• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

2
ଯୁବ ବୈଜ୍ଞାନିକଙ୍କୁ ତାଲିମ ଦେବ ଇସ୍ରୋ, ପ୍ରତି ରାଜ୍ୟରୁ ୩ ନେବେ ଶିକ୍ଷା

ବେଙ୍ଗାଲୁରୁ: ମହାକାଶ ବିଜ୍ଞାନ ପ୍ରତି ଯୁବପିଢ଼ିମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଏବେ ଯୁବ ବୈଜ୍ଞାନିକମାନଙ୍କୁ ତାଲିମ ଦେବ ଇସ୍ରୋ। ଏଥିପାଇଁ ପ୍ରତ୍ୟେକ ରାଜ୍ୟର ୩ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ, ଓ ଏମାନଙ୍କୁ ଶିକ୍ଷା ଦିଆଯିବ। ଏହାଦ୍ୱାରା ଇସ୍ରୋ ପକ୍ଷରୁ ପରୀକ୍ଷାଗାରରେ ହେଉଥିବା ଗବେଷଣା ସମ୍ପର୍କରେ ଛାତ୍ରଛାତ୍ରୀମାନେ ତଥ୍ୟ ହାସଲ କରିପାରିବେ। ଏଥିସହ ସାଟେଲାଇଟ ନିର୍ମାଣ ସମ୍ପର୍କରେ ସିଧାସଳଖ ଜ୍ଞାନ ଆହରଣ କରିପାରିବେ […]

a2-1
ମେଲବୋର୍ଣ୍ଣ ଓ୍ୱାନ୍ ଡେ: ଭାରତର ସ୍ପିନ୍‌ରେ ଅଷ୍ଟ୍ରେଲିଆ ଘାଇଲା

ମେଲବୋର୍ଣ୍ଣ: ଇଣ୍ଡିଆ, ଅଷ୍ଟ୍ରେଲିଆ ମଧ୍ୟରେ ମେଲ୍‌ବୋର୍ଣ୍ଣରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ କମାଲ ଦେଖାଇଛନ୍ତି ଭାରତୀୟ ସ୍ପିନର ଯୁଜବେନ୍ଦର ଚହଲ। ତାଙ୍କର ଚମତ୍କାର ସ୍ପିନ୍ ଆଗରେ ଅଷ୍ଟ୍ରେଲିଆ ଘାଇଲା ହୋଇଯାଇଛି। ଫଳରେ ଅଷ୍ଟ୍ରେଲିଆ ୪୮ ଓଭର ୪ଟି ବଲ୍‌ ଖେଳି ୨୩୦ ରନ୍ କରି ଅଲ୍ଆଉଟ୍‌ ହୋଇଯାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଣ୍ଡସକମ୍ବ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଭାରତର ଚହଲ୍ ୬ଟି ଓ୍ୱିକେଟ ନେଇଛନ୍ତି। ଆଜି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିଥିଲା ଟିମ୍ […]

amit
ଅମିତ ଶାହଙ୍କୁ ସ୍ୱାଇନ୍ ଫ୍ଲୁ , ଦିଲ୍ଲୀ ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ: ସ୍ୱାଇନ୍‌ ଫ୍ଲୁ ପରି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏମ୍‌ସର ବରିଷ୍ଠ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ଏ ସମ୍ପର୍କରେ ଅମିତ ଶାହ ନିଜେ ଟ୍ୱିଟ୍‌ ଯୋଗେ ସମସ୍ତଙ୍କୁ ନିଜର ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଅସୁସ୍ଥତା ଯୋଗୁ ଶାହଙ୍କର ଓଡ଼ିଶା ଗସ୍ତ ବାତିଲ ହୋଇଛି। ଏହି ସୂଚନା […]

