• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

srk-2..
ରିଲିଜ ହେଲା ‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଟ୍ରେଲର, ଶାହାରୁଖଙ୍କ ଭଏସ୍‌ ଶୁଣି ଫ୍ୟାନ୍‌ ଉତ୍ସାହିତ

ମୁମ୍ୱାଇ: ଡିଜନି ପ୍ରଡକ୍ସନ୍‌ରେ ନିର୍ମିତ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଟ୍ରେଲର ରିଲିଜ ହୋଇଯାଇଛି। ଦୀର୍ଘ ଦିନ ହେଲାଣି ଏହି ଫିଲ୍ମ ଚର୍ଚ୍ଚାରେ ରହି ଆସିଛି। କାରଣ ଏଥିରେ ଉଭୟ ଶାହାରୁଖ ଓ ତାଙ୍କ ପୁଅ ଭଏସ୍‌ ଦେଇଛନ୍ତି। ଏହାକୁ ଦର୍ଶକମାନେ ଖୁବ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଏହାର ଟ୍ରେଲର ଆସିଥିବା ବେଳେ ଏଥିରେ କେବଳ ଆପଣ ବଲିଉଡ ବାଦଶାହଙ୍କ ଦମଦାର ଭଏସ୍‌ ଶୁଣି ପାରିବେ। ଶାହାରୁଖ ଏହି ଫିଲ୍ମରେ ‘ମୁଫସା’ ଚରିତ୍ର […]

pds
ମୋଦି ସରକାରଙ୍କ ନୂଆ ଯୋଜନା ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’

ନୂଆଦିଲ୍ଲୀ: ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ପାଇଁ ମୋଦି ସରକାର ଆଲୋଚନା କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଣିବାକୁ ଯାଉଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଏହା ଦ୍ୱାରା ଜଣେ ଉପଭୋକ୍ତା ଦେଶର ଯେ କୌଣସି ଦୋକାନରେ ରାସନକାର୍ଡ ଦେଖାଇ ଚାଉଳ, ଗହମ ଆଦି ଆଣି ପାରିବେ। ଖୁବ୍‌ଶୀଘ୍ର ମୋଦି ସରକାର ଦେଶବାସୀଙ୍କୁ ଏଭଳି ଏକ ଯୋଜନା ଭେଟି ଦେବାକୁ ଯାଉଛନ୍ତି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଲାସ ପାସଓ୍ୱାନ ଶୁକ୍ରବାର ରାଜ୍ୟସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ […]

J.K-Tripathy-IPS-officer-Tamil-Nadu-1985-batch
ଓଡ଼ିଆ ପୁଅ ଜଳଦ କର ହେଲେ ତାମିଲନାଡୁ ଡିଜିପି

ଚେନ୍ନାଇ: ତାମିଲନାଡୁର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ଆଇପିଏସ୍‌ ଜଳଦ କର ତ୍ରିପାଠୀ। ଜୁଲାଇ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବେ। ୧୯୮୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡରର ଏହି ଆଇପିଏସ୍‌ ଅଫିସର ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ। ଏବେ ସେ ତାମିଲନାଡୁ ୟୁନିଫର୍ମ ସର୍ଭିସ ରିକ୍ୟୁରମେଣ୍ଟ ବୋର୍ଡର ଡିଜିପି ତଥା ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ୟୁପିଏସ୍‌ସି ତାଙ୍କୁ ଏହି ନିଯୁକ୍ତି ଦେଇଛି। ତାମିଲନାଡୁର ଡିଜିପି ପଦ ପାଇଁ ୬ […]

rahul
ଗଣ ଇସ୍ତଫା ଦେଲେ କଂଗ୍ରେସ କର୍ମୀ, କହିଲେ ରାହୁଲଙ୍କୁ ଟିମ୍‌ ବାଛିବା ପାଇଁ ସୁବିଧା ହେବ

ନୂଆଦିଲ୍ଲୀ:ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ‘ସମ୍ମାନ’ରେ ଅନେକ କଂଗ୍ରେସ ନେତା ନିଜ ନିଜ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଏକ ଗଣ ଇସ୍ତଫା ଚିଠି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ୮୦ ଜଣ ନେତାଙ୍କ ସ୍ୱାକ୍ଷର ରହିଛି। ଏହି ଇସ୍ତଫାପତ୍ରର ଆରମ୍ଭରେ ଲେଖା ଅଛି, ମୁଁ ରାହୁଲ ଗାନ୍ଧିଙ୍କ ସମ୍ମାନରେ ନିଜ ପଦବୀରୁ ଇସ୍ତଫା ଦେଉଛି। ଇସ୍ତଫା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏଆଇସିସି ସେକ୍ରେଟାରୀ, ଯୁବ କଂଗ୍ରେସ ନେତା ଏବଂ ମହିଳା କଂଗ୍ରେସ […]

pic9
ଶ୍ରୀଲଙ୍କାକୁ ୨୦୩ ରନ୍‌ରେ ଧରାଶାୟୀ କଲା ଦକ୍ଷିଣ-ଆଫ୍ରିକା

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ଶୁକ୍ରବାର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲରମାନଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଏହି ମୁକାବିଲା ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୨୦୪ ରନ୍ କରିବାକୁ ପଡ଼ିବ। ଶ୍ରୀଲଙ୍କା କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ମାରିବାକୁ ସକ୍ଷମ ହୋଇନାହାନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପେସର ଡ୍ୱେନ୍ ପ୍ରିଟୋରିୟସ୍ ଚମତ୍କାର ବୋଲିଂ […]

841318-mamata-banerjee-5
ମୁସଲିମ୍‌ ଛାତ୍ରଛାତ୍ରୀଙ୍କ ପାଇଁ ବି‌ଜ୍ଞପ୍ତି ଦେଇ ବିବାଦରେ ମମତା

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀ ସରକାରଙ୍କ ଏକ ଅଜବ ବିଜ୍ଞପ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ କୁଚବେହାର ଜିଲ୍ଲାରେ ଥିବା ସରକାରୀ ସ୍କୁଲ ଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ସ୍କୁଲରେ ୭୦% କିମ୍ବା ତା’ରୁ ଅଧିକ ସଂଖ୍ୟକ ମୁସଲିମ ଛାତ୍ରଛାତ୍ରୀ ରହିଛନ୍ତି, ସେମାନଙ୍କ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ଡାଇନିଂ ହଲ୍‌ ନିର୍ମାଣ କରିବେ। ଏହି ଡାଇନିଂ ହଲ୍‌ରେ […]

pjimage-2019-06-28T120758.515
ସୁନୀଲ୍‌ ସେଟ୍ଟିଙ୍କ ଝିଅକୁ ଡେଟ୍‌ କରୁଛନ୍ତି କ୍ରିକେଟର୍ ଲୋକେଶ ରାହୁଲ୍ !

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟିଙ୍କ ଝିଅ ଆଥିଆ ସେଟ୍ଟି ବର୍ତ୍ତମାନ ନିଜର ଆଫେୟାରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ଖବର ମିଳିଛି ଯେ, ଆଥିଆ ସେଟ୍ଟି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ସହ ସହ ଡେଟ୍ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଦୁହେଁ ରିଲେଶନଶିପରେ ଅଛନ୍ତି। ଖବର ମିଳିଛି ଯେ ରାହୁଲ୍ ବଲିଉଡର କୌଣସି ଅଭିନେତ୍ରୀଙ୍କ ସହ ସମ୍ପର୍କରେ ନାହାନ୍ତି, ଯାହାଙ୍କ ନାମ ତାଙ୍କ ସହ ଯୋଡ଼ା ଯାଉଛି। କିନ୍ତୁ ଜଣାପଡ଼ିଛି […]

dalailama
ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ସମାଲୋଚନା କଲେ ଦଲାଇଲାମା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୈତିକ ମୂଲ୍ୟବୋଧ ନଥିବା ଏକ ସାକ୍ଷାତକାରରେ କହିଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା। ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ମଧ୍ୟ ସେ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ଆବେଗ ଓ ଆଚରଣରେ ମଧ୍ୟ ଜଟିଳତା ଭରି ହୋଇ ରହିଛି ବୋଲି ସେ କହିଛନ୍ତି। ଅହିଂସା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ମାନବିକ ଅଧିକାର ପାଇଁ ବହୁଦିନ ଧରି ଲଢ଼ି ଆସିଥିବା ଦଲାଇଲାମା ଏହି ଅବସରରେ କହିଛନ୍ତି, ଟ୍ରମ୍ପ ଦିନେ ଗୋଟିଏ କଥା […]

