ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୧ ରନ୍ କରିଛି। ଫଳରେ ସିରିଜ୍ ବରାବର କରିବା ପାଇଁ ଶ୍ରୀଲଙ୍କାକୁ ନିର୍ଦ୍ଧାରିତ ଓଭରରେ ୨୦୨ ରନ୍ କରିବାକୁ ପଡ଼ିବ। ଭାରତର ଦୁଇ ଓପ୍ନର ଶିଖର ଧୱନ୍ ଓ ଲୋକେଶ ରାହୁଲ ଦମଦାର ଆରମ୍ଭ କରିଥିଲେ। ମଧ୍ୟକ୍ରମରେ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହୋଇଥିଲେ ହେଁ, ଶେଷକ୍ରମରେ […]
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସମୃଦ୍ଧି ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ ପୂର୍ବକ ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ କରି ତାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଗଠନ କରିଛନ୍ତି ଐତିହ୍ୟ କ୍ୟାବିନେଟ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୮ ଜଣ ବରିଷ୍ଠ ମନ୍ତ୍ରୀ ରହିବେ। ଏହି କ୍ୟାବିନେଟ କମିଟିର କାମ ହେଲା-ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସଂରକ୍ଷଣ, ପ୍ରଚାର, ପ୍ରସାର ତଥା ସମୃଦ୍ଧି ନିମନ୍ତେ କାମ କରୁଥିବା ସଂସ୍ଥା ଓ […]
ପୁରୀ : ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଦିନକ ପରେ ରଥଯାତ୍ରା । ଦୀର୍ଘ ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଉ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଣେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥଠାରୁ ପଥ, ସବୁର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଅନ୍ତ ହେବ ଦୀର୍ଘ ୧୫ ଦିନର ପ୍ରତୀକ୍ଷା। ରାତି ପାହିଲେ ନବ ଯୌବନ […]
ଖୋର୍ଦ୍ଧା : ଯେତେ ସଚେତନତା ଏବଂ ଆଇନ ତିଆରି କଲେ ବି ଯୌତୁକ ରାକ୍ଷାସ କବଳରୁ ଫିଟିପାରୁନି ମଣିଷ । ଆଜି ବି ବୋହୂଟି ଜଳୁଛି ଯୌତୁକ ଜୁଈରେ। ଜଳିପୋଡ଼ି ଧୂଳିସାତ ହୋଇଯାଉଛି, ତାର ସବୁ ଅସୁମାରୀ ସ୍ୱପ୍ନ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଆସିଛି ଆଉ ଏକ ସମ୍ବେଦନଶୀଳ ଏବଂ ସ୍ପର୍ଶକାତର ଘଟଣା । ୮ ବର୍ଷ ତଳେ ବିବାହ କରିଥିବା ବୋହୂକୁ ଯୌତୁକ ପାଇଁ ସ୍ୱାମୀ ସହ ମିଶି କିରୋସିନି ନିଆଁରେ ଜାଳି ମାରିଦେଇଛନ୍ତି […]
ନୂଆଦିଲ୍ଲୀ :ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ମନ୍ତବ୍ୟ ଉପରେ କଡା ଟିପ୍ପଣୀ ରଖିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ଥରୁରଙ୍କ ଚିକିତ୍ସା ଦରକାର, ଏମିତିକି ଦରକାର ପଡିଲେ ତାଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ଦରକାର ବୋଲି କହିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ୨୦୧୯ ସାଧାରଣ ନିର୍ବାଚନରେ ଯଦି ବିଜେପି ସରକାର ଗଢେ, ତାହେଲେ ଆମ ଦେଶ ଭାରତ, ହିନ୍ଦୁ ପାକିସ୍ତାନ ହୋଇଯିବ ବୋଲି କହିଥିଲେ ଥରୁର। ଏହାପରେ ଥରୁରଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଆକ୍ଷେପ […]
ନୂଆଦିଲ୍ଲୀ : ଧାରା ୩୭୭କୁ ନେଇ ସୁପ୍ରିମ୍କୋର୍ଟରେ ବିତର୍କ । ୩୭୭କୁ ବଦଳାଇବାକୁ ରାଜି ହୋଇଛନ୍ତି ସବୋର୍ଚ୍ଚ ଅଦାଲତ । ୩୭୭ ଧାରା ବଳରେ ଦେଶର ନାଗରିକଙ୍କ ମଧ୍ୟରେ ଭେଦଭାବ ରହୁଛି । ନାଗରିକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବା ସଙ୍ଗୀନ ବ୍ୟାପାର ବୋଲି ଦର୍ଶାଇଛନ୍ତି କୋର୍ଟ । ସମଲିଙ୍ଗୀ ସମ୍ପର୍କର ଗୁରୁତ୍ୱକୁ ଅନୁଭବ କରିଛନ୍ତି ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା । ନିଜ ଇଚ୍ଛା ସତ୍ତ୍ୱେ ସମାଜର ଚାପ ପ୍ରଭାବିତ କରେ। ଯାହା ମାନସିକ ଏବଂ ଶାରୀରିକ […]
ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହେବ ପାକିସ୍ତାନ। ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ କାଉଣ୍ଟର ପିଟିସନ୍ ଦାଖଲ କରିବ ପାକିସ୍ତାନ। ଆସନ୍ତା ୧୭ ତାରିଖରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍-ICJଙ୍କ ଦ୍ୱାରସ୍ତ ହେବା ପାଇଁ ପାକିସ୍ତାନ ସରକାର ସଜବାଜ ହେଉଥିବା ପାକ୍ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ପ୍ରଥମରୁ ସାରା ବିଶ୍ୱରେ ଲଜ୍ଜିତ ହୋଇଥିବା ପାକିସ୍ତାନ ଏନେଇ ପୁଣି […]
କୋରାପୁଟ/ରାୟଗଡ଼ା: ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ବିରୋଧରେ ଏତଲା । ନୀଳାଦ୍ରି ବିହାରୀ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ବିଧାୟକ ଫୋନ୍ରେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ସହ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନୀଳାଦ୍ରି ରାୟଗଡ଼ା ଜିଲ୍ଲାର ଟିକିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଲକ୍ଷ୍ମୀପୁରଠାରୁ ସୋରିଷ ପଦର ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଏକ […]
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ପାଟନାରେ ପହଞ୍ଚି ଶାହ ନୀତୀଶଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା। ଏହାପରେ ପୁଣି ଥରେ ଉଭୟ ନେତାଙ୍କ ମଧ୍ୟରେ ଆଜି ହେବ ଡିନର୍ ମିଟିଂ। ରାତ୍ରି ଭୋଜନରେ ଦୁଇ ନେତାଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଜେପି ଏବଂ ଜେଡିୟୁ ମଧ୍ୟରେ ପୁନଃ ମେଣ୍ଟ […]
ପୁଣେ: ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନାଗରିକତା ସଂଶୋଧନ ବିଧେୟକ (ସିଏଏ)କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଭାରତୀୟ ନାଗରିକଙ୍କୁ ଧୈର୍ଯ୍ୟର ସହ ଏ (ସିଏଏ) ସମ୍ବନ୍ଧରେ ବିଚାର କରିବାର ଆବଶ୍ୟକତା ରହିଛି। ମୁଁ ୧୮ ବର୍ଷର ଥିଲା ବେଳେ ଭାରତ ପକ୍ଷରୁ ଖେଳିଆସୁଛି। ମୋ ଟିମରେ ବିଭିନ୍ନ ପ୍ରକାରର ଲୋକ ଥିଲେ। ସେଥିମଧ୍ୟରୁ ଅଲଗା-ଅଲଗା ଜାତି, ଅଲଗା ଧର୍ମର ଲୋକ ମଧ୍ୟ ଥିଲେ। ମୋ ମତରେ ଭାରତ ସରକାର ନିଶ୍ଚୟ କିଛି […]
ସିକିମ୍ : ଇତିହାସରୁ ଆମେ ଗୌତମ ବୁଦ୍ଧଙ୍କ କାହାଣୀ ବିଷୟରେ ଜାଣିଛେ। ପିତା ସୁଦ୍ଧୋଦନଙ୍କ ରାଜକୀୟ ସାମ୍ରାଜ୍ୟକୁ ଛାଡ଼ି ଗୌତମ ଆପଣେଇ ଥିଲେ ସନ୍ୟାସର ବାଟ। ପତ୍ନୀ, ପୁତ୍ର ଓ ରାଜ ପରିବାର ଧନ ସମ୍ପତ୍ତିର ମୋହ ତାଙ୍କୁ ଅଟକାଇ ପାରିନଥିଲା। ସେ ସିଦ୍ଧାର୍ଥ ଗୌତମରୁ ପାଲଟିଗଲେ ଗୌତମ ବୁଦ୍ଧ। ଇଏ ଥିଲା ଭଗବାନ ବୁଦ୍ଧଙ୍କ କଥା। କିନ୍ତୁ ଆମେ ଏପରି ଜଣେ ରାଜକୁମାରଙ୍କ କଥା କହିବୁ ଯିଏ ଆପଣାଇଥିଲେ ଗୌତମ ବୁଦ୍ଧଙ୍କ ପଥ। ବାପାଙ୍କ ରାଜଗାଦି […]
ଭୁବନେଶ୍ୱର: ମୌସୁମୀ ପୁଣି ସକ୍ରିୟ ହୋଇଛି। ଉତ୍ତର ଉପକୂଳରେ ଘୂର୍ଣ୍ଣିବଳୟ ସାଙ୍ଗକୁ ବଙ୍ଗୋପ ସାଗରରେ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଜିଠୁ ବର୍ଷା ଆରମ୍ଭ ହେବ । ଆଜିଠୁ ଚାରିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ […]
ଇନ୍ଦୋର : ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଘଟଣା ଘଟିଛି, ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଦେବ। ଏଠାରେ ଜଣେ ଟ୍ୟୁସନ ଶିକ୍ଷୟିତ୍ରୀ ନିଜ ଷ୍ଟୁଣ୍ଡେଣ୍ଟଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ଏହାର ଭିଡ଼ିଓ କରି ନିଜ ବୟଫ୍ରେଣ୍ଡକୁ ପଠାଇଛନ୍ତି । ନବଭାରତ ଟାଇମ୍ସରେ ପ୍ରକାଶିତ ସୂଚନା ମୁତାବକ, ଶିକ୍ଷୟିତ୍ରୀ ଜଣକ ପିଲାଙ୍କୁ ପଢ଼ାଉଥିବା ବେଳେ ଏମିତି ସବୁ ଖରାପ କାମ କରିଥିଲେ । ୬ ବର୍ଷ ଓ ୩ ବର୍ଷର ଛୋଟ ଶିଶୁଙ୍କର ପୋଷାକ […]
ଭୁବନେଶ୍ୱର: ଫିଫା ବିଶ୍ୱକପ୍ରେ ଚଳିତ ବର୍ଷ ପ୍ରଥମଥର ପାଇଁ ଫାଇନାଲରେ ପହଞ୍ଚିଛି କ୍ରୋଏସିଆ। ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଫଳରେ ୧୯୬୬ରେ ବିଶ୍ୱକପ୍ ବିଜୟୀ ହୋଇଥିବା ଇଂଲଣ୍ଡର ଦ୍ୱିତୀୟ ବିଶ୍ୱକପ୍ ଜିତିବା ଆଶା ମଉଳି ଯାଇଛି। ୬୭ ମିନିଟ୍ ଧରି ପଛୁଆ ରହିବା ପରେ ନିର୍ଦ୍ଧାରିତ ୯୦ ମିନିଟ୍ ଖେଳକୁ ୧-୧ରେ ଶେଷ କରିଥିଲା କ୍ରୋଏସିଆ। ହେଲେ ଅତିରିକ୍ତ ସମୟରେ ବାଜି ମାରି ନେଇଥିଲା। ୧୦୯ ମିନିଟ୍ରେ ମାରିଓ ମଣ୍ଡଜୋକିଙ୍କ […]