sc
ଡିଜିପି ନିର୍ଦ୍ଦେଶାବଳୀ ପରିବର୍ତ୍ତନକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ପୁଲିସ୍ ଡିଜି ନିଯୁକ୍ତି ନେଇ ଥିବା ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ପଞ୍ଜାବ, ହରିୟାଣା, କେରଳ, ପଶ୍ଚିମବଙ୍ଗ ଓ ବିହାର ପକ୍ଷରୁ ଏହି ଆବେଦନ କରାଯାଇଥିଲା। ପୁଲିସ୍ ବିଭାଗ ରାଜ୍ୟମାନଙ୍କ ,ସ୍ୱତନ୍ତ୍ର  କ୍ଷମତା ପରିସରରେ ଆସୁଥିବାରୁ ଡିଜିପି ନିଯୁକ୍ତ କରିବା ଲାଗି ଏମାନଙ୍କୁ ଅଧିକାର ଦେବାକୁ  ଆବେଦନର ଦର୍ଶାଯାଇଥିଲା। ତେବେ କୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି। ୨୦୦୬ ମସିହାରେ ସୁପ୍ରିମକୋର୍ଟ କହିଥିଲେ, ରାଜ୍ୟ ସରକାର ଡିଜିପି ପଦ ଖାଲି […]

nsdflkg
କର୍ଣ୍ଣାଟକ ରାଜନୈତିକ ପାଣିପାଗରେ ହଠାତ୍ ପରିବର୍ତ୍ତନ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୈତିକ ପାଣିପାଗରେ ହଠାତ୍ ପରିବର୍ତ୍ତନ ଦେଖା ଦେଇଛି। ବିଜେପିର ତଥାକଥିତ ‘ଅପରେସନ୍ ଲୋଟସ’କୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ ବୋହିବା ଆରମ୍ଭ ହୋଇଯାଇଛି। କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛନ୍ତି ୨ ସ୍ୱାଧୀନ ବିଧାୟକ। ଏମିତିରେ କର୍ଣ୍ଣାଟକରେ ଟଳମଳ ଅବସ୍ଥାରେ ଆସିଯାଇଛି କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାର। ବିଜେପି ତା’ର ୧୦୪ ଜଣ ବିଧାୟକଙ୍କୁ ନେଇ ଗୁରୁଗ୍ରାମରେ ରଖିଥିବା ବେଳେ କଂଗ୍ରେସର କିଛି ବିଧାୟକଙ୍କ ପତ୍ତା ମିଳୁନି। ଏମାନେ ବିଜେପି […]

ver
ଯୁବତୀଙ୍କ ଭର୍ଜିନିଟିକୁ ନେଇ ପ୍ରଫେସର୍‌ଙ୍କ ବିବାଦୀୟ ଫେସବୁକ୍ ପୋଷ୍ଟ

କୋଲକାତା: ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର କନକ ସରକାରଙ୍କ ଫେସବୁକ୍ ପୋଷ୍ଟକୁ ନେଇ ବିବାଦ ତେଜିବାରେ ଲାଗିଛି। କିଛିଦିନ ପୂର୍ବେ କନକ ବିମାନରେ ଯାତ୍ରା କରୁଥିବା ଫଟୋ ସହ ଫେସବୁକ୍ ପୋଷ୍ଟ କରିଥିଲେ। ଏଥିରେ ସେ ଯୁବତୀଙ୍କ ଭର୍ଜିନିଟିକୁ ସିଲ୍‌ଡ ବୋଟଲ୍‌ ସହ ତୁଳନା କରିଥିଲେ। ଭର୍ଜିନ ବ୍ରାଇଡ୍-ହ୍ୱାଇ ନଟ୍ ବିଷୟ ବସ୍ତୁରେ ସରକାର ଏହି ପୋଷ୍ଟ ଲେଖିଥିଲେ। ଏପରିକି ଏହି ବିଷୟକୁ ଯଥାର୍ଥତା କରିବା ଲାଗି ସେ ଓଲଟି ପ୍ରଶ୍ନ ମଧ୍ୟ କରିଥିଲେ। ଦୋକାନରୁ କେହି […]

virat
ଆଡିଲେଡ୍‌ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ

ଆଡିଲେଡ୍‌: କମ୍‌ ବ୍ୟାକ୍‌ର ଲକ୍ଷ୍ୟ ନେଇ ଆଡିଲେଡ୍‌ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ଏଥିରେ ସଫଳ ହୋଇଛି। ଟିମ୍‌ ଇଣ୍ଡିଆ ପ୍ରଥମେ ଅଧିନାୟକ ବିରାଟ୍‌ କୋହଲିଙ୍କ ଶତକ ଓ ଶେଷ ଭାଗରେ ଭେଟରାନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୪ ୱିକେଟ୍‌ରେ ଜିତି ନେଇଛି। ଧୋନି ଭାରତକୁ ମ୍ୟାଚ୍‌ ଜିତାଇବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏଥିସହ କାହିଁକି ସେ ଟିମ୍‌ ଇଣ୍ଡିଆରେ ରହିଛନ୍ତି, ତାହା ମଧ୍ୟ […]

allout
ଅପରେସନ ଅଲଆଉଟ୍‌ରେ ଦୁଇ ଆତଙ୍କବାଦୀ ଆଉଟ୍

ଶ୍ରୀନଗର: କଶ୍ମୀର ଉପତ୍ୟାକାରୁ ଆତଙ୍କବାଦୀଙ୍କ ନିପାତ ପାଇଁ ଅପରେସନ ଅଲଆଉଟ ଜାରି ରହିଛି। ଗତକାଲି କୁଲଗାମରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ଅପରେସନ ଅଲ୍ଆଉଟର ଟିମ୍। ଏହି ଅପରେସନ୍‌ରେ ଟିମ୍‌ର ସେନା, ପୁଲିସ୍ ଓ ସିଆରପିଏଫ୍‌ର ବଛା ବଛା ଯବାନ ସାମିଲ ହୋଇଥିଲେ। ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ୟାରିପୁରା ନିକଟସ୍ଥ କାଟାପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ […]

himachal
ହିମଚାଦର ତଳେ ହିମାଚଳ

ଶ୍ରୀନଗର: ଉତ୍ତର ଭାରତରେ ଶୀତର ରାଜୁତି ସହ ତୁଷାରପାତ ଚିନ୍ତା ବଢ଼ାଇଛି। ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରୁଥିଲେ ବି ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖାଦେଇଛି। ଗତ କିଛି ଦିନ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଅଞ୍ଚଳରେ ତୁଷାରପାତ ବଢ଼ିବା ସହ ପାରଦ ହ୍ରାସ ଘଟୁଛି। ରାସ୍ତାରେ ବରଫ ଜମା ହୋଇ ରହିଥିବାରୁ ଅଧାବାଟରେ ଶହ ଶହ ଟ୍ରକ ଅଟକି ରହିଛି। ମନାଲୀରେ ଚାରିଆଡ଼େ ବରଫର ଆସ୍ତରଣ। ରାସ୍ତା ଘାଟ ସହିତ କୋଠାବାଡ଼ି ବି […]

austrelia
ଫିକା ପଡ଼ିଲା ରୋହିତଙ୍କ ଶତକ, ୩୪ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ସିଡ୍‌ନୀ: ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ସିଡ୍‌ନୀରେ ଖେଳାଯାଉଥିବା ଦିନିକିଆ ମ୍ୟାଚ୍‌ରେ ୩୪ ରନ୍‌ରେ ପରାସ୍ତ ହୋଇଛି ଇଣ୍ଡିଆ। ଏହି ବିଜୟ ସହିତ ତିନିଟିକିଆ ୱାନ୍‌ଡେ ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ। ଆଜି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୨୮୮ ରନ୍ କରିଥିଲା। ଉସ୍ମାନ ଖ୍ୱାଜା, ସନ୍ ମାର୍ଶ ଓ ହ୍ୟାଣ୍ଡସ୍କମ୍ବ ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ୨୮୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ […]

modi
ବିଜେପି ଜାତୀୟ ପରିଷଦର ଶେଷ ଦିନରେ ମୋଦିଙ୍କ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ବିଜେପି ଜାତୀୟ ପରିଷଦର ଶେଷ ଦିନରେ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଧିବେଶନରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ବିଜେପି ହିଁ କେବଳ ଦେଶକୁ ଶିଖରରେ ପହଞ୍ଚାଇ ପାରିବ। ସମସ୍ତଙ୍କ ସହ ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ। ସେହିପରି ସଂରକ୍ଷଣକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି। ସଂରକ୍ଷଣ ଯୋଗୁ କାହାର ଅଧିକାରକୁ ବଞ୍ଚିତ କରାଯିବ ନାହିଁ ବୋଲି ମୋଦି କହିଛନ୍ତି। ବିଜେପି ଜାତୀୟ ପରିଷଦ ଅଧିବେଶନର ଶେଷ ଦିନରେ କଂଗ୍ରେସ ଉପରେ […]

PM Narendra Modi
ପେଗାସସ୍ ପ୍ରସଙ୍ଗକୁ ନେଇ ସଂସଦରେ ଆଜି ବି ହଙ୍ଗାମା ଜାରି

ଅଧିବେଶନର ୨ୟ ଦିନରେ ଆଜି ପେଗାସସ୍ ପ୍ରସଙ୍ଗକୁ ନେଇ ହଙ୍ଗାମା ଜାରି ରହିଛି। ହଟ୍ଟଗୋଳକୁ ଦେଖି ଉଭୟ ରାଜ୍ୟ ସଭା ଓ ଲୋକ ସଭାକୁ ଆରମ୍ଭ ହେବାର ମାତ୍ର ୫ ମିନିଟ ପରେ ମୁଲତବି ରଖିବାକୁ ପଡ଼ିଥିଲା। ଲୋକସଭା ୨ଟା ପର୍ଯ୍ୟନ୍ତ ଏବଂ ରାଜ୍ୟ ସଭାକୁ ୧୧ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା।

voting
ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୧୯ ଜିଲ୍ଲାର ୭୨ଟି ବିଧାନସଭା ଆସନ ଲାଗି ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୫ଟାରେ ମତଦାନ ଶେଷ ହେବ। ୧ କୋଟି ୫୩ ଲକ୍ଷ ୮୫ ହଜାରରୁ ଅଧିକ ଭୋଟର ମତ ସାବ୍ୟସ୍ତ କରିବେ। ମତଦାନ ପାଇଁ ୧୯ ହଜାର ୨୯୬ଟି ଭୋଟ୍‌ ଗ୍ରହଣ କେନ୍ଦ୍ର କରାଯାଇଛି। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ୧୦୭୯ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। […]

mamata banerjee
ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ସିବିଅାଇକୁ ନା

କୋଲକାତା: ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ସିବିଆଇକୁ ନା। ଏଣିକି ପଶ୍ଚିମବଙ୍ଗରେ ପ୍ରବେଶ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ। କାରଣ ଏଥିପାଇଁ ଦିଆଯାଇଥିବା ‘ଜେନେରାଲ୍ କନ୍‌ସେଣ୍ଟ୍’ ବା ‘ସାଧାରଣ ସହମତି’କୁ ପଶ୍ଚିମବଙ୍ଗ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି ସହମତି ବଳରେ ସିବିଆଇ ଅଧିକାରୀମାନେ ଅବାଧରେ ସମ୍ପୃକ୍ତ ରାଜ୍ୟରେ କୌଣସି ମାମଲାରେ ତଦନ୍ତ କରିପାରିବେ କିମ୍ବା ଚଢ଼ଉ କରିପାରିବେ। ଆନ୍ଧ୍ରପ୍ରଦେଶରେ ଟିଡିପିର ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ଥିବାବେଳେ ପଶ୍ଚିମବଙ୍ଗରେ ମମତା […]

elephant
ବିଲ ମଝିରେ ଦନ୍ତାହାତୀ

କଟକ: ବିଲ ମଝିରେ ଅସୁସ୍ଥ ଏକ ଦନ୍ତାହାତୀକୁ ଠାବ କରାଯାଇଛି। କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ହଳଦୀବସନ୍ତ ଗାଁ ବିଲରେ ଦନ୍ତା ହାତୀଟି ଅସୁସ୍ଥ ହୋଇ ପଡି ରହିଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ହାତୀଟି ଅସୁସ୍ଥ ଥିବାରୁ ଉଠି ନ ପାରି ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ ମଧ୍ୟ ଏଯାଏ ଡାକ୍ତରୀ ଟିମ୍‌ ପହଞ୍ଚି ନାହାନ୍ତି। ଗତକାଲି ହାତୀଟି ବିଲ ମଝିରେ […]

kalinga stadium
ଅନ୍‌ଲାଇନ୍‌ରେ ମିଳିବ ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ଟିକେଟ୍

ଭୁବନେଶ୍ୱର: କାଉଣ୍ଟରରେ ନୁହେଁ, ଅନ୍‌ଲାଇନ୍‌ରେ ମିଳିବ ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ଟିକେଟ୍। ଆସନ୍ତା ସପ୍ତାହରୁ ଏସବୁ ଟିକେଟ୍ ବିକ୍ରି ହେବ। ତେବେ ଟିକେଟ୍ ବିକ୍ରିର ୪୮ ଘଣ୍ଟା ପୂର୍ବରୁ ଏ ସମ୍ପର୍କରେ ସୂଚନା ଦିଆଯିବ। ଏଫ୍ଆଇଏଚ୍‌ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଗତକାଲି ଅନୁଷ୍ଠିତ ଜେନେରାଲ୍ ବଡ଼ି ବୈଠକ ପରେ ଏହି ସୂଚନା ଦେଇଛନ୍ତି। ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏବଂ ୨୮ ତାରିଖରେ ବାରବାଟୀରେ […]

AP CM
ସିବିଆଇକୁ ଆନ୍ଧ୍ର ପ୍ରଦେଶ ମନା

ହାଇଦ୍ରାବାଦ: ସିବିଆଇକୁ ଆନ୍ଧ୍ର ପ୍ରଦେଶ ମନା। ଏଣିକି ସରକାରୀ କାମରେ ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ। କାରଣ ଏଥିପାଇଁ ଦିଆଯାଇଥିବା ‘ଜେନେରାଲ୍ କନ୍‌ସେଣ୍ଟ୍’ ବା ‘ସାଧାରଣ ସହମତି’କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି ସହମତି ବଳରେ ସିବିଆଇ ଅଧିକାରୀମାନେ ସରକାରଙ୍କ ଅନୁମତି ବିନା ଯେକୌଣସି ସମୟରେ ରାଜ୍ୟକୁ ଆସି ଖୋଜାଖୋଜି ଓ ଅପରେସନ୍ କରିଥାଆନ୍ତି। ଏନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି […]

rain
ତାମିଲନାଡୁ ଉପକୂଳ ଛୁଇଁଲା ‘ଗଜ’; ପ୍ରବଳ ବର୍ଷା ଜାରି

ଚେନ୍ନାଇ: ଘୂର୍ଣ୍ଣିଝଡ଼ ‘ଗଜ’ ଆଜି ଭୋର ସମୟରେ ତାମିଲନାଡୁର ନାଗାପାଟ୍ଟିନମ୍‌ରେ ଉପକୂଳ ଛୁଇଁଛି। ଉପକୂଳ ଛୁଇଁବା ସମୟରେ ଘଣ୍ଟାପ୍ରତି ପବନର ବେଗ ୧୨୦ କି.ମି ଥିଲା। ଗଜକୁ ଦୃଷ୍ଟିରେ ରଖି ତାମିଲନାଡୁ ଉପକୂଳର ୭୬ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥିସହ ତାମିଲନାଡୁର ୬ଟି ଜିଲ୍ଲାରେ ୩୦୦ରୁ ଅଧିକ ରିଲିଫ୍‌ କେନ୍ଦ୍ର ଖୋଲା ଯାଇଛି। ଗଜ ଉପକୂଳ ଛୁଇଁବା ସମୟରେ ତାମିଲନାଡୁର ନାଗାପାଟ୍ଟିନମ୍‌, ଥାଞ୍ଜଭୁର୍‌ ଓ ତିରୁଭାରୁର୍‌ ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା […]