• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

covid
ମୁରାଦାବାଦ ଡାକ୍ତରୀ ଟିମ୍‌ ଉପରେ ପଥର ଫିଙ୍ଗା ଘଟଣାରେ ୫ ଅଭିଯୁକ୍ତ କରୋନା ପଜିଟିଭ୍‌ ଚିହ୍ନଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁରାଦାବାଦ୍‌ରେ ଡାକ୍ତରୀ ଟିମ୍‌ ଉପରେ ପଥର ଫିଙ୍ଗିବା ଘଟଣାରେ ଗିରଫ୍‌ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏନେଇ ମଙ୍ଗବାର ସରକାରୀ ଭାବେ ସୂଚନା ଦିଆଯାଇଛି। ଏମାନଙ୍କ ବ୍ୟତୀତ ଜିଲ୍ଲାରେ ଆଉ ୧୦ ଜଣଙ୍କଠାରେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ଗତ ସପ୍ତାହରେ କେତେକ କରୋନା ରୋଗୀଙ୍କ ପରିବାରକୁ ଆଇସୋଲେସନ୍‌ ନେବାକୁ ଏକ ଡାକ୍ତରୀ ଟିମ୍‌ ମୁରାଦାବାଦର  ନୱାବ୍‌ପୁର ଅଞ୍ଚଳକୁ ଯାଇଥିଲା। […]

kapil-dev
କପିଲ୍‌ଙ୍କ ନୂଆ ଲୁକ୍‌: ବାହୁବଳିର କଟ୍ଟପା ସହିତ ତୁଳନା କଲେ ପ୍ରଶଂସକ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ରେ ବିଶ୍ୱକପ୍‌ ବିଜେତା ବାରତୀୟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ କପିଲ୍ ଦେବଙ୍କ ନୂଆ ଲୁକ୍‌ ଏବେ ଭାଇରଲ୍‌ ହେଉଛି। କପିଲ୍‌ଙ୍କ ନୂଆ ଲୁକ୍‌ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। ଟ୍ୱିଟରରେ କପିଲଙ୍କ ଏହି ନୂଆ ଲୁକକୁ ପ୍ରଶଂସକ ଭିନ୍ନ ଭିନ୍ନ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। ଭାରତର ଏହି କିମ୍ବଦନ୍ତୀ ଅଲରାଉଣ୍ଡର ନିଜର ମୁଣ୍ଡକୁ ଲଣ୍ଡା କରିଦେଇଛନ୍ତି। କପିଲ୍ ଲଣ୍ଡା ହୋଇଥିଲେ ହେଁ, ଷ୍ଟାଇଲିଶ୍ ଦାଢ଼ି ରଖିଛନ୍ତି। କପିଲଙ୍କ ଏହି ନୂଆ ଲୁକ୍ ପୂର୍ବ […]

coc
କରୋନା ରାପିଡ୍ ଟେଷ୍ଟ କିଟ୍‌ରେ ତ୍ରୁଟି ଅଭିଯୋଗ: ଦୁଇଦିନ ଟେଷ୍ଟ ବନ୍ଦ ରଖିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଟେଷ୍ଟ ପାଇଁ ଭାରତକୁ ଆସିଥିବା ରାପିଡ୍ ଟେଷ୍ଟ କିଟ୍‌ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏନେଇ ICMR(ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ଦୁଇଦିନ ପାଇଁ ସମସ୍ତ ରାଜ୍ୟରେ କରୋନା ଟେଷ୍ଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି।  ଏଥିସହିତ ତ୍ରୁଟିପୂର୍ଣ୍ଣ ରାପିଡ୍ ଟେଷ୍ଟ କିଟ୍‌ର ତଦନ୍ତ କରାଯିବ ବୋଲି ଆଇସିଏମ୍‌ଆର୍‌ କହିଛି। ସୂଚନା ଅନୁଯାୟୀ, ପ୍ରାୟ ୫ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ସରକାରଙ୍କ ଦ୍ୱାରା କିଣାଯାଇଥିଲା। ହଟ୍‌-ସ୍ପଟ୍ ଅଞ୍ଚଳ ବା ବହୁ ସଂଖ୍ୟକ […]

uy-1
ଚାଇନାର ଚାଲ୍‌: ଅରୁଣାଚଳ ପ୍ରଦେଶକୁ ନିଜର କହି ନୂଆ ମ୍ୟାପ୍‌ ତିଆରି କଲା

  ନୂଆଦିଲ୍ଲୀ: କରୋନା ରୋଗ ସହିତ ସାରା ବିଶ୍ୱ ସମେତ ଭାରତ ସଂଘର୍ଶ ଜାରି ରଖିଥିବା ବେଳେ ଚାଇନା କିନ୍ତୁ ଭିତରେ ଭିତରେ ଷଡ଼ଯନ୍ତ୍ରରେ ବ୍ୟସ୍ତ। ଦୀର୍ଘ ବର୍ଷ ହେଲା ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରି ଆସୁଥିବା ଚାଇନା ଏବେ ନୂଆ ଚାଲ୍‌ ଖେଳିଛି। ମ୍ୟାପ୍‌ ଜରିଆରେ ଅରୁଣାଚଳକୁ ନିଜର ଦେଶର ବୋଲି ଦର୍ଶାଇଛି ଚାଇନା। ଚାଇନା ସରକାର ବର୍ତ୍ତମାନ ନୂଆ ମ୍ୟାପ ତିଆରି କରିଛନ୍ତି। ଏଥିରେ ଅରୁଣାଚଳ ପ୍ରଦେଶକୁ ଚାଇନା ନିଜ […]

lockdown
ମେ ୩ ପରେ ଲକ୍‌ଡାଉନ୍‌ ଉଠିବ ନା ନାହିଁ ?

ନୂଆଦିଲ୍ଲୀ: ମେ ୩ ପର୍ଯ୍ୟନ୍ତ କରୋନା ଭାଇରସ୍‌ ପାଇଁ ଲକ୍‌ଡାଉନ୍‌ କଟଣା ଲଗାଯାଇଛି। ଏହାପରେ ସବୁକିଛି ସ୍ୱାଭାବିକ ହେବ ବୋଲି ସମସ୍ତେ ଆଶା ରିଖିଛନ୍ତି। କିନ୍ତୁ ଖବର ଅନୁସାରେ ମେ୩ ତାରିଖ ପରେ ବି କେତେକ କଟକଣା ପୂର୍ବଭଳ ଜାରି ରହିପାରେ ବୋଲି ଶୁଣାଯାଉଛି। ଲକଡାଉନ କଟକଣା କେବଳ କରୋନା ଦ୍ୱାରା କମ୍‌ ପ୍ରଭାବିତ ହୋଇଥିବା ଜିଲ୍ଲା ଓ ଅଞ୍ଚଳରେ କୋହଳ କରାଯିବ। ସେହିପରି ମେ’ ୧୫ ତାରିଖ ଯାଏ ଟ୍ରେନ, ବସ ଓ ବିମାନ ଚଳାଚଳ […]

sixx
କରୋନା ଔଷଧ ତିଆରି କରିବେ ଭାରତର ୬ କମ୍ପାନୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅଧୀନରେ ଥିବା ନୀତି ଆୟୋଗର ସିଇଓ ଅମିତାଭ କାଣ୍ଟ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟୁଇଟ୍ କରି କହିଛନ୍ତି ଯେ ମହାମାରୀର ମୁକାବିଲା ପାଇଁ ଭାରତର ୬ଟି କମ୍ପାନୀ ଭ୍ୟାକ୍ସିନ୍‌ ତିଆରି କରିବାରେ ସାମିଲ୍‌ ହୋଇଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି ଯେ କରୋନା ଭାଇରସ(CoVID-19) ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ପାଇଁ ଭାରତର ପ୍ରଥମ ୬ଟି କମ୍ପାନୀ ସାମିଲ୍‌ ହୋଇଛି। ବିଶ୍ୱରେ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ପାଇଁ ଭାରତ ହେଉଛି କେନ୍ଦ୍ରସ୍ଥଳି। ଭାରତ […]

panipaga bibgaga
ରାଷ୍ଟ୍ରପତି ଭବନ ଓ ଲୋକସଭା ସଚିବାଳୟ ପରେ ପାଣିପାଗ ବିଭାଗକୁ ବ୍ୟାପିଲା କରୋନା, ଜଣଙ୍କର ନେଲା ମୁଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ଏବଂ ଲୋକସଭା ସଚିବାଳୟ ପରେ ପାଣିପାଗ ବିଭାଗ ବିଭାଗକୁ ବ୍ୟାପିଲା କରୋନା। ଏଠାରେ ଜଣେ କର୍ମଚାରୀ କରୋନାରେ ମୃତ୍ୟୁବରଣ କରିଛନ୍ତି। ମଲ୍ଟି ଟାସ୍କିଂ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ପାଣିପାଗ ବିଭାଗର କର୍ମଚାରୀ ୧୭ ଏପ୍ରିଲରେ ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଏହା ପରେ ପାଣିପାଗ ବିଭାଗରେ ଭୟର ବାତାବରଣ ଦେଖାଦେଇଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅନେକ କର୍ମଚାରୀଙ୍କୁ ସଜାଗ ରହିବାକୁ ମଧ୍ୟ କୁହାଯାଇଛି। ଏହାପରେ ସାନିଟାଇଜିଂ ମଧ୍ୟ କରାଯାଇଥିଲା। ମୃତ […]

lokoseba bhaban
ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ଭବନରେ ପହଞ୍ଚିଲା କରୋନା

ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ସଚିବାଳୟରେ କରୋନା ଭାଇରସ ସଙ୍କଟ ଦେଖାଦେଇଛି। ସେଠାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେ ହାଉସ୍‌ କିପିଙ୍ଗ୍‌ ବିଭାଗରେ କାମ କରୁଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ରାମ ମନୋହର ଲୋହିଆ ହସ୍ପିଟାଲରେ ହେଉଛି। ଉକ୍ତ କର୍ମଚାରୀ ଜଣକ ଗତ କିଛି ଦିନ ହେଲା ଜ୍ୱର, କାଶ ଏବଂ ଶ୍ୱାସ ଜନିତ ସମସ୍ୟାରେ ଆକ୍ରାନ୍ତ ଥିଲେ। ସେ କିଛି ଦିନ ହେଲା କାର୍ଯ୍ୟାଳୟକୁ […]

nabalak
ଘର ଥିଲା ଆଉ ଅଳ୍ପ ବାଟ; ହେଲେ ଚାଲି ପାରିଲାନି, ଆଖି ବୁଜିଲା ୧୨ ବର୍ଷର ନାବାଳିକା

ବିଜାପୁର: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ର ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡର ବିଜାପୁର ଅଞ୍ଚଳରେ। ଜଣେ ୧୨ ବର୍ଷର ନାବାଳିକା(ଜମଲୋ ମଡକାମୀ)  କାମ ଅନ୍ୱେଷଣରେ ବିଜାପୁରର ଆଦେଡ଼ ଗ୍ରାମରୁ ତେଲେଙ୍ଗାନାର ପେରୁ ଗାଁକୁ ଯାଇଥିଲେ। ଲକ୍‌ଡାଉନ୍‌(୨)ର ଅବଧି ବଢ଼ାଇ ଦେବାରୁ ପିଲାଟି ନିଜ ଗାଁକୁ ଚାଲି ଚାଲି ଆସିବାକୁ ସ୍ଥିର କଲା। ସେଠାରେ ଥିବା ନିଜ ଗାଁର୧୧ଜଣ ସାଙ୍ଗମାନଙ୍କ ସହିତ ଜଙ୍ଗଲ ରାସ୍ତା ଦେଇ ଚାଲିଚାଲି ବିଜାପୁର […]

newdelhi pm
କେବେ ଖୋଲିବ ଆୟୁଷ୍ମାନ ଭାରତ କାର୍ଯ୍ୟାଳୟ, ଉତ୍ତର ରଖିଲେ ସିଇଓ

ନୂଆଦିଲ୍ଲୀ: ଦିଲ୍ଲୀର କନ୍ନାଟ୍ ପ୍ଲେସ୍‌ର ଜୀବନ ଭାରତ ବିଲଡିଂରେ ଥିବା ଆୟୁଷ୍ମାନ ଭାରତର(Ayushman Bharat) କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। କାରଣ ସେହି ଅଫିସ୍‌ର ଜଣେ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୫ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଯାଇଥିଲା। କାର୍ଯ୍ୟାଳୟକୁ ସିଲ୍ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟାଳୟକୁ ପାଞ୍ଚ ଦିନ ପୂର୍ବରୁ ସିଲ୍ କରାଯାଇଛି। କାର୍ଯ୍ୟାଳୟଟି ଏପ୍ରିଲ୍ ୨୪ରେ ଖୋଲାଯିବ ବୋଲି ଆୟୁଷ୍ମାନ ଭାରତର ସିଇଓ ଡକ୍ଟର ଇନ୍ଦୁ ଭୂଷଣ […]

president house
ରାଷ୍ଟ୍ରପତି ଭବନ ପରିସରରେ ରହୁଥିବା ମହିଳା କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ମହମାରୀ କରୋନା ଭାଇରସ ଭାରତର ରାଷ୍ଟ୍ରପତି ଭବନ ପରିସରରେ ପ୍ରବେଶ କରିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ କାର୍ଯ୍ୟ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ଏହି ମହାମାରୀ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ରାଷ୍ଟ୍ରପତି ଭବନ ପରିସର ମଧ୍ୟରେ ହିଁ ରହୁଥିଲେ। ହେଲେ ସେ ରାଷ୍ଟ୍ରପତି ଭବନର କର୍ମଚାରୀ ନୁହନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣା ପରେ […]

gajiabada
ଜ୍ୱର ହୋଇଥିବା ରୋଗୀଙ୍କ ଚିକିତ୍ସା କଲେନି ଡାକ୍ତର, ତା'ପରେ...

ଗାଜିଆବାଦ: କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌କୁ ନେଇ ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗାଜିଆବାଦରେ। ଅତ୍ୟଧିକ ଜ୍ୱରରେ ପୀଡିତ ବ୍ୟକ୍ତିଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବାକୁ ମନା କରିଥିଲେ ବୋଲି ଅଭିଯୋଗ ହୋଇଛି। ପରେ ବ୍ୟକ୍ତି ଜଣଙ୍କ ୨୭ କିଲୋମିଟର ଚାଲି ଚାଲି ତାଙ୍କ ଘରେ ପହଞ୍ଚିଥିଲେ। ବ୍ୟକ୍ତିଙ୍କ ପରିବାର ଲୋକ ଭୟ କରୁଛନ୍ତି ଯେ ତାଙ୍କ ପାଖରେ […]

lama
ଏହି ପ୍ରଜାତିର ପଶୁଙ୍କ ରକ୍ତରୁ ତିଆରି ହେବ କରୋନା ଭ୍ୟାକ୍ସିନ୍‌!

ବେଲଜିୟମ୍‌: ପଶୁଙ୍କଠୁ ମଣିଷକୁ କରୋନା ବ୍ୟାପୁଥିବା ବୋଲି ଚର୍ଚ୍ଚା ହେଉଥିବାବେଳେ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ପଶୁମାନଙ୍କ ଠାରେ ପରୀକ୍ଷା କରୁଛନ୍ତି। ବେଲଜିୟମର ଗବେଷକମାନେ ଦାବି କରିଛନ୍ତି ଯେ ଆମେରିକାରେ ଥିବା ଏକ ଓଟ ପ୍ରଜାତିର ପଶୁମାନଙ୍କ(ଲାମା) ରକ୍ତରୁ କରୋନା ଭାଇରସ ଭ୍ୟାକ୍ସିନ୍‌ (ଟୀକା) ତିଆରି ହୋଇପାରିବ। ‘ୱିଲାମସ୍ ଇନଷ୍ଟିଚ୍ୟୁଟ୍ ଫର ବାୟୋଟେକ୍ନୋଲୋଜିର’ର ଗବେଷକମାନେ ଦାବି କରିଛନ୍ତି ଯେ ଲାମାର ରକ୍ତରୁ କରୋନା ଭାଇରସଠୁ ରକ୍ଷା ମିଳିପାରବ। କାରଣ ଲାମାର ରକ୍ତରେ ଥିବା ଆଣ୍ଟି-ବଡିଗୁଡିକ […]

5years boy
ବୋରୱେଲରେ ଖସି ପଡିଲେ ୫ବର୍ଷର ଶିଶୁ, ତା' ପରେ...

ଯୋଧପୁର: ଲକ୍‌ଡାଉନ୍‌ ବେଳେ ରାଜସ୍ଥାନର ଯୋଧପୁର ଜିଲ୍ଲାର ବାୱଡି ତହସିଲ ଅଞ୍ଚଳରେ ସୋମବାର ସକାଳେ ଏକ ୫ ବର୍ଷର ଶିଶୁ ଏକ ବୋରୱେଲରେ ପଡ଼ିଯାଇଥିଲା। ଯୋଣ୍ଟାରା ଗାଁର ଏହି ଘଟଣାରେ ବୋରୱେଲରେ ଖସି ପଡିଥିବା ଖବର ଜିଲ୍ଲା ପ୍ରଶାସନ ପାଇବା ପରେ ତୁରନ୍ତ ଉଦ୍ଧାର କରିବା ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଛୁଆଟି ବାହାରକୁ ଆସିବା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଥିବା ଡାକ୍ତର ଟିମ୍‌ ଶିଶୁଙ୍କ ପାଇଁ ‍ବୋରୱେଲକୁ ଅକ୍ସିଜେନ୍‌ ପାଇପ୍‌ ଯୋଗାଇଛନ୍ତି। ଅକ୍ସିଜେନ୍‌କୁ ଆମ୍ୱୁଲାନ୍ସ […]

jharkhand
ଭୟରେ ଗଲେନି ସେଲୁନ୍, କରୋନା ପାଇଁ ଗାଁଲୋକେ କଲେ ଏପରି କାମ

ଝାଡଖଣ୍ଡ: ଝାଡଖଣ୍ଡର ଏକ ଗାଁ କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ନିଆରା ଉପାୟ ଅବଲମ୍ୱନ କରିଛନ୍ତି। ମୁସଲିମ ସମ୍ପ୍ରଦାୟର ଜାମତାଡା ବ୍ଲକର ନାଲା ବ୍ଲକର କାସ୍ତା ଗ୍ରାମରେ ମହିଳାଙ୍କ ବ୍ୟତୀତ ସମସ୍ତ ଲୋକ ସେମାନଙ୍କର କେଶ କାଟି ଲଣ୍ଡା ହୋଇଛନ୍ତି। ଗାଁର ପିଲା, ବୃଦ୍ଧ, ଯୁବକ ଓ ପୁରୁଷମାନେ ସମସ୍ତେ ଲଣ୍ଡା ହୋଇଥିବାର ଦେଖିବାକୁ ମିଳିଛି। କରୋନା ଭାଇରସ କାରଣରୁ ଏପରି କରିଥିବା କହିଛନ୍ତି। ଖବର ଅନୁଯାୟୀ, କରୋନା ଭାଇରସରୁ ରକ୍ଷା ପାଇବା […]

king cobra
ଖାଇବାକୁ ମିଳିଲାନି, ଶେଷରେ କିଙ୍ଗ୍‌ କୋବ୍ରାକୁ ମାରିଦେଲେ

ଗୌହାଟୀ: ସମଗ୍ର ଦେଶରେ କରୋନାର ବିପର୍ଯ୍ୟୟ ଜାରି ରହିଛି। କରୋନା ଭାଇରସ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏହାକୁ  ଦୃଷ୍ଟିରେ ରଖି ଦେଶରେ ୩ମଇ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତିନି ଜଣ ବ୍ୟକ୍ତି ୧୨ ଫୁଟ୍‌ ଲମ୍ୱର […]

lol
କରୋନା ଭାଇରସ୍‌ କବଳରୁ ରକ୍ଷା କରିବାକୁ ଭ୍ୟାକ୍ସିନ ବାହାର କଲା ଅକ୍ସଫୋର୍ଡ ୟୁନିଭର୍ସିଟିର ଏକ ଗବେଷଣା ଟିମ୍‌

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ଭ୍ୟାକ୍ସିନ୍‌ ବିକଶିତ କରିବାରେ ଲାଗିଛନ୍ତି, ଯାହା ନୋଭେଲ୍‌ କରୋନା ଭାଇରସ୍‌କୁ ମାତ୍ ଦେବ। ସେପ୍ଟେମ୍ବର ମାସରେ ଏହି ଭ୍ୟାକ୍ସିନ୍‌ ଉପଲବ୍ଧ ହେବ। ଏହି ଗବେଷଣାର ନେତୃତ୍ୱ ନେଇଥିବା ପ୍ରଫେସର୍ସା ରା ଗିଲବର୍ଟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସାରା କହିଛନ୍ତି, ଆମେ ବିକଶିତ କରୁଥିବା ChAdOx1 ଭ୍ୟାକ୍ସିନ୍‌ କରୋନାକୁ ମାତ୍‌ ଦେଇପାରିବ। ସେପ୍ଟେମ୍ବର ମାସରେ ଏହି ଭ୍ୟକ୍ସିନ୍‌ର ଏକ ମିଲିୟନ୍‌ […]

corona
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦୦ ଟପିଲା

ନୂଆଦିଲ୍ଲୀ: ଦେଶରେ  ୫୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍‌ସାଇଟର ସଦ୍ୟତମ ସୂଚନା ଅନୁସାରେ କରୋନା ମୃତ୍ୟୁ ସଂଖ୍ୟା ୫୦୭ରେ ପହଞ୍ଚିଛି। ଦେଶରେ ମୋଟ ଆକ୍ରାନ୍ତ ୧୫ ହଜାର ୭୦୭ ହୋଇଥିବା ବେଳେ ଏବେ ୧୨ ହଜାର ୯୬୯ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ହଜାର ୨୩୧ ଜଣ ଆରୋଗ୍ୟ ଲାଭ କଲେଣି। ସେପଟେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କରୋନା ସ୍ଥିତି […]