ଶ୍ରୀନଗର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ମହାପର୍ବରେ ସମସ୍ତେ ସାମିଲ ହେଉଛନ୍ତି। ଏପରିକି ନବବିବାହିତ ଦମ୍ପତି ବି ଏଥିରେ ସାମିଲ ହୋଇଛନ୍ତି। ବିବାହ ବେଦୀରେ ବସିବା ପରେ ନବବିବାହିତ ଦମ୍ପତି ମତଦାନ କେନ୍ଦ୍ରକୁ ଆସି ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ଜମ୍ମୁ ଓ କଶ୍ମୀର ଉଧମପୁରର ଏକ ମତଦାନ କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି। […]
ମୁମ୍ବାଇ: ଶ୍ରୀଦେବୀ-ବୋନି କପୁରଙ୍କ ଝିଅ ଜାହ୍ନବୀ ଖାଲି ଜଣେ ଅଭିନେତ୍ରୀ ନୁହଁନ୍ତି, ଜଣେ ନିରହଙ୍କାରୀ, ଦରଦୀ ମଣିଷ। ନାରୀସୁଲଭ କୋମଳ ହୃଦୟଟିଏ ତାଙ୍କ ପାଖରେ ରହିଛି। ଏକଥା ଆମେ କହୁନୁ, ତାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଭିଡ଼ିଓରୁ ଏକଥା ସ୍ପଷ୍ଟ ହୋଇଛି। ନୂଆ ନୂଆ ବଲିଉଡ୍ରେ ପାଦ ଥାପିଛନ୍ତି ଜାହ୍ନବୀ। ତାଙ୍କର ମାତ୍ର ଗୋଟିଏ ଫିଲ୍ମ ‘ଧଡ଼କ୍’ ରିଲିଜ୍ ହୋଇଛି। ପ୍ରଥମ ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ। ନିଜ ଅଭିନୟ ଦକ୍ଷତାକୁ […]