ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ଆଜି ସବିଶେଷ ତଥ୍ୟ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ୟାକେଜ୍ ଆତ୍ମନିର୍ଭର ଭାରତ ଅଭିଯାନ। ଏହାର ମୁଖ୍ୟ ଲକ୍ଷ୍ୟ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ସ୍ତରରେ ପହଞ୍ଚଇବା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା ପରେ ଏହି ପ୍ୟାକେଜ୍ ତିଆରି ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ୟାକେଜ୍ ଦ୍ୱାରା ଅଭିବୃଦ୍ଧିହାର […]
ନୂଆଦିଲ୍ଲୀ: କରୋନା କବଳିତ ଭାରତ ପାଇଁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ଆଜି ସବିଶେଷ ତଥ୍ୟ ରଖିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଅପରାହ୍ଣ ୪ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରି ବିସ୍ତୃତ ରୂପରେଖ ସମ୍ପର୍କରେ ସୂଚନା ଦେବେ ସୀତାରମଣ। କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର ଆଣିବାକୁ ଏହି ବୃହତ ପ୍ୟାକେଜ ଘୋଷଣା କରାଯାଇଛି। ଏହା ହେଉଛି ଦେଶର ଜିଡିପିର ୧୦ ପ୍ରତିଶତ। […]
ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ଲକ୍ଡାଉନ୍-୪ ଘୋଷଣା କରିବା ସହିତ ଦେଶର ଅର୍ଥନୀତିକୁ ତୀବ୍ର ଗତି ଦେବାକୁ ୨୦ ଲକ୍ଷ କୋଟିର ବଡ଼ ଆର୍ଥିକ ପ୍ୟାକେଜ୍ର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପ୍ୟାକେଜ୍ରେ କୃଷିଠାରୁ ଆରମ୍ଭ କରି କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ତା ସହିତ ଶିଳ୍ପ ପାଇଁ ମଧ୍ୟ ଘୋଷଣା ହୋଇଛି। ତେବେ ଆଜିର ସମ୍ବୋଧନରେ ଉତ୍ପାଦିତ ସ୍ୱଦେଶୀ ତଥା ସ୍ଥାନୀୟ ସାମଗ୍ରୀ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: କରୋନା କବଳିତ ଭାରତ ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଡ଼ ଘୋଷଣା କରିଛନ୍ତି। କରୋନା ମାଡ଼ରେ ଦୋହଲିଯାଇଥିବା ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର ଆଣିବାକୁ ଏହି ବୃହତ ପ୍ୟାକେଜର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଆର୍ଥିକ ସହାୟତା ଦେଶର ମୋଟ ଘରୋଇ ଉତ୍ପାଦନର ପ୍ରାୟ ୧୦ ପ୍ରତିଶତ। ଏହି ଅର୍ଥ ଦେଶର […]
ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ଏଥର ଲକଡାଉନ୍ ନୂଆ ରୂପରେ ଓ ନୂଆ ନିୟମ ସହ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସବୁ ରାଜ୍ୟର ପରାମର୍ଶକ୍ରମେ ପଦକ୍ଷେପ ନିଆଯାଇଛି। ତାର ସବୁ ସୂଚନା ମେ ୧୮ ପୂର୍ବରୁ ଆପଣଙ୍କୁ ସୂଚିତ କରାଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ କହିଛନ୍ତି। ଏଥିସହିତ ଦେଶର ଅର୍ଥନୀତିକୁ ବଳ ଦେବା ପାଇଁ ଏକ ବଡ଼ ଆର୍ଥିକ ପ୍ୟାକେଜ୍ର ଘୋଷଣା […]
ନୂଆଦିଲ୍ଲୀ: ଦେଶରେ ୭୦ ହଜାର ଟପିଲା କରୋନା ପଜିଟିଭ୍ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଦେଶରେ କରୋନାରେ ଏଯାଏ ୭୦ ହଜାର ୭୫୬ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୨୨ ଶହ ୯୩ରେ ପହଞ୍ଚିଛି। ବର୍ତ୍ତମାନ ପ୍ରାୟ ୪୬ ହଜାର ଜଣଙ୍କ ଚିକିତ୍ସା ଚାଲିଥିବାବେଳେ ୨୨ ହଜାର ୪୫୪ ଜଣ ଆରୋଗ୍ୟ ଲାଭ କଲେଣି। ତେବେ ମହାରାଷ୍ଟ୍ରକୁ ନେଇ ଉଦ୍ବେଗ ବଢ଼ୁଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ପାର କରିଥିବାବେଳେ, ୮୬୮ […]
ନୂଆଦିଲ୍ଲୀ: ଗତ ସପ୍ତାହରେ ସିକ୍କିମ ସୀମାରେ ଚାଇନା ଯବାନ ଭାରତୀୟ ଯବାନଙ୍କ ସହିତ ସୀମାରେ ମାର୍ପିଟ୍ କରିଥିଲେ। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଥିବା ଖବର ପ୍ରକାଶ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏବେ ଆଉ ଏକ ଚାଇନାର ସୀମା ବିଶୃଙ୍ଖଳା ଖବର ସାମ୍ନାକୁ ଆସିଛି। ଯେଉଁ ସପ୍ତାହରେ ଚାଇନା ଓ ଭାରତୀୟ ଯବାନ ମୁହାଁମୁହିଁ ହୋଇଥିଲେ, ସେହି ସମୟରେ ହିଁ ଭାରତର ଲଦାଖ ସୀମାରେ ହେଲିକପ୍ଟର ଉଡ଼ାଇଥିଲା ଚାଇନା। ଏହାର ତୁରନ୍ତ ପରେ ପାଟ୍ରୋଲିଂ […]
ଦିବ୍ରୁଗଡ଼: କରୋନା ଭାଇରସ୍ ଯୋଗୁ ଦେଶ ବ୍ୟାପୀ ଲକ୍ଡାଉନ୍ ଜାରି ରହିଛି। ଏଥିପାଇଁ ଅନେକ ଲୋକ ରୋଜଗାର ହରାଉଛନ୍ତି। ପରିବାର ପୋଷିବା ବି କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ନିଜ ପରିବାର ପୋଷିବା ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି ଆସାମ ଦିବ୍ରୁଗଡ଼ ଜିଲ୍ଲା ବୋଗିବୀଲ ଅଞ୍ଚଳର ସଫାକଟିରେ ରହୁଥିବା ଯୁବତୀ ଜନମୋନୀ ଗୋଗୋଇ। ଜନମୋନୀ ଏକ ବାଇସାଇକେଲ୍ରେ ଘରଠୁ ଘର ବୁଲି ପରିବା ବିକ୍ରି କରୁଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ବାପା ଅସୁସ୍ଥ ରହୁଥିବାରୁ ସେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ସିଲ୍ ହୋଇଛି। ଏଠାକାର ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ଦୁଇଦିନ ପାଇଁ ସିଲ୍ କରାଯାଇଛି। ସାନିଟାଇଜେସନ୍ କରିବା ପାଇଁ ଦୁଇଦିନ ମଙ୍ଗଳବାର ଓ ବୁଧବାର ଏହି ଦୁଇଦିନ ଏୟାର୍ ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁଦ୍ୱାରା ରକାବ୍ଗଞ୍ଜ ରୋଡ୍ ବିଲ୍ଡିଂରେ ନିଯୁକ୍ତି ପାଇଥିବା ଏହି କର୍ମଚାରୀ ଜଣଙ୍କଠାରେ ସୋମବାର ସନ୍ଧ୍ୟାରେ କୋଭିଡ୍-୧୯ […]
ନୂଆଦିଲ୍ଲୀ: ଏମ୍ସରୁ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିବା ଦିଲ୍ଲୀ ଏମ୍ସ ପକ୍ଷରୁ କୁହାଯାଇଛି। ମନମୋହନଙ୍କୁ ଆଜି ଦନ ୧୨ ଟା ବେଳେ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଛି। କାର୍ଡିଓ ଲୋଜୀର ପ୍ରେଫେସର ଡ. ନୀତୀଶ ନାୟକ ତାଙ୍କର ଚିକିତ୍ସା କରୁଥିଲେ ବୋଲି ପିଟିଆଇ ରିପୋର୍ଟରେ ଦର୍ଶାଇଛି। ତାଙ୍କ ଶରୀରରେ ଜ୍ୱର ରହିଥିବାରୁ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ହେଲେ ରିପୋର୍ଟ ନେଗେଟିଭ୍ ଆସିଥିଲା। ହସ୍ପିଟାଲାରୁ ଡିସ୍ଚାର୍ଜ୍ ହେବା […]
ନୂଆଦିଲ୍ଲୀ: ଦେଶର ମେଟ୍ରୋ ସହରଗୁଡ଼ିକରେ ଜଟିଳ ହେଉଛି କରୋନା ସ୍ଥିତି। ବାଣିଜ୍ୟିକ ରାଜଧାନୀ ମୁମ୍ବାଇର ହାଲ୍ ସବୁଠୁ ଅଧିକ ଖରାପ। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ଛୁଇଁବାକୁ ବସିଥିବା ବେଳେ ମୃତ୍ୟୁସଂଖ୍ୟା ୫ଶହ ନିକଟବର୍ତ୍ତୀ ହୋଇଛି। ତେଣେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ହୋଇଥିବା ବେଳେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସହର ଅହମ୍ମଦାବାଦ୍ରେ ସଂଖ୍ୟା ୫ ହଜାର ଟପିଛି। ସେହିଭଳି ସୁରତ୍ରେ ବି ସ୍ଥିତି ଖରାପ ହେବାରେ ଲାଗିଛି। କରୋନା ହବ୍ରେ ପରିଣତ […]
ନୂଆଦିଲ୍ଲୀ: ଦୀର୍ଘ ଦିନର ଲକ୍ଡାଉନ୍ ପରେ ଆରମ୍ଭ ହେବ ରେଳ ସେବା। ମେ ୧୨ ତାରିଖରୁ ରେଳ ସେବା ଆରମ୍ଭ କରିବା ନେଇ ଯୋଜନା କରୁଛି ଭାରତୀୟ ରେଳବାଇ। ଏନେଇ କାଲିଠୁ ଟିକେଟ୍ ବୁକିଂ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ୍ ଚାଲିବା ନେଇ ରେଳବାଇ ଯୋଜନା କରୁଥିବା ବେଳେ କାଲି ଅପରାହ୍ନ ୪ଟାରୁ ଟିକେଟ୍ ବୁକିଂ ସୁବିଧା ଉପଲବ୍ଧ ହେବ। ତେବେ କେବଳ IRCTC ୱେବ୍ସାଇଟ୍ରେ ଟିକେଟ୍ ବୁକିଂ ସୁବିଧା ଉପଲବ୍ଧ ହେବ। […]
ନୂଆଦିଲ୍ଲୀ: ଲକ୍ଡାଉନ୍ ଓ କ୍ୱାରେଣ୍ଟିନ୍ କଟକଣା ଇତ୍ୟାଦି ସବୁ ପରେ ବି ଥମୁନି କରୋନା। ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୧୦୯ରେ ପହଞ୍ଚି ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୯୩୯ରେ ପହଞ୍ଚିଛି। ସେହିଭଳି ୧୯ ହଜାର ୩୫୮ ଜଣ ସୁସ୍ଥ ହୋଇ ଫେରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଏବେ ୪୧ ହଜାର ୪୭୨ଟି ସକ୍ରିୟ କେସ୍ ରହିଛି। କେବଳ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଶ ପାଇଁ ଚିନ୍ତାର କାରଣ […]
ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୧୯ ପରେ କ୍ରିକେଟ୍ ଠାରୁ ଦୂରେଇ ରହିଥିବା ଧୋନିଙ୍କ ପ୍ରଂଶସକମାନେ ଭାବିଥିଲେ, ଚଳିତ ଆଇପିଏଲ୍ରେ ଧୋନି ପୁଣିଥରେ କ୍ରିକେଟ୍କୁ ଫେରିବେ। ବିସ୍ଫୋରକ ପାଳି ଖେଳିବା ସହିତ ତାଙ୍କ କ୍ୟାପ୍ଟେନ୍ସିପ୍ରେ ଦର୍ଶକଙ୍କୁ ବାନ୍ଧି ରଖିବେ। କିନ୍ତୁ ଅବଶୋଷ ତାହା ହେଲାନି। କରୋନା ଭାଇରସ୍ ପାଇଁ ଆଇପିଏଲ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେବଳ ଆଇପିଏଲ୍ ନୁହେଁ, କୌଣସି ମ୍ୟାଚ୍ ହେଉନି। ଏହି ସମୟରେ ଅନେକ କ୍ରିକେଟ୍ ଖେଳାଳି ସୋସିଆଲ୍ ମିଡିଆରେ ଫ୍ୟାନ୍ଙ୍କ ସମ୍ମୁଖକୁ ଆସୁଛନ୍ତି। […]