ଶ୍ରୀନଗର: ବିଜେପି ନେତା ଓ ତାଙ୍କ ଭାଇଙ୍କୁ ଗୁଳିକରି ହତ୍ୟା। ଗତକାଲି ଜମ୍ମୁ ଓ କାଶ୍ମୀରର କିସ୍ତୱାର ଅଞ୍ଚଳରେ ବିଜେପି ନେତା ଅନୀଲ ପରିହାର ଓ ତାଙ୍କ ଭାଇ ଅଜିତ୍ ପରିହାରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଜମ୍ମୁ ଓ କାଶ୍ମୀରର ବିଜେପି ସମ୍ପାଦକ ଅନୀଲ ପରିହାର ଓ ତାଙ୍କ ଭାଇ ଅଜିତ୍ ପରିହାର ଗତକାଲି ଦୋକାନରୁ ଘରକୁ ଫେରୁଥିଲେ। ପାଖାପାଖି ରାତି ୮ଟା ସମୟରେ ସେମାନେ ଘରକୁ ଯିବା ରାସ୍ତାରେ ଏକ ଅନ୍ଧାର ସ୍ଥାନରେ ସେମାନଙ୍କ […]
ନୂଆଦିଲ୍ଲୀ: ଗତକାଲି ରାଜ୍ୟସଭାରେ ଗୃହୀତ ହୋଇଥିବା ସଂରକ୍ଷଣ ବିଲ୍କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସମ୍ବିଧାନର ଦୁଇଟି ବ୍ୟବସ୍ଥାକୁ ଏଡ଼ାଇ ଯାଇ ତରବରିଆ ଭାବେ ଅତି କମ୍ ବିତର୍କରେ ବିଲ୍କୁ ପାରିତ କରାଯାଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଟପିଥିବା ଏହି ବିଲ୍କୁ ବିରୋଧୀଙ୍କ ସହଯୋଗରେ ଗତକାଲି ସଂସଦରେ ଗୃହୀତ କରାଯାଇଥିଲା। ସମ୍ବିଧାନର ଧାରା ୧୫ ଓ ୧୬ରେ କିଛି ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଆଜି […]
ନୂଆଦିଲ୍ଲୀ: ଭାରତୀୟ ସେନାରେ ସମଲିଙ୍ଗୀ ଯୌନସମ୍ପର୍କକୁ କୌଣସି ପ୍ରକାରେ ପ୍ରଶୟ ଦିଆଯିବନି ବୋଲି କହିଛନ୍ତି ସେନାଧ୍ୟକ୍ଷ ବିପିନ୍ ରାୱତ୍। ସମଲିଙ୍ଗୀ ଯୌନକ୍ରିୟା ଏକ ଅପରାଧିକ କାର୍ଯ୍ୟ ନୁହେଁ ବୋଲି ସୁପ୍ରିମ୍କୋର୍ଟ ଦେଥିବା ରାୟ ବାବଦରେ ତାଙ୍କ ପଚରାଯିବାରୁ ସେ ଏପରି ମନ୍ତବ୍ୟ ଦେଇଛନ୍ତି। ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସମଲିଙ୍ଗୀ ଯୌନ ସମ୍ପର୍କକୁ ନେଇ ସେନାର ନିଜସ୍ୱ ଆଇନ ଅଛି। ତେଣୁ ଆମେ ଏହାକୁ ପ୍ରଶୟ ଦେବୁନି। ଆମେ ଦେଶର ଆଇନଠାରୁ ଊର୍ଦ୍ଧ୍ୱରେ ନୁହେଁ, […]
ନୂଆଦିଲ୍ଲୀ: ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ବିଚ୍ଛିନ୍ନତାବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ୍। ସେ କହିଛନ୍ତି, ଯଦି ସେମାନେ ହିଂସା ଛାଡ଼ିବେ ତେବେ ସେମାନଙ୍କ ସହ ଆଲୋଚନା କରାଯିବ। ସେନାର ବାର୍ଷିକ ସମ୍ବାଦିକ ସମ୍ମିଳନୀରେ ଜେନେରାର୍ ରାୱତ୍ ଏହି କଥା କହିଛନ୍ତି। ପ୍ରାୟ ୩ ଶହ ଆତଙ୍କବାଦୀ ଦେଶରେ ଅନୁପ୍ରବେଶ ଲାଗି ନିୟନ୍ତ୍ରଣ ରେଖା ସୀମା ଆରପଟେ ଅପେକ୍ଷା କରି ରହିଛନ୍ତି। କାଶ୍ମୀରରେ ସ୍ଥିତି ବହୁ ପରିମାଣରେ ସୁଧିରିଛି। […]
ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହେଲା ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍। ଏହି ବିଲ୍ ଉପରେ ଆଜି ଗୃହରେ ସରଗରମ ବିତର୍କ ପରେ ଏହି ଐତିହାସିକ ବିଲ୍ ପାରିତ ହୋଇଛି। ସମ୍ବିଧାନର ୧୨୪ତମ ସଂଶୋଧନ ବିଲ୍ ସପକ୍ଷରେ ୧୬୫ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର ୭ଟି ଭୋଟ୍ ପଡ଼ିଥିଲା। ସେହିଭଳି ବିଲକୁ ସଂସଦର ସିଲେକ୍ଟ କମିଟି ପାଖକୁ ପଠାଇବା ଲାଗି ଦାବି ଉପରେ ମଧ୍ୟ ଭୋଟିଂ ହୋଇଥିଲା। ତେବେ […]
ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା #MeToo ଅଭିଯୋଗ। ଟାଟା ସନ୍ସ୍ର ବ୍ରାଣ୍ଡ୍ କନ୍ସଲ୍ଟାଣ୍ଟ୍ ସୁହେଲ୍ ସେଠ୍ଙ୍କ ବିରୋଧରେ #MeToo କ୍ୟାମ୍ପେନ୍ରେ ଅନେକ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଟାଟା ସନ୍ସ୍ ତାଙ୍କ ସହ ସହ ସମ୍ପର୍କ ଛିନ୍ନ କରିଥିବା ସୂଚନା ମିଳିଛି। ଆସନ୍ତା ମାସରେ ସୁହେଲ୍ଙ୍କ ଟାଟା ଗ୍ରୁପ୍ ସହ କଣ୍ଟ୍ରାକ୍ଟ୍ ଶେଷ ହେଉଛି। କଣ୍ଟ୍ରାକ୍ଟ୍ ଶେଷ ହେବା ପରେ କମ୍ପାନୀ ତାଙ୍କ ସହ କୌଣସି ସମ୍ପର୍କ ନରଖିବାକୁ ନିଷ୍ପତ୍ତି ନେଇଛି। ଟାଟା ସନ୍ସ୍ ସହ ସୁହେଲ୍ଙ୍କ […]
ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ରିଏଲିଟି ଶୋ ‘କଫି ଓ୍ୱିଥ୍ କରଣ’ରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଯାଇଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। କାର୍ଯ୍ୟକ୍ରମରେ ହାର୍ଦ୍ଦିକ୍ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛି। ‘ଶୋ’ରେ ହାର୍ଦ୍ଦିକଙ୍କ ମନ୍ତବ୍ୟ ପରେ କ୍ରିକେଟର୍ କେ.ଏଲ. ରାହୁଲ ଓ କରଣ ଜୋହର ହସୁଥିବା ଦେଖାଯାଇଥିଲା। ଏନେଇ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କ୍ଷମା ମାଗିଛନ୍ତି ହାର୍ଦ୍ଦିକ। ମହିଳାମାନଙ୍କୁ […]
କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ଝଟ୍କା ଲାଗିଛି। ଟିଏମସି ସାଂସଦ ସୌମିତ୍ର ଖାନ୍ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ସୌମିତ୍ର ବିଜେପିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତା ମୁକୁଲ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଜାକର୍ତ୍ତା: ସମୁଦ୍ରରେ ଖସି ପଡ଼ିଲା ବିମାନ। ଇଣ୍ଡୋନେସିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରକୁ ଖସି ପଡ଼ିଥିବା ସୂଚନା ମିଳିଛି। ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁସାରେ, ଆଜି ସକାଳେ ଲାୟନ୍ ଏୟାର୍ ଫ୍ଲାଇଟ୍ର ଏକ ବିମାନ ଜାକର୍ତ୍ତାରୁ ଉଡାଣ ଆରମ୍ଭ କରିବାର ମାତ୍ର ଅଳ୍ପ କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରକୁ ଖସି ପଡ଼ିଥିଲା। ବିମାନରେ ୧୮୯ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। […]
ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆଗତ ହେବ। ଏନେଇ ସଂସଦୀୟ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ନିଷ୍ପତ୍ତି ନେଇଛି। ଚଳିତବର୍ଷ ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଚଳିତବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ନୂଆ ସରକାର ଆସିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ।
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନ ଲାଲ୍ ଖୁରାନାଙ୍କ ପରଲୋକ ଘଟିଛି। ଶନିବାର ରାତି ପ୍ରାୟ ୧୧ଟା ବେଳେ ଦିଲ୍ଲୀର କୀର୍ତ୍ତିନଗର ସ୍ଥିତ ନିଜ ବାସଭବନରେ ଖୁରାନା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ତାଙ୍କ ପୁଅ ହରିଶ୍ ଖୁରାନା ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ଖୁରାନା ଛାତି ସଂକ୍ରମଣ ଓ ଜ୍ୱରରେ ଆକ୍ରାନ୍ତ ଥିଲେ ବୋଲି ତାଙ୍କ ପୁଅ ହରିଶ୍ କହିଛନ୍ତି। ମଦନ ଲାଲ୍ […]
ସୁରତ: ଆଗକୁ ଆସୁଛି ଦୀପାବଳି। ଅନେକ କମ୍ପାନୀ ଏହି ଅବସରରେ ନିଜ କର୍ମଚାରୀଙ୍କୁ ବୋନସ୍ ପ୍ରଦାନ କରିଥାନ୍ତି। ତେବେ ଏଭଳି ଏକ କମ୍ପାନୀ ବିଷୟରେ ଶୁଣିଛନ୍ତି କି ଯିଏ ନିଜ କର୍ମଚାରୀଙ୍କୁ ବୋନସ୍ ଆକାରରେ କାର୍ ଦେଇଥାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ କାର୍ ଉପହାର ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୁରତର ହୀରା ବ୍ୟବସାୟୀ ସାବ୍ଜି ଢୋଲାକିଆ। ଶହ ଶହ କାର୍ ରଖା ହୋଇଛି । ନିଶ୍ଚିତ ଭାବେ ଏହା କୌଣସି କାର୍ କମ୍ପାନୀର ପାର୍କିଂର […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶ୍ରୀନଗର, ରାଜୌରୀ ଓ ହିମାଚଳ ପ୍ରଦେଶର ସିମଲାରେ ବରଫର ଚାଦର ଛାଇଯାଇଛି। ଯୁଆଡ଼େ ଦେଖିବେ ଖାଲି ବରଫ ଆଉ ବରଫ। ରାସ୍ତାରେ କୁଢ଼ କୁଢ଼ ବରଫ ଜମା ହୋଇଛି। ଫଳରେ ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖାଦେଇଛି। ବରଫରେ ରାସ୍ତା ଜାମ୍ ଯୋଗୁ ଗାଡ଼ି ମଟର ଅଟକି ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାତ୍ରା କରୁଥିବା ଭାରି ଯାନଗୁଡ଼ିକ ପ୍ରବଳ ବରଫ ବର୍ଷା ଯୋଗୁ ଅଟକି ରହିଛି। ଜମ୍ମୁକୁ ଆସୁଥିବା ଓ […]
ସିଡ୍ନୀ: ଅଷ୍ଟ୍ରେଲିଆର ସିଡ୍ନୀ ଟେଷ୍ଟରେ ଭାରତର ବିଜୟ ରାସ୍ତାରେ ବାଧକ ସାଜିଛି ବର୍ଷା । ଗତକାଲି ଭଳି ଆଜି ମଧ୍ୟ ବର୍ଷା ଯୋଗୁ ଅନେକ ଓଭର ଖେଳ ସମ୍ଭବ ହୋଇପାରିନାହିଁ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୦୦ ରନ୍ରେ ସୀମିତ ରହିଛି। ଫଳରେ ଘରୋଇ ଟିମ୍ ଫଲୋଅନ୍ର ସମ୍ମୁଖୀନ ହୋଇଛି। ଦୀର୍ଘ ୩୩ ବର୍ଷ ପରେ ନିଜ ମାଟିରେ ଅଷ୍ଟ୍ରେଲିଆ ଫଲୋଅନ୍ ହୋଇଛି। କୁଲଦୀପ ଯାଦବଙ୍କ ସ୍ପିନରେ ଘାଇଲା ହୋଇଛି କଙ୍ଗାରୁ ବାହିନୀ। ଅଷ୍ଟ୍ରେଲିଆ ଟିମ୍ରେ ଅଧା ବ୍ୟାଟ୍ସମ୍ୟାନ୍କୁ […]
ନୂଆଦିଲ୍ଲୀ: ବର୍ତ୍ତମାନ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ନିକଟରୁ କ୍ଷମତା ଅପସାରଣ କରି ତାଙ୍କୁ ଛୁଟିରେ ପଠାଇଦେବାକୁ ନେଇ ସରକାରଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ ୨ ସପ୍ତାହ ମଧ୍ୟରେ ସାରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସାମୟିକ ମୁଖ୍ୟ ଦାୟିତ୍ୱରେ ଥିବା ଏମ୍ ନାଗେଶ୍ୱର ରାଓ ଏହି ଅବଧିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି। ସେ କେବଳ ପ୍ରଶାସନିକ ମୁଖ୍ୟ ବୋଲି […]
ନୂଆଦିଲ୍ଲୀ: ସିବିଆଇରେ ବଢ଼ିଥିବା ବିବାଦ ଥମି ନଥିବା ବେଳେ ପୁଣି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଛୁଟିରେ ଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ସମ୍ମୁଖରୁ ୪ଜଣ ବ୍ୟକ୍ତି ଧରା ପଡ଼ିଛନ୍ତି। ଆଲୋକ ବର୍ମାଙ୍କ ଘରେ ଚାରିପଟେ ବୁଲୁଥିବା ଏହି ୪ଜଣଙ୍କୁ ବର୍ମାଙ୍କ ସୁରକ୍ଷା କର୍ମୀମାନେ କାବୁ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଆଜି ସକାଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର କଡ଼ା ସୁରକ୍ଷା […]
ଜଳନ୍ଧର: ଭାରତରେ ହିଁ ଷ୍ଟେମ୍ ସେଲ୍ ବା କାଣ୍ଡ କୋଷ ଗବେଷଣାର ଜନ୍ମ ହୋଇଛି। ଟେଷ୍ଟ ଟ୍ୟୁବ୍ ବେବି ଭଳି କୌଶଳ ବି ଭାରତରେ ହିଁ ସୃଷ୍ଟି ବୋଲି ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ଜି. ନାଗେଶ୍ୱର ରାଓ କହିଛନ୍ତି। ପଞ୍ଜାବ ଜଳନ୍ଧରରେ ଚାଲିଥିବା ଭାରତୀୟ ବିଜ୍ଞାନ କଂଗ୍ରେସରେ ଏନେଇ ନିଜର ମତ ରଖିଛନ୍ତି ରାଓ। ମହାଭାରତ ଓ ରାମାୟଣର ଉଦାହରଣ ଦେଇ ନିଜ କଥାର ଯଥାର୍ଥତା ଦର୍ଶାଇଛନ୍ତି ରାଓ। ମହାଭାରତରେ ଗାନ୍ଧାରୀ ଶହେ ସନ୍ତାନ ଜନ୍ମ ଦେଇଥିଲେ। […]
ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାକୁ ନେଇ ସୁପ୍ରିମ୍କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦିଓ ସର୍ବୋଚ୍ଚ ନ୍ୟାୟଳୟ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଏଥିରେ କିଛି ସର୍ତ୍ତ ଲାଗୁ କରିଛନ୍ତି। କୋର୍ଟ ବାଣଫୁଟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ ନକରି ନିର୍ଦ୍ଦେଶ ଦେଇଛନ୍ତି, ଯେ ସୀମିତ ଅବଧିରେ, ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏବଂ କମ୍ ପ୍ରଦୂଷଣ କରୁଥିବା ବାଣ ଫୁଟାଇହେବ। ଦୀପାବଳିରେ ବାଣ ଫୁଟାଇବା ପାଇଁ ସନ୍ଧ୍ୟା ୮ଟାରୁ ୧୦ଟା ଯାଏ ୨ ଘଣ୍ଟାର ଅନୁମତି ମିଳିଛି। ସେହିଭଳି ଖ୍ରୀଷ୍ଟମାସ […]