ଲସ୍ ଏଞ୍ଜଲ୍ସ : ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାର ଘଟଣା ଉପରେ ନିର୍ମାଣ ହେବ ହଲିଉଡ୍ ଫିଲ୍ମ । ମଙ୍ଗଳବାର ପ୍ୟୁର୍ ଫ୍ଲିକ୍ସ ଏଣ୍ଟରଟେନ୍ମେଣ୍ଟ୍ ପକ୍ଷରୁ ଏହା ଘୋଷଣା କରାଯାଇଛି । ସଂସ୍ଥାର ସିଇଓ ମାଇକେଲ ସ୍କଟ୍ ଫେସ୍ବୁକ୍ରେ ଏହା ଘୋଷଣା କରିବା ସହ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ହଲିଉଡ୍ ରିପୋର୍ଟରେ ପ୍ରକାଶିତ ଖବର ଅନୁଯାୟୀ, କାଓସ୍ ଏଣ୍ଟରଟେନ୍ମେଣ୍ଟ୍ ଓ ପ୍ୟୁର୍ ଫ୍ଲିକ୍ସ ଏଣ୍ଟରଟେନ୍ମେଣ୍ଟ୍ ମିଳିତ ଭାବେ […]
ଭୁବନେଶ୍ୱର: ରାଜ୍ୟରେ ସବୁଠି ଖୋଲାଖୋଲି ଚାଲିଛି ପଲିଥିନ୍ ବ୍ୟବହାର। ମାତ୍ରାଧିକ ପଲିଥିନ୍ ବ୍ୟବହାର ଯୋଗୁଁ ହିଁ ପ୍ରଦୂଷିତ ହେଉଛି ପରିବେଶ। ଏହାକୁ ଆଖିରେ ରଖି ପଲିଥିନ୍ ବ୍ୟାନ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ତେବେ ପ୍ଲାଷ୍ଟିକ ବ୍ୟବହାର ଅଭ୍ୟାସରୁ ଲୋକଙ୍କୁ କିଭଳି ଦୂରେଇ ରଖାଯିବ? ପଲିଥିନ୍ର ବିକଳ୍ପ ଭାବେ କେଉଁ ସାମଗ୍ରୀ ବ୍ୟବହାର କରାଯିବ? ତାହା ଏବେ ବଡ଼ ପ୍ରଶ୍ନ। ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ଓ ଗ୍ରାମାଂଚଳରେ ପଂଚାୟତିରାଜ ବିଭାଗ ଏହି କଟକଣାକୁ କାର୍ଯ୍ୟକାରୀ କରିବେ। […]
ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ତାଜମହଲର ସୁରକ୍ଷା ଓ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ତାଜମହଲର ସଂରକ୍ଷଣକୁ ନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଦେଇଥିବା ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଜୁଲାଇ ୩୧ରୁ ପ୍ରତିଦିନ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରଦୂଷଣ ଦ୍ୱାରା ତାଜମହଲ ନଷ୍ଟ ହେଉଥିବାରୁ ଏଥିପାଇଁ ଏକ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ପ୍ରଦୂଷଣର କାରଣ ଓ ଏହାର ସମାଧାନ ପାଇଁ […]
ଭୁବନେଶ୍ୱର: ପ୍ରଥମେ ୭, ପରେ ୧୧ ଆଉ ଏବେ ୧୪। ତଳକୁ ତଳ ଯାଉଛି ଶିଳ୍ପ ଅନୁକୁଳ ବାତାବରଣ ସୃଷ୍ଟି କରିବାରେ ଓଡିଶାର ସ୍ଥାନ। ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟିରେ ଆମର ସବୁ ପଡ଼ୋଶୀ ଆଗରେ ଅଛନ୍ତି। ଆନ୍ଧ୍ର ପ୍ରଦେଶ ରହିଛି ଏକ ନମ୍ବରରେ। ତେଲେଙ୍ଗାନା ୨, ଝାଡଖଣ୍ଡ ଓ ଛତିଶଗଡ଼ ଅଛନ୍ତି ୪ ଓ ୬ ନମ୍ବର ସ୍ଥାନରେ। ଦୁଇଟି ମାପଦଣ୍ଡକୁ ନେଇ ପ୍ରସ୍ତୁତ ହୋଇଛି ତାଲିକା। ଗୋଟିଏ ହେଉଛି ଶିଳ୍ପ ସଂସ୍କାରର ସ୍କୋର ବୋର୍ଡ […]