ଇସ୍ଲାମାବାଦ: ପାକିସ୍ତାନ ଇଣ୍ଟରନ୍ୟାସ୍ନାଲ୍ ଏୟାର୍ଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନସର PK-303 ବିମାନଟି ଲାହୋରରୁ କରାଚି ଆସୁଥିଲା। ଅବତରଣର ମାତ୍ର କେଇ ମିନିଟ୍ ପୂର୍ବରୁ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଜନବସତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା ବୋଲି ପିଆଇଏର ମୁଖପାତ୍ର ଅବଦୁଲ ସତ୍ତାର କହିଛନ୍ତି। ଏଥିରେ ବିମାନର କର୍ମଚାରୀଙ୍କ ସମେତ ୧୦୭ ଜଣ ଥିଲେ। View this post on Instagram BREAKING: A Pakistan […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୧୨ ହଜାର ୩୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୫ହଜାର ୩୦୦ ସୁସ୍ଥ ହୋଇଥିବା ବେଳେ ୬୩ହଜାର ୬୨୪ଜଣ ଚିକିତ୍ସିତ ହେଉଛନ୍ତି। ଗତକାଲି ଗୋଟିଏ ଦିନରେ ୫ ହଜାର ୬୦୯ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୨ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩ ହଜାର ୪୩୫ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୯ ହଜାର ୨୯୭ ଆକ୍ରାନ୍ତ ହୋଇଥିବା ବେଳେ ୧୩୯୦ଜଣଙ୍କ ମୃତ୍ୟୁ ହୋଇଛି। […]
ଦିସପୁର: ମୃତ ନାବାଳିକାର ଶବ ସହିତ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ୫୦ ବର୍ଷର ବ୍ୟକ୍ତିକୁ ଗିରଫ କରିଛି ଆସାମ ପୁଲିସ୍। ଆସାମର ଧେମାଜି ଜିଲ୍ଲା ସିଳାପଥର ପୁଲିସ୍ ଷ୍ଟେସନ୍ ଅଧିନ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ। କିଛିଦିନ ତଳେ କୌଣସି କାରଣରୁ ଜଣେ ୧୪ ବର୍ଷର ନାବାଳିକାଙ୍କର ମୃତ୍ୟୁ ହୋଇଥିଲା। ଝିଅର ଶବକୁ ସୀମେନ୍ ନଦୀ କୂଳରେ ପୋତି ଦେଇଥିଲେ ପରିବାର ଲୋକେ। ରିପୋର୍ଟ ଅନୁସାରେ, ମେ ୧୭ ତାରିଖ ରାତିରେ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା। […]
କୋଲକାତା: ଅମ୍ପନର ଆଁରୁ ସିନା ବର୍ତ୍ତିଗଲା ଓଡ଼ିଶା, ହେଲେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ପଶ୍ଚିମବଙ୍ଗର ଉପକୂଳବର୍ତ୍ତି ଅଞ୍ଚଳ। କେହି କେବେ ଭାବିନଥିବା ଭଳି ବିପର୍ଯ୍ୟ ଆଣିଛି ସାମୁଦ୍ରିକ ଝଡ଼। ଗତକାଲି ପ୍ରାୟ ୬ ଘଣ୍ଟା ଧରି ୧୨୫ରୁ ୧୩୫ କିଲୋମିଟର ବେଗର ବହିଥିବା ଝଡ଼ରେ ଛିନ୍ଛତ୍ର ହୋଇଛି CITY OF JOY କୋଲକାତା। ବଡ଼କଥା ହେଉଛି, ବାତ୍ୟାରେ ୭୨ ଜଣଙ୍କ ଜୀବନ ବି ଯାଇଛି। ତେବେ ଯିଏ ଏହି ଖଣ୍ଡ ପ୍ରଳୟକୁ ଅଙ୍ଗେ ନିଭାଇଛନ୍ତି, ସେମାନଙ୍କ କହିବା କଥା […]
ନୂଆଦିଲ୍ଲୀ: ଦେଶର ଦୁଇ ବଡ଼ ବଡ଼ ଅନ୍ଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ସ୍ୱୀଗି ଓ ଜମାଟୋ ମଦର ଅନ୍ଲାଇନ୍ ହୋମ୍ ଡେଲିଭରି ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଞ୍ଚିରେ ଏହି ସେବା ଆରମ୍ଭ ହୋଇଛି। ସ୍ୱୀଗି ଆଜି ଗୁରବାର ଠାରୁ ପ୍ରାଥମିକ ପର୍ଯ୍ୟାୟରେ ରାଞ୍ଚିରେ ମଦର ହୋମ୍ ଡେଲିଭରି ଆରମ୍ଭ କରିଛି। ଖୁବ୍ଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ସରକାରଙ୍କ ସହିତ ଆଲୋଚନା ଚାଲିଛି ବୋଲି ସ୍ୱିଗୀ କହିଛି। ଆସନ୍ତା ସପ୍ତାହରେ ଝାରଖଣ୍ଡର […]
ଲକ୍ଷ୍ନୌ: ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳୀରୁ ଏକ ବିଶାଳକାୟ ଶିବଲିଙ୍ଗ ଉଦ୍ଧାର କରାଯାଇଛି। ଏହି ଶିବଲିଙ୍ଗର ଉଚ୍ଚତା ୪ଫୁଟ ୧୧ ଇଞ୍ଚ ହୋଇଥିବା ବେଳେ ଏହାର ପରିଧି ପ୍ରାୟ ୪୨ ଇଞ୍ଚ ରହିଛି। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାଏ ଏହି ସୂଚନା ଦେଇଛନ୍ତି। ଏଥିସହ ଘଟଣାସ୍ଥଳରୁ ୭ଟି କଷଟିପଥର ଖମ୍ବ ୬ଟି ବାଲୁକା ପଥର(ସାଣ୍ଡ ଷ୍ଟୋନ୍) ଅନେକ ଦେବାଦେବୀଙ୍କ ମୂର୍ତ୍ତିର ଭଗ୍ନାବଶେଷ, ପଥର ନିର୍ମିତ ଫୁଲ ଓ କଳସ […]
ମୁମ୍ବାଇ: ଲକ୍ଡାଉନ୍ରେ ଲୋକଙ୍କ ଆଗ୍ରହକୁ ଦେଖି ଦୂରଦର୍ଶନ ତା’ର ଆର୍କାଇଭ୍ରୁ(ଅଭିଲେଖାଗାର) ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ପୌରାଣିକ କଥାବସ୍ତୁର ପ୍ରସାରଣ କରୁଛି। ସେଥିମଧ୍ୟରେ ରାମାନନ୍ଦ ସାଗରଙ୍କ ରାମାୟଣ ପରେ ବି ଆର୍ ଚୋପ୍ରାଙ୍କ ମହାଭାରତକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି। ଲୋକପ୍ରିୟତା ଯୋଗୁ ଏହି ପୌରାଣିକ ଧାରାବାହିକ ଏବେ କଲର୍ସ ଓ ଷ୍ଟାର୍ ଭାରତ ଚ୍ୟାନେଲ୍ରେ ପୁନଃ ପ୍ରସାରଣ ହେଉଛି। ମହାଭାରତରେ ଅଭିନୟ କରୁଥିବା ସମସ୍ତ ଚରିତ୍ରକୁ ପ୍ରାୟତଃ ଆପଣ ଜାଣି ସାରିବେଣି। କିନ୍ତୁ ସେଥିରେ ସୁଦାମା […]
ଶ୍ରୀନଗର: ବର୍ଷକ ପରେ ପୁଣି ପୁଲ୍ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପୁଲିସ୍ କର୍ମଚାରୀ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରବାର କାଶ୍ମୀର ଦକ୍ଷିଣାଞ୍ଚଳରେ ଥିବା ପୁଲ୍ୱାମାର ପ୍ରିଚୋରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସିଆର୍ପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପରେ ସେନା ଉକ୍ତ ସ୍ଥାନକୁ ଘେରାଉ କରି ସର୍ଚ ଅପରେସନ ଜାରି ରଖିଛି। କାଶ୍ମୀର ଉପତ୍ୟାକାରେ […]
ଇସ୍ଲାମାବାଦ: କରୋନାରେ ପାକିସ୍ତାନର ଜଣେ ବିଧାୟିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ୬୫ ବର୍ଷୀୟା ବିଧାୟିକା ଶହୀନ ରାଜା। ସେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଦଳର ବୋଲି ସୂଚନା ମିଳିଛି। ସେ ଚିକିତ୍ସିତ ହେଉଥିବା ହସ୍ପିଟାଲ୍ ପକ୍ଷରୁ ତାଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଛି। କରୋନାରେ ନେତାଙ୍କ ମୃତ୍ୟୁ ହେବା ଦକ୍ଷିଣ ଏସୀୟ ରାଷ୍ଟ୍ର ପାଇଁ ଏହା ପ୍ରଥମ ଘଟଣା। ଶହୀନ ରାଜା ପଞ୍ଜାବର ଏକ ଅଞ୍ଚଳର ବିଧାୟିକା ଥିଲେ। ତାଙ୍କ ଠାରେ କରୋନା ଭୂତାଣୁ […]
ନୂଆଦିଲ୍ଲୀ: ଜୁନ ୫ରେ UPSCର ସମସ୍ତ ପରୀକ୍ଷାର ହେବା ନେଇ ନିଷ୍ପତ୍ତି ନିଆଯାଇପାରେ। ଏନେଇ ଆଜି କମିଶନଙ୍କର ଏକ ବୈଠକ ହୋଇଥିଲା। କରୋନା ପାଇଁ UPSC ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ତେବେ ବିଭିନ୍ନ କ୍ଷେତ୍ରରେ ସରକାର କଟକଣା କୋହଳ କରିବା ପରେ ପରୀକ୍ଷା ହେବା ନେଇ କମିଶନଙ୍କ ବୈଠକରେ ଆଲୋଚନ ହୋଇଛି। ତେବେ ବର୍ତ୍ତମାନ ସ୍ଥିତିରେ ପରୀକ୍ଷା କରିହେବନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ପୁଣି ଥରେ ଆସନ୍ତା ଜୁନ ୫ରେ ବୈଠକ ହେବ। ଏହି ବୈଠକରେ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୫,୦୩୬,୦୧୮ରେ ପହଞ୍ଚିଛି। ଏଥିରେ ଏପର୍ଯ୍ୟନ୍ତ ୩ ଲକ୍ଷ ୨୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଚିନ୍ତାର ବିଷୟ ହେଉଛି, ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ପରେ ଏବେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍ରେ ଅଣାୟତ୍ତ ହେଉଛି। କରୋନା ସ୍ଥିତି ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ବ୍ରାଜିଲ୍ ଏବେ ଆମେରିକା, ଋଷ ଓ ସ୍ପେନ୍ ପରେ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଗତକାଲି ଆମେରିକାରେ ସର୍ବାଧିକ ୨୦ […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ଆସନ୍ତା ଶୁକ୍ରବାର ଡବ୍ଲୁଏଚ୍ଓର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ ହର୍ଷବର୍ଦ୍ଧନ। ଜାପାନର ଡାକ୍ତର ହିରୋକୀ ନକାଟନୀଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଗତକାଲି ୧୯୪ ଦେଶର ସହମତି କ୍ରମେ ନିଷ୍ପତ୍ତି ହୋଇଛି। ରାଷ୍ଟ୍ର ସମୂହ ମଧ୍ୟରେ ପାଳି ଅନୁସାରେ ଏହି ପଦବୀ ପାଇଁ ପ୍ରାର୍ଥୀ ମନୋନୀତ ହୋଇଥାନ୍ତି। ଚଳିତ ଥର ଭାରତର ପ୍ରତିନିଧି […]
ନୂଆଦିଲ୍ଲୀ: ଲକ୍ ଡାଉନ୍ କଟକଣାରୁ ବାଦ୍ ପଡ଼ିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ବିଭିନ୍ନ ରାଜ୍ୟର ବୋର୍ଡ ଏବଂ CBSEର ଅନୁରୋଧକୁ ଅନୁଧ୍ୟାନ କରି ପରୀକ୍ଷା କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା। ପରୀକ୍ଷା ଉପରୁ ଲକ୍ଡାଉନ୍ କଟକଣା ହଟାଯିବା ନେଇ ସେ ଏଥିରେ ସୂଚନା ଦେଇଛନ୍ତି। ତେବେ ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ମାନିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ଗୃହ ସଚିବ। କଣ୍ଟେନମେଣ୍ଟ […]
ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରିଚାଲିଛି କରୋନା। ଗତ ୨୪ ଘଣ୍ଟାରେ ୫ ହଜାର ୬୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରଠାରୁ, ଗୋଟିଏ ଦିନରେ ଏହା ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ରହିଛି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୭୫୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଫଳରେ ସଂଖ୍ୟା ୩ହଜାର ୩ଶହ ଅତିକ୍ରମ କରିଛି। ସେପଟେ […]