ନୂଆଦିଲ୍ଲୀ: ଲୋକସଭାରେ ରାଫେଲ୍ ତାତି ଦେଖିବାକୁ ମିଳିଛି। ରାଫେଲ୍ ଡିଲ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସଂସଦରେ ରାଫେଲ୍ ଡିଲ୍ ନେଇ ଉତ୍ତର ଦେବାର ସାହସ ପ୍ରଧାନମନ୍ତ୍ରୀଙ୍କ ନାହିଁ ବୋଲି ରାହୁଲ କହିଛନ୍ତି। କେବଳ ତାହା ନୁହେଁ ଏହି ପ୍ରସଙ୍ଗରେ ପୂରା ଦେଶ ପିଏମ୍ଙ୍କୁ ପ୍ରଶ୍ନ କରୁଛି ବୋଲି କହିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନିଜ ଉତ୍ତର ରଖୁନଥିବା ସେ ଅଭିଯୋଗ କରିଛନ୍ତି।
ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୮ର ଅନ୍ତିମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ପ୍ରସଙ୍ଗ ଉଠାଇ ଭାରତର ପ୍ରଦର୍ଶନ କୁ ପ୍ରଶଂସା ମଧ୍ୟ କରିଛନ୍ତି। ମୋଦି ମକର ସଂକ୍ରାନ୍ତିର ଶୁଭକାମନା ଜଣାଇବା ସହିତ ୨୦୧୯ ନୂଆ […]
ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପିତ ହେବ ତିନି ତଲାକ୍ ବିଲ୍। ପୂର୍ବରୁ ଲୋକସଭାରେ ଏହି ବିଲ୍ ପାସ୍ ହୋଇସାରିଛି। ତେବେ କେନ୍ଦ୍ର ସରକାରଙ୍କ ପାଇଁ ଏହାକୁ ରାଜ୍ୟସଭାରେ ପାସ୍ କରାଇବା ଚ୍ୟାଲେଞ୍ଜ ହେବ। କଂଗ୍ରେସ ରାଜ୍ୟସଭାରେ ଅନ୍ୟ ବିରୋଧୀ ଦଳର ସମର୍ଥରେ ବିଲ୍ର ବର୍ତ୍ତମାନର ରୂପରେଖକୁ ନେଇ ବିରୋଧ କରିବାରୁ ପ୍ରସ୍ତୁତ ହେଉଛି। ଲୋକସଭାରେ ବିଲ୍ ପାସ୍ ହୋଇଥିଲେ ବି ୧୦ଟି ପ୍ରମୁଖ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ। ଏହି ଦୃଷ୍ଟିକୋଣରୁ ରାଜ୍ୟସଭାରେ ବି ବିରୋଧୀ […]
ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୧୩୭ ରନ୍ରେ ପରାସ୍ତ କରିଛି ଭାରତ। ଆଜି ଖେଳର ଅନ୍ତିମ ଦିନରେ ୨୫୮ ରନରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ମାତ୍ର ୩ ରନ୍ କରି ୨୬୧ ରନରେ ଅଲ୍ ଆଉଟ ହୋଇ ଯାଇଥିଲା। ବର୍ଷା ଯୋଗୁ ଆଜିର ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ଗତକାଲି ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ୮ ୱିକେଟ୍ ହରାଇ ୨୫୮ ରନ୍ କରିଥିଲା। ପ୍ରଥମ ଇନିଂସ […]
ରାୟପୁର: ଛତିଶଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୯ଜଣଙ୍କ ମୃତ୍ୟୁ ଘଟିଛି। ରାୟପୁର ଠାରୁ ୭୦ କି.ମି. ଦୂରରେ ରାଜ୍ନାନ୍ଦଗାଓଁ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଏକ ବୋଲେରୋରେ ଡଙ୍ଗରଗଡ଼ ସ୍ଥିତ ଏକ ମନ୍ଦିରରେ ଭଗବାନଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଟ୍ରକ୍କୁ ଧକ୍କା ଦେବା ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ରାଜ୍ନାନ୍ଦଗାଓଁ-ଡର୍ଗ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବୋଲେରୋ […]
ଜମ୍ମୁ-କାଶ୍ମୀର : ଜାମ୍ମୁ ଓ କାଶ୍ମୀରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା। ବନିହାଲରୁ ରାମବାନ୍ ଯାଉଥିବା ଏକ ମିନି ବସ୍ ଘାଟି ତଳକୁ ଖସି ପଡିଛି। ଏଥିରେ ୨୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ଜଣ ଅାହତ ହୋଇଛନ୍ତି। ଅାହତ ମାନଙ୍କୁ ହେଲିକପ୍ଟରରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥର କେଲା ନିକଟରେ ବସ୍ଟି ଖାଇ ତଳକୁ ଖସିଯାଇଥିଲା। ସ୍ଥାନୀୟ ଲୋକ ଓ ପ୍ରଶାସନ ପକ୍ଷରୁ […]
ନୂଆଦିଲ୍ଲୀ : IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପରିବାର ଅାଶ୍ୱସ୍ତ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପତ୍ନୀ ରାବିଡ଼ୀ ଦେବୀ ଏବଂ ତେଜସ୍ୱୀଙ୍କୁ ମିଳିଛି ଜାମିନ୍ । ସିବିଅାଇ ପକ୍ଷରୁ ଦାଖଲ ହୋଇଥିବା ମାମଲାରେ ଦିଲ୍ଲୀ ପତିଅାଲା ହାଉସ୍ କୋର୍ଟ ଜାମିନ୍ ମଞ୍ଜୁର କରିଛନ୍ତି । ତେବେ ଲାଲୁଙ୍କୁ ଏହି ମାମଲାରେ ଜାମିନ୍ ମିଳିନି । ସ୍ୱାସ୍ଥ୍ୟ ଖରାପ ଥିବା କାରଣରୁ ସେ କୋର୍ଟରେ ହାଜର ହୋଇପାରିନାହାନ୍ତି । ଅନ୍ୟପଟେ ଇଡି ପକ୍ଷରୁ […]
ନୂଆଦିଲ୍ଲୀ : ୫ ରାଜ୍ୟ ପାଇଁ ବାଜିଲା ନିର୍ବାଚନୀ ବିଗୁଲ୍ । ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେଲା କାର୍ଯ୍ୟସୂଚୀ । ୯୦ ଅାସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟ ନଭେମ୍ବର ୧୨ ଓ ୨୦ରେ ହେବ ଭୋଟ୍ । ୨୩୦ ଅାସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ଓ ୪୦ ଅାସନ ବିଶିଷ୍ଟ ମିଜୋରାମ୍ ବିଧାନସଭା ପାଇଁ ନଭେମ୍ବର ୨୮ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। […]
ଅମୃତସର ସହ ସଂଲଗ୍ନ ଭାରତ-ପାକ୍ ସୀମା ନିକଟରେ ଥିବା ଖୋଲା ସ୍ଥାନରେ ପ୍ରାୟ ୧୦ କ୍ୱିଣ୍ଟାଲ ହିରୋଇନ୍ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ପୋଡିଲା ଶତ୍ରୁ ଦେଶ । ଏତେ ପରିମାଣର ନିଶାଦ୍ରବ୍ୟ ପୋଡ଼ିବା ଦ୍ୱାରା ଆକାଶକୁ ଆଚ୍ଛାଦନ କରି ପକାଇଥିଲା ବିଷାକ୍ତ କଳାଧୂଆଁ ।
ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲ୍ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଦୃଢ଼ ସ୍ଥିତିରେ ଅଛି ଭାରତ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩୪୬ରନ୍ର ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ। ଆଜି ଅଷ୍ଟ୍ରେଲିଆକୁ ୧୫୧ରନ୍ରେ ଅଲଆଉଟ କରିବା ପରେ ଇଣ୍ଡିଆ ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା। ଦ୍ୱିତୀୟ ଇଂନିସରେ ମାତ୍ର ୫୪ ରନ୍ରେ ୫ ଓ୍ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଭାରତ। ଡେବ୍ୟୁ କରିଥିବା ମୟଙ୍କ ଅଗ୍ରଓ୍ୱାଲଙ୍କୁ ଛାଡ଼ି […]
ରାଜସ୍ଥାନ : ନିର୍ବାଚନୀ ବିଗୁଲ୍ ବାଜିବା ପୂର୍ବରୁ ଜୋରଦାର ପ୍ରଚାର । ଅାଜି ରାଜସ୍ଥାନରେ ଶକ୍ତି ପ୍ରଦର୍ଶନ କରୁଛି ବିଜେପି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଗଡ଼ ଅଜମେର୍ ଯାଇ ସାଧାରଣ ରାଲିରେ ଯୋଗ ଦେଇଛନ୍ତି। ଅାଜି ଶେଷ ହେଉଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗୌରବ ଯାତ୍ରା। ଏହି ଅବସରରେ ଅାୟୋଜିତ ସମାବେଶରେ ଖୋଦ୍ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି। କଂଗ୍ରେସର ଯୁବ ଚେହେରା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ୍ ପାଇଲଟଙ୍କ ନିଜ ନିର୍ବାଚନ […]
ବେଙ୍ଗାଲୁରୁ: ସମସ୍ତେ ଜାଣନ୍ତି କି ମାଙ୍କଡ଼ ହେଉଛି ଅନୁକରଣ ପ୍ରିୟ। କାହିଁକି ନା ମନୁଷ୍ୟ ଯାହା କରେ ମାଙ୍କଡ ତାହାକୁ ଅନୁକରଣ କରିଥାଏ। ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି। ହେଲେ ମାଙ୍କଡ଼ ବସ୍ ଚଳାଇବା ଭଳି ଏକ ଆଶ୍ଚର୍ଯ୍ୟକର ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଙ୍କଡ଼ଟି ବସ୍ର ଷ୍ଟିୟରିଂ ଉପରେ ବସିଛି ଓ ଡ୍ରାଇଭର ଜଣକ ଗାଡ଼ି ଚଳାଉଛନ୍ତି। ଏହି ଘଟଣାକୁ ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ […]
ନୂଆଦିଲ୍ଲୀ: ସରଗରମ ଆଲୋଚନା ପରେ ସଂଶୋଧିତ ତିନ୍ ତଲାକ୍ ବିଲ୍ ଲୋକସଭାରେ ପାସ୍ ହୋଇଛି। ତେବେ ପାସ୍ ହେବା ପୂର୍ବରୁ କକ୍ଷ୍ୟତ୍ୟାଗ କରିଥିଲେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ। ତିନ୍ ତଲାକର ଅପରାଧୀକରଣ ଦିଗକୁ ବିରୋଧୀ ଜୋରଦାର ବିରୋଧ କରିଥିଲେ। ତିନି ଥର ତଲାକ୍ କହି ପତ୍ନୀଙ୍କ ଛାଡ଼ପତ୍ର ଦେଉଥିବା ବ୍ୟକ୍ତିଙ୍କ ଲାଗି ବିଲ୍ରେ ୩ ବର୍ଷ ଜେଲ୍ ଯିବାର ବ୍ୟବସ୍ଥା ରହିଛି। ତେବେ ଅଧିକାଂଶ ବିରୋଧୀ ଦଳ ଏହି ବ୍ୟବସ୍ଥାକୁ ଜୋରଦାର ଢଙ୍ଗରେ ବିରୋଧ […]