ଥିରୁବନନ୍ତପୁରମ: ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଦେଶର ପ୍ରଥମ ଦୃଷ୍ଟିହୀନ ଭିନ୍ନକ୍ଷମ ମହିଳା ଆଇଏଏସ ଅଧିକାରୀ ପ୍ରଞ୍ଜଳ ପାଟିଲ। କେରଳର ଥିରୁଅନନ୍ତପୁରମ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ପିଲାଦିନୁ ଆଖି ହରାଇଥିବା ମହାରାଷ୍ଟ୍ରର ଝିଅ ପ୍ରଞ୍ଜଳ ଦାୟିତ୍ୱ ଗ୍ରହଣ ପରେ ନିଜ କର୍ମସ୍ଥଳୀ ଥିରୁବଅନନ୍ତପୁରମର ଖୁବ୍ ପ୍ରଶଂସା କରିବା ସହିତ ପ୍ରଞ୍ଜଳ ଜୀବନରେ କେବେ ହାର ମାନିବା ଉଚିତ ନୁହେଁ ବୋଲି ମତ ରଖିଛନ୍ତି। ଏହା ପୂର୍ବରୁ ସେ ୨୦୧୮ରେ ଏର୍ଣ୍ଣାକୁଲମର ଅତିରିକ୍ତ ଜିଲ୍ଲାପାଳ ଭାବେ […]
ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ଅଯୋଧ୍ୟା ମାମଲାର ଶେଷ ଶୁଣାଣି ଆଜିଠୁ ପୁଣି ଆରମ୍ଭ ହୋଇଛି। ରାମ ଜନ୍ମଭୂମି ଜମି ବିବାଦ ମାମଲାର ଏହି ଶୁଣାଣି ୪ ଦିନ ମଧ୍ୟରେ ଶେଷ ହେବ। ଆଜି ମୁସଲମାନ ପକ୍ଷ ତାଙ୍କର ଯୁକ୍ତି ରଖିଛନ୍ତି। ମୁସ୍ଲିମ ପକ୍ଷରୁ ଓକିଲ ରାଜୀବ ଧାବନ ଅଦାଲତ ୱାକଫ୍ ବୋର୍ଡ ଅନୁଯାୟୀ ଫୈସଲା ନେବା ଆବଶ୍ୟକ ବୋଲି ରାଜୀବ କହିଛନ୍ତି। ବିବାଦୀୟ ଜମି ମୁସଲିମ ପକ୍ଷଙ୍କ କବଜାରେ ଥିଲା ଏବଂ ଏଠାରେ ନିୟମିତ […]
ଶ୍ରୀନଗର: ବାଲାକୋଟରେ ପୁଣି ସକ୍ରିୟ ଆତଙ୍କବାଦୀ। ଭାରତୀୟ ବାୟୁସେନା ଦ୍ୱାରା ଧ୍ୱଂସ ହୋଇଥିବା ବାଲାକୋଟର ଏହି ଆତଙ୍କବାଦୀ କ୍ୟାମ୍ପରେ ୫୦ରୁ ଅଧିକ ଜୈସ ଇ ମହମ୍ମଦ ଆତଙ୍କୀ ତାଲିମ ନେଉଥିବା ସୂଚନା ମିଳିଛି। ସେମାନେ ଭାରତର କାଶ୍ମୀର ଓ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। କିଛି ଆତଙ୍କବାଦୀ ସେଠାରେ ତାଲିମ ନେବାପରେ ଭାରତରେ ଥିବା ସୁରକ୍ଷା କ୍ୟାମ୍ପ ଉପରକୁ ଟାର୍ଗେଟ କରିବାକୁ ପଠାଯାଇଥିବା ସୂଚନା ମିଳିଛି। ଏ ନେଇ ଗୁଇନ୍ଦା […]
ନୂଆଦିଲ୍ଲୀ: ଦେଶର ଆର୍ଥିକ ବ୍ୟବସ୍ଥା କ’ଣ ରହିଛି? ଏଯାଏ କେନ୍ଦ୍ର ସରକାର ପକ୍ଷରୁ ସଠିକ ସୂଚନା ମିଳି ପାରିନାହିଁ। ଫିଲ୍ମ ଭଲ ବ୍ୟବସାୟ କରୁଛି ମାନେ ଦେଶର ଆର୍ଥିକ ବ୍ୟବସ୍ଥା ଭଲ ଅଛି ବୋଲି ନିକଟରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ। ହେଲେ ଗଣମାଧ୍ୟମ ଏବଂ ଅର୍ଥବିଶାରଦ ଯେତେବଳେ ଗୋଡ଼େଇ ତୋଡ଼େଇ ବିଜେପି ନେତାଙ୍କୁ ଏ ନେଇ ପ୍ରଶ୍ନ କଲେ ସେତେବେଳେ ବିଜେପି ନେତାଙ୍କ ପାଖରୁ ସଠିକ ଉତ୍ତର ମିଳିନଥାଏ। ଏବେ କିନ୍ତୁ ଖୋଦ୍ […]
ଅହମଦାବାଦ୍: ସଂସାର ଛାଡ଼ି ସନ୍ୟାସୀ ହେଇ ଯାଉଥିବା ଲୋକମାନେ ମଧ୍ୟ ନିଜ କର୍ତ୍ତବ୍ୟରୁ ଓହରି ପାରିପାରିବେ ନାହିଁ। ଅର୍ଥାତ୍ ସେମାନେ ସଂସାର ତ୍ୟାଗ କଲେ ମଧ୍ୟ ନିଜ ପରିବାର ଲୋକଙ୍କ ଭରଣପୋଷଣ ପାଇଁ ମାସିକ ଅର୍ଥ ଦେବେ। ଆଜି ଏଠାରେ ଥିବା ଏକ ଫ୍ୟାମିଲି କୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ଏଥିସହ ଜଣେ ସନ୍ୟାସୀଙ୍କୁ ନିଜ ବାପାମା’ଙ୍କ ଭରଣପୋଷଣ ପାଇଁ ମାସିକ ୧୦ ହଜାର ଟଙ୍କା ଲେଖାଏ ଦେବାକୁ ମଧ୍ୟ କହିଛନ୍ତି। ଏହି ନିର୍ଦ୍ଦେଶ ଦେବା ବେଳେ […]
ନୂଆଦିଲ୍ଲୀ: ବିଭିନ୍ନ ସୋଶାଲ୍ ମିଡିଆ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କକୁ ବାଧ୍ୟତାମୂଳକ କରିବା ପାଇଁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏହି ମମାଲରେ ସୁପ୍ରିମକୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ରୁଲିଂ ଦେଇଛନ୍ତି। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଖଣ୍ଡପୀଠ କହିଛନ୍ତି, “ସବୁ କଥାରେ ସୁପ୍ରିମକୋର୍ଟ ଯେ ହସ୍ତକ୍ଷେପ କରିବେ, ତାହା ଭାବିବା ଭୁଲ। ଏହି ମାମଲା ଏବେ ମାଡ୍ରାସ ହାଇକୋର୍ଟରେ ବିଚାରାଧୀନ ରହିଛି। ତେଣୁ ଆବେଦନକାରୀ ସେଠାକୁ ଯାଆନ୍ତୁ।” […]
ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀ, ଇଷ୍ଟର ଡୁଫଲୋ ଓ ମାଇକେଲ୍ କ୍ରେମରଙ୍କୁ ଏହି ପୁରସ୍କାର ଦିଆଯିବ। ଆଜି ରୟାଲ ସ୍ୱେଡିସ ଏକାଡେମୀ ପକ୍ଷରୁ ଏନେଇ ଘୋଷଣା କରାଯାଉଛି। ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ପାଇଁ ସେମାନଙ୍କର ଗଠନ ମୂଳକ ପଦକ୍ଷେପ ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ। ପୂର୍ବରୁ ଭାରତର ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ମିଳିଥିଲା। ଏବେ ଆମେରିକା ମିଟ୍ସ ୟୁନିଭର୍ସିଟିରେ ପ୍ରଫେସର […]
ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ଆଲୋଚନା ପାଇଁ ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରେ ପହଞ୍ଚିଛନ୍ତି। ଚେନ୍ନାଇରୁ ସେ ମାମଲାପୁରମ ଯିବେ। ଜିନପିଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୧୮ ପ୍ରକାରର ଫଳ ଓ ପନିପରିବା ଲଗାଇ ତୋରଣ ସଜାଯାଇଛି। ରାସ୍ତାର ଦୁଇପାଖକୁ ଗଦଳୀକାନ୍ଧୀ ଝୁଲା ହୋଇଛି। ଜିନପିଙ୍ଗଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ […]
ଭୁବନେଶ୍ୱର: ଏଣିକି ଡାକ୍ତରୀ ପଢ଼ିବା ପାଇଁ ସାରା ଦେଶରେ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ତାହା ହେଉଛି ‘ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ’ ବା ନିଟ୍ । ଆସନ୍ତା ବର୍ଷଠାରୁ ଏହି ନିୟମ ଲାଗୁ ହେବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ସୂଚନାଥାଉ କି, ପୂର୍ବରୁ ଏମ୍ସ, ଜିପ୍ମର୍ (ଜବାହାରଲାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ), ପିଜିଆଇମର୍ (ପୋଷ୍ଟ୍ ଗ୍ରାଡୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ […]
ମୁମ୍ବାଇ: ଆଜି ୭୭ ବର୍ଷରେ ପଦାର୍ପଣ କଲେ ବଲିଉଡ୍ର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନ। ଆଜି ତାଙ୍କର ୭୭ତମ ଜନ୍ମଦିନ। ୧୯୪୨ ମସିହା ଆଜିର ଦିନରେ ସେତେବେଳର ଆହ୍ଲାବାଦ୍ରେ ଜନ୍ମ ହୋଇଥିଲେ ଶତାଦ୍ଦୀର ଏହି ବଡ଼ ସୁପରଷ୍ଟାର୍। ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସୋଶାଲ୍ ମିଡିଆରେ ଅମିତାଭ ଟ୍ରେଣ୍ଡ କରୁଥିବା ବେଳେ ବହୁ ସଂଖ୍ୟାରେ ଫ୍ୟାନ୍ ତାଙ୍କ ମୁମ୍ବାଇ ଜୁହୁ ସ୍ଥିତ ବାସଭବନ ସମ୍ମୁଖରେ ଭିଡ଼ ଲଗାଇଛନ୍ତି। ସବୁଦିନ […]
ଉଲାନ୍ ଉଦେ (ରୁଷ୍): ‘ମ୍ୟାଗ୍ନିଫିଶେଣ୍ଟ୍ ମ୍ୟାରୀ’ ନାମରେ ପରିଚିତ ୩୬ ବର୍ଷୀୟ ଭାରତୀୟ ମହିଳା ବକ୍ସର ଏମସି ମ୍ୟାରୀ କମ୍ (୫୧ କେଜି) ଗୁରୁବାର ଇତିହାସ ରଚିଛନ୍ତି। ସେ ରୁଷରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ୫୧ କେଜି ଓଜନ ବର୍ଗର ସେମିଫାଇନାଲରେ ପ୍ରବେଶ କରି ବଡ଼ ଉପଲବ୍ଧି ଅର୍ଜନ କରିଛନ୍ତି। ତୃତୀୟ ସିଡ୍ ମ୍ୟାରୀ କମ୍ କ୍ୱାର୍ଟରଫାଇନାଲରେ କଲମ୍ବିଆର ଇନଗ୍ରିଟ୍ ଭାଲେନସିଆଙ୍କୁ ୫-୦ରେ ପରାସ୍ତ କରି ଅତିକମରେ ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି । […]
ଜେନେଭା: ୨୦୧୮ ମସିହା ଏବଂ ୨୦୧୯ ପାଇଁ ଏକା ସାଥିରେ ସାହିତ୍ୟ ପାଇଁ ନୋବେଲ ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ସାହିତ୍ୟିକ ଓଲ୍ଗା ଟୋକାର୍ଜକ୍ଙ୍କୁ ମନୋନୀତ କରାଯାଇଛି। ସେହିଭଳି ୨୦୧୯ ପାଇଁ ଅଷ୍ଟ୍ରିଆର ସାହିତ୍ୟିକ ପିଟର ହାଣ୍ଡକେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ୨ ବର୍ଷ ପାଇଁ ଏକାଥରେ ନୋବେଲ ଦିଆଯାଉଛି। ଗତ ବର୍ଷ ଏହି ପୁରସ୍କାର ଯୌନ ନିର୍ଯାତନା ଏବଂ ପଦବୀର ଅପବ୍ୟବହାର ଆଦି ଅଭିଯୋଗ ପାଇଁ ବିବାଦ ଘେରକୁ ଆସିଥିଲା। […]