ଭୁବନେଶ୍ୱର : ବିଶ୍ୱକପରେ ଆଜି ଇଂଲଣ୍ଡର ଏଜବାଷ୍ଟନରେ ମୁହାଁମୁହିଁ ହେବେ ଦୁଇ ପଡ଼ୋଶୀ- ଭାରତ ଓ ବାଂଲାଦେଶ। ସେମିଫାଇନାଲକୁ ଯିବା ପାଇଁ ଭାରତକୁ ଆଉ ଗୋଟିଏ ପଏଣ୍ଟ ଦରକାର ରହିଛି। ତେଣୁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ବୋଲି ଅଧିନାୟକ ବିରାଟ କୋହଲି ଆଶା ରଖିଛନ୍ତି। ଯଦି ଭାରତ ଏହି ମ୍ୟାଚ ହାରିଯାଏ, ତାହେଲେ ଶ୍ରୀଲଙ୍କା ସହ ଅନ୍ତିମ ଲିଗ ମ୍ୟାଚରେ କର ବା ମର ସ୍ଥିତି ଉପୁଜିବ। […]
ଲକ୍ଷ୍ନୌ: ବଲିଉଡ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ପୁଣି ଟାର୍ଗେଟ କଲେ ରାମପୁର ସାଂସଦ ଆଜମ୍ ଖାନ୍! ଜୟାପ୍ରଦାଙ୍କ ବିରୋଧରେ ଦେଇଛନ୍ତି ଅଶାଳୀନ ମନ୍ତବ୍ୟ। ଏପରି ଖବର ପ୍ରକାଶ କରିଛି ଏଏନଆଇ। ଏ ନେଇ ରାମପୁର ଥାନାରେ ମାମଲା ରୁଜୁ ହୋଇଥିବା କହିଛି ଏହି ଖବର ସରବରାହ ସଂସ୍ଥା। ଜୁନ୍ ୩୦ ତାରିଖରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଲୋକମାନଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଉଥିଲେ ଆଜମ୍ ଖାନ୍। ଏହି ଅବସରରେ […]
ରାଞ୍ଚି: ଝାରଖଣ୍ଡ ରାଜଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା ଗୋଶାଳାରେ ଗାଈମାନଙ୍କ ପାଇଁ ଖାଦ୍ୟ ନଥିବାରୁ ଭୋକ ଉପାସରେ ରହିଛନ୍ତି। ଗୋଖାଦ୍ୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ରାଜଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାମଧେନୁ ଗୋଶାଳା ରହିଛି। ରାଜଭବନ ଗୋଶାଳାରେ ୮ଟି, ମୁଖ୍ୟମନ୍ତ୍ରୀଙ୍କ ଗୋଶାଳାରେ ୪ଟି ଏବଂ ଟ୍ରେନିଂ ସେଣ୍ଟରରେ ୫୦ଟି ଗାଈ ରହିଛନ୍ତି। ଏହି ଗାଈ ମାନଙ୍କର ସମସ୍ତ ଯତ୍ନ ଗାଭ୍ୟା ନିର୍ଦ୍ଦେଶାଳୟ ବୁଝୁଛି। ଏ […]
ବର୍ମିଂହାମ୍: ଆଜି ବର୍ମିଂହାମ୍ରେ ମୁହାଁମୁହିଁ ହେବେ ଭାରତ ଏବଂ ବାଂଲାଦେଶ। ଆଜିର ମ୍ୟାଚ୍ ଜିତି ସେମିରେ ନିଜ ସ୍ଥାନ ପକ୍କା କରିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ । ସେପଟେ ଏହି ମ୍ୟାଚ୍କୁ କବ୍ଜା କରି ବାଂଲାଦେଶ ସେମିକୁ ଯିବା ପାଇଁ ଶେଷ ପ୍ରୟାସ କରିବ। ପଏଣ୍ଟ ତାଲିକାକୁ ଯଦି ନଜର ପକାଇବା ତାହେଲେ ୧୧ ପଏଣ୍ଟ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ବାଂଲାଦେଶ ୭ ପଏଣ୍ଟ ସହ ସପ୍ତମରେ ରହିଛି। ତେଣୁ ଏହି ମ୍ୟାଚ୍ ବାଂଲାଦେଶ […]
ଚେଷ୍ଟର-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ୩୯ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଛି। ଦୁଇ ଓପ୍ନର ତଥା ଅଧିନାୟକ ଦିମୁତ କରୁଣାରତ୍ନେ ଓ କୁଶଲ ପରେରା ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଶ୍ରୀଲଙ୍କା […]
ନୂଆଦିଲ୍ଲୀ: ଜଳ ସଂରକ୍ଷଣ ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଏହାରି ଭିତରେ ଦେଶରେ ଜଳର ସ୍ଥିତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଜଲଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ୧୦ ବର୍ଷ ତଳେ ଦେଶରେ ପାଖାପାଖି ୧୫ ହଜାର ନଦୀ ଥିଲା। ଏହାରି ଭିତରେ ୩୦ ପ୍ରତିଶତ ନଦୀ ଅର୍ଥାତ୍ ପାଖାପାଖି ସାଢେ ୪ ହଜାର ନଦୀ ଶୁଖିଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିବା […]
ନୂଆଦିଲ୍ଲୀ: ସର୍ବଦା ପାକିସ୍ତାନ ପାଇଁ ଓକିଲାତି କରୁଥିବା ପଞ୍ଜାବର କଂଗ୍ରେସ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଏବେ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି। ସେ ଇସ୍ଲାମିକ ଚିହ୍ନ ଥିବା ଏକ ପଗଡ଼ି ପରିଧାନ କରିଛନ୍ତି। ଏହି ପଗଡ଼ି ପାକିସ୍ତାନର ଜାତୀୟ ପତାକା ଭଳି ହୋଇଛି। ପାକିସ୍ତାନ ପତାକାରେ ଯେଉଁଭଳି ଗାଢ଼ ସବୁଜ ରଙ୍ଗ ଉପରେ ଅର୍ଦ୍ଧ ଚନ୍ଦ୍ର ରହିଛି, ସିଦ୍ଧୁଙ୍କ ପଗଡ଼ିରେ ମଧ୍ୟ ସେହିଭଳି ଦିଶୁଛି। ଏହି ଫଟୋକୁ ଖଲିସ୍ତାନ ଆତଙ୍କବାଦୀ ଗୋପାଲ ଚାୱଲା ସୋଶାଲ୍ ମିଡିଆରେ […]
ନୂଆଦିଲ୍ଲୀ: ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର କମଳା ଓ ଘନ ନୀଳ ଜର୍ସିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭାରତ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଏଭଳି ଜର୍ସି ପିନ୍ଧି ମ୍ୟାଚ୍ ହାରିଥିଲା। ଏହାପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏହି ନୂଆ ଜର୍ସି ପାଇଁ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ବୋଲି ଟ୍ୱିଟ କରିଥିଲେ। ତେବେ ଏହାକୁ ନେଇ ରାଜନୀତିକ ବୟାନବାଜି ଦେଖିବାକୁ ମିଳିଛି। ବିବାଦ ଘନଉଥିବା ଦେଖି ଆଜି ମେହବୁବା […]
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବଂ ଅନ୍ୟ ୬ ଜଣ ଟ୍ୱିଟରରେ ଯୋଡ଼ି ହୋଇଛନ୍ତି। ତେବେ ମୋହନ ଭାଗବତ ଖବର ଲେଖା ହେବା ସୁଦ୍ଧା କୌଣସି ଟୁଇଟ୍ ନକରି ଟ୍ୱିଟରରେ ଭେରିଫାଇଡ୍ ହୋଇଛନ୍ତି। ଏହାଦ୍ୱାରା ସେ ନୀଳ ଟିକ୍ ମାର୍କ ପାଇଛନ୍ତି। ଟ୍ୱିଟରରେ ଯୋଡ଼ି ହେବା ପରେ ମୋଟ ୧୩.୬ ହଜାର ଫୋଲଅର୍ସ ପହଞ୍ଚିଛନ୍ତି। ଆରଏସଏସର ନିଜସ୍ୱ ଟୁଇଟର ଆକାଉଣ୍ଟ ରହିଛି। ଯାହାର ଫଲୋଅର୍ସ ୧.୩ ମିଲିଅନ ରହିଛନ୍ତି। ପୂର୍ବରୁ ମୋହନ […]
ବର୍ମିଂହାମ: ଚଳିତ ବିଶ୍ୱକପ୍ରେ ଗତକାଲି ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ଗୁଗଲ ସିଇଓ ସୁନ୍ଦର ପିଚାଇ ବି ଉପସ୍ଥିତ ଥିଲେ। ବିସିସିଆଇ ତାଙ୍କର ଏକ ଫଟୋକୁ ସୋଶାଲ୍ ମିଡିଆରେ ପୋଷ୍ଟ କରିଛି। ଫଟୋରେ ସୁନ୍ଦର ପିଚାଇଙ୍କ ସହିତ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ବି ଅଛନ୍ତି। ସୁନ୍ଦର ପିଚାଇ କ୍ରିକେଟ୍ ଦେଖିବାକୁ ଭଲ ପାଆନ୍ତି। ଭାରତ-ଆମେରିକା ବିଜ୍ନେସ୍ କାଉନ୍ସିଲ୍ ପକ୍ଷରୁ ଆୟୋଜିତ ଏକ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ ଦୀର୍ଘ ଦିନରୁ ବଡ଼ ପରଦାରୁ ଦୂରେଇ ରହିଛନ୍ତି। ତେବେ ଏକତା କପୁରଙ୍କ ୱେବ୍ ସିରିଜ୍ ‘ବୁ ସବ୍କୀ ଫଟେଗୀ’ ଜରିଆରେ ସେ ପୁଣି ଅଭିନୟ ଦୁନିଆରେ ପାଦ ଥାପିଛନ୍ତି। ଏହି ୱେବ୍ ସିରିଜ୍ର ପ୍ରମୋସନ୍ ପାଇଁ ସେ କପିଲ୍ ଶର୍ମାଙ୍କ ଶୋ’କୁ ଆସିଥିଲେ। ଶୋ’କୁ ତାଙ୍କ ସହିତ କୋ-ଷ୍ଟାର ତୁଷାର କପୁର ଓ ପ୍ରଡ୍ୟୁସର ଏକତା କପୁର ମଧ୍ୟ ଆସିଥିଲେ। ତିନିହେଁ ଶୋ’ରେ ଖୁବ୍ ମସ୍ତି କରିଥିଲେ ଓ ନିଜ […]
ନୂଆଦିଲ୍ଲୀ: ଗତକାଲି ବିଶ୍ୱକପ କ୍ରିକେଟ ମ୍ୟାଚର ଆୟୋଜକ ଦଳ ଇଂଲଣ୍ଡ ପାଖରୁ ଟିମ ଇଣ୍ଡିଆ ପରାସ୍ତ ହୋଇଛି। ଏହି ପରାଜୟ ପାଇଁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମୁଫ୍ତି ମେହବୁବା ଟିମ୍ ଇଣ୍ଡିଆର ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସିକୁ ଦାୟୀ କରିଥିଲେ। ଏବେ ଏହାକୁ ନେଇ ବଢ଼ିଛି ରାଜନୀତିକ ଆରୋପ ପ୍ରତ୍ୟାରୋପ। ଜମ୍ମୁ ବିଜେପି ସଭାପତି ରବୀନ୍ଦ୍ର ରାଇନା କହିଛନ୍ତି ପାକିସ୍ତାନ ଟିମ ସେମିଫାଇନାଲକୁ ଯିବା କଷ୍ଟକର […]
ମୁମ୍ବାଇ: ଦଙ୍ଗଲ୍ ଗାର୍ଲ ଜାଏରା ୱାସିମ୍ଙ୍କ ଫ୍ୟାନ୍ମାନଙ୍କ ପାଇଁ ଏକ ଦୁଃଖ ଖବର। ‘ଦଙ୍ଗଲ୍’ ଓ ‘ସିକ୍ରେଟ୍ ସୁପରଷ୍ଟାର୍’ ଭଳି ଫିଲ୍ମରେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ଏହି ଅଭିନେତ୍ରୀ ସବୁଦିନ ପାଇଁ ବଲିଉଡ୍କୁ ଅଲ୍ବିଦା କହି ଦେଇଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଯୋଗେ ଏହି ସୂଚନା ଦେଇଛନ୍ତି। ହଠାତ୍ ଏହି ଖବର ଦେଇ ଜାଏରା ତାଙ୍କ ଫ୍ୟାନ୍ଙ୍କୁ ଚକିତ କରି ଦେଇଛନ୍ତି। ସେ ଇନଷ୍ଟାଗ୍ରାମ୍ରେ ଲେଖିଛନ୍ତି,“୫ ବର୍ଷ ପୂର୍ବରୁ ବଲିଉଡ୍ରେ ପାଦ ରଖିଥିଲି। […]
ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ଖେଳା ଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍ରେ ପାକିସ୍ତାନ ୩ ୱିକେଟ୍ରେ ଆଫ୍ଗାନିସ୍ତାନକୁ ହରାଇଥିଲା। ଶେଷ ଓଭର (୪୯.୩)ରେ ଦଳ ବିଜୟ ହାସଲ କରିଥିବା ବେଳେ ମ୍ୟାଚ୍ ପରେ ପରେ ପଡ଼ିଆରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ଓ ଆଫ୍ଗାନିସ୍ତାନର ସମର୍ଥକମାନେ ପଡ଼ିଆ ମଝିରେ ମାରପିଟ୍ ହୋଇଯାଇଥିଲେ। ଏପରିକି ଆଫଗାନିସ୍ତାନ ସମର୍ଥକମାନେ ଫ୍ୟାଭିଲିୟନକୁ ଫେରୁଥିବା ପାକିସ୍ତାନର ଦୁଇ ବ୍ୟାଟ୍ସମ୍ୟାନଙ୍କୁ ମାରପିଟ୍ କରିଥିଲେ। ସେହିପରି ପାକିସ୍ତାନ ପ୍ରଶଂସକଙ୍କ ମାଡ଼ରେ ଆଫଗାନିସ୍ତାନର […]
ବର୍ମିଂହାମ୍: ବିଶ୍ୱକପ୍ କ୍ରିକେଟ୍ର ଅନ୍ୟତମ ହାଇଭୋଲଟେଜ୍ ମ୍ୟାଚ୍ ହେବ ଆଜି। ମୁହାଁମୁହିଁ ହେବେ ନମ୍ବର ଓ୍ୱାନ୍ ଓ ନମ୍ବର ଟୁ ଟିମ୍। ଟାଇଟଲ୍ ଦାବିଦାର ଇଣ୍ଡିଆ ଓ ଇଂଲଣ୍ଡ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମିଫାଇନାଲ୍ ରେସ୍ରେ ରହିବାକୁ ଇଂଲଣ୍ଡ ପାଇଁ କର ବା ମର ପରିସ୍ଥିତି ହୋଇଥିବା ବେଳେ ଆଜିର ମ୍ୟାଚ୍ ଜିତିଲେ ସେମି ସିଟ୍ ପକ୍କା କରିବ ବିରାଟ ବାହିନୀ। ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚ୍ରେ ଟିମ ଇଣ୍ଡିଆର ଖେଳାଳିମାନେ […]
ମୁମ୍ୱାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ କରିନା କପୁର ଖାନ ରିଆଲିଟି ଡ୍ୟାନ୍ସ ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଜରିଆରେ ଛୋଟ ପରଦାରେ ଏଣ୍ଟ୍ରି କରିଛନ୍ତି। ଏହି ଶୋ’ରେ ସେ ଜଜ୍ ଭୂମିକାରେ ନଜର ଆସିଛନ୍ତି । ଏହି ଶୋ’ର ଏକ ଏପିସୋଡରେ କରିନା ପ୍ରତିଯୋଗୀଙ୍କ ସହ ଡ୍ୟାନ୍ସ କରି ଶୋ’ର ଗ୍ଲାମର ବଢାଇ ଦେଇଛନ୍ତି। ସେ ସ୍ୱାମୀ ସୈଫଙ୍କ ଫିଲ୍ମ ‘ଦିଲ୍ଲଗି’ର ଆଇକନିକ ହିଟ୍ ଗୀତ ‘ଓଲେ-ଓଲେ’ ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଏହାବ୍ୟତୀତ ସେ ନିଜ […]
ନୂଆଦିଲ୍ଲୀ: ଫ୍ରାନ୍ସରେ ଥିବା ଭାରତୀୟ ବାୟୁସେନାର ରାଫେଲ୍ ଜେଟ୍ ଅଫିସରୁ ନିର୍ମାଣ ସଂକ୍ରାନ୍ତୀୟ ତଥ୍ୟ ଚୋରି ହୋଇନି। ଭାରତୀୟ ବାୟୁସେନାର ଏକ ଟିମ୍ ଏବଂ ଫ୍ରାନ୍ସ ସରକାରଙ୍କ ଏକ ଟିମର ମିଳିତ ତଦନ୍ତ ପରେ ଆଜି ଏହି ସୂଚନା ମିଳିଛି। ମେ’ ୨୦୧୯ରେ ଫ୍ରାନ୍ସର ରାଫେଲ କାର୍ଯ୍ୟାଳୟରୁ ତଥ୍ୟ ଚୋରି ହୋଇଥିବା ନେଇ ସୂଚନା ମିଳିବା ପରେ ବାୟୁସେନାର ଏକ ଟିମ୍ ଫ୍ରାନ୍ସକୁ ଯାଇଥିଲା ତଦନ୍ତ ପାଇଁ। ଏହି ତଦନ୍ତକରୀ ଟିମରେ ତିନି ଜଣିଆ ସାଇବର ଫରେନସିକ୍ […]
ଲଣ୍ଡନ: ଆସନ୍ତାକାଲି ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସିରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇବ। ଗତକାଲି ଟିମ୍ ଇଣ୍ଡିଆର ପ୍ରାୟୋଜକ ଥିବା ନାଇକ୍ ତରଫରୁ ଏହି ଅରେଞ୍ଜ ଜର୍ସିର ଉନ୍ମୋଚନ କରାଯାଇଥିଲା। ଏବେ ଟିମ୍ ଇଣ୍ଡିଆର ସଦସ୍ୟମାନେ ଏହି ନୂଆ ଜର୍ସିକୁ ପିନ୍ଧି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଓ ମହେନ୍ଦ୍ର […]
ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି ବର୍ମିଂହାମରେ ଲଢ଼େଇ ହେବ। ୧୯୩୨ରେ ପ୍ରଥମେ ଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ୍ ଲଢ଼େଇ ଆରମ୍ଭ ହୋଇଥିଲା। ଏହା ଏକ ଟେଷ୍ଟ ମ୍ୟାଚ୍ ଥିଲା। ଏହାପରେ ୧୯୭୪ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଲଢ଼େଇ ଆରମ୍ଭ ହୋଇଥିଲା। ସେବେଠାରୁ ଦୁଇ ଦେଶ ୯୯ଟି ମ୍ୟାଚ୍ରେ ପରସ୍ପରକୁ ଭେଟିଛନ୍ତି। ଏହି ୯୯ଟି ମୁକାବିଲାରୁ ଭାରତ ଅଧିକାଂଶ ମ୍ୟାଚ୍ ଜିତିଛି। ଅର୍ଥାତ ଆସନ୍ତାକାଲି ଭାରତର ପଲା ଭାରୀ ରହିଛି। ୯୯ଟି […]
କଟକ: ଜାତୀୟ ମାନବାଧିକାର କମିଶନ ଏବଂ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ସଦସ୍ୟା ଆଜି କଟକ ଚୌଦ୍ୱାର ଜେଲ ପରିଦର୍ଶନ କରିଛନ୍ତି। ପରିଦର୍ଶନ ବେଳେ ମାନବାଧିକାର ସଦସ୍ୟସଦସ୍ୟା ଜେଲର ବିଭିନ୍ନ ବିଭାଗକୁ ଯାଇ ଯାଞ୍ଚ କରିଥିବା ସୂଚନା ମିଳିଛି। ସୂଚନାଥାଉ କି, କିଛି ଦିନ ତଳେ ଜେଲ ପରିସରରେ ନିଶା କାରବାର ଏବଂ ହତ୍ୟାକାଣ୍ଡ ଘଟଣା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲ॥ ଏନ୍ଏଚଆରସି ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଓ ରାଜ୍ୟ ମହିଳା ଆୟୋଗ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, […]
ଭୁବନେଶ୍ୱର: ସ୍ନାନ ପୂର୍ଣ୍ଣିମାଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡ଼ିଛନ୍ତି । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କଠାରେ ଦଶମୂଳ ମୋଦକ ଲାଗି କରାଯିବ । ଦଶମୂଳ ମୋଦକ ଲାଗି ପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ ସାତୋଟି ବଢାରେ ଶ୍ରୀମନ୍ଦିରରେ ଆସି ପହଞ୍ଚିଥାଏ। ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି । […]