• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

vivek
ବିବେକ ତିୱାରୀ ହତ୍ୟା ମାମଲା

ଲକ୍ଷ୍ନୌ : ବିବେକ ତିୱାରୀଙ୍କ ହତ୍ୟା ମାମଲାରେ ଅାସିଛି ପୋଷ୍ଟ ମର୍ଟମ୍ ରିପୋର୍ଟ । ବାମ ପାଖ ବେକରେ ବିବେକଙ୍କୁ ଗୁଳି ବାଜିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତାଙ୍କ ବେକର ପ୍ରାୟ ୧୧ ସେଣ୍ଟିମିଟର୍ ଭିତରେ ମିଳିଥିଲା ଗୁଳି। ଲକ୍ଷ୍ନୌ ଗୋମତିନଗରରେ ହୋଇଥିବା ଏହି ଗୁଳିକାଣ୍ଡ ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ପ୍ରାଥମିକ ତଦନ୍ତରୁ ଏସ୍ଅାଇଟିକୁ ମିଳିଥିବା ତଥ୍ୟ ଅନୁସାରେ ବିବେକଙ୍କ କାର୍‌ର ବୋନେଟ୍ ଉପରେ ଚଢ଼ି […]

delhi
ଦିଲ୍ଲୀରେ କିଶାନ କ୍ରାନ୍ତି ପଦଯାତ୍ରା ବେଳେ ଉତ୍ତେଜନା

ନୂଆଦିଲ୍ଲୀ : ବ୍ୟାରିକେଡର ଗୋଟେ ପଟେ ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲା ଚାଷୀ ଅାଉ ଅନ୍ୟ ପଟେ ସେମାନଙ୍କୁ ଅଟକାଉଥିଲା ପୁଲିସ। ହେଲେ ଅଣାୟତ୍ତ ହେଲା ସ୍ଥିତି ବ୍ୟାରିକେଡ ଭାଙ୍ଗି ଧସେଇ ପସିବାକୁ ଉଦ୍ୟମ କଲେ ଚାଷୀ । ଅାଉ ତାପରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଲୁହ ବୁହା ବାଷ୍ପ ପ୍ରୟୋଗ ସହ ୱାଟର କ୍ୟାନନର ପ୍ରହାର । ଦିଲ୍ଲୀରେ କିଶାନ କ୍ରାନ୍ତି ପଦଯାତ୍ରାବେଳେ ଅାଜି ଦେଖାଦେଇଥିଲା ଏଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତି। ୬ ଦଫା ଦାବି ନେଇ […]

kcr
କେସିଆର୍ ହେଉଛନ୍ତି ଏନ୍‌ଡିଏ ଏବଂ ବିଜେପିର ‘ବି’ ଟିମ୍: ରାମଚନ୍ଦ୍ର ଖୁଣ୍ଟିଆ

ଭୁବନେଶ୍ୱର: କେସିଆର୍ ହେଉଛନ୍ତି ଏନ୍‌ଡିଏ ଏବଂ ବିଜେପିର ‘ବି’ ଟିମ୍। ଭାରତ ବର୍ଷରେ ଯେଉଁ ମହାଗଠବନ୍ଧନ ହେଉଛି ତାକୁ ଦୁର୍ବଳ କରିବା ପାଇଁ କେସିଆର୍ ଟେଣ୍ଡର୍‌ ନେଇଛନ୍ତି। କେସିଆର୍‌ଙ୍କ ଓଡ଼ିଶା ଗସ୍ତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ନେଇ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ତେଲେଙ୍ଗାନା ଏଆଇସିସି ଇନ୍-ଚାର୍ଜ ତଥା ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ। କେସିଆର୍ ପୂର୍ବରୁ ବିଜେପି ସହିତ ଥିଲେ। ଉଭୟ କେସିଆର୍ ଓ ନବୀନଙ୍କ ମୁଣ୍ଡ ଉପରେ ଚିଟ୍‌ଫଣ୍ଡ […]

kolkata
କୋଲକତା ସହରରେ ବିସ୍ଫୋରଣ

କୋଲକତା : କୋଲକତାରେ ବିସ୍ଫୋରଣ। ସହରର ଜନଗହଳିପୂର୍ଣ୍ଣ ଦମ୍‌ଦମ୍‌ ଅଞ୍ଚଳରେ ବିସ୍ଫୋରଣ ଘଟି ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ନଗରବଜାର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏକ ଫଳ ଦୋକାନ ବାହାରେ ଘଟିଥିଲା ଏହି ବିସ୍ଫୋରଣ। ଘଟଣାସ୍ଥଳରେ ପହଞ୍ଚିଛି କୋଲକତା ପୁଲିସ ଏକ୍ସପର୍ଟ ଟିମ୍ । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି

earthquake
ସୁନାମୀ ଦୁଃଖ ନଯାଉଣୁ ପୁଣି ଭୂମିକମ୍ପ

ଜାକର୍ତ୍ତା: ପୁଣି ଇଣ୍ଡୋନେସିଆରେ ଭୂମିକମ୍ପ। ସୁନାମୀର ତାଣ୍ଡବ ପରେ ପୁଣି ଇଣ୍ଡୋନେସିଆରେ ଭୁମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଇଣ୍ଡୋନେସିଆର ସୁମ୍ବା ଦ୍ୱୀପରେ ଆଜି ଏହି ଭୁମିକମ୍ପର ଝଟ୍‌କା ଅନୁଭୂତ ହୋଇଛି।  ରିକ୍ଟର ସ୍କେଲ୍‌ରେ ଏହି ଭୁମିକମ୍ପର ତୀବ୍ରତା ୫.୯ ରେକର୍ଡ ହୋଇଛି। ଆଜି ଅନୁଭୂତ ହୋଇଥିବା ଭୂମିକମ୍ପକୁ ନେଇ କୌଣସି ସୁନାମି ଆଲର୍ଟ ଜାରି କରାଯାଇ ନାହିଁ। ଏଥିସହ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ମଧ୍ୟ ସୂଚନା ମିଳିନାହିଁ। ସକାଳ ୭ଟା ୧୬ ମିନିଟ୍‌ ସମୟରେ ଦକ୍ଷିଣ-ପଶ୍ଚିମ […]

bapu
ଆଜି ଗାନ୍ଧି ଜୟନ୍ତୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଗାନ୍ଧି ଜୟନ୍ତୀ। ସାରା ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜନ୍ମ ଦିବସ ପାଳନ କରୁଛି। ୧୮୬୯ ମସିହାରେ ଆଜି ଦିନରେ ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ। ସତ୍ୟ ଓ ଅହିଂସାର ପୂଜାରୀ ବାପୁଙ୍କ ସମାଧିପୀଠ ଦିଲ୍ଲୀର ରାଜଘାଟ୍‌ ଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସମେତ ଅନ୍ୟ ରାଜନୈତିକ ନେତାମାନେ ମଧ୍ୟ ରାଜଘାଟ୍ […]

ndtv
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁଓ କାଶ୍ମୀରର ପୁଲୱାମା ଜିଲ୍ଲା ଟ୍ରାଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗୁଇନ୍ଦା ସୂଚନା ମିଳିବା ପରେ ଅରମପୋରା ଗାଁକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ତଲାସୀବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସୁରକ୍ଷାକର୍ମୀ ଜବାବୀ ଆକ୍ରମଣରେ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ କାଶ୍ମୀରର କୁଖ୍ୟାତ ଆତଙ୍କବାଦୀ ଜାକିର ମୁସାର ସହଯୋଗୀ ରହିଛି। ମୃତ ଆତଙ୍କବାଦୀମାନେ […]

ବିହାରରେ ଆସନ ବୁଝାମଣା ନେଇ ତୁଟିଲା ଅଡ଼ୁଆ

ପାଟନା: ବିହାରରେ ଆସନ ବୁଝାମଣା ନେଇ ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି) ଓ ବିଜେପି ମଧ୍ୟରେ ଅସନ୍ତୋଷ ଦୂର ହୋଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ଏଲ୍‌ଜେପି ନେତା ରାମବିଳାଶ ପାଶ୍ୱାନ ଓ ପୁଅ ଚିରାଗ ପାଶ୍ୱାନଙ୍କ ଆଲୋଚନା ପରେ ଦୁଇ ଦଳ ମଧ୍ୟରେ ଅଡ଼ୁଆ ତୁଟିଛି। ଏହାପରେ ଆଜି ଏନ୍‌ଡିଏ ଅଂଶୀଦାର ଦଳଗୁଡ଼ିକ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିବାର ଯୋଜନା ରହିଛି। ଏଥିରେ ବିହାରରେ ଆସନ ବୁଝାମଣା ଓ […]

