• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

tiger death
ସାତକୋଶିଆରେ ମହାବଳ ବାଘର ମୃତ୍ୟୁ ଘଟଣା: ଆଘାତ ପରେ ସଂକ୍ରମଣ ଯୋଗୁ ମୃତ୍ୟୁ ସନ୍ଦେହ

ଅନୁଗୁଳ: ଅନୁଗୁଳ ସାତକୋଶିଆରେ ମହାବଳ ବାଘର ମୃତ୍ୟୁ। ମଧ୍ୟପ୍ରଦେଶ କାହ୍ନାରୁ ଆସିଥିବା ମହାବଳ ବାଘର ମୃତଦେହ ସାତକୋଶିଆର କୋର୍ ଅଞ୍ଚଳରୁ ଉଦ୍ଧାର ହୋଇଛି। ଏ ନେଇ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୪ ତାରିଖ ଦିନ ଗୋଟାଏ ବେଳେ ଏହି ମହାବଳ ବାଘର ମୃତ୍ୟୁ ସଂପର୍କରେ ଜଣା ପଡ଼ିଥିଲା। ରାଇଗୋଡ଼ାରୁ ନୂଆଗଡ଼ା ରାସ୍ତାର ୫ ଶହ ମିଟର ଦୂରରେ ବାଘର ମୃତଦେହ ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ […]

Elsa-Ghosh
ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ। ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ସଂପର୍କିତ ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡିଓରେ ଅଭିନେତ୍ରୀ ଏଲ୍‌ସା ନିର୍ଦ୍ଦେଶକଙ୍କ ବିରୋଧରେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱରରେ ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ ରିଲିଜ୍ କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ଏଲ୍‌ସା […]

rain
ଆଜି ତାମିଲନାଡୁ ଉପକୂଳ ଛୁଇଁବ ‘ଗଜ’; ପ୍ରବଳ ବର୍ଷା ସମ୍ଭାବନା

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ଗଜ ଆଜି ରାତିରେ ଦକ୍ଷିଣ ତାମିଲନାଡୁ ନିକଟ ନାଗାପାଟ୍ଟିନମ୍‌ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ପୁଡୁଚେରୀରେ ୫ଟି ଜିଲ୍ଲାର ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ନୌସେନାକୁ ହାଇ ଆଲର୍ଟ କରାଯାଇଛି। ସେହିପରି ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା […]

stane lee
‘ସ୍ପାଇଡର୍‌ ମ୍ୟାନ୍‌’, ‘ଆଇରନ୍‌ ମ୍ୟାନ୍‌’ ଚରିତ୍ରର ସ୍ରଷ୍ଟା ଷ୍ଟାନ୍‌ ଲିଙ୍କ ପରଲୋକ

ଲସ୍‌ଏଞ୍ଜେଲ୍ସ: ମନୋରଞ୍ଜନର ଖୋରାକ୍‌ ଯୋଗାଇବା ପାଇଁ ବିଭିନ୍ନ ସୁପରହିରୋ ଓ କମିକ୍‌ ଚରିତ୍ରଙ୍କୁ ତିଆରି କରିଥିବା ଷ୍ଟାନ୍‌ ଲିଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସେ ମାର୍ଭଲ କମିକ୍‌ସ୍‌ର ବର୍ଷୀୟାନ ଲେଖକ, ସମ୍ପାଦକ ଓ ପ୍ରକାଶକ ଥିଲେ। ସ୍ପାଇଡର୍‌ ମ୍ୟାନ୍‌, ଆଇରନ୍‌ ମ୍ୟାନ୍‌, ଏକ୍ସ-ମେନ୍‌, ଦ ଫାଣ୍ଟାଷ୍ଟିକ୍‌ ଫୋର୍‌, ଦ ଏଭେଞ୍ଜର୍ସ, ଦ ହଲ୍‌କ ଓ ଅନ୍ୟାନ୍ୟ ସୁପରହିରୋ ଫିଲ୍ମର ପରିକଳ୍ପନା କରି କଳ୍ପିତ ଚରିତ୍ରକୁ ସେ ଲୋକଙ୍କ ସମ୍ମୁଖକୁ ଆଣିଥିଲେ। ତାଙ୍କ କଳ୍ପନାରୁ […]

