• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

n
ଭୟଙ୍କର ଆକ୍ସିଡେଣ୍ଟ୍; ଚାଲିଗଲା ୨୧ ଜୀବନ, ୫୦ରୁ ଅଧିକ ଆହତ

ଅହମଦାବାଦ: ଗୁଜରାତର ଆମ୍ବାଜି-ଡାଣ୍ଟା ହାଇେଓ୍ୱର ବାନସ୍କଣ୍ଠ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି, ଓ ୫୦ ଆହତ ହୋଇଛନ୍ତି। ଏକ ଯାତ୍ରୀବାହୀ ବସ୍‌ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ଏପରି ହୋଇଛି। ରାଜସ୍ଥାନ ସୀମାନ୍ତବର୍ତ୍ତୀ ଆମ୍ବାଜି ହାଇେଓ୍ୱରେ ଯାଉଥିବା ଏହି ଘରୋଇ ବସଟି  ତ୍ରିଶୁଳିଆ ଘାଟରେ ଏକ ବୁଲାଣି ନିକଟରେ ଓଲଟି ପଡ଼ିଥିଲା। ବସରେ ୭୦ରୁ ଅଧିକ ଯାତ୍ରୀ ଥିଲେ। ବସରେ ଥିବା ଯାତ୍ରୀ ମାନେ ଆମ୍ବାଜି ମନ୍ଦିରରୁ ଦର୍ଶନ ସାରି ଫେରୁଥିବା […]

sdcx
ଅଲିମ୍ପିକ କୋଟା ହାସଲରୁ ବାଦ ପଡ଼ିଲେ ଦୂତୀ

ଦୋହା: ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ସମସ୍ତଙ୍କୁ ନିରାଶ କରିଛନ୍ତି ଓଡ଼ିଶା ତଥା ଭାରତର ଷ୍ଟାର ଧାବିକା ଦୂତୀ ଚାନ୍ଦ। କାତାରର ଦୋହା ଠାରେ ଚାଲିଥିବା ବିଶ୍ୱ ଦୌଡ଼କୁଦର ୧୦୦ ମିଟର ମହିଳା ଟ୍ରାକ୍‌ ଇଭେଣ୍ଟରେ ଦୂତୀ ଭାଗ ନେଇଥିଲେ। ହେଲେ ସେ ୭ମ ସ୍ଥାନରେ ରହି ସେମି ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଏଥିସହ ୨୦୨୦ ଟୋକିଓ ଅଲିମ୍ପିକକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ମଧ୍ୟ ଦୂତୀ ଫେଲ ମାରିଛନ୍ତି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ୧୦୦ ମିଟ୍‌ର […]

dhoni
କେବେ ଅବସର ନେବେ ଧୋନି, ଏମିତି କହିଲେ ଶିଖର ଧାୱନ୍

ମୁମ୍ବାଇ: ପୁଣିଥରେ ଟିମ୍‌ ଇଣ୍ଡିଆର ସବୁଠାରୁ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିବା ଧୋନି କେବେ ମଇଦାନକୁ ଫେରିବେ, ତା’କୁ ଦେଖିବା ପାଇଁ ଫ୍ୟାନ୍‌ମାନେ ଚାତକ ଭଳି ଅନେଇ ବସିଛନ୍ତି। ତେବେ ଧୋନିଙ୍କ ଅବସର ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଟିମ୍‌ ଇଣ୍ଡିଆର ସୀମିତ ଓଭର ଓପନର ଶିଖର ଧୱନ। ଧୋନିଙ୍କ ଅଧିନାୟିକତ୍ୱ ସମୟରେ ଟିମ୍‌ ଇଣ୍ଡିଆ ପାଇଁ ଇନିଂସ୍‌ ଆରମ୍ଭ […]

AD
ପୁଣି ବଢ଼ିଲା ଆଧାର-ପାନ୍‌ ଲିଙ୍କ୍ ଅବଧି

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଫାଇଲିଂ ପାଇଁ ଆଧାର ଏବଂ ପାନ୍‌ ମଧ୍ୟରେ ଲିଙ୍କ କରିବାର ତାରିଖ ଡିସେମ୍ବର ୩୧ ବୃଦ୍ଧି କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ଏହା ସେପ୍ଟେମ୍ବର ୩୦ ଯାଏ ଥିଲା। ସିବିଡିଟି ପୂର୍ବରୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ୧୦ ସଂଖ୍ୟା ବିଶିଷ୍ଟ ପାନ୍‌ ଲିଙ୍କ କରିବା ବାଧ୍ୟତାମୂଳକ ହେବା ନେଇ ଘୋଷଣା କରିଥିଲା। ଏଥିସହିତ […]

fdd
ଗଜରାଜକୁ ଧକ୍କା ଦେଇ ଅଟକି ଗଲା ଲୌହଦାନବ; ଯନ୍ତ୍ରଣାରେ ଛଟପଟ ହାତୀ

କୋଲକାତା: ଗଜରାଜଙ୍କୁ ମୃତ୍ୟୁସମ ଯନ୍ତ୍ରଣା ଦେଲା ଯନ୍ତ୍ର ଦାନବ ଟ୍ରେନ୍ ଧକ୍କାରେ ଗୁରୁତର ହେଲା ହାତୀ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏ ଦୃଶ୍ୟ ପଶ୍ଚିମବଙ୍ଗ ଦୋଆର ଅଞ୍ଚଳର । ହାତୀଟି ରେଳ ଲାଇନ ପାର ହେଉଥିବା ବେଳେ ଏହାକୁ ସିଲିଗୁଡ଼ି-ଧୁବୁରୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ଗୁରୁତର ହାତୀଟି ଯନ୍ତ୍ରଣାରେ ଛଟପଟ ହେବା ସହ ଲାଇନ ଉପରୁ ହଟି ଯିବାକୁ ଆପ୍ରାଣ ଚେଷ୍ଟା କରିଥିଲା । ସେପଟେ ଧକ୍କା ଦେବା ପରେ ଟ୍ରେନ ବି ସେଇଠି ଅଟକି […]

bjp-6-750x430
ଧାରା ୩୭୦ ଭାରତୀୟ ସମ୍ୱିଧାନର ଏକ ତ୍ରୁଟି ଥିଲା ବୋଲି କହିଲେ ବୈଜୟନ୍ତ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦର ସକାରାତ୍ମକ ବାର୍ତ୍ତାକୁ ଦେଶବ୍ୟାପୀ ପ୍ରସାର କରିବା ଲାଗି ସେପ୍ଟେମ୍ୱରରୁ ବିଜେପି ଆରମ୍ଭ କରିଛି ‘ରାଷ୍ଟ୍ରୀୟ ଏକତା ଅଭିଯାନ’। ଏହି ପରିପ୍ରେକ୍ଷୀରେ ଗତକାଲି ପୁଡ଼ୁଚେରୀ ଜୟରାମ ହଲ୍‌ରେ ଏକ ଜନଜାଗରଣ ସଭା ହୋଇଯାଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ, “ଧାରା ୩୭୦ ଭାରତୀୟ ସମ୍ୱିଧାନର ଏକ ତ୍ରୁଟି ଥିଲା। ଯାହାକୁ କେନ୍ଦ୍ର ସରକାର ଏବେ ସଂଶୋଧନ କରିଛନ୍ତି। ଏହା […]

jban
୬ ଘଣ୍ଟାରେ ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାମବନ ଜିଲ୍ଲାର ବଟୋଟେରେ ଚାଲିଥିବା ସର୍ଚ୍ଚ ଅପରେଶନ ଶେଷ ହୋଇଛି। ବନ୍ଧକ ରହିଥିବା ପରିବାରର ସମସ୍ତ ସଦସ୍ୟ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଯବାନ ଗୁଳି ବିନିମୟରେ ସହିଦ ହୋଇଥିବା ବେଳେ ଦୁଇ ପୁଲିସ ଆହତ ହୋଇଥିବା କହିଛନ୍ତି ଜମ୍ମୁ କାଶ୍ମୀର ଆଇଜି ମୁକେଶ ସିଂହ। ମୃତ ତିନି ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର। ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଆତଙ୍କବାଦୀମାନେ ପ୍ରଥମେ ଶ୍ରୀନଗର-ଜମ୍ମୁ […]

jgua
ୟୁଏନ୍‌ ହଲ୍ ଭିତରେ ଭାଷଣ ଦେଉଥିଲେ ଇମ୍ରାନ, ଆଉ ବାହାରେ ନିଜ ଦେଶ ଉପରେ ବର୍ଷୁଥିଲେ ଏହି ପାକିସ୍ତାନୀ ଝିଅ

ନ୍ୟୁୟର୍କ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମାନବାଧିକାରର ଲଢ଼େଇର ନୂଆମୁହଁ ପାଲଟିଛନ୍ତି ଗୁଲାଲାଇ ଇସ୍‌ମାଇଲ୍‌। ସେ ଏହି ଲଢ଼େଇ ପାଇଁ ସ୍ୱଦେଶ ଛାଡ଼ି ଆମେରିକାରେ ରାଜନୀତିକ ଶରଣ ନେଇଛନ୍ତି। ଇସ୍‌ଲାମିକ୍‌ ରାଷ୍ଟ୍ରରେ ହୀନସ୍ତାର ଶିକାର ହେଉଥିବା ସଂଖ୍ୟାଲଘୁଙ୍କ ପାଇଁ ଆଶାର ଦୀପ ପାଲଟିଥିବା ଇସ୍‌ମାଇଲ୍‌ଙ୍କୁ ଗତ ଶୁକ୍ରବାର ନ୍ୟୁୟର୍କ ରାସ୍ତାରେ ଦେଖିବାକୁ ମିଳିଥିଲା। ସଂଖ୍ୟାଲଘୁ କିଭଳି ଭାବେ ଦଶନ୍ଧି ଦଶନ୍ଧି ଧରି କଷ୍ଟ ସହି ଆସୁଛନ୍ତି ସେ ସାରା ଦୁନିଆକୁ ଏହି ବିଷୟରେ ବଖାଣିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ […]