• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

zoomato
୧୩ ପ୍ରତିଶତ କର୍ମଚାରୀ ଛଟେଇ କରିବ ଜମାଟୋ

ନୂଆଦିଲ୍ଲୀ: କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁ ଦେଶର ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ଏଥିପାଇଁ ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ କେତେକ କମ୍ପାନୀ ଦରମା କାଟ୍‌ କରିବା ଖବର ଶୁଣିବାକୁ ମିଳୁଛି। ଏବେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋ ମଧ୍ୟ ୧୩ ପ୍ରତିଶତ କର୍ମଚାରୀ କାଟ୍ କରିବାକୁ ନିଷ୍ପତ୍ତି ନେଇଛି। ଲକ୍‌ଡାଉନ୍‌ରେ କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଥିବାରୁ ଶୁକ୍ରବାର ଏଭଳି ଘୋଷଣା କରିଛି କମ୍ପାନୀ। ଏହି କମ୍ପାନୀରେ ବିଭିନ୍ନ ବର୍ଗରେ ପ୍ରାୟ […]

moigranbt
ସୁପ୍ରିମକୋର୍ଟ କହିଲେ ରାସ୍ତାରେ ଚାଲି ଚାଲି ଯିବା ବେଳେ ପ୍ରବାସୀଙ୍କୁ ରୋକିହେବନି

ନୂଆଦିଲ୍ଲୀ: ଲକ୍ ଡାଉନ ସମୟରେ ରାସ୍ତାରେ ଚାଲି ଚାଲି ଯିବା ବେଳେ ଲୋକଙ୍କୁ ଅଟକା ଯାଇପାରିବନି। ଏଥିସହ କିଏ ଚାଲି ଚାଲି ଯାଉଛନ୍ତି, ତାହା ଯାଞ୍ଚ କରିବା ମଧ୍ୟ ଅସମ୍ଭବ ବ୍ୟାପାର। ଶୁକ୍ରବାର ଏକ ଆବେଦନର ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ।  ଏଥି ସହିତ ଏ ସମ୍ପର୍କିତ ଏକ ଆବେଦନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଛନ୍ତି। ଯେଉଁ ପ୍ରବାସୀମାନେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି, ସେମାନଙ୍କୁ ଖାଦ୍ୟ ଓ ବାସ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ […]

famnre
କୃଷି ଭିତ୍ତିଭୂମି ନିର୍ମାଣ ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା: ବଦଳିବ ଏହି ଆଇନ୍‌

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ୍‌ର ତୃତୀୟ ପର୍ୟ୍ୟାୟରେ ଆଜି ଫୋକସରେ ଥିଲା କୃଷି, ଗୋପାଳନ, ମତ୍ସ୍ୟ ଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର। ଚାଷୀଙ୍କ ଆୟ ବଢ଼ାଇବା ଉଦ୍ଦେଶ୍ୟରେ କୃଷି ଭିତ୍ତିଭୂମି ନିର୍ମାଣ ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେହିପରି ଅସଂଗଠିତ କ୍ଷେତ୍ରରେ ଲଘୁ ଖାଦ୍ୟ ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ ଏବଂ ମାର୍କେଟିଂ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା କରାଯାଇଛି। ମାଛ ଚାଷକୁ ପ୍ରୋତ୍ସାହନ […]

sc
ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍: ତାମିଲନାଡୁ ଖୋଲିପାରିବ ମଦ ଦୋକାନ

ଚେନ୍ନାଇ: ତାମିଲ୍‌ନାଡୁରେ ମଦ ବିକ୍ରି ନେଇ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ଆବେଦନକାରୀଙ୍କୁ ନୋଟିସ୍ ଜାରି କରି ଯବାବ ମଧ୍ୟ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ। ରାଜ୍ୟରେ ମୋଦ ଦୋକାନ ବନ୍ଦ ନେଇ ରାୟ ଶୁଣାଇଥିଲେ ହାଇକୋର୍ଟ। ଯାହାକୁ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର। ମଦ ଦୋକାନ ବାହାରେ ଲକୋମାନଙ୍କର ଅସମ୍ଭବ ଭିଡ଼ ଓ ସୋସିଆଲ୍‌ ଡିଷ୍ଟାସିଂର ଅବମାନନା ହେତୁ ରାଜ୍ୟରେ ମଦ ଦୋକନା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ […]

nirmala sitharaman
ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ତୃତୀୟ ପର୍ଯ୍ୟାୟ ଘୋଷଣା: ଆଜି କୃଷି, ଗୋପାଳନ ଓ ମତ୍ସ୍ୟ ଚାଷକୁ ଗୁରୁତ୍ୱ

ନୂଆଦିଲ୍ଲୀ: ଶୁକ୍ରବାର ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ତୃତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ। ଆଜି କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଆଜି ୧୧ଟି କ୍ଷେତ୍ରରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେଥିମଧ୍ୟରୁ ୮ଟି କୃଷିର ବିଭିନ୍ନ […]

andhra
ବିଦ୍ୟୁତ୍‌ ଖୁଣ୍ଟରେ ଟ୍ରାକ୍ଟର୍‌ ପିଟି ହୋଇଯିବାରୁ ଚାଲିଗଲା ୯ ଜୀବନ

ବିଜୟୱାଡା:  ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର୍‌ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସିବାରୁ ୯ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟାରେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର୍‌ ନାଗୁଲୁପାଲାପାଡ୍ଡୁ ଗାଁରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ସମସ୍ତ ମୃତକଙ୍କ ପରିଚୟ ମିଳିଛି। ନାଗୁଲୁପାଲାପାଡ୍ଡୁ ପୁଲିସ୍‌ ସୂଚନା […]

udhhba
ବିଧାନପରିଷଦକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ୮ ଜଣ ପ୍ରାର୍ଥୀ ଗୁରୁବାର ରାଜ୍ୟ ବିଧାନ ପରିଷଦକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉଦ୍ଧବଙ୍କ ବ୍ୟତୀତ ଶିବସେନା ପ୍ରାର୍ଥୀ ଉପସଭାପତି ନୀଲମ୍‌ ଗୋରହେ ଓ ବିଜେପିର ୪ ସଦସ୍ୟ, ରଞ୍ଜିତ ମୋହିତେ ପାଟିଲ୍‌, ଗୋପିଚାନ୍ଦ ପଦଲକର, ପ୍ରଭୀନ ଡାଟ୍‌କେ ଏବଂ ରମେଶ କରଦ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିଚ ହୋଇଛନ୍ତି। ତାଙ୍କ ସହିତ ଏନ୍‌ସିପିର ଶଶିକାନ୍ତ ସିନ୍ଦେ ଏବଂ ଅମୋଲ୍ ମିତକାରୀ ଏବଂ କଂଗ୍ରେସର ରାଜେଶ ରାଠୋଡ୍ ମଧ୍ୟ […]

ds
ରାମ ଓ କୃଷ୍ଣଙ୍କ ପରେ ଟେଲିଭିଜନକୁ ପୁଣି ଫେରିଲା ଭଗବାନ ବିଷ୍ଣୁଙ୍କ ଗାଥା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଆରମ୍ଭ ହୋଇଥିବା ବେଳେ ଦୂରଦର୍ଶନ ଲୋକମାନଙ୍କର ମନୋରଞ୍ଜନ କରିବା ଗୋଟେ ପରେ ଗୋଟେ ପୁରୁଣା ଧାରାବାହିକର ପୁନଃ ପ୍ରସାରଣ କରି ଲୋକମାନଙ୍କ ସ୍ମୃତି ଉଦ୍‌ଜୀବୀତ କରୁଛି। ପ୍ରଥମେ ରାମାୟଣ ପରେ ମହାଭାରତ ତା ପରେ, ଶ୍ରୀକୃଷ୍ଣ, ସରକସ, ଶ୍ରୀମାନ ଶ୍ରୀମତୀ ଆଦି ଧାରାବାହିକର ପୁନଃ ପ୍ରସାରଣ କରିବା ପରେ ଏବେ ଆଉ ଏକ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ବିଷ୍ଣୁପୁରାଣ’ର ପୁନଃ ପ୍ରସାରଣ କରିଛି ଦୂରଦର୍ଶନ। ଏନେଇ ଚ୍ୟାନେଲ୍‌ ପକ୍ଷରୁ […]

corona
୭୮ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ୭୮ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ପ୍ରାୟ ୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ପଜିଟିଭ୍ ସଂଖ୍ୟା ୭୮ ହଜାର ୩ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ହଜାର ୫୪୯ଜଣଙ୍କ ମୃତ୍ୟୁ ଘଟିଛି। ୪୨ ହଜାର ୨୧୯ ସକ୍ରିୟ ସଂକ୍ରମିତ ଅଛନ୍ତି। ଦେଶ ପାଇଁ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ମହାରାଷ୍ଟ୍ର। ଏଠାରେ ବେଲଗାମ ହେଉଛି କରୋନା ଭାଇରସ। ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି […]

dalma
ପ୍ରବାସୀ ଶ୍ରମିକଙ୍କୁ ଦୁଇମାସ ମାଗଣା ଖାଦ୍ୟଶସ୍ୟ ଯୋଗାଇବେ ସରକାର

ନୂଆଦିଲ୍ଲୀ: ଗୁରବାର ୨୦ ଲକ୍ଷ କୋଟି ଆତ୍ମ ନିର୍ଭର ଭାରତ ଯୋଜନାର ଦ୍ୱିତୀୟ ପର୍ଯ୍ୟା ଅର୍ଥ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ଅର୍ଥ ଘୋଷଣା ପ୍ରବାସୀ  ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି, ବ୍ୟବସାୟୀ, ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଆଜିର ଏହି ପ୍ୟାକେଜ୍‌ରେ ପ୍ରାବାଶୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଭୋକ ଉପାସରେ ନାନା ଅସୁବିଧା ଭୋଗ କରୁଥିବା […]

nir,ala
ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ଆଜିର ପ୍ୟାକେଜ୍‌

ନୂଆଦିଲ୍ଲୀ: ଆଜି ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ପ୍ରଥମ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ MSME  ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା ହୋଇଥିଲା। ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କଂପାନିଗୁଡ଼ିକ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଣ ଲାଗି ଘୋଷଣା ହୋଇଥିଲା। Today’s initiatives include a total of 9 measures: ✅3 […]

dfsd
ଆଜି ପୁଣି ୪ ଟା ବେଳେ ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପୁଣି ୪ ବେଳେ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରବାସୀ  ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି  ଓ ରାସ୍ତାକଡ଼ ଦୋକାନୀଙ୍କ ପାଇଁ ଆଜିର ପ୍ୟାକେଜ୍‌ର ଘୋଷଣା ହୋଇଛି। ଆଜି ୯ ଷ୍ଟେପରେ ଏହି ଅର୍ଥ ରାଶି ଘୋଷଣା କରାଯିବ। ସେଥିମଧ୍ୟରୁ ୩ଟି ପ୍ରବାସୀ ଶ୍ରମିକ ସମ୍ପର୍କରେ, ୧ଟି ହାଉସିଂ ପାଇଁ, ୧ଟି ରାସ୍ତାକଡ଼ ଦୋକାନୀ, ୨ଟି କ୍ଷୁଦ୍ର କୃଷି, ୧ଟି […]

chidamara
କେନ୍ଦ୍ରର ଆର୍ଥିକ ପ୍ୟାକେଜ୍‌: ଚିଦାମ୍ବରମ କହିଲେ ଶ୍ରମିକ ପାଇଁ କିଛି ନାହିଁ

ନୂଆଦିଲ୍ଲୀ: କେନ୍ଦ୍ରର ଆର୍ଥିକ ସହାୟତା ପ୍ୟାକେଜ୍‌କୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ। ଶ୍ରମିକଙ୍କ ପାଇଁ କିଛି ନାହିଁ ବୋଲି କହି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ପି. ଚିଦାମ୍ବରମ। ସେ ହିଛନ୍ତି, ଗରିବ ଓ ପ୍ରବାସୀ ଶ୍ରମିକ ଯେଉଁମାନେ ଦେଶର ବଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ଓ ଚାଲି ଚାଲି ନିଜ ଘରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି। ସେହିପରି ଗରିବଙ୍କ ହାତକୁ ଟଙ୍କା ଦେବା ଲାଗି ପ୍ୟାକେଜ୍‌ରେ କୌଣସି […]

dfsd
ଆୟକର ରିଟର୍ଣ୍ଣ ଓ ଇପିଏଫ୍ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆୟକର କ୍ଷେତ୍ର ପାଇଁ ରିହାତି ବ୍ୟବସ୍ଥା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସମସ୍ତ ଆୟକର ଦାଖଲର ସମୟ ସୀମା ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି। ଟାକ୍ସ ଅଡିଟ୍ ଲାଗି ଥିବା ସମୟସୀମାକୁ ମଧ୍ୟ ୩୦ ସେପଟେମ୍ବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ। ସେହିପରି ଚଳିତ ଆର୍ଥିକ ବର୍ଷ ଲାଗି TDS ଏବଂ TCS ଦରକୁ ୨୫ ପ୍ରତିଶତ ହ୍ରାସ କରାଯାଇଛି। ଏହା ଆସନ୍ତାକାଲିଠାରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ […]

nirmala 1
୨୦ହଜାର ଲକ୍ଷ କୋଟିର ଆର୍ଥିକ ପ୍ୟାକେଜରୁ କେଉଁ କ୍ଷେତ୍ରକୁ କେତେ ?

ନୂଆଦିଲ୍ଲୀ: ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବା ଏବଂ ଦେଶକୁ ଆତ୍ମନିର୍ଭଶୀଳ କରିବା ଲାଗି ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ମିଶନ ଆତ୍ମନିର୍ଭର ଭାରତର ରୂପରେଖ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦ ହଜାର ଲକ୍ଷ କୋଟିର ଏହି ବୃହତ ଅର୍ଥିକ ପ୍ୟାକେଜରୁ କେଉଁ କ୍ଷେତ୍ର ପାଇଁ କେତେ ସହାୟତା ଦିଆଯାଇଛି  ନିର୍ମଳା ତାର ହିସାବ ଦେଇଛନ୍ତି।  ଅର୍ଥନୀତିର ମେରୁଦଣ୍ଡ ଲଘୁ,ମଧ୍ୟମ ଓ କ୍ଷୁଦ୍ର ଶିଳ୍ପସଂସ୍ଥା ପ୍ୟାକେଜର ଫୋକସରେ ରହିଛନ୍ତି। ତେବେ ରିୟଲ ଇଷ୍ଟେଟ୍, ଠିକାସଂସ୍ଥା, ଘରୋଇ […]

air-india
ଫସି ରହିଥିବା ଲୋକଙ୍କୁ ଘରେ ପହଞ୍ଚାଇବା ଲାଗି ଉଡ଼ିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଲାଗି ଆସନ୍ତା ୧୯ ତାରିଖରୁ ସ୍ୱତନ୍ତ୍ର ବିମାନ ଚଳାଇବ ଏୟାର ଇଣ୍ଡିଆ। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଚି, ଅହମ୍ମଦାବାଦ୍, ବେଙ୍ଗଳୁରୁ, ହାଇଦ୍ରାବାଦ୍ ଭଳି ଗୁରୁତ୍ୱପୂର୍ଣ୍ଣ ସହରକୁ ଏହି ବିମାନ ଚାଲିବ। ଜୁନ୍‌ ୨ ତାରିଖ ଯାଏଁ ଏହି ସେବା ଜାରି ରହିବ। ଦେଶରେ ବିଭିନ୍ନ ସହରରେ ଅଟକି ଥିବା ଲୋକଙ୍କ ବ୍ୟତିତ ବିଦେଶରୁ ଆଣାଯାଇଥିବା ଲୋକେ ମଧ୍ୟ ଏହି ଫ୍ଲାଇଟରେ ନିଜ ନିଜ […]