cyclone gaja
ଆସୁଛି ବାତ୍ୟା ‘ଗାଜା’; ପ୍ରବଳ ବର୍ଷା ସମ୍ଭାବନା, ହାଇ ଆଲର୍ଟ ଜାରି

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ଗାଜା’ ନଭେମ୍ବର ୧୫ରେ ତାମିଲନାଡୁ ଉପକୂଳର କଡ୍ଡାଲୋର୍‌ ଓ ପାମ୍ବନ ମଝିରେ ଛୁଇଁବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍‌ରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପରିସ୍ଥିତିର ମୁକାବିଲା ପାଇଁ ତାମିଲନାଡୁ ସରକାରଙ୍କ ପକ୍ଷରୁ ୩୦ ହଜାର ୫୦୦ ଉଦ୍ଧାରକାରୀ ଦଳକୁ ସଜାଗ ରଖା ଯାଇଛି। ପୁଡୁଚେରୀରେ ବାତ୍ୟା ଗାଜାକୁ ନେଇ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ଗାଜା ଗତକାଲି ଉତ୍ତରପୂର୍ବ […]

landmine blast
ଛତିଶଗଡ଼ରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ନକ୍ସଲମାନେ ହିଂସାକାଣ୍ଡ ଘଟାଇବାକୁ ଚେଷ୍ଟା କରିଛନ୍ତି। ଛତିଶଗଡ଼ ଦାନ୍ତେୱାଡ଼ାରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣରେ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନକ୍ସଲମାନେ ସିରିଜ୍ ଲ୍ୟାଣ୍ଡମାଇନ୍ ବିଛାଇଥିବା ଜଣାପଡ଼ିଛି। ହେଲେ ଏହାକୁ ଏବେ ନିଷ୍କ୍ରିୟ କରିବା ପାଇଁ ଯବାନମାନେ ଲାଗି ପଡ଼ିଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।

election
ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୋଟ୍‌ରମାନେ ବୁଥ୍ ଆଗରେ ଧାଡ଼ି ଲଗାଇଛନ୍ତି। ୯୦ଟି ଆସନରୁ ୧୮ଟି ଆସନରେ ଆଜି ଭୋଟ୍ ଗ୍ରହଣ କରାଯାଉଛି। ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନ ଲାଗି ପ୍ରାୟ ୧ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏଥିସହ ଭୋଟ୍‌ ଗ୍ରହଣ ହେଉଥିବା ଜିଲ୍ଲା ଗୁଡ଼ିକରେ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯାଇଛି। ସମ୍ବେଦନଶୀଳ […]

Ananth Kumar
କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ପରଲୋକ। ବେଶ୍‌ କିଛି ଦିନ ଧରି ଅସୁସ୍ଥ ଥିବା ଅନନ୍ତ କୁମାରଙ୍କ ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ କ୍ୟାନ୍‌ସର୍‌ରେ ପୀଡ଼ିତ ଥିଲେ। ଗତ ମାସରେ ନ୍ୟୁୟର୍କ ସ୍ଥିତ ଏକ କ୍ୟାନ୍‌ସର୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଚିକିତ୍ସା ସାରି ଭାରତ ଫେରିଥିଲେ। ଅନନ୍ତ କୁମାରଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

india
ଚେନ୍ନାଇରେ ଭାରତର ଚମକ ; ୩-୦ରେ ସିରିଜ୍‌ ପୋଛିନେଲା ଭାରତ

ଚେନ୍ନାଇ : ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟି-୨୦ ଜିତିଲା ଭାରତ । ୧୮୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ୬ ୱିକେଟ୍‌ରେ ଚେନ୍ନାଇ ବିଜୟ ସହ ସିରିଜ୍‌ ପୋଛିନେଲା ଇଣ୍ଡିଆ । ଧାୱନଙ୍କ (୯୨ରନ୍‌) ଧୂଆଧାର୍‌ ବ୍ୟାଟିଂରେ ଭାରତ ଏହି ରୋମାଞ୍ଚକର ମ୍ୟାଚକୁ ଜିତିନେଇଛି । ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ଅାଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ୱେଷ୍ଟଇଣ୍ଡିଜ୍। ଚେନ୍ନାଇରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ […]

security forces...
ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଠିକ୍‌ ଗୋଟିଏ ଦିନ ପୂର୍ବରୁ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ। ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଏହି ଗୁଳିବିନିମୟ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏସ୍‌ଟିଏଫ୍‌ ଟିମ୍‌ର ନକ୍ସଲ ବିରୋଧୀ ଅପରେସନ୍‌ ବେଳେ ବେଦ୍ରେ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି। ପ୍ରଥମେ ସୁରକ୍ଷାକର୍ମୀଙ୍କୁ ନକ୍ସଲ ମାନେ ଆକ୍ରମଣ କରିବା ପରେ ଏହାର କଡ଼ା […]

election
ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ

ରାୟପୁର: ଆସନ୍ତାକାଲି ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଛତିଶଗଡ଼ର ନକ୍ସଲ ପ୍ରବଣ ସୁକ୍‌ମା, କାଙ୍କେର, ରାଜନନ୍ଦଗାଓଁ, ବସ୍ତର, ଦାନ୍ତେୱାଡ଼ା, ବିଜାପୁର, କୋଣ୍ଡାଗାଁଓ ଏବଂ ନାରାୟଣପୁର ଜିଲ୍ଲାର ୧୮ଟି ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୯୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଛତିଶଗଡ଼ର ସମୁଦାୟ ୯୦ ଆସନରୁ ବାକି ୭୨ଟି ଆସନ ଲାଗି ନଭେମ୍ବର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ସେପଟେ […]

cricket
ମହିଳା ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଚିତ୍ତାକର୍ଷକ ବିଜୟ

ଗୁଏନା: ୱେଷ୍ଟଇଣ୍ଡିଜ୍‌ର ଗୁଏନାଠାରେ ଖେଳାଯାଉଥିବା ମହିଳା ଟି୨୦ ବିଶ୍ୱକପ୍‌ର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ୧୯୪ ରନ୍‌ରେ ଇନିଂସ୍‌ ସାରି ରେକର୍ଡର ପାହାଡ଼ ତିଆରି କରିଛି। ଅଧିନାୟକ ହରମନ୍‌ପ୍ରୀତ କୌର ତାଙ୍କର ପ୍ରଥମ ଟି୨୦ ଶତକ ହାସଲ କରିଛନ୍ତି। ଯାହାକି ଭାରତୀୟ ମହିଳା ଭାବେ ମଧ୍ୟ ପ୍ରଥମ। ଏତଦ୍‌ବ୍ୟତୀତ ଏହି ଶତକ ଅନ୍ତର୍ଜାତୀୟ ମହିଳା ବିଶ୍ୱକପ୍‌ରେ ତୃତୀୟ ଶତକ। ସେ ୫୧ଟି ବଲରେ ୧୦୩ ରନ ସଂଗ୍ରହ କରିଥିଲେ। ଟସ୍‌ ଜିତି କୌର ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। […]

bjd
ବେକାରୀ ସମସ୍ୟାକୁ ନେଇ ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ବିଜେଡି ବିକ୍ଷୋଭ କରିଛି। ଆଜି ନାଲ୍‌କୋ, ଆଇଓସିଲ, ଏମ୍‌ସିଏଲ ଓ ରେଲ ସଦନ ଭଳି ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଗରେ ଦଳ ବିକ୍ଷୋଭ କରୁଛି। ବିଜେଡିର ଅଭିଯୋଗ, ରାଷ୍ଟ୍ରାୟତ୍ତ କମ୍ପାନୀ ଓଡିଶାରେ ନିଜ ରାଜସ୍ୱ ବୃଦ୍ଧି କରୁଥିଲେ ବି ଓଡ଼ିଆଙ୍କୁ ନିଯୁକ୍ତି ଦେଉ ନାହାନ୍ତି। ପ୍ରତିବର୍ଷ ୨ କୋଟି ବେକାରଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଆଧାରରେ ୫ ବର୍ଷରେ କେନ୍ଦ୍ର ଓଡ଼ିଶାର ୩୬ ଲକ୍ଷ ବେକାରଙ୍କୁ ନିଯୁକ୍ତି ଦେବାକୁ କହିଥିଲେ […]

polution
ବିଷ ବଳୟରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପରେ ଭୟଙ୍କର ପ୍ରଦୂଷଣ ସହ ବାୟୁର ମାନ  ସର୍ବାଧିକ ସ୍ତରରେ ପହଞ୍ଚିଛି। ଦିଲ୍ଲୀର ଆନନ୍ଦବିହାର ଓ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମ ଅଞ୍ଚଳରେ ପ୍ରଦୂଷଣ ସ୍ତର ସର୍ବାଧିକ ୯୯୯ ରେକର୍ଡ କରାଯାଇଛି। ଗତକାଲି ରାତି ୯ଟା ପରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଥିଲା। ପ୍ରଦୂଷଣ ଯୋଗୁ ନିଶ୍ୱାସ ନେବା କଷ୍ଟକର ହୋଇଯାଇଛି। ଦୀପାବଳିରେ ବାଣଫୁଟା ପାଇଁ ସୁପ୍ରିମକୋର୍ଟଙ୍କ କଟକଣା ରହିଥିଲେ ମଧ୍ୟ ଏହାର ଖୋଲାଖୋଲି ଉଲ୍ଲଂଘନ ହୋଇଥିଲା। ଏଥିଯୋଗୁ […]

naxel
ବିସ୍ଫୋରଣରେ ୪ ଜଣଙ୍କୁ ଉଡ଼ାଇ ଦେଲେ ମାଓବାଦୀ

ରାୟପୁର: ନିର୍ବାଚନର ଠିକ୍ ପୂର୍ବରୁ ପୁଣି ଥରିଲା ଛତିଶଗଡ଼ର ଦନ୍ତେୱାଡ଼ା। ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଜଣ ପ୍ରାଣ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଯବାନ ଓ ୩ ଜଣ ସାଧାରଣ ଲୋକ ଅଛନ୍ତି। ଦନ୍ତେୱାଡ଼ାର ଏନ୍‌ଏମ୍‌ଡିସି ପ୍ଲାଣ୍ଟ ନିକଟରେ ଏହି ଆକ୍ରମଣ ହୋଇଛି। ଲାଲବାହିନୀ ବିସ୍ଫୋରଣ କରି ଏକ ଗାଡ଼ି ମଧ୍ୟ ଉଡ଼ାଇ ଦେଇଛନ୍ତି। ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଏସ୍‌ପି ଡି. ରବି ଶଙ୍କରଙ୍କ କହିବା ଅନୁସାରେ, ଏକ ମିନି ବସ୍‌ରେ ଜଣେ ଯବାନଙ୍କ ସମେତ […]

jajpur
ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଆଉଟ୍‌ଡୋର୍‌ ନିକଟସ୍ଥ ଆଶା ଗୃହରେ ନିଆଁ ଲାଗିଯାଇଥିଲା। ମେଡିକାଲ କର୍ମଚାରୀ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ସର୍ଟ ସର୍କିଟ୍‌ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଏଥିରେ କେହି ହତାହତ ହୋଇନାହାନ୍ତି। ଏହି ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

offline ticket
ବିଶ୍ୱକପ୍‌ ହକି ପାଇଁ ଅଫ୍‌ଲାଇନ୍‌ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ବିଶ୍ୱକପ୍‌ ହକି ପାଇଁ ଆଜିଠୁ ଅଫ୍‌ଲାଇନ୍‌ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍ ନିକଟ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଦିନ ୧୦ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ହକି ପ୍ରେମୀମାନେ ଆଜିଠୁ କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିପାରିବେ। ସେହିଭଳି ଭୁବନେଶ୍ୱରର ଆଉ କିଛି ସ୍ଥାନ ଓ କଟକରେ ଦୁଇଟି ଜାଗାରେ ବି ଟିକେଟ୍ ବିକ୍ରି ବ୍ୟବସ୍ଥା ହୋଇଛି। ଲିଗ୍ […]

bjp
ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ଆଜି ଗୁରୁମନ୍ତ୍ର ଦେବେ ମୋଦି

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅଧିବେଶନର ଆଜି ଶେଷ ଦିନ। ଆଜି ଅଧିବେଶନରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମୋଦି ନିଜର କର୍ମକର୍ତ୍ତାମାନଙ୍କୁ ଆଜି କେଉଁ ଗୁରୁମନ୍ତ୍ର ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି। ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏହି ଅଧିବେଶନରେ ରଣନୀତି ପ୍ରସ୍ତୁତ କରାଯାଉଛି। ତେଣୁ ଏହି ବୈଠକ ବିଜେପି ପାଇଁ ବହୁ ଗୁରୁତ୍ୱବହନ କରୁଛି। ଏହି ଅଧିବେଶନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ ଫଳାଫଳ ନେଇ […]

student1
କାଶ୍ମୀରର ନିଖୋଜ ଛାତ୍ର ଆତଙ୍କବାଦୀ ସଂଗଠନରେ ସାମିଲ ନେଇ ସୋଶାଲ୍‌ ମିଡିଆ ପୋଷ୍ଟରେ ଦାବି

ନୂଆଦିଲ୍ଲୀ: ଶ୍ରୀନଗରର ଜଣେ ନିଖୋଜ ଛାତ୍ର ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ନେଇ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଅହତେଶାମ୍ ବିଲାଲ୍ ସୋଫି, ଗତ ସପ୍ତାହରୁ ଗ୍ରେଟର୍‌ ନୋଇଡା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରୁ ନିଖୋଜ ହେବାପରେ ଏହି ଘଟଣା ସାମ୍‌ନାକୁ ଆସିଛି। ଶ୍ରୀନଗରରେ ରହୁଥିବା ୧୭ ବର୍ଷୀୟ ଅହତେଶାମ୍‌ ବିଲାଲ୍‌ ସୋଫି ଗ୍ରାଜୁଏସନ୍‌ ପ୍ରଥମ ବର୍ଷର ଛାତ୍ର। ସେ ଗ୍ରେଟର୍‌ ନୋଇଡା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଗତ ଅକ୍ଟୋବର ୨୮ ରୁ ସେ […]

ff
କ୍ରିକେଟର୍ ହାର୍ଦ୍ଦିକ ଓ ଲୋକେଶଙ୍କ ବିବାଦୀୟ ମନ୍ତବ୍ୟରେ ମୁହଁ ଖୋଲିଲେ ବିରାଟ୍‌ କୋହଲି

ମୁମ୍ବାଇ: ଦୁଇ ଭାରତୀୟ କ୍ରିକେଟର-ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କ୍ୟାପଟେନ୍‌ ବିରାଟ କୋହଲି। ବିରାଟ କହିଛନ୍ତି ଯେ ଆମେ ଭାରତୀୟ ଏବଂ ଦାୟିତ୍ୱସମ୍ପନ୍ନ କ୍ରିକେଟର ଭାବେ ସେମାନଙ୍କ ମତ ଓ ମନ୍ତବ୍ୟ ସହ ସହମତ ନୁହେଁ। ଏହା ସେମାନଙ୍କ ବ୍ୟକ୍ତିଗତ ମତ ବୋଲି କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ହାର୍ଦ୍ଦିକ ଓ ଲୋକେଶଙ୍କ ଉପରେ ୨ଟି ମ୍ୟାଚର ବାସନ୍ଦ ପାଇଁ କମିଟି ଅଫ୍‌ […]

women4
ରିଲିଜ୍‌ ହେଲା ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହବା’

ଭୁବନେଶ୍ୱର: ରିଲିଜ୍ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍‌ର ଆଉ ଏକ ଲଭଷ୍ଟୋରୀ ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହବା’। କଟକ ଜୟଶ୍ରୀ ଟକିଜରେ ଏହାର ପ୍ରିମିୟର ସୋ ଅନୁଷ୍ଠିତ ହୋଇଛି। ଏହି ଫିଲ୍ମ ଜରିଆରେ ଓଲିଉଡର ଡେବ୍ୟୁ କରିଛନ୍ତି ତିନି ଜଣ କଳାକାର। ନବାଗତ ରିଷାନଙ୍କ ସହ ସାୟଲ୍ ଏବଂ ମହିମାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଓଡ଼ିଆ ଦର୍ଶକଙ୍କ ପାଇଁ ତରଙ୍ଗ ପ୍ରକ୍ସନ୍‌ ପୁଣି ଥରେ ଆଉ ଏକ ଟିନ୍ ଏଜ୍‌ ଲଭ ଷ୍ଟୋରୀକୁ ପରଦାକୁ […]

assam
ଆସାମରେ ୫ ଜଣଙ୍କୁ ହତ୍ୟା ଘଟଣାରେ ତୃଣମୂଳ କଂଗ୍ରେସ, ବଙ୍ଗାଳୀ ସଂଗଠନ ପକ୍ଷରୁ ପ୍ରତିବାଦ

ନୂଆଦିଲ୍ଲୀ: ଆସାମର ତିନ୍‌ସୁକିଆ ଜିଲ୍ଲାରେ ୫ ଜଣ ବଙ୍ଗଳାଭାଷୀ ଲୋକଙ୍କୁ ୟୁନାଇଟେଡ୍‌ ଲିବରେସନ୍‌ ଫ୍ରଣ୍ଟ ଅଫ୍ ଆସାମ୍ (ଉଲ୍‌ଫା) ଉଗ୍ରବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମୃତକ ହେଲେ ଶ୍ୟାମଲାଲ ବିଶ୍ୱାସ, ଅନନ୍ତ ବିଶ୍ୱାସ, ଅବିନାଶ ବିଶ୍ୱାସ, ସୁବଲ ବିଶ୍ୱାସ, ଧନଞ୍ଜୟ ନାମସୁଦ୍ରା। ଏମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ବିଭିନ୍ନ ବଙ୍ଗାଳୀ ସଂଗଠନ ପକ୍ଷରୁ  ତିନ୍‌ସୁକିଆ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା […]

shutterstock_549852313-770x433
ଜିଏସ୍‌ଟି କାଉନସିଲର ବୈଠକ: ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ରିହାତି

ନୂଆଦିଲ୍ଲୀ: ଜିଏସ୍‌ଟି କାଉନସିଲର ୩୨ତମ ବୈଠକରେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ରିହାତି ମିଳିଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଏସ୍‌ଟି ସୀମା ବାର୍ଷିକ ୪୦ ଲକ୍ଷକୁ ବଢ଼ାଯାଇଛି। ସେହିପରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ଏହି ସୀମା ୧୦ରୁ ୨୦ ଲକ୍ଷକୁ ବଢ଼ାଯାଇଛି। କ୍ଷୁଦ୍ର କମ୍ପାନୀଗୁଡ଼ିକୁ ଜିଏସ୍‌ଟି ପରିଧି ଭିତରକୁ ଆଣିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ବାର୍ଷିକ ୫୦ ଲକ୍ଷ ଟଙ୍କାର କାରବାର କରୁଥିବା କମ୍ପାନୀ ୬ ପ୍ରତିଶତ […]

verma
ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହେଲେ ଆଲୋକ ବର୍ମା

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହେଲେ ଆଲୋକ ବର୍ମା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ସିଲେକ୍ସନ୍ କମିଟି ୨-୧ ଭୋଟରେ ବର୍ମାଙ୍କୁ ପଦଚ୍ୟୁତ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସିଲେକ୍ସନ କମିଟିରେ ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସଦସ୍ୟ ଅଛନ୍ତି। ତେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ଶୁଣାଣି କରୁଥିବାରୁ ଜଷ୍ଟିସ ଏ୍.କେ. ସିକ୍ରୀ ତାଙ୍କ ପ୍ରତିନିଧିତ୍ୱ କରିଥିଲେ। ଲୋକସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ ବର୍ମାଙ୍କ ସପକ୍ଷରେ […]