• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

jjj
କାଲି ରିଲିଜ୍‌ ହେବ ବାବୁସାନଙ୍କ ନୂଆ ମୁଭି ମିଷ୍ଟର ମଜନୁ

ଭୁବନେଶ୍ୱର: ଆସନ୍ତାକାଲି ପରଦାକୁ ଆସୁଛି ବାବୁସାନଙ୍କ ନୂଆ ମୁଭି ‘ମିଷ୍ଟର ମଜନୁ।’ ପୂଜା ବଜାରରେ ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ମିଷ୍ଟର୍ ମଜନୁ କାଲି ରିଲିଜ୍ ହେଉଛି। ଏ ଫିଲ୍ମରେ ନାୟକ ବାବୁସାନଙ୍କ ବିପକ୍ଷରେ ୩ ଜଣ ନାୟିକା ଅଛନ୍ତି। ସୁରମୟୀ, ଶିତଲ, ଦିବ୍ୟାଙ୍କ ସହ ତ୍ରିକୋଣୀୟ ପ୍ରେମିକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ବାବୁସାନ୍। ହାଇଡ୍ରାମା ସାଙ୍ଗକୁ ଫିଲ୍ମରେ କମେଡିର ଡବଲ୍ ତଡ଼କା ଲଗାଇଛନ୍ତି ମିହିର ଦାସ। ସେହିଭଳି ଖଳନାୟକ […]

kamal-nath
୨୫୦ ଟଙ୍କା ଚୋରି କରିଥିଲେ ବୋଲି ପୁଲିସ୍ ଆରେଷ୍ଟ କଲା, କିନ୍ତୁ ସରକାର ଦେଲେ ଲକ୍ଷେ ଟଙ୍କା

ଭୋପାଳ: ଅଟା କିଣିଲେ ରୋଷେଇ ହେବ ବୋଲି ମନ୍ଦିରରୁ ୨୫୦ ଟଙ୍କା ଚୋରି କରିଥିଲେ ଜଣେ ୧୨ ବର୍ଷର ନାବାଳିକା। ପରେ ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହା ଚର୍ଚ୍ଚାକୁ ଆସିବ ପରେ ଓ ନାବାଳିକାଙ୍କ ପରିବାରର ଆର୍ଥିକ ସ୍ଥିତି ଦେଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଟ୍ୱିଟ୍‌ କରିଲେଖିଛନ୍ତି, “ବେଳେବେଳେ ନିରୀହ ଶିଶୁମାନେ ଜୀବିକା ନିର୍ବାହ ପାଇଁ ଚୋରି […]

EF8amZIUcAApa5a_1
ସ୍ୱଚ୍ଛ ଭାରତ ପାଇଁ ୧୫ ହଜାର ଫୁଟ୍ ଉଚ୍ଚରୁ ଡେଇଁଲେ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ପାଇଁ ୧୫ ହଜାର ଫୁଟ୍ ଉଚ୍ଚରୁ ଡେଇଁଲେ ବାୟୁସେନା ଅଧିକାରୀ। ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଗତକାଲି ୧୫ ହଜାର ଫୁଟ୍ ଉଚ୍ଚରୁ ତଳକୁ ଡେଇଁଥିଲେ ଓ୍ୱିଙ୍ଗ୍ କମାଣ୍ଡର ଗଜାନନ୍ଦ ଯାଦବ। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଭାରତୀୟ ବାୟୁସେନା ଷ୍ଟେସନ ଅର୍ଜନ ସିଂରେ ଏଭଳି ଦୁଃସାହସିକ କଳା ଦେଖାଇଛନ୍ତି ବାୟୁସେନା ଅଧିକାରୀ। ହାତରେ ସ୍ୱଚ୍ଛ ଭାରତ ବ୍ୟାନର ଧରି ସେ ବିମାନର ତଳକୁ ଡେଉଁଥିଲେ। ବ୍ୟାନରରେ […]

barabti
ବାରବାଟିରେ ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ହେବନାହିଁ !

କଟକ: ଡିସେମ୍ବର ୨୨ରେ ବାରବାଟୀରେ ମ୍ୟାଚ୍ ହୋଇନପାରେ। ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌କୁ ନେଇ ପ୍ରସ୍ତୁତ ନାହିଁ ବାରବାଟୀ ଷ୍ଟାଡିୟମ୍। ଫୋନିରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ଯାହାର ମରାମତି କରିବାକୁ ଫଣ୍ଡ୍ ଓ ସମୟ ଦରକାର। ଆଜି ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏଏସ୍ଏନ୍‌ର ସମ୍ପାଦକ ସଞ୍ଜୟ ବେହେରା। ଏବେ ଆଶା ଆଶଙ୍କାରେ ବାରବାଟୀରେ ଡିସେମ୍ବର ୨୨ ତାରିଖର ମ୍ୟାଚ୍। ଫୋନି ପରେ ଷ୍ଟାଡିୟମ୍‌ର କ୍ଷତି ଘଟିଛି। ଆର୍ଥିକ ସହାୟତା ପାଇଁ ବିସିସିଆଇକୁ ଅବଗତ କରାଯାଇଛିା ଫଣ୍ଡ୍ ମିଳିବା […]

gabdhi
ଜୀବନକାଳ ମଧ୍ୟରେ ଗାନ୍ଧୀ ମାତ୍ର ଏଇ ଦୁଇଟି ଫିଲ୍ମ ଦେଖିଥିଲେ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ତାଙ୍କ ଜୀବନରେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ। ସେଥିରେ ଗୋଟିଏ ଇଂରାଜୀ ଓ ଅନ୍ୟଟି ହିନ୍ଦୀ ଫିଲ୍ମ। ବାପୁ ୧୯୪୪ରେ ପ୍ରଥମେ ହଲିଉଡ୍‌ ଫିଲ୍ମ ‘ମିଶନ୍‌ ଟୁ ମସ୍କୋ’ ଦେଖିଥିଲେ। ଏହା ୟୁଏସ୍‌ ଆମ୍ବାସେଡର୍ ଜୋସେଫ୍ ଡେଭିସ୍‌ଙ୍କ ଜୀବନ ଉପରେ ଆଧାରିତ। ବାପୁଙ୍କୁ ଏହି ଫିଲ୍ମ ଦେଖିବାକୁ ତାଙ୍କ ସହିତ କାମ କରୁଥିବା ମୀରା ବେହନ୍ ରାଜି କରାଇଥିଲେ। ହେଲେ ଫିଲ୍ମରେ ଛୋଟ ଛୋଟ ଡ୍ରେସ୍‌ରେ ମହିଳାମାନଙ୍କୁ ଦେଖି ସେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। […]

deadbody5
ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶବ ନେବାକୁ ୭ ପତ୍ନୀଙ୍କ ମଧ୍ୟରେ କଳି

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ସ୍ଥିତି ଏମିତି ହେବ, କେହି କଳ୍ପନାରେ ଭାବି ନଥିଲେ। ପ୍ରାୟ ୫ ଜଣ ମହିଳା ଜଣେ ବ୍ୟକ୍ତିଙ୍କ ସ୍ୱାମୀ ବୋଲି କହିବା ସହ ତାଙ୍କର ଶବ ନେବାକୁ ଦାବି କରିଛନ୍ତି। ଏହି ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଉ ମଜାଦାର କଥା ହେଉଛି ଏହି ସ୍ତ୍ରୀଲୋକମାନେ ଅନ୍ୟ ମହିଳାଙ୍କ ବାବଦରେ ଜମାରୁ ଜାଣିନଥିଲେ। ବହୁ ବାଦ ବିବାଦ ଓ ଯୁକ୍ତି ତର୍କ ପରେ ଶେଷରେ ଏହି ବ୍ୟକ୍ତିଙ୍କ ଶେଷ କୃତ୍ୟ […]

d
ମାଆକୁ ଖୋଜିଦେଲା ରେଳ ବିଭାଗ; ଧନ୍ୟବାଦ ଜଣାଇଲେ ପୁଅ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ରେଳରେ ଯାତ୍ରା କରୁଥିବା ଜଣେ ଯୁବକଙ୍କର ତାଙ୍କ ମା’ଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା। ରେଳବାଇକୁ ସାହାଯ୍ୟ ମାଗିବା ପରେ ରେଳ ବିଭାଗ ପକ୍ଷରୁ ଉକ୍ତ ଯୁବକଙ୍କୁ ସାହାଯ୍ୟ ମିଳିଛି। ସୂଚନା ଅନୁଯାୟୀ, ଅଜମୈର୍‌-ସିଆଲ୍‌ଦା ଏକ୍ସପ୍ରେସରେ ଶୀଲା ପାଣ୍ଡେ ନାମକ ଜଣେ ମହିଳା ଯାତ୍ରା କରୁଥିଲେ। ମହିଳାଙ୍କ ସହ ତାଙ୍କ ପୁଅର ଯୋଗାଯୋଗ ହୋଇନପାରିବାରୁ ମହିଳାଙ୍କ ପୁଅ ବିବ୍ରତ ହୋଇ ପଡ଼ିଥିଲେ। ଗତ ସେପ୍ଟମ୍ବର ୩୦ ତାରିଖରେ ଅଧାବାଟରେ […]

image
ମଙ୍ଗଳ ଗ୍ରହରେ ଶୁଭୁଛି ଅଜବ ଶବ୍ଦ; ରେକର୍ଡ କଲା ଆମେରିକା ଉପଗ୍ରହ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ କିଏ ଅଛି, ଯିଏ ଏମିତି ଅଜବ ଅଜବ ଶବ୍ଦ କରୁଛି। ଏବେ ଏହା ଜାଣିବାକୁ ତତ୍ପରତା ପ୍ରକାଶ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ମଙ୍ଗଳ ଗ୍ରହ ଉପରେ ଗବେଷଣା ଜାରି ରଖିଥିବା ନାସା ନିଜର ଉପଗ୍ରହ ସାହାଯ୍ୟରେ ମଙ୍ଗଳ ଗ୍ରହରୁ କିଛି ଅଜବ ଅଜବ ଶବ୍ଦ ସବୁ ରେକର୍ଡ କରିଛି। ଆଉ ଏହି ଶବ୍ଦ ସବୁ କାହାର ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛି ନାସା। ନାସାର ପଠାଇଥିବା ଇନ୍‌ସାଇଟ୍ […]

rohit
ଦକ୍ଷିଣ ଆଫ୍ରିକା ସହିତ ଟେଷ୍ଟ୍‌ ମ୍ୟାଚ୍‌ରେ ରୋହିତଙ୍କ କମାଲ୍

ବିଶାଖାପାଟଣ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ଉକ୍ତ ଟେଷ୍ଟରେ ସମସ୍ତଙ୍କ ନଜର ଯାହା ଉପରେ ଥିଲା, ସେ ହିଁ କମାଲ୍‌ କଲେ। ସେ ଆଉ କେହି ନୁହନ୍ତି, ବରଂ ହିଟ୍‌ମ୍ୟାନ୍ ଭାବେ ପରିଚିତ ରୋହିତ୍ ଶର୍ମା। ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ରୋହିତ୍ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ନିଜର ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି। ରୋହିତଙ୍କ ସହ ଓପନ୍ କରିଥିବା ମୟଙ୍କ ଅଗ୍ରୱାଲ […]

aht
ହ୍ୱାଟ୍‌ସଆପ୍‌ର ଏହି ସିକ୍ରେଟ୍‌ ସେଟିଂ ଜାଣିଛନ୍ତି କି ?

ଇନ୍‌ଷ୍ଟାଣ୍ଟ ମେସେଜିଁ ଆପ୍‌ ଭାବରେ ହ୍ୱାଟ୍‌ସଆପ୍‌ ଆଜି ସାରା ବିଶ୍ୱରେ ବେଶ୍‌ ଆଦୃତିଲାଭ କରିଛି। କୋଟି କୋଟି ଲୋକ ଆଜି ହ୍ୱାଟ୍‌ସ୍‌ଆପ୍ ବ୍ୟବହାର କରୁଛନ୍ତି। ଫଟୋ, ଭିଡିଓ ପଠାଇବା ସହିତ ୟୁଜର୍ ଏଥିରେ ଅଡିଓ ଓ ଭିଡିଓ କଲ୍‌ ବି କରିପାରୁଛନ୍ତି। କିନ୍ତୁ ଆପଣ ହ୍ୱାଟସ୍‌ଆପ୍‌ର ଏହି ସିକ୍ରେଟ୍‌ ଟିପ୍ସ ବିଷୟରେ ଜାଣିଛନ୍ତି କି ? ହ୍ୱାଟ୍‌ସଆପ୍ ସିକ୍ରେଟ୍ ଟିପ୍ସ ବିନା ଟାଇପ୍‌ କରି ପଠାଇପାରିବେ ମେସେଜ୍- ଗୁଗଲ୍‌ ଆସିଷ୍ଟାଣ୍ଟ୍ କିମ୍ବା ଆପଲ ସିରି ଭଏସ୍ ଆସିଷ୍ଟାଣ୍ଟର […]

gandhi-ji3-1
ନୋଟ୍‌ରେ କେବେ ଛପାହେଲା ଗାନ୍ଧୀଜୀଙ୍କ ଫଟୋ ?

ଆଜି ଗାନ୍ଧୀ ଜୟନ୍ତୀ। ୧୮୬୯ ଅକ୍ଟୋବର୍‌ ୨ରେ ଗୁଜରଟାର ପୋର ବନ୍ଦର ଠାରେ ଜନ୍ମଗ୍ରହଣ କରିଥିଲେ ବାପୁ।। ଆଉ ଆଜି ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଛି ସାରା ଦେଶ। ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ତେବେ ଆଜି ଏହି ଅବସରରେ ଚାଲନ୍ତୁ ଥରେ ଇତିହାସର ପୃଷ୍ଠା ଓଲଟାଇବା, ଆଉ ଜାଣିବା ଯେ ସମସ୍ତଙ୍କ ହୃଦୟରେ ଘର କରିଥିବା ବାପୁ କିପରି ଭାରତୀୟ ମୁଦ୍ରାରେ ଆସିଲେ। କିପରି ତାଙ୍କ ଫଟୋ ଭାରତୀୟ ନୋଟ୍‌ରେ […]

sc
ଧାରା ୩୭୦ ଉଚ୍ଛେଦ ମାମଲାରେ ସରକାରଙ୍କୁ ୨୮ ଦିନର ମହଲତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ମାମଲାର ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି। ଶୁଣାଣିରେ କେନ୍ଦ୍ର ସରକାରଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଧାରା ଉଚ୍ଛେଦ ନେଇ ଜବାବ ଦେବାକୁ କେନ୍ଦ୍ର ୪ ସପ୍ତାହ ମହଲତ ମାଗିଥିଲେ। ଏହାକୁ ସର୍ବୋଚ୍ଚ ଅଦାଲାତ ମଞ୍ଜୁରୀ ଦେଇଛନ୍ତି। ମାମଲାରେ ସମସ୍ତ ପକ୍ଷଙ୍କ ତରଫରୁ ଦାୟର ମାମଲାର ଜବାବ ପାଇଁ ୪ ସପ୍ତାହ ମହଲତ ଦେଇଛନ୍ତ୍ରି କୋର୍ଟ। ନଭେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟଙ୍କ […]