Laxmi-Narayan-Chaud
ପୁଣି ଥରେ ହନୁମାନଙ୍କ ଜାତିକୁ ନେଇ ରାଜନୀତି

ଲକ୍ଷ୍ନୌ: ପୁଣି ଥରେ ହନୁମାନଙ୍କ ଜାତିକୁ ନେଇ ତେଜିଛି ରାଜନୀତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉ ଏବେ ତାଙ୍କ ମନ୍ତ୍ରୀ ମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ଉତ୍ତରପ୍ରଦେଶ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ହନୁମାନଙ୍କ ଜାତି ଜାଠ ବୋଲି କହିଛନ୍ତି। ଜାଠଙ୍କ କାର୍ଯ୍ୟଧାରା ଏବଂ ସ୍ୱାଭାବ ହନୁମାନଙ୍କ ସହ ସାମଞ୍ଜସ୍ୟ ରହିଛି। ତେଣୁ ହନୁମାନ ଜାଠ ସଂପ୍ରଦାୟରୁ ଆସିଛନ୍ତି ବୋଲି କହିଛନ୍ତି ୟୁପି ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ। ଏହାପୂର୍ବରୁ […]

hindustan-times
କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଝଟକା

ନୂଆଦିଲ୍ଲୀ: କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଝଟକା ଲାଗିଛି। ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ସଜ୍ଜନ କୋର୍ଟରେ ଆତ୍ମ ସମର୍ପଣ ହେବା ଲାଗି ମାଗିଥିବା ୩୦ ଦିନର ସମୟକୁ ଆଜି ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଫଳରେ ଆସନ୍ତା ୩୧ ତାରିଖ ସୁଦ୍ଧା ତାଙ୍କୁ କୋର୍ଟଙ୍କ ସମ୍ମୁଖରେ ଆତ୍ମ ସମର୍ପଣ କରିବାକୁ ପଡ଼ିବ। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଅଦାଲତରେ ଆସନ୍ତା ୩୧ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଥିଲା। […]

nobel
ଭେଷଜ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା

ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୨ ଜଣ ଭେଷଜ ବିଜ୍ଞାନୀ ଜେମ୍‌ସ ପି.ଅାଲିସନ ଓ ତାସୁକୁ ହୋଞ୍ଜୋ ମିଳିତ ଭାବେ ଏହି ପୁରସ୍କାର ପାଇବେ। କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଏଇ ଦୁଇ ଭେଷଜ ବିଜ୍ଞାନୀ ନୋବେଲ ପାଇବେ ବୋଲି ସୂଚନା ମିଳିଛି । ଅାମେରିକାର ପ୍ରଫେସର ଅାଲିସନ୍ ଟେକ୍ସାଲ ୟୁନିଭର୍ସିଟିର ଅାଣ୍ଡରସନ୍ କ୍ୟାନସର ସେଣ୍ଟରରେ ମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ତାସୁକୁ ହାଞ୍ଜୋ କ୍ୟୋଟୋ ବିଶ୍ୱ ବିଦ୍ୟାଳୟରେ ଗତ […]

jogi-up
ଯୁବ ଇଞ୍ଜିନିୟର ବିବେକ ତିୱାରୀ ହତ୍ୟା ମାମଲା

ଲକ୍ଷ୍ନୌ : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ପୁଲିସ୍‌ ଗୁଳିରେ ନିହତ ହୋଇଥିବା ଇଂଜିନିୟର ବିବେକ ତିୱାରୀଙ୍କ ପରିବାର।  ବିବେକଙ୍କ ପତ୍ନୀ କଳ୍ପନା ତିୱାରୀ ତାଙ୍କ ଦୁଇ ଝିଅଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କୁ ଭେଟିଛନ୍ତି । ଦାବି କରିଛନ୍ତି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅାଯାଉ। ଗତକାଲି ରାଜ୍ୟର ଅାଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିବା କଳ୍ପନା ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଅାଗକୁ ଅାସୁଥିବା କଠିନ ପରିସ୍ଥିତିକୁ ସାମ୍ନା […]

sbi
SBI ଏଟିଏମ୍‌ରୁ ଉଠି ପାରିବ ନାହିଁ ଆଉ ଅଧିକ ଟଙ୍କା

ନୂଆଦିଲ୍ଲୀ: ଏଣିକି ଆଉ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ)ର ଏଟିଏମ୍‌ରୁ ଗୋଟିଏ ଦିନରେ ୪୦ ହଜାର ଟଙ୍କା ଉଠାଇ ହେବ ନାହିଁ। କାହିଁକି ନା ଏଟିଏମ୍‌ରୁ ଟଙ୍କା ଉଠାଣ ପରିମାଣକୁ ଏସ୍‌ବିଆଇ ହ୍ରାସ କରି ଦେଇଛି। ଏଣିକି ଏସ୍‌ବିଆଇ ଏଟିଏମ୍‌ରୁ ଗୋଟିଏ ଦିନରେ କେବଳ ୨୦ ହଜାର ଟଙ୍କା ଉଠାଇ ହେବ। ଏହି ନୂଆ ନିୟମ ଅକ୍ଟୋବର ମାସ ୩୧ ତାରିଖରୁ ଲାଗୁ ହେବ। ଡିଜିଟାଲ୍‌ ବା କ୍ୟାସ୍‌ଲେସ୍‌ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି […]