• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

s
ଅଧିକ ବିପଜ୍ଜନକ ହେଉଛି କରୋନା: ବାରମ୍ବାର ବଦଳାଉଛି ଲକ୍ଷଣ

ନୂଆଦିଲ୍ଲୀ: ଲକ୍ଷଣ ବଦଳାଇବାରେ ଲାଗିଛି କୋଭିଡ୍-19 ଭୂତାଣୁ। ମଣିଷ ଶୀରରେ ସଂକ୍ରମଣ ହେବା ପରଠାରୁ ଏଥିରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଦେଉଛି। ତେବେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁ ଭୂତାଣ ଅଧିକ ସଂକ୍ରାମକ ହେବାରେ ଲାଗିଛି। SARS-COV 2 ଭୂତାଣୁରେ ଏହି ପରିବର୍ତ୍ତନକୁ ବୈଜ୍ଞାନିକ D614G ଭାବେ ନାମିତ କରିଛନ୍ତି। ଏହାଦ୍ୱାରା ଭୂତାଣୁ ଅଧିକ ବିପଜ୍ଜନକ ହେଉଛି। ଭାରତ ସମେତ ସାରା ବିଶ୍ୱରେ ଭୂତାଣୁ ଲକ୍ଷଣ ପରିବର୍ତ୍ତନ କରୁଥିବା ନଜର ଆସିଛି। ଆମେରିକାର ସରକାରୀ ଲସ୍ ଆଲାମୋସ୍ […]

rahul
କରୋନା ବିରୋଧରେ ଲକ୍‌ଡାଉନ୍ ଅନ୍‌-ଅଫ୍‌ ସ୍ୱିଚ୍ ନୁହେଁ: ରାହୁଲ୍‌ ଗାନ୍ଧି

ନୂଆଦିଲ୍ଲୀ: କରୋନା ବିରୋଧରେ ଲକ୍‌ଡାଉନ୍ ଅନ୍‌-ଅଫ୍‌ ସ୍ୱିଚ୍ ନୁହେଁ। ଏହା ବିରୋଧରେ ଲଢ଼ିବାକୁ ହେଲେ ଅନ୍ୟ ଉପାୟ ଖୋଜିବାକୁ ହେବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନେଇ କାମ କରିବାକୁ ହେବ। ଆଜି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏଭଳି ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ଲକ୍‌ଡାଉନ୍ ଦ୍ୱାରା କରୋନା ବନ୍ଦ ହେବନି। ମାତ୍ର କିଛି ସମୟ ପାଇଁ ଏଥିରେ ବ୍ରେକ୍ ଲାଗିବ। ଏହା ଉଠିବା ପରେ ପୁଣି ଥରେ ଆରମ୍ଭ […]

ko
ସେ ହସ୍ପିଟାଲକୁ ଦେଖୁଛି, କିନ୍ତୁ ଜାଣିପାରୁନି କେଉଁ ଝରକା ଦେଇ ତମେ ଚାଲିଗଲ ଇରଫାନ୍‌

ମୁମ୍ୱାଇ: ମୁଁ ଦୂରରୁ ସେଇ ହସ୍‌ପିଟାଲକୁ ଦେଖୁଛି। ଯେଉଁଠି କାଲି ତୁମେ ଥିଲ। ହସ୍‌ପିଟାଲ୍‌ରେ କେତେ ଝରକା ଅଛି, କିନ୍ତୁ ଜାଣିପାରୁନି ତୁମେ କେଉଁ ଝରକା ଦେଇ ବାହାରି ଗଲ ଇର୍‌ଫାନ। ଏଇ ଜୀବନ ବହୁତ କିଛି ଦେଲ ତୁମେ। ଆଗକୁ ବି ତୁମ ପାଖରୁ ଅନେକ କିଛି ଶିଖିବାର ଆଶା ଅଛି। ଆମର ପୁଣିଥରେ ଦେଖା ହେବ ଇର୍‌ଫାନ ଭାଇ। ବଲିଉଡ୍‌ର ଷ୍ଟାର୍‌ ଇ‌ର୍‌ଫାନ ଖାନ୍‌ଙ୍କ ମୃତ୍ୟୁ ପର ଦିନ ତାଙ୍କ ପାଇଁ ଏମିତି  କିଛି […]

corona ambulance
୪୫ ଆମ୍ୱୁଲାନ୍ସ କର୍ମଚାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲକ୍ଷ୍ମୀ ନଗରରେ ଥିବା କ୍ୟାଟ୍ସ ଆମ୍ବୁଲାନ୍ସ ୧୦୨ର ୪୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେଠାକାର ୮୦ଜଣ କର୍ମଚାରୀଙ୍କ ନମୂନା କରୋନା ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୫ ଜଣ କରୋନ ପଜିଟିଭ ଥିବା ଜଣାପଡିଛି। ରୋଗୀଙ୍କୁ କ୍ୟାଟ୍ସ ଆମ୍ୱୁଲାନ୍ସ ସାହାଯ୍ୟରେ ମେଡିକାଲକୁ ନିଆଯାଉଥିଲା। ସେହି ସଂସ୍ଥାର କିଛି ଅଧିକାରୀଙ୍କ ପରିବାର ମଧ୍ୟ  ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି […]

bear
ଭାଲୁଟି ଏମିତି କିଛି କାମ କଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।  ଫଳରେ ଲୋକମାନେ ଘରେ ବନ୍ଦୀ ଜୀବନ ବିତାଉଥିବାବେଳେ ପଶୁମାନେ ରାସ୍ତାରେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳୁଛି। ଏନେଇ ବଲିଉଡର ଅଭିନେତା ଅର୍ଶଦ ୱାର୍ସି ଏକ ଭିଡିଓ ପୋଷ୍ଟ କରିଛନ୍ତି,ଯେଉଁଥରେ ଭାଲୁଟିର ଚମତ୍କାର ବୁଦ୍ଧି ଦେଖିବାକୁ ମିଳିଛି। ଏହି ଭାଇରାଲ ଭିଡିଓଟିକୁ ସୋସିଆଲ ମିଡିଆରେ ଲୋକମାନେ ବାରମ୍ୱାର ଦେଖିବା ସହ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି। Now even bears […]

milk
ସାମାଜିକ ଦୂରତାକୁ ମାନି ଏମିତି ବିକ୍ରି କଲେ କ୍ଷୀର, ଫଟୋ ଭାଇରାଲ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହାକୁ ମେ’୧୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସମୟରେ, ସାମାଜିକ ଦୂରତାର ଆବଶ୍ୟକତା ଅନୁସରଣ କରି କେବଳ ଆବଶ୍ୟକ ଦୋକନଗୁଡିକ ଖୋଲା ଯାଇଛି। ଲୋକେ ସୋଶିଆଲ ଡିଷ୍ଟାନ୍ସିଂ ପ୍ରତି ଯଥେଷ୍ଟ ସଚେତନ ଅଛନ୍ତି। ଦୋକାନ ବଜାରରେ ଭିଡ କମାଇବା ପାଇଁ ହୋମ ଡେଲିଭରି ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ସମୟରେ ଜଣେ ବ୍ୟକ୍ତି ସୋଶାଲ ଡିଷ୍ଟାନ୍ସିଂ ରକ୍ଷା ପାଇଁ ଯେପରି […]

cricket
ବୟସ ୨୬, ଲିଭର ଓ କିଡ଼ନୀ ରୋଗରେ ପୀଡିତ, ଏବେ ସେ କରୋନାରେ ପଜିଟିଭ

ନୂଆଦିଲ୍ଲୀ: କଥାରେ ଅଛି ବିପଦ ଯେତେବେଳେ ଆସେ ସବୁଆଡୁ ଏକାଥରକେ ଆସିଥାଏ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର ଯୁବ କ୍ରିକେଟରଙ୍କ ସହ। ତାଙ୍କ ନାଁ ସୋଲା ନକ୍ୱେନି। ଗତ ଏକ ବର୍ଷ ଧରି ଗୁଲିୟାନ୍‌ ବେରେ ସିଣ୍ଡ୍ରୋମ(ପ୍ରତିରକ୍ଷା ଏବଂ ସ୍ନାୟୁ ପ୍ରଣାଳୀ)ରୋଗରେ ପୀଡିତ ଥିଲେ। ଅଲରାଉଣ୍ଡର ସୋଲୋ ଲିଭର ଓ କିଡନୀ ରୋଗରେ ମଧ୍ୟ ପୀଡିତ। ବର୍ତ୍ତମାନ ସେ କରୋନା ଭାଇରସ ମହାମାରୀରେ ପଜିଟିଭ ବୋଲି ଜଣାପଡିଛି। So last year I […]

samasu
ଭାରତୀୟ ପାଣିପାଗ ବିଭାଗ ସୂଚନା ତାଲିକାରେ ସ୍ଥାନ ପାଇଲା ପିଓକେ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ସୂଚନା ତାଲିକାରେ ଏବେ ସ୍ଥାନ ପାଇଛି ପାକ୍‌ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍‌ ବଲଟିସ୍ତାନ। ପିଓକେର ଏହିସବୁ ଅଞ୍ଚଳର ପାଣିପାଗ ରିପୋର୍ଟ ପ୍ରକାଶ କରିବ ଭାରତୀୟ ପାଣିପାଗ ବିଭାଗ। ପାଣିପାଗର ଏକ ସବଡିଭିଜିନ୍‌ରେ ଜମ୍ମୁ-କଶ୍ମୀର ଓ ଲଦାଖ ସହ ଗିଲିଗଟ୍‌-ବଲଟିସ୍ତାନ ଏବଂ ମୁଜାଫରାବାଦ ସ୍ଥାନ ପାଇଛି। ପ୍ରକାଶ ଥାଉକି, ମୁଜାଫରାବାଦ ପିଓକେର ଏକ ସହର। ଏହି ସହର ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର ବା ପିଓକେରେ ଅଛି। ମଙ୍ଗଳବାରଠାରୁ […]

avimanyu
କଂଗ୍ରେସର ଏହି ବରିଷ୍ଠ ନେତା ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ସଂକଟରେ ଯୁଝୁଛି। ଦିନକୁ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ଦେଶବାସୀଙ୍କୁ ନିଦ ହଜାଇଲାଣି। କରୋନାକୁ ନେଇ ପକ୍ଷ ବିପକ୍ଷ ମଧ୍ୟରେ ସବୁବେଳେ କଥା କଟାକଟି ଚାଲିଥିବା ବେଳେ କଂଗ୍ରେସ ଦଳକୁ ନେଇ ଏବେ ଆଉ ଏକ ଚର୍ଚ୍ଚା ଜୋର୍‌ ଧରିଛି। ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି ଯେ କଂଗ୍ରେସର ଜଣେ ବରିଷ୍ଠ ନେତା ବିଜେପିରେ ଯୋଗ ଦେଇପାରନ୍ତି। ଏହି ବରିଷ୍ଠ ନେତା ହେଲେ ସୁପ୍ରିମକୋର୍ଟର ଜଣାଶୁଣା ଓକିଲ […]

salauddin
ହିଜ୍‌ବୁଲ୍ କମାଣ୍ଡର ରିୟାଜ୍‌ର ମୃତ୍ୟୁ ପରେ ଭାରତକୁ ଧମକ ଦେଲା ପାକ୍ ଆତଙ୍କବାଦୀ ସୟଦ୍‌ ସଲାଉଦ୍ଦିନ

ଶ୍ରୀନଗର: ହିଜ୍‌ବୁଲ ମୁଜାହିଦ୍ଦିନର କମାଣ୍ଡର ରିୟାଜ୍ ନାୟକୁର ସେନା ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ପରେ ବିଳିବିଳେଇଛି ପାକିସ୍ତାନର ହିଜ୍‌ବୁଲ୍‌ ମୁଖ୍ୟ ସୟଦ୍‌ ସଲାଉଦ୍ଦିନ। ଭାରତକୁ ଧମକ ଦେଇ ସଲାଉଦ୍ଦିନ କହିଛି, ରିୟାଜ୍‌ର ତ୍ୟାଗ ଆମ ମିଶନ ହାସଲ କରିବାରେ ସାହାଯ୍ୟ କରିବ। ଯାହା ସେମାନେ ହାସଲ କରିବାକୁ ଚାହୁଁଥିଲେ। ଏଥିସହିତ ସେ ଆହୁରି ମଧ୍ୟ କହିଛି ଯେ କାଶ୍ମୀର ପ୍ରସଙ୍ଗ ହେଉଛି ଏକ ନିଆଁଝୁଲ। ଯାହା ଅଗ୍ନି ସଂଯୋଗ କରିମାତ୍ରେ ସମଗ୍ର ଅଞ୍ଚଳକୁ ଘେରିଯିବ ବୋଲି ଧମକ […]

corona
ରୋକିପାରୁନି ଆମେରିକା, କିନ୍ତୁ କିଛି ମାତ୍ରାରେ କରୋନା ଉପରେ କାବୁ ପାଇଲା ଏହି ଦେଶ

ନୂଆଦିଲ୍ଲୀ: ବିଶ୍ୱର ୨୧୨ଟି ଦେଶରେ କାୟା ବିସ୍ତାର କଲାଣି ମାରାତ୍ମକ କରୋନା। ସାରା ବିଶ୍ୱରେ ଏବେ ଯାଏ ୩୮ ଲକ୍ଷ ୪୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାଣ ହରାଇଲେଣି ୨ ଲକ୍ଷ ୬୫ ହଜାରରୁ ଅଧିକ ଲୋକ। ସେହିପରି ସୁସ୍ଥ ହୋଇଛନ୍ତି ୧୩ ଲକ୍ଷରୁ ଅଧିକ ଆକ୍ରାନ୍ତ। ତେବେ ଏବେ ସୁଦ୍ଧା ସବୁଠୁ ଅଧିକ ପ୍ରଭାବିତ ହେବାରେ ଲାଗିଛି ସୁପର ପାୱାର୍ ଆମେରିକା। ପ୍ରତିଦିନ ଦେଶରେ ହଜାର ହଜାର ଲୋକେ ଆକ୍ରାନ୍ତ […]

guleria
କରୋନାକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ସତର୍କବାଣୀ

ନୂଆଦିଲ୍ଲୀ: ଜୁନ ଓ ଜୁଲାଇ ମାସ ବେଳକୁ ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ କରୋନା ସଂକ୍ରମଣ। ଏବେ ଯେଉଁ ଭଳି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ତାକୁ ବିଚାରକୁ ନେଲେ ଜୁନ୍ ଓ ଜୁଲାଇରେ ଦେଶରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। ତେବେ ଦେଶରେ ଏବେ ସଂକ୍ରମଣ ସ୍ତର ଏଯାଏଁ ସର୍ବୋଚ୍ଚ ସୀମା ଛୁଇଁନଥିବା ସେ କହିଛନ୍ତି। ସେହିଭଳି ଲକ୍‌ଡାଉନ କରୋନା ସଂକ୍ରମଣ ରୋକିବାରେ କେତେ ପ୍ରଳପ୍ରଦ […]

ernakumal
ଘରକୁ ଫେରିବା ପାଇଁ ଆନ୍ଦୋଳନରତ ପ୍ରବାସୀ ଶ୍ରମିକଙ୍କୁ ପୁଲିସ୍‌ର ଲାଠି ମାଡ଼

ଏର୍ଣ୍ଣାକୁଲମ୍: କେରଳର ଏର୍ଣ୍ଣାକୁଲମ ଜିଲ୍ଲା କୁତାତୁକୁଲମ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଲାଠିମାଡ଼ କରିଛି ପୋଲିସ। ଘରକୁ ଫେରିବା ଲାଗି ଆନ୍ଦୋଳନ କରୁଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଛି। ଲକଡାଉନ ପାଇଁ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ଦାବି କରି ଆସୁଥିଲେ। କେରଳ ସରକାର ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରି ଆଜି ଶହ ଶହ ଶ୍ରମିକ ଆନ୍ଦୋଳନ କରୁଥିଲେ। ତେବେ ଲକଡାଉନ ନିୟମ […]

representational-image
କନ୍ୟା ସନ୍ତାନ ଜନ୍ମଦେଲେ ଟିଏମ୍‌ସି ସାଂସଦ: ନା ରଖିଲେ ‘କରୋନା’

କୋଲକାତା: ଦେଶରେ କୋରନା ଭୂତାଣୁ ଲାଗତର ଭାବେ ବଢ଼ି ଚାଲିଛି। ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଓ ମୃତ୍ୟୁ ମଧ୍ୟ ହେଉଛି। କରୋନାକୁ ନେଇ ଦେଶରେ ନାନା ପ୍ରକାର ରୋଚକ ଘଟଣା ମଧ୍ୟ ଦେଖିବାକୁ ମିଳୁଛି। କରୋନା ତାଣ୍ଡବ ଭିତରେ ଟିଏମ୍‌ସି ସାଂସଦ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଉ ଏଥିରେ ରୋଚକ କଥା ହେଲା ସାଂସଦ ତାଙ୍କ ସଦ୍ୟଜାତ କନ୍ୟାଙ୍କ ନାଁ ରଖିଛନ୍ତି କରୋନା। TMC MP Aparupa Poddar gives birth […]

ki
ପୁଣି ଏକ କାରାଖାନା ଦୁର୍ଘଟଣା: ବଏଲର୍‌ ବିସ୍ଫୋରଣ ଯୋଗୁ ୭ ଆହତ

ଚେନ୍ନାଇ: ଛତିଶଗଡର ରାୟଗଡ଼ ପେପର୍‌ ମିଲ୍‌, ବିଶାଖାପାଟନମ୍‌ ଗ୍ୟାସ୍‌ ଲିକ୍ ପରେ ଏବେ ତାମିଲ୍‌ନାଡୁର କୁଡ୍ଡାଲୋର୍‌ରେ ଥିବା ଏକ ପବ୍ଲିକ ସେକ୍ଟର କୋଇଲା କମ୍ପାନୀ ପୁଣି ଏକ ଅଘଟଣ ଘଟିଛି। କମ୍ପାନୀର ବଏଲର୍‌ ବିସ୍ଫୋରଣ ଯୋଗୁ ୭ ଜଣ ଆହତ ହୋଇଛନ୍ତି। ନେଭେଲି ଲିଗ୍‌ନାଇଟ୍‌ କୋର୍‌ପୋରେସନ୍‌(ଏନ୍‌ଏଲ୍‌ସି) ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଛି। ସଦ୍ୟ ସୂଚନାନୁସାରେ, ଘଟଣାସ୍ଥଳରେ ଏନ୍‌ଏଲ୍‌ସିର ମୁଖ୍ୟ ଅଧିକାରୀଙ୍କ ସମେତ ପୁଲିସ୍‌ ଓ ଅଗ୍ନିସମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା […]

fd
ବିଷାକ୍ତ ଗ୍ୟାସ୍‌ ଲିକ୍‌ରେ ୭ ଅସୁସ୍ଥ; କାରଖାନା ମାଲିକ ଲୁଚାଇଥିଲେ ଘଟଣା

ଛତିଶଗଡ଼: ଛତିଶଗଡ଼ର ରାୟଗଡ଼ ଦିଲ୍ଲାରେ ଏକ ପେପର୍ ମିଲ୍‌ରୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହେବାରୁ ୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ସ୍ଥାନୀୟ ପୁଲିସ୍‌ ଏହି ସୂଚନା ଦେଇଛି। ବୁଧବାର ସନ୍ଧ୍ୟାରେ ଟେଟ୍‌ଲା ଗାଁରେ ଥିବା ଶକ୍ତି ପେପର୍ ମିଲ୍‌ରେ ଜଣେ ସଫେଇ କର୍ମୀ ଏକ ଖୋଲା ଟାଙ୍କିରେ ସଫା କରୁଥିବା ସମୟରେ ଏହି ବିଷାକ୍ତ ଗ୍ୟାସ୍‌ ଲିକ୍‌  ହୋଇଥିବା ରାୟଗଡ଼ ପୁୱିଲ୍‌ ସୁପିରିଟେଣ୍ଡଟେଣ୍ଟ ସନ୍ତୋଷ ସିଂହ କହିଛନ୍ତି। ତେବେ କାରାଖନା ମାଲିକ କିନ୍ତୁ ଏ ଦୁର୍ଘଟଣା […]

corona
ଫଟୋରେ ଫଟୋରେ ବିଶାଖାପାଟନମ୍‌ ଗ୍ୟାସ୍‌ ଲିକ୍‌ ଟ୍ରାଜେଡି

ବିଶାଖାପାଟନମ୍‌: ବର୍ଷ ୨୦୨୦ ପ୍ରତ୍ୟୋକ ମାସ କିଛି ନା କିଛି ଦୁଃଖ ଖବର ଦେଉଛି। ଦେଶ ଏବେ କରୋନା ମହାମାରୀ ସହିତ ଯୁଦ୍ଧ ଲଢୁଥିବା ବେଳେ ବିଶାଖାପାଟଣ ଗ୍ୟାସ୍‌ ଲିକ୍‌ ଘଟଣା ଦେଶକୁ ଦୋହଲାଇ ଦେଇଛି। ଏବଂ ମନେ ପକାଇଦେଇଛି ୧୯୮୪ ଲୋମଟାଙ୍କୁରା ଘଟଣା ଭୋପାଲ୍‌ ଗ୍ୟାସ୍‌ ଟ୍ରାଜେଡି କଥା। ବିଶାଖାପାଟନମ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ଘଟଣାରେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ କୋଟିଏ […]