• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

dhoni
ଅବସର ନେଇ ଧୋନିଙ୍କୁ କେହି ନିର୍ଦ୍ଦେଶ ଦେବା ଉଚିତ୍‌ ନୁହେଁ: ଗ୍ୟାରୀ କିର୍ଷ୍ଟେନ

ନୂଆଦିଲ୍ଲୀ: ଟିମ୍‌ ଉଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଅନେକ ସମୟରେ ବିଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ଭାରତକୁ ବିଶ୍ୱକପ୍‌ ଜିତାଇଥିବା କୋଚ୍ ଗ୍ୟାରୀ କିର୍ଷ୍ଟେନ ଧୋନିଙ୍କୁ ପ୍ରଶଂସା କରିଛନ୍ତି। ଆଧୁନିକ ସମୟର ଖେଳାଳିମାନଙ୍କ ମଧ୍ୟରୁ ଧୋନି ଜଣେ ମହାନ ଖେଳାଳି। ତେଣୁ ତାଙ୍କ ନିଜସ୍ୱ ଷ୍ଟାଇଲ୍‌ରେ ଅବସର ନେବାକୁ ଦିଆଯାଉ ବୋଲି ଗ୍ୟାରୀ କହିଛନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଇଣ୍ଡର୍‌ଭ୍ୟୁ ଦେଇ ଗ୍ୟାରୀ କହିଛନ୍ତି, “ଏମ୍‌ଏସ୍‌ […]

sambit
କରୋନା ଲକ୍ଷଣ ପରେ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଠାରେ କୋଭିଡ୍-୧୯ ଲକ୍ଷଣ ଦେଖାଦେବାରୁ ତାଙ୍କୁ ଗୁରଗାଓଁରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ଗୁରଗାଓଁର ମେଦାନ୍ତ ହସ୍‌ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିବା ହସ୍‌ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି।। ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଦଳରେ ଜଣେ ଟାଣୁଆ ପ୍ରବକ୍ତା ଭାବେ ଜଣାଶୁଣା। ଜାତୀୟ ଗଣମାଧ୍ୟମଗୁଡ଼ିକରେ ଦଳ ପକ୍ଷରୁ ଖୁବ୍‌ ମଜ୍‌ଭୁତ ଭାବେ ପକ୍ଷ ରଖିବା ନେଇ […]

dujarck
ଭାରତ ଓ ଚାଇନାକୁ ଶାନ୍ତି କାଏମ ରଖିବାକୁ ପରାମର୍ଶ ଦେଲା ଜାତିସଂଘ

ୱାଶିଂଟନ: ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦ ଯୋଗୁ ଲାଗି ରହିଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଉଭୟ ରାଷ୍ଟ୍ରକୁ ପରାମର୍ଶ ଦେଇଛି ଜାତିସଂଘ। କିଛିଦିନ ତଳେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ଉପରେ ଜାତିସଂଘର ପ୍ରବକ୍ତା କହିଛନ୍ତି, ଏହି ଘଟଣାରେ କିଏ ମଧ୍ୟସ୍ଥତା କରିବ ତାହା ଭାରତ ଓ ଚାଇନା ଉପରେ ନିର୍ଭର କରେ। ତେବେ ବର୍ତ୍ତମାନ ଉଭୟ ରାଷ୍ଟ୍ର ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟରୁ […]

nasa
ଖରାପ ପାଗ ସବୁ ବିଗାଡ଼ିଦେଲା: ମିଶନ ମହାକାଶ ଶନିବାରକୁ ଘୁଞ୍ଚିଲା

ୱାଶିଂଟନ: ଆଉ ମାତ୍ର କିଛି ସମୟପରେ ଆରମ୍ଭ ହୋଇଥାନ୍ତା ନାସାର ଐତିହାସିକ ମହାକାଶଯାତ୍ରା। ଦଶନ୍ଧି ପରେ ପୁଣିଥରେ ମହାକାଶକୁ ମାନବ ପଠାଇବାକୁ ଯୋଜନା କରିଥିଲା ଆମେରିକା ମହାକାଶ ଗବେଷଣା ସଂସ୍ଥାନ ନାସା(ନ୍ୟାସ୍‌ନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ୍ ଆଡ୍‌ମିନିଷ୍ଟ୍ରେସନ୍)। କିନ୍ତୁ ଖରାପ ପାଗ ସବୁ ବିଗାଡ଼ିଦେଲା। କାଉଣ୍ଟଡାଉନ୍‌ ଆରମ୍ଭ ହେବାର ୧୬ ମିନିଟ୍ ପୂର୍ବରୁ ଏହାର ପରୀକ୍ଷଣ ବନ୍ଦ କରିଦିଆଯାଇଛି। ପାଗ ଖରାପ ଓ ଭୟଙ୍କର ବଜ୍ରପାତ ଯୋଗୁ ଏହାର ପରୀକ୍ଷଣକୁ ଶନିବାରକୁ ଘୁଞ୍ଚାଇ ଦେଇଛି ନାସା। ପ୍ରାୟ […]

CM BS Yediyurappa
କିଏ ହେବ କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ?

କିନ୍ତୁ ବର୍ତ୍ତମାନ ସମୟରେ ୟେଦ୍ୟୁରପ୍ପା କାମଚଳ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଛି। ଏମିତିରେ ୩ ଜଣଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି ହେଲେ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଦଳୀୟ ମୁଖ୍ୟପାତ୍ର କହିଛନ୍ତି, ଦଳମତ ନିର୍ବିଶେଷରେ ଆମେ ମୁଖ୍ୟମନ୍ତ୍ରୀ କରିବୁ। ଆଗାମୀ ଦିନରେ ସାଧାରଣ ନିର୍ବାଚନ ହେବ ତେଣୁ ସ୍ଥିତି ଓ ପରିସ୍ଥିତିକୁ ଦେଖି ଆମେ ମୁଖ୍ୟମନ୍ତ୍ରୀ ଚୟନ କରିବୁ

opd
ଦେଶରେ କରୋନା କ୍ୟାପିଟାଲ୍ ପାଲଟିଛି ମହାରାଷ୍ଟ୍ର: ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୫୮

ମୁମ୍ବାଇ: ଦେଶର କରୋନା କ୍ୟାପିଟାଲ୍ ପାଲଟିଛି ମହାରାଷ୍ଟ୍ର। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୭୫୮ରେ ପହଞ୍ଚିଛି। ରାଜ୍ୟରେ ଗତକାଲି ୯୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୭ଶହ ୯୨ରେ ପହଞ୍ଚିଛି। ତେବେ ମହାରାଷ୍ଟ୍ରର ଅଧାରୁ ଅଧିକ କରୋନା ଆକ୍ରାନ୍ତ ଓ ସେଥିଜନିତ ମୃତ୍ୟୁ ମୁମ୍ବାଇରେ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଚିନ୍ତା ବଢ଼ାଇଛି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସମସ୍ୟା। ଏଭଳି ଭୟର ବାତାବରଣ ଭିତରେ ପ୍ରାୟ ୩ ମାସ ହେଲା […]

mri
ଭାରତ ଓ ଚୀନ ସୀମା ବିବାଦରେ ମଧ୍ୟସ୍ଥତା ଲାଗି ଆମେରିକାର ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦରେ ମଧ୍ୟସ୍ଥତା ଲାଗି ପ୍ରସ୍ତାବ ଦେଇଛନ୍ତି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସେ ଉଭୟ ଦେଶକୁ ଜଣାଇ ଥିବା ଟ୍ରମ୍ପ ଟୁଇଟ୍ କରିଛନ୍ତି। ଏପଟେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ମାସେ ଧରି ଲାଗି ରହିଥିବା ଛକାପଞ୍ଝା ଓ ଉତ୍ତେଜନା ଭିତରେ ସ୍ୱର ନରମ କରିଛି ଚୀନ। ଭାରତ-ଚୀନ୍ ପରସ୍ପର ପ୍ରତି ବିପଦ ନୁହନ୍ତି ବୋଲି କହିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସନ୍ ଓ୍ୱିଡୋଙ୍ଗ। ସୀମାରେ ସ୍ଥିତି ସ୍ଥିର […]

ftp
ଦଶନ୍ଧି ପରେ ମହାଆକାଶକୁ ମହାଆକାଶଚାରୀ ପଠାଇବ ନାଶା

ୱାସିଂଟନ: ପ୍ରାୟ ଏକ ଦଶନ୍ଧି ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ମହାକାଶକୁ ପୁଣି ଥରେ ନିଜର ମହାକାଶଚାରୀଙ୍କୁ ପଠାଉଛି। ଏକ ଘରୋଇ ସ୍ପେସ୍ ଫ୍ଲାଇଟ୍ କଂପାନୀ ସ୍ପେସ୍ ଏକ୍ସ ଦ୍ୱାରା ନାସା ନିଜର ଏହି ଲଞ୍ଚିଂ ପାଇଁ ପ୍ରସ୍ତୁତ ହେଉଛି। ସ୍ପେସ୍ ଏକ୍ସ ଫାଲ୍‌କନ୍ -୯ ରକେଟ୍ ଏବଂ କ୍ରିଉ ଡ୍ରାଗନ୍ ସ୍ପେସ୍ କ୍ରାଫ୍ଟ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ମହାକାଶକୁ ଯିବ। ସ୍ତାନୀୟ ସମୟ ଅପରାହ୍ନ ୪ଟା ୩୩ ବା ଭାରତୀୟ ସମୟ […]

pakistan
ଲକ୍‌ଡାଉନ୍‌ ଯୋଗୁ ଫସିଥିବା ୧୭୯ ପାକିସ୍ତାନୀ ନାଗରିକଙ୍କୁ ସ୍ୱଦେଶ ପଠାଇଲା ଭାରତ

ନୂଆଦିଲ୍ଲୀ: ସ୍ୱେଦେଶ ପ୍ରତ୍ୟାବର୍ତ୍ତନ କଲେ ୧୭୯ ପାକିସ୍ତାନୀ ନାଗରିକ। ଲକ୍‌ଡାଉନ୍ ଯୋଗୁଁ ଭାରତରେ ଫସି ରହିଥିବା ୧୭୯ ଜଣ ପାକିସ୍ତାନୀ ନାଗରିକ ଏବେ ନିଜ ଦେଶକୁ ଫେରିଛନ୍ତି। ବୈଦେଶିକ ମନ୍ତ୍ରାଳୟର ଉଦ୍ୟମରେ ପାକିସ୍ତାନୀ ନାଗରିକମାନେ ନିଜ ଦେଶକୁ ଫେରିପାରିଛନ୍ତି। ମଧ୍ୟ ପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ଉତ୍ତର ପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ଫସି ରହିଥିବା ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶକୁ ପଠାଇ ଦେଇଛି ଭାରତ। ଏ ନେଇ ପୂର୍ବରୁ ଅମ୍ରିତସର ପୋଲିସ କମିଶନରଙ୍କ ସହ […]

corona-1
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ୧ ଲକ୍ଷ ୫୧ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୭୦ ଜଣଙ୍କ ଜୀବନ ଯାଇଥିବାବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି ପାଇଛି। ଏବେ ଦେଶରେ ୮୩ ହଜାର ୪ଟି ଆକ୍ଟିଭ କେସ୍ ରହିଥିବା ବେଳେ ସୁସ୍ଥ ହେଲେଣି ୬୪ ହଜାର ୪ ୨୫ ଜଣ ଲୋକ। ମହାରାଷ୍ଟ୍ରରେ ସ୍ଥିତି ଅଧିକ ସଂଗୀନ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୭୫୮ ଛୁଇଁଥିବା […]

tejash
ବାୟୁସେନାରେ ସାମିଲ ହେଲା ଯୁଦ୍ଧ ବିମାନ ତେଜସ୍‌ର ଦ୍ୱିତୀୟ ଏଲ୍‌ସିଏ ସ୍କ୍ୱାର୍ଡନ୍

ଚେନ୍ନାଇ: ଭାରତୀୟ ବାୟୁସେନାରେ ସାମିଲ ହେଲା ଯୁଦ୍ଧ ବିମାନ ତେଜସ୍‌ର ଦ୍ୱିତୀୟ ସ୍କ୍ୱାର୍ଡନ୍। ତାମିଲନାଡୁର ସୁଲୁର ଏୟାରବେସ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଆର୍.କେ.ଏସ୍ ଭଦୋରିଆ। ଆଜି ଏହାକୁ ଉଡ଼ାଇଛନ୍ତି। ତେଜସ୍‌କୁ ଉଡ଼ାଉଥିବା ବାୟୁସେନାର ଏହା ଦ୍ୱିତୀୟ ସ୍କ୍ୱାର୍ଡନ୍। ଏହି ସ୍କ୍ୱାର୍ଡନ୍‌ର ନାଁ ଦିଆଯାଇଛି ଫ୍ଲାଇଙ୍ଗ୍ ବୁଲେଟ୍ସ। ସ୍ୱେଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ୍ ଚତୁର୍ଥ ପିଢ଼ିର ହାଲକା ଯୁଦ୍ଧ ବିମାନ। ନେପାଳ ଓ ଚୀନ ସହ ସୀମାରେ ଅଶାନ୍ତି ଲାଗି ରହିଥିବାବେଳେ ଏହା ବାୟୁସେନାର ବଳ […]

rahulgandhi
କରୋନାକୁ ନେଇ ହେଲ୍‌ଥ ଏକ୍ସପର୍ଟଙ୍କ ସହ କଥା ହେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ହାବାର୍ଡ ୟୁନିଭର୍ସିଟିର ପବ୍ଲିକ ହେଲ୍‌ଥ ଏକ୍ସପର୍ଟ ପ୍ରଫେସର ଆଶିଷ ଝାଙ୍କ ସହ ଭିଡିଓ କନଫରେନ୍ସ ରେ କଥା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଦିନକୁ ଦିନ ବଢ଼ୁଥିବା କରୋନା ସଙ୍କଟକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସାମାଜିକ ଦୂରତା ସହ ଘରେ ରହିବା ଉପରେ ଫୋକସ୍ ଦେଇଥିଲେ ଆଶିଷ ଝା। କରୋନା ଭ୍ୟାକ୍ସିନ୍‌ କେବେ ବାହାରିବ ସେ ନେଇ ଆଶିଷଙ୍କୁ ପ୍ରଶ୍ନ କରିଥିଲେ ରାହୁଲ୍। ଯବାବରେ ଆଶିଷ କହିଥିଲେ, ବିଭିନ୍ନ ଦେଶ ଭ୍ୟାକସିନ୍ […]

udhhab
କରୋନା ମୁକାବିଲାରେ ଫେଲ୍‌ ଉଦ୍ଧବ ସରକାର: ରାଷ୍ଟ୍ରପତି ଶାସନ ଦାବି କଲା ବିରୋଧୀ

ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ ହେଲାଣି। ରାଜ୍ୟରେ ୫୨ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୧୬୯୫ ଜଣଙ୍କ ଜୀବନ ନେଲାଣି କରୋନା ମହାମାରୀ। ସ୍ଥିତି ଏମିତି ହେଲାଣି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ବେଡ୍ ମଧ୍ୟ ନାହିଁ। ରୋଗୀ ଯେଉଁଠି ଅଛନ୍ତି ସେଠାରେ ହିଁ ମୃତଦେହ ରଖାଯାଇଥିବା ଅଭିଯୋଗ ମଧ୍ୟ ଆସିଛି। କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାର ଫେଲ୍‌ ମାରିବାକୁ ନେଇ ଘେରିଛନ୍ତି ବିରୋଧୀ। […]