ମୁମ୍ବାଇ: ବର୍ତ୍ତମାନ ସାର ବିଶ୍ୱରେ କରୋନା ସ୍ଥିତି ଗମ୍ଭୀର ରୂପ ନେଲାଣି। ଚାରିଆଡ଼େ ସରକାରୀ ଗାଇଡ୍ ଲାଇନ୍ ଜାରି ହେଉଛି। ଗାଡ଼ି ମଟର୍ ବନ୍ଦ। ବ୍ୟବସାୟ ବି ଠପ୍। ସରକାର କହୁଛନ୍ତି ଅତି ଆବଶ୍ୟକ ହେଲେ ଘରୁ ବାହାରନ୍ତୁ। ଏଭଳି ସ୍ଥିତିରେ ଯିଏ ବି ଘରୁ ବାହାରୁଛନ୍ତି ସାବଧାନତାର ସହ ବାହାରୁଛନ୍ତି। କିଛି ଏଭଳି ସାବଧାନତା ଆପଣାଇଛନ୍ତି ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ୍। ଟ୍ରେନ୍ରେ ବସିବା ପୂର୍ବରୁ ସେ ପ୍ରଥମେ ସିଟ୍କୁ ପୋଛି ପରିସ୍କାର କରୁଛନ୍ତି। ଆଉ […]
ଭୁବନେଶ୍ୱର: ଗରମ କିମ୍ବା ଟାଣ ଖରାରରେ କରୋନା ଭାଇରସ୍ ମରିଯାଏ ବୋଲି ଚାରିଆଡ଼େ ଶୁଣିବାକୁ ମିଳୁଛି। କିଏ ଗରମ ପାଣି ପିଇବାକୁ କହୁଛନ୍ତି ତ ଆଉ କିଏ ଗରମ ପାଣିରେ ଗାଧୋଇବାକୁ ପରାମର୍ଶ ଦେଉଛନ୍ତି। ଏମିତିକି ଖରାରେ ଛିଡ଼ା ହେଲେ ଶରୀରରୁ କରୋନା ଭୂତାଣୁ ମରିଯିବ ବୋଲି ମଧ୍ୟ ଗୁଜବ ପ୍ରଚାର ହେଉଛି। ଏମିତିକି ଆଇସ୍କ୍ରିମ୍ ନ ଖାଇବାକୁ ମଧ୍ୟ ଗୁଜବ ପ୍ରଚାର ହେଉଛି। ୟୁନିସେଫ୍(ୟୁନାଇଟେଡ୍ ନେସନ୍ ଇଣ୍ଟର୍ନ୍ୟାସନାଲ ଚିଲ୍ଡ୍ରେନ୍ସ ଇମର୍ଜେନ୍ସି ଫଣ୍ଡ) ନାଁରେ ଏହିସବୁ ଗୁଜବ […]
ବୋଷ୍ଟନ: ଜଣେ କରୋନା ଭାଇରସ ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ୨୬ ଲକ୍ଷ ୪୧ ହଜାର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟା ସତ। ଆମେରିକା ବୋଷ୍ଟନ ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ପରେ ଏତିକି ଟଙ୍କାର ବିଲ୍ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଆମେରିକାରେ କରୋନା ଚିକିତ୍ସା ମାଗଣାରେ କରାଯିବ ବୋଲି ଘୋଷଣା କରାଯାଇଥିବାବେଳେ ଏତେ ଟଙ୍କାର ବିଲ୍ ଦେଖି ଏବେ ମହିଳାଙ୍କ ଆଖିରୁ ନିଦ ହଜିଯାଇଛି। ଡାନି ଇସ୍କିନି ନାମକ ଏଇ ମହିଳା […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡାକ୍ତରୀ ପରୀକ୍ଷା କରାଇବେ। ନିର୍ଦ୍ଧାରିତ ଗାଇଡ୍ଲାଇନ୍ ଅନୁଯାୟୀ ଏହି ଡାକ୍ତରୀ ପରୀକ୍ଷା କରାଯିବ। ରାଷ୍ଟ୍ରପତି ଭବନ ସୂତ୍ରରୁ କୁହାଯାଇଛି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଷ୍ପତ୍ତି ନେଇଛନ୍ତି ପୂର୍ବରୁ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବୈଠକ ଆଦି ସ୍ଥଗିତ ରଖାଯିବ। ସୂଚନାଯୋଗ୍ୟ ଯେ, କରୋନା ଭୂତାଣୁ ଆକ୍ରାନ୍ତ କଣ୍ଠଶିଳ୍ପୀ କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ଦୂଷ୍ୟନ୍ତ ସିଂହ ରାଷ୍ଟ୍ରପତି ଭବନ ଯାଇଥିଲେ। କନିକା କରୋନା ଆକ୍ରାନ୍ତ ହୋଇଥିବା ବାବଦରେ ଜଣାପଡ଼ିବା ପରେ […]
ବେଜିଂ: ମହାମାରୀ କରୋନା ଭାଇରସ ଏବେ ଚାଇନା ବାହାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବିଶ୍ୱର ସବୁ ରାଷ୍ଟ୍ର ଅଦୃଶ୍ୟ ଶତ୍ରୁ କରୋନା ଭାଇରସ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଥିଲେ ହେଁ ଏଯାଏ ସେତେଟା ସଫଳତା ମିଳିନାହିଁ। ପ୍ରତିଦିନ କରୋନା ଭାଇରସ ଶହଶହ ମୁଣ୍ଡ ନେଇ ଚାଲିଛି। କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାରେ ମୃତ୍ୟୁସଂଖ୍ୟା କମିଥିଲେ ହେଁ ଅନ୍ୟ ଦେଶ ଗୁଡ଼ିକରେ ଲୋକମାନେ ଜୀବନ ହରାଇବାରେ ଲାଗିଛନ୍ତି। ବିଶେଷ କରି ଇରାନ, ଇଟାଲୀ ଓ […]
ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁରଙ୍କ ପାର୍ଟିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ଯୋଦେଇଥିବାରୁ ଏବେ ତାଙ୍କ ଓ ସଂସଦରେ କରୋନା ମହାମାରୀ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। କନିକା ବ୍ରିଟେନରୁ ଫେରି ଯେଉଁ ପାର୍ଟିର ଆୟୋଜନ କରିଥିଲେ, ସେଥିରେ ବିଜେପି ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ଦୁଷ୍ୟନ୍ତ ସିଂହ ଯୋଗଦେଇଥିଲେ। ଏହି ପାର୍ଟିରେ ଯେଉଁମାନେ ଯୋଗଦେଇଥିଲେ, ସେମାନଙ୍କୁ କନିକାଙ୍କ ଠାରୁ କରୋନା ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ତେବେ […]
ମୁମ୍ୱାଇ : ୭ ବର୍ଷର ଅପେକ୍ଷା ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ଆଜି ସକାଳ ୫ଟା ବାଜି ୩୦ରେ ଚାରି ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶଙ୍କୁ ତିହାର ଜେଲ୍ରେ ଫାଶୀ ଦିଆଯାଇଛି। ୪ ଦୋଷୀଙ୍କୁ ଫାଶୀ ପରେ ଦେଶର ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଥିରୁ ବାଦ୍ ଯାଇ ନାହାନ୍ତି ବଲିଉଡ୍ ଷ୍ଟାର୍। ତେବେ ନ୍ୟାୟ ମିଳିବା ପରେ ବି ଆଇନ୍ ଦୁର୍ବଳତାକୁ କଟାକ୍ଷ କରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା। କେଉଁ ଷ୍ଟାର୍ […]
ଭୁବନେଶ୍ୱର: କ୍ଷୀରରେ ହଳଦୀ ମିଶାଇ ପିଇବା ଏକ ପୁରଣା ପ୍ରକ୍ରିୟା। ଏହାର ଅନେକ ଔଷଧୀୟ ଗୁଣ ଥିବାରୁ ଘରର ବୟସ୍କ ବ୍ୟକ୍ତିମାନେ ଏହାକୁ ପିଇବା ସହିତ ଅନ୍ୟ ସଦସ୍ୟଙ୍କ ମଧ୍ୟ ହଳଦି ମିଶା କ୍ଷୀର ପିଇବାକୁ କୁହନ୍ତି। ହଳଦି ମିଶା କ୍ଷୀର ଆପଣଙ୍କୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଏହା କେମିତି ଆସନ୍ତୁ ଜାଣିବା। କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଓ ହଳଦୀରେ ଥିବା ଔଷଧୀୟ ଗୁଣର ମିଶ୍ରିଣ ହେଲେ ଏହା ଔଷଧ ଭଳି କାମ […]
ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଭାରତୀୟ ରେଳ ବାଇ ବଡ଼ ପଦକ୍ଷେପ ନେଇ ପ୍ରାୟ ୨୦୦ଟି ଟ୍ରେନ୍କୁ ବାତିଲ କରିଛି। ତେବେ ଏତେ ସଂଖ୍ୟକ ଟ୍ରେନ୍ ଚଳାଚଳ ବାତିଲ ହେବା ଯୋଗୁ ମାର୍ଚ୍ଚ ମାସରେ ଭାରତୀୟ ରେଳବାଇକୁ ପ୍ରାୟ ୪୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। କରୋନାକୁ ଦୃଷ୍ଟିରେ ଚଳିତ ମାସରେ ରେକର୍ଡ ସଂଖ୍ୟକ ଲୋକ ସେମାନଙ୍କ ଟିକେଟ ବାତିଲ କରିଛନ୍ତି। ନର୍ଦନ ରେଲୱେରେ ୧ରୁ ୧୨ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ୫ମ ମୁଣ୍ଡ ନେଇଛି। ଆଜି ଜଣେ ଇଟାଲୀୟ ନାଗରିକ କରୋନାରେ ଆକ୍ରାନ୍ତ ହୋଇ ରାଜସ୍ଥାନର ଜୟପୁରରେ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୬୯ ବର୍ଷ। ସେ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ଏଥିପାଇଁ ତାଙ୍କୁ ସୱାଇ ମାନସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ କରୋନାରୁ ଧୀରେ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ସଚେତନତାର ଅଭାବ ଯୋଗୁ ଲୋକେ ଅଯଥା ଚିନ୍ତିତ ହେଉଛନ୍ତି। ଯଦି ସଜାଗ ରହିବା ଓ କରୋନା ସଂକ୍ରମଣକୁ ରୋକିବା ଦିଗରେ ପ୍ରସ୍ତୁତି ଚଳାଇବା ତେବେ ଏହି ରୋଗ ନିଶ୍ଚିତ ଭାବେ ପରାଜିତ ହେବ। କରୋନା ପାଇଁ ସ୍ଥିତି ଏମିତି ହୋଇଛି ଯେ ଯଦି କେହି ସର୍ବସାଧାରଣ ସ୍ଥାନରେ ଛିଙ୍କୁଛନ୍ତି କିମ୍ବା କାଶୁଛନ୍ତି, ଲୋକେ […]