• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

dhoni
ଲକ୍‌ଡାଉନ୍‌ରେ ଧୋନିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: ବିଶ୍ୱକପ୍‌ ୨୦୧୯ ପରେ କ୍ରିକେଟ୍‌ ଠାରୁ ଦୂରେଇ ରହିଥିବା ଧୋନିଙ୍କ ପ୍ରଂଶସକମାନେ ଭାବିଥିଲେ, ଚଳିତ ଆଇପିଏଲ୍‌ରେ ଧୋନି ପୁଣିଥରେ କ୍ରିକେଟ୍‌କୁ ଫେରିବେ। ବିସ୍ଫୋରକ ପାଳି ଖେଳିବା ସହିତ ତାଙ୍କ କ୍ୟାପ୍ଟେନ୍‌ସିପ୍‌ରେ ଦର୍ଶକଙ୍କୁ ବାନ୍ଧି ରଖିବେ। କିନ୍ତୁ ଅବଶୋଷ ତାହା ହେଲାନି। କରୋନା ଭାଇରସ୍‌ ପାଇଁ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେବଳ ଆଇପିଏଲ୍‌ ନୁହେଁ, କୌଣସି ମ୍ୟାଚ୍‌ ହେଉନି। ଏହି ସମୟରେ ଅନେକ କ୍ରିକେଟ୍‌ ଖେଳାଳି ସୋସିଆଲ୍ ମିଡିଆରେ ଫ୍ୟାନ୍‌ଙ୍କ ସମ୍ମୁଖକୁ ଆସୁଛନ୍ତି। […]

shourdoen
ମେ ୧୧ ପରେ ଖୋଲିବ ଏହିସବୁ ଦୋକାନ

ଚେନ୍ନାଇ: ଲକ୍‌ଡାଉନ୍‌ ନିୟମ କୋହଳ କରିବେ ତାମିଲନାଡୁ ସରକାର। ମେ ୧୧ ତାରିଖଠାରୁ କଣ୍ଟେନମେଣ୍ଟ ଜୋନ୍‌ ହୋଇନଥିବା ଅଞ୍ଚଳରେ ଖୋଲିବ କିଛି ଦୋକାନ। କେଉଁ ଦୋକାନ ଖୋଲିବ କେଉଁଟା ଖୋଲିବନି, ତାର ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର। ସେଗୁଡ଼ିକ ହେଲା- ଚା ଦୋକାନ, ବେକେରି, ହୋଟେଲ୍, ଗ୍ରୋସେରୀ ଷ୍ଟୋର, ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଦୋକାନ, ସମସ୍ତ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ବିକ୍ରି ଓ ମରାମତି ଦୋକାନ, ଯଥା କମ୍ପ୍ୟୁଟର୍‌ ମୋବାଇଲ ଓ ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ […]

representationa-im-ge
ଇଣ୍ଡିଆ ଓ ଚାଇନା ଯବାନ ମୁହାଁମୁହିଁ

ନୂଆଦିଲ୍ଲୀ: ସୀମାରେ ଇଣ୍ଡିଆ ଓ ଚାଇନା ଯବାନ ମୁହାଁମୁହିଁ। ଶନିବାର ଉତ୍ତର ସିକ୍କିମର ନାକୁ ଲା ସେକ୍ଟରେ ଉଭୟ ସେନାର ଯବାନମାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଛନ୍ତି। ନାମ ଗୋପାନ ସର୍ତ୍ତରେ ୨ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଆହତଙ୍କ ମଧ୍ୟରେ ଚୀନର ୭ ଜଣ ସୈନ୍ୟ ଥିବାବେଳେ ୪ ଜଣ ଭାରତୀୟ ଯବାନ ଅଛନ୍ତି। ପାଖାପାଖି ୧୫୦ ଜଣ ଯବାନଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା। ପ୍ରଥମେ […]

pm-modi
କାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୩ଟା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏହି ଆଲୋଚନା ହେବ। ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ମୁକାବିଲା ପାଇଁ ଭବିଷ୍ୟତରେ କେଉଁ ପଦକ୍ଷେପ ନିଆଯିବ ସେ ବିଷୟରେ ବି ଆଲୋଚନା ହେବ। ଏହାକୁ ମିଶାଇ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି କରୋନା ମୁକାବିଲା ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ। […]

eary-waul
ଭୂମିକମ୍ପରେ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଦିଲ୍ଲୀ। ରବିବାର ଦିନ ୧.୪୫ ମିନିଟ୍‌ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଏକ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୁତ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୫ ରହିଥିଲା। ଏଥିରେ କୌଣସି ଧନଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି। ଦିଲ୍ଲୀ ବିପର୍ଯ୍ୟୟ ସୂଚନା କେନ୍ଦ୍ରର ସୁଚନା ଅନୁସାରେ, ଏହି ଭୁମିକମ୍ପ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ଅନୁଭୁତ ହୋଇଥିଲା। ଦିଲ୍ଲୀ ଓ ୟୁପିର ସୀମାରେ ୧୫ କିମି ଦୂରରେ ଏହାର କେନ୍ଦ୍ର ସ୍ଥଳ […]

bemjari
ବିଜ୍ଞାପନରେ ଧର୍ମୀୟ ଭେଦଭାବ; ଗିରଫ ହେଲେ ବେକେରୀ ଷ୍ଟୋର୍ ମାଲିକ

ଚେନ୍ନାଇ: ଧର୍ମୀୟ ଭାବନାକୁ ଆଘାତ କରୁଥିବା ବି‌ଜ୍ଞାପନ ଦେଇଥିବା ଅଭିଯୋଗରେ ଗିରଫ୍‌ ହୋଇଛନ୍ତି ଚେନ୍ନାଇର ଜଣେ ବେକେରୀ ଷ୍ଟୋର୍‌ ମାଲିକ ଟି.ନାଗର। ସେ ତାଙ୍କ ଷ୍ଟୋର୍‌ ପାଇଁ ଏକ ବିଜ୍ଞାପନ ଦେଇଥିଲେ, ଯେଉଁଥିରେ ତାଙ୍କ ଷ୍ଟୋର୍‌ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ କେବଳ ଜୈନ୍ୟମାନେ ହିଁ ତିଆରି କରନ୍ତି, ମୁସଲମାନ କର୍ମଚାରୀଙ୍କ ଦ୍ୱାରା ନୁହେଁ ବୋଲି ଦର୍ଶାଯାଇଥିଲା। ଏହି ବିଜ୍ଞାପନ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ବିଜ୍ଞାପନରେ ଧର୍ମୀୟ ଭେଦଭାବ ଥିବାରୁ […]

bjs
୫ ପାଇଲଟ୍‌ଙ୍କୁ କରୋନା

ନୂଆଦିଲ୍ଲୀ: ୫ ଜଣ ବିମାନ ଚାଳକଙ୍କ ଠାରେ କରୋନା ପିଜିଟିଭ୍ ଚିହ୍ନଟ ହୋଇଛି। ଗତକାଲି ୭୭ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରେ ୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ତେବେ ଏମାନଙ୍କ ମଧ୍ୟରୁ କାହା ଠାରେ ବି କରୋନା ଲକ୍ଷଣ ଦେଖାଯାଇ ନଥିଲା। ଏମାନେ କାର୍ଗୋ ଫ୍ଲାଇଟ୍‌ରେ ଚାଇନାର ଗୁଆନ୍‌ଝୋକୁ ଉଡ଼ାଣ ଭରିଥିଲେ। ଏମାନେ ସମସ୍ତେ ମୁମ୍ବାଇର ବୋଲି ଜଣା ପଡ଼ିଛି। ଲକ୍‌ଡାଉନ୍‌ ସମୟରେ ସମସ୍ତ ପରିବନ ବନ୍ଦ ରହିଥିବା ବେଳେ ସରକାର ବିମାନ […]

dd
୧୦ଟି ବହୁଳ କରୋନା ପ୍ରଭାବିତ ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇବ କେନ୍ଦ୍ର

ନୂଆଦିଲ୍ଲୀ: ୧୦ଟି ବହୁଳ ପ୍ରଭାବିତ ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇବ କେନ୍ଦ୍ର। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗୁଜରାଟ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଏହି ୧୦ଟି ଟିମ୍ ଯିବ। ସେଠାରେ କୋଭିଡ୍ ପରିଚାଳନାରେ ଓ କଣ୍ଟେନମେଣ୍ଟ କଟକଣା କଡ଼ାକଡ଼ି କରିବାରେ ଏହି ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରିବ। ଏହି ଟିମ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଯୁଗ୍ମ ସଚିବ […]

nitina-gadkari
MSMEରେ ସାମିଲ ହୋଇପାରନ୍ତି ଖୁଚୁରା ବ୍ୟବସାୟୀ ଓ କୋଠାବାଡ଼ି ନିର୍ମାଣ ପେସାଦାର

  ନୂଆଦିଲ୍ଲୀ: ଏମ୍ଏସ୍ଏମ୍ଇରେ ସାମିଲ ହୋଇପାରନ୍ତି ଖୁଚୁରା ବ୍ୟବସାୟୀ ଓ କୋଠାବାଡ଼ି ନିର୍ମାଣ ପେସାଦାର। ସେମାନଙ୍କୁ ଏମ୍ଏସ୍ଏମ୍ଇ ଭାବେ ପଞ୍ଜୀକରଣ ପ୍ରସ୍ତାବ ଉପରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଲଘୁ, କ୍ଷୁଦ୍ରୁ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡ଼କରୀ। ଭାରତୀୟ ଖୁଚୁରା ବିକ୍ରେତା ସଂଘ ଏବଂ କାର୍ଯ୍ୟରତ ଯନ୍ତ୍ରୀ, ଆର୍କିଟେକ୍‌ଚର୍ ଓ ଟାଉନ ପ୍ଲାନର ସଂଘ ସହ ଆଲୋଚନା ବେଳେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଆମଦାନୀର ବିକଳ୍ପ ଖୋଜିବା ଏବଂ ଜନସଂଖ୍ୟା ବହୁଳ […]

bhrta
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ମୁହାଁ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଆଡ଼କୁ ମୁହାଁଇଁଲାଣି। ଦିନକରେ ୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ସହ ଏହି ସଂଖ୍ୟା ୫୯ ହଜାର ୬୬୨ରେ ପହଂଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବି ୨ ହଜାର ପାଖାପାଖି ହେଲାଣି। ୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ଯିବା ପରେ ମୃତ୍ୟୁ ସଂଖ୍ୟା ଏକ ହଜାର ୯୮୧ ଛୁଇଁଛି। ଦେଶରେ ଏବେ ଯାଏଁ ୧୭ ହଜାର ୮୪୬ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୩୯ ହଜାର […]

amit-shaha
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ଅପପ୍ରଚାର ହେଉଥିବାରୁ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ନିଜେ ଗୃହମନ୍ତ୍ରୀ । ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏବଂ କରୋନା ମହାମାରୀକୁ ନେଇ ସରକାରଙ୍କ ଲଢ଼େଇରେ ବ୍ୟସ୍ତ ରହୁଛି।  ଫେସବୁକ, ଟୁଇଟର ସମେତ ଅନ୍ୟ  ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଚାରିତ ହେଉଥିବା ଅଯଥା ମନଗଢ଼ା ଓ ଗୁଜବକୁ ଖଣ୍ଡନ କରିଛନ୍ତି। […]

train
ରେଳ ଧାରଣାରେ ନ ଚାଲିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି

ନୂଆଦିଲ୍ଲୀ: ରେଳ ଧାରଣାରେ ନଚାଲିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଟ୍ରାକ୍‌ରେ କୌଣସି ବ୍ୟକ୍ତି ଚାଲୁଥିବା ଦେଖିଲେ ସତର୍କ କରାଇବେ ରେଲୱେ କର୍ମଚାରୀ। ଏଥିପାଇଁ ଜାରି ହୋଇଛି ଆରପିଏଫ ସିକ୍ୟୁରିଟି ହେଲ୍‌ପଲାଇନ୍ ନମ୍ବର। ୧୮୨ ଟ୍ରାକ୍‌ରେ ଚାଲୁଥିବା ଲୋକଙ୍କ ସମ୍ପର୍କରେ ଏହି ନମ୍ବରରେ ସୂଚନା ଦିଆଯିବ। ରେଲୱେ ଟ୍ରାକ୍‌ରେ ଚାଲିବା ବିପଦପୂର୍ଣ୍ଣ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛି ପୂର୍ବତଟ ରେଳବାଇ। ଔରଙ୍ଗାବାଦ୍‌ରେ ରେଳଟ୍ରାକ୍‌ରେ ଯାଉଥିବା ଲୋକଙ୍କୁ ଟ୍ରେନ୍ ଚଢ଼ିଯିବା […]

harswardhan
ଆଶ୍ୱସ୍ଥିର ଖବର: ଅନ୍ୟ ବିକଶିତ ଦେଶ ପରି ଭାରତରେ ସ୍ଥିତି ସଂଗୀନ ହେବାର ଆଶଙ୍କା ନାହିଁ

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ସୁଦ୍ଧା ୫୯ ହଜାର ୬୬୨ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ଅନ୍ୟ ବିକଶିତ ଦେଶ ପରି ସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ନାହିଁ। ଦେଶରେ କରୋନାସ୍ଥିତିର ସମୀକ୍ଷା କରିବା ପରେ କେନ୍ଦ୍ର ସ୍ଥାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ତଥାପି ସବୁ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଦେଶରେ କରୋନା ମୃତ୍ୟୁ ହାର ବର୍ତ୍ତମାନ ୩ ଦଶମିକ ୩ ପ୍ରତିଶତ ରହିଥିବା ବେଳେ […]

gd
ଜୁଲାଇ ପହିଲାରୁ ହେବ ବାକିଥିବା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ହେବ ବାକିଥିବା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା। କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ୱାଲ ଆଜି ଏହି ଘୋଷଣା କରିଛନ୍ତି। ଦିଲ୍ଲୀରେ ସିବିଏସଇ ଦଶମ ଶ୍ରେଣୀର କିଛି ପେପର ବାକି ଥିବା ବେଳେ ଦେଶବ୍ୟାପୀ ଯୁକ୍ତ ଦୁଇ ପରୀକ୍ଷା ଅଧାରେ ଅଟକି ଯାଇଥିଲା ସାମାଜିକ ଦୂରତ୍ୱ ରଖି ପାଠପଢ଼ା ଆଗେଇ ନେବାକୁ ଯୁଗ୍ମ ଓ ଅଯୁଗ୍ମ ରୋଲ ନମ୍ବର ଭିତ୍ତିରେ କ୍ଲାସ କରାଇବା ଲାଗି NCERT ମାନବସମ୍ବଳ ବିକାଶ ମନ୍ତ୍ରଣାଳୟକୁ […]

china
ଦେଶର କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଛନ୍ତି

ନୂଆଦିଲ୍ଲୀ: ଦେଶରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଛନ୍ତି। ଅର୍ଥାତ ଆକ୍ଟିଭ୍‌ କେସ୍ ହିସାବରେ ଏବେ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍। ସେହିଭଳି ଆରୋଗ୍ୟ ହାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ସେ କହିଛନ୍ତି। ଗତ ୨୪ ଘଣ୍ଟାରେ ୧୨ ଶହ ୭୩ ଜଣ ସୁସ୍ଥ ହୋଇଛନ୍ତି। ଏଯାଏ ୧୬ ହଜାର […]