new-zealand-v-pakistan
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କୋଚିଂ ଦେବାକୁ ଚାହୁଁଛନ୍ତି ରଜାକ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗୁରୁବାର ମ୍ୟାଞ୍ଚେଷ୍ଟରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ହରାଇ ବୃହତ ବିଜୟ ହାସଲ କରିଥିଲା। ହାର୍ଦ୍ଦିକ୍ ପ୍ରଥମେ ବ୍ୟାଟିଂ କରି ୩୮ ବଲରେ ୪୬ ରନ୍ କରିଥିଲେ । ଏହା ପରେ ବୋଲିଂରେ ମଧ୍ୟ ଗୋଟିଏ ୱିକେଟ୍ ହାସଲ କରିଥିଲେ। କିନ୍ତୁ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ୍ ହାର୍ଦ୍ଦିକଙ୍କ ପ୍ରଦର୍ଶନରେ ଖୁସି ନାହାନ୍ତି। ସେ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ଥିବା ଦୁର୍ବଳତାକୁ ବାହାର କରିଛନ୍ତି। ସୋଶାଲ ମିଡିଆରେ ୩୯ ବର୍ଷୀୟ […]

rabada
ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହେଲା ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍: ଚଳିତ ବିଶ୍ୱକପର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅବତୀର୍ଣ୍ଣ ହୋଇଛନ୍ତି ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ରିପୋର୍ଟ ଲେଖା ହେଲା ବେଳକୁ ଶ୍ରୀଲଙ୍କା ୪ ୱିକେଟ୍ ହରାଇ ୧୦୦ ରନ୍ କରିଛି । ଦକ୍ଷିଣ ଆଫ୍ରିକାର ପେସ୍ ବୋଲର […]

amit_shah_660_062819011756
ଜମ୍ମୁ-କଶ୍ମୀର ସ୍ଥିତି ପାଇଁ ନେହେରୁ ଦାୟୀ: ଅମିତ ଶାହ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ୬ ମାସ ବୃଦ୍ଧି କରିବା ପାଇଁ ଆଜି ଲୋକସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ବିଲ୍‌ ଆଗତ କରିଛନ୍ତି। ଦୀର୍ଘ ଘଣ୍ଟାର ବିତର୍କ ପରେ ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ସେହିପରି ଜମ୍ମୁ-କଶ୍ମୀର ସଂଶୋଧନ ସଂରକ୍ଷଣ ବିଲ୍‌ ମଧ୍ୟ ଲୋକସଭାର ଅନୁମୋଦନ ପାଇଛି। ଏହି ସଂରକ୍ଷଣ ବିଲ୍‌ ଅନୁଯାୟୀ, ଅନ୍ତର୍ଜାତୀୟ ସୀମାନ୍ତୀରେ ଥିବା ଲୋକଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ମିଳିବ। ଜମ୍ମୁ-କଶ୍ମୀର ପାଇଁ ଆଗତ ବିଲ୍‌ ଉପରେ […]

pic7
ପ୍ରବଳ ବର୍ଷାରେ ଉବୁଟୁବୁ ହେଲା ମୁମ୍ୱାଇ

ମୁମ୍ବାଇ: ଗରମ ଓ ଗୁଳୁଗୁଳିରେ ଯନ୍ତ୍ରଣା ଭୋଗୁଥିବା ମୁମ୍ବାଇବାସୀଙ୍କୁ ମୌସୁମୀ ଆଶ୍ଵସ୍ତି ଆଣିବା ବଦଳରେ ବେହାଲ କରିଦେଇଛି। ମୁମ୍ବାଇରେ ମୌସୁମୀ ପ୍ରବେଶ କରିବା କ୍ଷଣି ସମଗ୍ର ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ଏଭଳି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ପ୍ରବଳ ବର୍ଷା ଯୋଗୁ ଏବେ ମୁମ୍ବାଇ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ସମଗ୍ର ସହର ଉବୁଟୁବୁ […]

