୀୟ ସେନାବାହିନୀରେ ଯୋଗ ଦେଇଥବା ଏହି  ଦୁଇ ବୀର ଯବାନ ହେଉଛନ୍ତି  ସହିଦ ଔରଙ୍ଗଜେବଙ୍କ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ଶବୀର। ଏଠାରେ ମନେ […]

girl-child_Reuters
ଉତ୍ତରକାଶୀ: ତିନି ମାସ ଭିତରେ ଜନ୍ମ ନେଇନି ଜଣେ ବି ଶିଶୁକନ୍ୟା

ଉତ୍ତରକାଶୀ:  ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୩ ମାସ ହେବ କୌଣସି ଝିଅ ଜନ୍ମଲାଭ କରିନାହାନ୍ତି। ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି। କାରଣ କେନ୍ଦ୍ର ସରକାର ଲିଙ୍ଗଗତ ସମାନୁପାତ ରଖିବା ପାଇଁ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଆରମ୍ଭ କରିଥିବାବେଳେ ଉତ୍ତରକାଶୀର ଏହାର କିଛି ପ୍ରଭାବ ପଡି ନ ଥିବା ଦେଖିବାକୁ ମିଳିଛି। ଅନ୍ତିମ ୩ ମାସର ରିପୋର୍ଟ ଅନୁଯାୟୀ ପାଖାପାଖି ୧୩୨ଟି ଗାଁରେ ୨୧୬ ଜଣ ଶିଶୁ ଜନ୍ମଲାଭ […]

222222
ଚନ୍ଦ୍ରଯାନ-୨ କୁ ନେଇ ଉଡ଼ିଲା ବାହୁବଳି ରକେଟ୍‌

ନୂଆଦିଲ୍ଲୀ: ଭାରତୀୟ ସ୍ପେଶ ଇତିହାସରେ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ଆଜି ତା’ର ଚନ୍ଦ୍ରଯାତ୍ରା ଆରମ୍ଭ କରିଛି। ଆଜି ଠିକ୍‌ ମଧ୍ୟାହ୍ନ ୨.୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨ ଜହ୍ନ ମାମୁ ଅଭିମୁଖେ ଉଡ଼ାଣ ଭରିଛି। ଇସ୍ରୋର ଜିଏସ୍‌ଏଲଭି-ଏମକେ-୩ ଦ୍ୱାରା ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ଯାଇଛି। ଏହି ଜିଏଲଏଲଭି-ଏମକେ-୩ ଇସ୍ରୋର ବାହୁବଳୀ ଭାବେ ପରିଚିତ। ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାକୁ ନେଇ ଗଠିତ […]

tojae93g_super-30-box-office-report_625x300_21_July_19
୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ସୁପର-୩୦

ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ସୁପର-୩୦। ହ୍ରିତିକ୍‌ ରୋଶନ ଏବଂ ମୃଣାଲ ଠାକୁରଙ୍କ ଏହି ଫିଲ୍ମ  ସିନେମା ହଲ୍‌ରେ କ୍ରମାଗତ ଭାବ ବେଶ ଭଲ ବିଜିନେସ୍‌ କରୁଛି। ସିନେ କ୍ରିଟିକ୍‌ ତରୁଣ ଆଦର୍ଶଙ୍କ ତଥ୍ୟ ଅନୁସାରେ,  ସୁପର-୩୦ ପ୍ରଥମ ଦିନ ଶୁକ୍ରବାର ୧୨ କୋଟି, ଦ୍ୱିତୀୟ ଦିନରେ ୧୮ କୋଟି ଓ ତୃତୀୟ ଦିନରେ ୨୦.୫୦ କୋଟି ଟଙ୍କା ଆୟ କରିଥିଲା ।  ଏଯାବତ୍ ଏହି ଫିଲ୍ମ ୯୯ କୋଟି ଟଙ୍କା ଆୟ କରିସାରିଲାଣି।  […]

Ayodhya
ସରଜୁ ନଦୀ ଘାଟରେ ବୁଡ଼ ପକାଇବା ବେଳେ ଅଘଟଣ : ବୁଡ଼ିଗଲେ ଗୋଟିଏ ପରିବାରର ୧୨ଜଣ

ବୁଡ଼ ପକାଇବା ବେଳେ ଅଘଟଣ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀର ଗୁପ୍ତାର ଘାଟରେ ବୁଡ଼ ପକାଇବା ବେଳେ ଗୋଟିଏ ପରିବାରର ୧୨ଜଣ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ୍ୟୁ ହୋଇ ଯାଇଛି ଏବଂ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

shila-dixit
ପଞ୍ଚଭୂତରେ ଲୀନ ହେଲେ ଶୀଲା

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍। ଦିଲ୍ଲୀର ନିଗମ ବୋଧ ଘାଟରେ ରାଜକୀୟ ସମ୍ମାନର ସହ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ଅନେକ ନେତା ଓ ଶୀଲାଙ୍କ ବହୁସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ। ଆଜି ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ଶୀଲାଙ୍କ ପ୍ରାର୍ଥୀବ ଶରୀରକୁ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଦିଲ୍ଲୀକୁ ଆଧୁନିକତାର ରୂପ ଦେବା କ୍ଷେତ୍ରରେ ଲଗାତର ତିନି ଥର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତଙ୍କର […]