ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ରାମ କିଏ, ରାବଣ କିଏ? କାହା ପ୍ରବୃତ୍ତିରେ ଭରି ରହିଛି ରାବଣର ଗୁଣ? ଆସନ୍ତାକାଲି ରାବଣ ପୋଡ଼ି ପାଇଁ ପ୍ରସ୍ତୁତି ଭିତରେ ଏବେ ତିନି ପ୍ରମୁଖ ଦଳ ନିଜ ଦଳରେ ରାମ- ରାବଣ ଚରିତ୍ରକୁ ଅବତାରଣା କରିଛନ୍ତି। କିଏ ନବୀନଙ୍କ ଭିତରେ ରାମଙ୍କ ଅବତାର ଦେଖୁଥିବା ବେଳେ କିଏ ନିରଞ୍ଜନଙ୍କ ଭିତରେ ରାମଙ୍କୁ ପାଇଛି। ପୁଣି ଧର୍ମେନ୍ଦ୍ର ଓ ନବୀନଙ୍କୁ ଅଧା ରାବଣ ବୋଲି ବି କଟାକ୍ଷ କରିଛନ୍ତି ନେତା। କଂଗ୍ରେସ ବିଧାୟକ […]
ତେବେ ଏଠାରେ କହିରଖୁଛୁ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ୟବସାୟୀ ତଥା ସେଲିବ୍ରିଟି ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୀତି ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଉଭୟ ଦେଶର କ୍ରିକେଟର୍ ମଧ୍ୟ ପରସ୍ପର ଉପରକୁ କାଦୁଅ ଫୋପାଡ଼ିବାରେ ଲାଗିଛନ୍ତି। ପାକିସ୍ତାନର ବାମହାତୀ ପେସ୍ ବୋଲର ମହମ୍ମଦ ଇରଫାନ୍ ଏବେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ୍ କରିଛନ୍ତି। ଇରଫାନ୍ ଦାବି କରିଛନ୍ତି ଯେ ତାଙ୍କ ପାଇଁ ଗୌତମ ଗମ୍ଭୀରଙ୍କ କ୍ରିକେଟ୍ କ୍ୟାରିୟର ଶେଷ ହୋଇଛି। ୭ଫୁଟ୍ ୧ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ଏହି ପାକ୍ […]
ଗୋରଖପୁର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁରରେ ଥିବା ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ କନ୍ୟାପୂଜନ କରିଛନ୍ତି। ଛୋଟ ଛୋଟ ଝିଅଙ୍କୁ ଖୁଆଇବା ପୂର୍ବରୁ ଯୋଗୀ ଆଦିତ୍ୟନାଥ ପ୍ରଥମେ ସେମାନଙ୍କ ପାଦ ଧୋଇଥିଲେ। ସେହିପରି କନ୍ୟାମାନଙ୍କୁ ସେ ଉପହାର ମଧ୍ୟ ଦେଇଛନ୍ତି। ଗୋରଖପୀଠର ମୁଖ୍ୟ ଭାବେ ମଧ୍ୟ ଯୋଗୀ ଆଦିତ୍ୟ ନାଥ ଜଣାଶୁଣା। ଆସନ୍ତାକାଲି ଦଶହରା ଉପଲକ୍ଷେ ଆୟୋଜିତ ତିଳକ ଉତ୍ସବରେ ସେ ଯୋଗଦେବେ। ଏହାପରେ ମାନସରୋବର ପର୍ଯ୍ୟନ୍ତ ଶୋଭାଯାତ୍ରାର ନେତୃତ୍ୱ ନେବେ। ରାମଲିଲା ଗ୍ରାଉଣ୍ଡରେ […]
ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କରେ ଟଙ୍କା ରଖିଥିବା ଭାରତୀୟଙ୍କ ବିସ୍ତୃତ ତଥ୍ୟ ହାସଲ କରିବାରେ ଭାରତ ସରକାର ସଫଳ ହୋଇଛନ୍ତି। ସ୍ୱିଜରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ନୂଆ କରି ହୋଇଥିବା ସୂଚନା ଆଦାନ ପ୍ରଦାନ ବୁଝାମଣା ଅନୁଯାୟୀ ପ୍ରଥମ ଦଫାରେ କିଛି ଲୋକଙ୍କ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରଯାଇଛି। ନିଜର କଳାଧନକୁ ବିଦେଶରେ ଲୁଚାଇ ରଖିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦି ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ, ସେ ଦିଗରେ ଆଜି ଗୋଟିଏ […]
କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ଦୁର୍ଗାପୂଜା କରି ଅଡ଼ୁଆରେ ପଡ଼ିଛନ୍ତି। ସେ ଜଣେ ମୁସଲିମ ହୋଇ ମଧ୍ୟ ହିନ୍ଦୁ ପର୍ବରେ କେମିତି ଭାଗନେଲେ ବୋଲି ମୁସଲିମ ମୌଲବୀମାନେ ପ୍ରଶ୍ନ କରିଛନ୍ତି। ସେହିଭଳି ନୁସରତ ଯଦି ହିନ୍ଦୁ ପର୍ବରେ ସାମିଲ ହେବାକୁ ଚାହୁଁଛନ୍ତି, ତା’ହେଲେ ନିଜ ନାଁ ପରିବର୍ତ୍ତନ କରନ୍ତୁ। ସେହିପରି ସେ ମୁସଲିମ ଧର୍ମରେ ରହି ଇସଲାମକୁ ଏଭଳି ବଦନାମ କରନ୍ତୁ ନାହିଁ ବୋଲି ମୌଲବୀ ମାନେ କହିଛନ୍ତି। ଚଳିତ ବର୍ଷ […]
ଗାନ୍ଧୀନଗର: ପୁଲିସ ଉପସ୍ଥିତିରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ। ଖଣ୍ଡା ଓ ଲାଠିରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଯାହାର ସମ୍ପୂର୍ଣ୍ଣ ଭିଜୁଆଲ୍ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘଟଣା ଘଟିଛି ଗୁଜରାଟ ଜିଲ୍ଲା କଚ୍ଛର କାଣ୍ଡଲା ସ୍ପେସାଲ ଇକୋନୋମିକ ଜୋନ ଗେଟ୍ ସମ୍ମୁଖରେ। ଆକ୍ରମଣକାରୀଙ୍କୁ ଗେଟ୍ରେ ପ୍ରବେଶ ପାଇଁ ଅନୁମତି ନମିଳାବାରୁ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ୍ ଅନୁସାରେ ୩ରୁ ୪ ଜଣ ବ୍ୟକ୍ତି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏମିତି କି ପାଖରେ […]
ଲକ୍ଷପତି ଭିକାରୀ ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ସତ। ଜଣେ ଭିକାରୀଙ୍କ ଘରୁ ୧୦ଲକ୍ଷରୁ ଅଧିକ ଟଙ୍କା ଠାବ କରିଛି ପୁଲିସ। ମୁମ୍ବାଇର ଗୋବାନ୍ଦି ଅଂଚଳରେ ଭିକ୍ଷାବୃତ୍ତି କରୁଥିବା ଚଳୁଥିବା ବିରଭିଚାନ୍ଦ ଆଜାଦଙ୍କ ଗତ ଶୁକ୍ରବାର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ରେଳବାଇ ପୁଲିସ ଘଟଣାର ତଦନ୍ତ କରି ସ୍ଥାନୀୟ ହକର ଓ ଭିକାରୀମାନଙ୍କ ସହାୟତାରେ ବିରଭିଚାନ୍ଦ ରହୁଥିବା ଝୁମ୍ପୁଡିକୁ ଠାବ କରିଥିଲା। ଯାଞ୍ଚବେଳେ ପୁଲିସ ଟିମ୍ ଯାହା ଦେଖିଲେ ତାହା ବିଶ୍ୱାସ କରି […]
ନୂଆଦିଲ୍ଲୀ: ମହାରାଷ୍ଟ୍ରର ‘ଆରେ’ ଜଙ୍ଗଲରୁ ଗଛ କଟାଯିବା ନେଇ ଶୁଣାଣି କରିବା ପାଇଁ ସୁପ୍ରିମ୍କୋର୍ଟ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି। ରାଷଭ ରଞ୍ଜନ ନାମକ ଜଣେ କେହି ସାମାଜିକ କର୍ମୀ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଏକ ଚିଠି ଆଧାରରେ ରବିବାର ଏହି ଖଣ୍ଡପୀଠ ଗଠନ କରାଯାଇଛି। କୋର୍ଟ ଏହି ଚିଠିକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିଛନ୍ତି। ସୁପ୍ରିମ୍କୋର୍ଟର ୱେବ୍ସାଇଟ୍ରେ ଏହି ଜରୁରୀକାଳୀନ ଶୁଣାଣି ବାବଦରେ ନୋଟିସ୍ କରାଯାଇଛି। ଏଥିରେ କୁହାଯାଇଛି, ୬ ତାରିଖରେ […]