Vaughan
ଭାରତୀୟ ଟିମ୍‌କୁ ପ୍ରଶଂସା କରି ଏମିତି କହିଲେ ଇଂଲଣ୍ଡର ପୂର୍ବତନ କ୍ୟାପ୍‌ଟେନ୍‌

ଲଣ୍ଡନ: ବିଶ୍ୱକପରେ ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଜାରି ରହିଛି। ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରିନାହିଁ। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଟିମ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା। ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନଙ୍କ ସମେତ ଭାରତର ଅନେକ କ୍ରିକେଟର୍ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଭନ୍ ଭାରତୀୟ କ୍ରିକେଟ୍ ଟିମକୁ ପ୍ରଶଂସା କରିଛନ୍ତି, ‘ ମୁଁ ମୋର ପୂର୍ବ କଥାରେ […]

Vadra-land-deal11805
ଉତ୍ତରାଧିକାରୀ ଚିନ୍ତାରେ ଦେଶର ତିନି ପ୍ରମୁଖ ରାଜନୈତିକ ପରିବାର

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ପରିବାର ହେଉ ଅବା ସଂସ୍ଥା, ସମସ୍ତେ ସମୟ ସ୍ରୋତରେ ଆଗକୁ ବଢ଼ିବା ପାଇଁ ଉତ୍ତରାଧିକାରୀଙ୍କ କଥା ଚିନ୍ତା କରନ୍ତି। ପରିବାରର ମୁଖ୍ୟଙ୍କ ବୟସ ହୋଇଗଲେ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ,ଉତ୍ତରାଧିକାରୀ ହିଁ କୁଳ ବଞ୍ଚାଇବା ପାଇଁ ଆଗକୁ ଆସିଥାଏ। ଯଦି ଉତ୍ତରାଧିକାରୀ କୌଣସି କାରଣରୁ ପରିବାରର ସ୍ଥିତି ଓ ସମ୍ମାନ ରଖିବାରେ ଫେଲ ମାରନ୍ତି, ତାହେଲେ ବୟସାଧିକ୍ୟ ଓ ଅସୁସ୍ଥତା ସତ୍ତ୍ୱେ କୁଳକୁ ଉଦ୍ଧାର କରିବା ପାଇଁ ବାପା-ମାଆ ପୁଣି ଆଗକୁ ଆସିଥାନ୍ତି। […]

ww-8
ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ: ୨ ଯବାନ ସହିଦ, ଜଣେ ଝିଅ ମୃତ

ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୨ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ସେହିପରି ନକ୍ସଲ ଓ ଯବାନଙ୍କ ଗୁଳି ବିନିମୟ ଚାଲିଥିବା ବେଳେ ଭୁଲବଶତଃ ପାଖ ଗାଁର ଦୁଇ ଜଣ ଝିଅଙ୍କ ଦେହରେ ଗୁଳି ବାଜିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ […]

fridge
ଫ୍ରିଜ୍‌ ବିସ୍ଫୋରଣରେ ସାମ୍ୱାଦିକ, ତାଙ୍କ ସ୍ତ୍ରୀ ଓ ମା' ମୃତ !

ଚେନ୍ନାଇ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଣେ ଟିଭି ସାମ୍ୱାଦିକ, ତାଙ୍କ ସ୍ତ୍ରୀ ଓ ମାଆଙ୍କର ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର ହୋଇଛି। ବୁଧବାର ଦିନ ସାମ୍ୱାଦିକଙ୍କ ପରିବାର ଲୋକେ ଘରୁ ନବାହାରିବାରୁ ଗତକାଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୁଲିସ ଆସି ଘର ଖୋଲି ମୃତଦେହ ଉଦ୍ଧାର କରିଥିଲା। ମୃତ ସାମ୍ୱାଦିକ ଜଣଙ୍କ ତାମିଲନାଡୁର ଏକ ଆଞ୍ଚଳିକ ଟିଭି ଚାନେଲ୍‌ ଜେ ତାମିଲର ସାମ୍ୱାଦିକ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଘରେ ଥିବା […]