ଅହମଦାବାଦ: ଗୁଜରାତର ଆମ୍ବାଜି-ଡାଣ୍ଟା ହାଇେଓ୍ୱର ବାନସ୍କଣ୍ଠ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି, ଓ ୫୦ ଆହତ ହୋଇଛନ୍ତି। ଏକ ଯାତ୍ରୀବାହୀ ବସ୍ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ଏପରି ହୋଇଛି। ରାଜସ୍ଥାନ ସୀମାନ୍ତବର୍ତ୍ତୀ ଆମ୍ବାଜି ହାଇେଓ୍ୱରେ ଯାଉଥିବା ଏହି ଘରୋଇ ବସଟି ତ୍ରିଶୁଳିଆ ଘାଟରେ ଏକ ବୁଲାଣି ନିକଟରେ ଓଲଟି ପଡ଼ିଥିଲା। ବସରେ ୭୦ରୁ ଅଧିକ ଯାତ୍ରୀ ଥିଲେ। ବସରେ ଥିବା ଯାତ୍ରୀ ମାନେ ଆମ୍ବାଜି ମନ୍ଦିରରୁ ଦର୍ଶନ ସାରି ଫେରୁଥିବା […]
ଦୋହା: ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ସମସ୍ତଙ୍କୁ ନିରାଶ କରିଛନ୍ତି ଓଡ଼ିଶା ତଥା ଭାରତର ଷ୍ଟାର ଧାବିକା ଦୂତୀ ଚାନ୍ଦ। କାତାରର ଦୋହା ଠାରେ ଚାଲିଥିବା ବିଶ୍ୱ ଦୌଡ଼କୁଦର ୧୦୦ ମିଟର ମହିଳା ଟ୍ରାକ୍ ଇଭେଣ୍ଟରେ ଦୂତୀ ଭାଗ ନେଇଥିଲେ। ହେଲେ ସେ ୭ମ ସ୍ଥାନରେ ରହି ସେମି ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ଏଥିସହ ୨୦୨୦ ଟୋକିଓ ଅଲିମ୍ପିକକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ମଧ୍ୟ ଦୂତୀ ଫେଲ ମାରିଛନ୍ତି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ୧୦୦ ମିଟ୍ର […]
ମୁମ୍ବାଇ: ପୁଣିଥରେ ଟିମ୍ ଇଣ୍ଡିଆର ସବୁଠାରୁ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିବା ଧୋନି କେବେ ମଇଦାନକୁ ଫେରିବେ, ତା’କୁ ଦେଖିବା ପାଇଁ ଫ୍ୟାନ୍ମାନେ ଚାତକ ଭଳି ଅନେଇ ବସିଛନ୍ତି। ତେବେ ଧୋନିଙ୍କ ଅବସର ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆର ସୀମିତ ଓଭର ଓପନର ଶିଖର ଧୱନ। ଧୋନିଙ୍କ ଅଧିନାୟିକତ୍ୱ ସମୟରେ ଟିମ୍ ଇଣ୍ଡିଆ ପାଇଁ ଇନିଂସ୍ ଆରମ୍ଭ […]
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଫାଇଲିଂ ପାଇଁ ଆଧାର ଏବଂ ପାନ୍ ମଧ୍ୟରେ ଲିଙ୍କ କରିବାର ତାରିଖ ଡିସେମ୍ବର ୩୧ ବୃଦ୍ଧି କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ଏହା ସେପ୍ଟେମ୍ବର ୩୦ ଯାଏ ଥିଲା। ସିବିଡିଟି ପୂର୍ବରୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ୧୦ ସଂଖ୍ୟା ବିଶିଷ୍ଟ ପାନ୍ ଲିଙ୍କ କରିବା ବାଧ୍ୟତାମୂଳକ ହେବା ନେଇ ଘୋଷଣା କରିଥିଲା। ଏଥିସହିତ […]
କୋଲକାତା: ଗଜରାଜଙ୍କୁ ମୃତ୍ୟୁସମ ଯନ୍ତ୍ରଣା ଦେଲା ଯନ୍ତ୍ର ଦାନବ ଟ୍ରେନ୍ ଧକ୍କାରେ ଗୁରୁତର ହେଲା ହାତୀ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏ ଦୃଶ୍ୟ ପଶ୍ଚିମବଙ୍ଗ ଦୋଆର ଅଞ୍ଚଳର । ହାତୀଟି ରେଳ ଲାଇନ ପାର ହେଉଥିବା ବେଳେ ଏହାକୁ ସିଲିଗୁଡ଼ି-ଧୁବୁରୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ଗୁରୁତର ହାତୀଟି ଯନ୍ତ୍ରଣାରେ ଛଟପଟ ହେବା ସହ ଲାଇନ ଉପରୁ ହଟି ଯିବାକୁ ଆପ୍ରାଣ ଚେଷ୍ଟା କରିଥିଲା । ସେପଟେ ଧକ୍କା ଦେବା ପରେ ଟ୍ରେନ ବି ସେଇଠି ଅଟକି […]