• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

coorna
୨୪ ଘଣ୍ଟାରେ ଦେଶରେ ପ୍ରାୟ ୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ।  ଗତ ୨୪ ଘଣ୍ଟା ଭିତରେ ଦେଶରେ ପ୍ରାୟ ୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ନିକଟତର ହୋଇଛି। ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୬୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୬୨ ହଜାର ୨୨୮ ଆକ୍ରାନ୍ତ ହୋଇଥିବା ବେଳେ ୨୦୯୮ ମୃତ୍ୟୁ ହୋଇଛି। ଗୁଜରାଟ ୯୮୦, ଦିଲ୍ଲୀ ୩୯୮, ମଧ୍ୟପ୍ରଦେଶରେ […]

india
ମଝି ଆକାଶରେ ଜଣାପଡ଼ିଲା ପାଇଲଟ୍‌ଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ପଜିଟିଭ୍ ପାଇଲଟଙ୍କୁ ନେଇ ଉଡ଼ାଣ ଭରିଥିବା ବିମାନ ଦୁଇ ଘଣ୍ଟାରୁ ଅଧିକ ସମୟ ପରେ ପୁଣି ବିମାନ ବନ୍ଦରକୁ ଫେରିଲା। ମସ୍କୋରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଆଜି ଭୋରରୁ ଏୟାର ଇଣ୍ଡିଆର ଏକ ବିମାନ ଅନ୍ୟ କ୍ରୁ ମେମ୍ବରକୁ ନେଇ ଦିଲ୍ଲୀରୁ ମସ୍କୋ ଅଭିମୁଖେ ଯାଇଥିଲା। କିନ୍ତୁ ବିମାନଟି ଉଜବେକିସ୍ତାନ ଉପରେ ଯାଉଥିବା ବେଳେ ପାଇଲଟ ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ବିମାନକୁ ତୁରନ୍ତ ଦିଲ୍ଲୀକୁ ଫେରି ଆସିବାକୁ […]

mitron
ସମ୍ପୂର୍ଣ୍ଣ ଭାରତୀୟ କୁହାଯାଉଥିବା Mitron ଆପ୍‌ରେ ପାକିସ୍ତାନ ଲିଙ୍କ୍‌

ନୂଆଦିଲ୍ଲୀ: ଟିକ୍‌ଟକ୍‌କୁ ଟକ୍କର ଦେବାକୁ ଆସିଥିବା Mitron ଆପ୍‌କୁ ନେଇ ଏବେ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଆପ୍‌ ସମ୍ପୂର୍ଣ୍ଣ ଭାରତୀୟ ବୋଲି କୁହାଯାଉଥିବା ବେଳେ ଏହାର ପାକିସ୍ତାନ ଲିଙ୍କ୍ ସାମ୍ନାକୁ ଆସିଛି। ପାକିସ୍ତାନୀ ସଫ୍ଟୱେୟର ଡେଭଲପର କମ୍ପାନୀ Qboxus ଠାରୁ ଏବି ଆପ୍‌କୁ କିଣା ଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।  ତେବେ ଭାରତରେ ଏହି ଆପ୍‌କୁ ଅଧିକ ଡାଉନ୍‌ଲୋଡ୍‌ କରାଯାଉଥିବାରୁ ଏହାକୁ ଭାରତୀୟ ଆପ୍ ବୋଲି କୁହାଯାଉଛି। ତେବେ ଆପ୍‌ର […]

we-share
ଲୋକପ୍ରିୟ ଶେୟାରିଂ ସାଇଟ୍‌ 'ୱିଟ୍ରାନ୍ସଫର.କମ୍' କୁ ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ: ଲୋକପ୍ରିୟ ଶେୟାରିଂ ସାଇଟ୍ ‘ୱିଟ୍ରାନ୍ସଫର.କମ୍‌’ (Wetransfer.com)କୁ ବ୍ୟାନ୍ କଲା ଡଟ୍ (ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେସନ)। ଜାତୀୟ ସ୍ୱାର୍ଥ ଓ ଜନସାଧାରଣଙ୍କ ଡିମାଣ୍ଡ ଯୋଗୁ ଏହି ସାଇଟ୍‌କୁ ବ୍ୟାନ୍ କରାଯାଇଥିବା କୁହାଯାଇଛି। ମୁମ୍ବାଇ ମିରର ଖବର ଅନୁସାରେ, ଇଣ୍ଟରନେଟ୍ ବ୍ୟବହାରକାରୀମାନଙ୍କ ପାଇଁ ଡଟ୍‌ ଏକ ନୋଟିସ୍‌ ଜାରି କରିଛି। ଯେଉଁଥିରେ ୩ଟି ୟୁଆର୍‌ଏଲ୍‌ ବ୍ୟାନ୍ ହେବ ବୋଲି କୁହାଯାଇଛି। ଅନ୍ୟ ଦୁଇଟି ୟୁଆର୍‌ଏଲ୍‌ ସହିତ ସମ୍ପୂର୍ଣ୍ଣ ୱିଟ୍ରାନ୍ସଫର ୱେବ୍‌ସାଇଟ୍‌କୁ ବ୍ୟାନ୍‌ କରିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି। ୱିଟ୍ରାନ୍ସଫର୍‌ […]

virat
ଅଧିକ ଆୟ କରୁଥିବା ଖେଳାଳିଙ୍କ ତାଲିକାରେ ଏକମାତ୍ର କ୍ରିକେଟର୍‌ ଭାବେ ସ୍ଥାନ ପାଇଲେ ବିରାଟ

ନୂଆଦିଲ୍ଲୀ: ୨୦୨୦ ବର୍ଷର ବିଶ୍ୱର ସବୁଠାରୁ ଅଧିକ ଆୟ କରୁଥିବା ୧୦୦ ଆଥ୍‌ଲେଟ୍‌ ତାଲିକାରେ ସ୍ଥାନ ପାଇଲେ ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ୍‌ ବିରାଟ କୋହଲି। ଶୁକ୍ରବାର ଚର୍ଚ୍ଚିତ ଫୋର୍ବସ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଏକମାତ୍ରା କ୍ରିକେଟର୍ ଭାବରେ ବିରାଟ ସ୍ଥାନ ପାଇଛନ୍ତି। ତାଲିକାରେ କୋହଲି ୨୬ ମିଲିୟନ୍‌ ଆୟ ସହିତ ୬୬ ନମ୍ବର ତାଲିକାରେ ଅଛନ୍ତି। ୨୦୧୯ରେ ସେ ଏହି ତାଲିକାରେ ୩୦ ନମ୍ବର ସ୍ଥାନରେ ଥିଲେ। ଫୋର୍ବସ ମାଗାଜିନ୍ ଅନୁସାରେ, ବିରାଟ ବଜ୍ଞାପନ ବାବଦକୁ […]

toger
ସହରରେ ବୁଲୁଛି ବାଘ: ଘରୁ ବାହାରୁ ନାହାନ୍ତି ଲୋକେ

ନାସିକ: ମହାରାଷ୍ଟ୍ର ନାସିକ୍ ସହରର ଇନ୍ଦିରା ନଗରରେ କଳରାପତିଆ ବାଘ ଆତଙ୍କ। ଜଣେ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଏକ କଲରାପତିଆ ବାଘ ତାଙ୍କୁ ଆକ୍ରମଣ କରିଛି। ଘଟଣାର ପୂରା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ମାତ୍ର କେଇ ସେକେଣ୍ଡ ଭିତରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା। ରାସ୍ତାରେ ଚାଲିକି ଯାଉଥିବା ଏହି ବ୍ୟକ୍ତି ଜଣଙ୍କ କିଛି ବୁଝିବା ପୂର୍ବରୁ ହଠାତ୍ କଲୋନୀର ଡାହାଣ ପଟ ପାଚେରୀ କଡରୁ ଦୌଡି ଆସି ତାଙ୍କ […]

ygesh
ବଲିଉଡ୍‌କୁ ପୁଣି ଝଟ୍‌କା: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଯୋଗେସ୍‌ ଗୌର

ମୁମ୍ବାଇ: ପରଲୋକରେ ବଲିଉଡ୍‌ରେ ଲୋକପ୍ରିୟ ଗୀତିକାର ଯୋଗେଶ‌ ଗୌର। ଶୁକ୍ରବାର ୭୭ ବର୍ଷରେ ତାଙ୍କର ପରଲୋକ ହୋଇଛି। ଆନନ୍ଦ ଫିଲ୍ମର କହିଁ ଦୂର ଜବ୍‌ ଦିନ୍‌ ଢଲଯାଏ ଓ ଜିନ୍ଦଗୀ କୈଶୀ ହେ ପହେଲୀ ହାଏ ଭଳି ଲୋକପ୍ରିୟ ଗୀତ ଲେଖିଥିବା ୟୋଗେଶ‌ ବଲିଉଡ୍‌କୁ ଅଲ୍‌ବିଦା କହି ସବୁଦିନ ପାଇଁ ଚାଲିଯାଇଛନ୍ତି ଆରପାରିକୁ। ୭୦ ଦଶକର ଫିଲ୍ମରେ ତାଙ୍କ ଗୀତ ରାଜ୍ କରୁଥିଲା। ଏହି ସମୟରେ ସେ ଅନେକ ହିଟ୍ ଗୀତ ବଲିଉଡ୍‌କୁ ଦେଇଛନ୍ତି। ତାଙ୍କର ଅନେକ […]

eath
ଭୂମିକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ପୁଣି ଭୂମିକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି।  ୟୁଏସ୍‌ ଜିଓଲୋଜିକାଲ୍ ସର୍ଭେର ରିପୋର୍ଟ ଅନୁସାରେ, ଭୂମିକମ୍ପର ତୀବ୍ରତା ରିକ୍ଟେର ସ୍କେଲ୍‌ରେ ୪.୫ ରହିଛି। ତେବେ ନ୍ୟାସ୍‌ନାଲ୍ ସେଣ୍ଟର ଫର୍‌ ସେସିମୋଲୋଜି(ଏସିଏସ୍‌) ଅନୁସାରେ ଭୂମିକମ୍ପର ତୀବ୍ରତା ୪.୬ ରହିଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାର କେନ୍ଦ୍ର ସ୍ଥଳ ହରିଆଣାର ରୋହତକରୁ ୧୬ କିମି ଦୂରରେ ରହିଥିଲା।  ରାତି ୯.୮ରେ ଏହି ଭୂମିକମ୍ପ ହୋଇଥିବା ବୋଲି  ଏନ୍‌ସିଏସ୍ […]

po
ପୁଣିଥରେ ଆରମ୍ଭ ହେଲା ସିରିଏଲ୍‌ ଶୁଟିଂ: ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ମନା

ଭୁବନେଶ୍ୱର: ଓଡ଼ିଶା ଟେଲି ଦର୍ଶକଙ୍କ ପାଇଁ ଖୁସି ଖବର। ଦୀର୍ଘ ୨ ମାସର ଅନ୍ତରାଳ ପରେ ପୁଣି ତାଜା ଏପିସୋଡ୍ ଦେଖିବାକୁ ପାଇବେ ରାଜ୍ୟର ସିରିଏଲ ପ୍ରେମୀ। କରୋନା ସଂକ୍ରମଣ ଭୟ ଓ ଲକଡାଉନ୍ ପାଇଁ ସିରିଏଲ୍ ଇଣ୍ଡଷ୍ଟ୍ରି ଏକ ପ୍ରକାର କୋମାକୁ ଚାଲିଯାଇଥିବା ବେଳେ ଏଥିରେ ସଂଜୀବନି ଭରିବାକୁ ଉଦ୍ୟମ ଆରମ୍ଭ କରିଛି ତରଙ୍ଗ ସିନେ ପ୍ରଡକ୍ସନ୍। ସଂସ୍ଥା ବେଶ୍ କିଛି ଦିନର ନୀରବତା ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି। ତରଙ୍ଗ ଚ୍ୟାନେଲରେ ପ୍ରସାରିତ […]

mamata
ଜୁନ୍ ୧ରୁ ଖୋଲିବ ଧର୍ମାନୁଷ୍ଠାନ

କୋଲକାତା: ଜୁନ୍ ୧ରୁ ପଶ୍ଚିମବଙ୍ଗରେ ଖୋଲିବ ଧାର୍ମିକ ଅନୁଷ୍ଠାନ। ଲକ୍‌ଡାଉନ୍ ପରେ ବନ୍ଦ ଥିବା ଧାର୍ମିକ ଅନୁଷ୍ଠାନକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମନ୍ଦିର, ମସଜିଦ୍, ଚର୍ଚ୍ଚ ସମେତ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲାଯିବ। ତେବେ ଏକକାଳୀନ ୧୦ ଜଣ ହିଁ ଉପସ୍ଥିତ ରହିପାରିବେ ବୋଲି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ରେ ଜାରି ହୋଇଛି। ଏହାସହ ଧାର୍ମିକ ଅନୁଷ୍ଠାନରେ ସାମାଜିକ ଦୂରତାକୁ ବଜାଏ ରଖିବା, ସାନିଟାଇଜେସନ୍ ଉପରେ ଅନୁଷ୍ଠାନ କଡ଼ାକଡ଼ି ଧ୍ୟାନ ଦେବେ। […]

chandan
ଅସୁସ୍ଥ ଥିଲେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ନ ଆସିବାକୁ ଅନୁରୋଧ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଅସୁସ୍ଥ ଥିଲେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଯାତ୍ରା ନକରିବାକୁ ଅନୁରୋଧ କରିଛି ରେଳ ମନ୍ତ୍ରଣାଳୟ। ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ରୋଗ, ରୋଗ ପ୍ରତିଶେଧକ ଶକ୍ତି କମ୍ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ବୟସର ପିଲା ଓ ୬୫ ବର୍ଷରୁ ଅଧିକ ବୟସର ଲୋକ ଅତ୍ୟନ୍ତ ଜରୁରୀ ନଥିଲେ ଏହି ଟ୍ରେନ୍‌ରେ ଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି। ଶ୍ରମିକ ଟ୍ରେନ୍‌ରେ ଗତ ୪୮ ଘଣ୍ଟା ମଧ୍ୟରେ ପ୍ରାୟ […]

sonu
୧୭୭ ଓଡ଼ିଆ ଝିଅଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ କେରଳରୁ ଓଡ଼ିଶା ଫେରାଇ ଆଣିଲେ ସୋନୁ

ଭୁବନେଶ୍ୱର: ୧୧୭ ଜଣ ଓଡ଼ିଆ ଝିଅଙ୍କୁ ଘରକୁ ଫେରାଇ ଆଣିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ଶୁକ୍ରବାର କେରଳରେ ଫସିଥିବା ୧୧୭ ଜଣ ଝିଅଙ୍କୁ ବିମାନ ଯୋଗେ ଓଡ଼ିଶା ପଠାଇଛନ୍ତି ସୋନୁ। ଖବର ଅନୁସାରେ, କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା ହେବା ପରେ କେରଳରେ ଫସିରହିଥିଲେ ୧୭୭ ଜଣ ଓଡ଼ିଆ ଝିଅ। ଭୁବନେଶ୍ୱର ରହୁଥିବା ଏକ ‌ଅନ୍ତରଙ୍ଗ ବନ୍ଧୁଙ୍କଠାରୁ ଏହି ଖବର ଜାଣିବାକୁ ପାଇଥିଲେ ସୋନୁ। ପରେ ସେମାନଙ୍କ କିପରି ସରୁକ୍ଷିତ ଭାବେ ସେଠାରୁ […]

parliamnet
ବଡ଼ ଅଧିକାରୀଙ୍କୁ କରୋନା ପରେ ସିଲ୍ ହେଲା ସଂସଦ ଭବନର ଦୁଇଟି ଫ୍ଲୋର୍

ନୂଆଦିଲ୍ଲୀ: ସିଲ୍ ହେଲା ସଂସଦ ଭବନର ଦୁଇଟି ଫ୍ଲୋର୍। ରାଜ୍ୟସଭା ସେକ୍ରେଟେରିଆଟ୍‌ରେ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦୁଇ ଅଫିସ୍ ଫ୍ଲୋର୍‌କୁ ସିଲ୍ କରାଯାଇଛି। ନିର୍ଦ୍ଦେଶକ ସ୍ତରର ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟ କରୋନା ପଜିଟିଭ୍ ଆସିଛି। ଯାହା ପରେ ଏବେ ସଂସଦର ଏହି ଦୁଇ ଫ୍ଲୋର୍‌କୁ ସାନିଟାଇଜ୍ କରାଯିବ। ଏହାସହ ପ୍ରତିଷେଧକମୂଳକ ଭାବେ ଅଫିସ୍ ଭିତରକୁ ପ୍ରବେଶ ନିଷଧ କରାଯାଇଛି। […]

ladakhja
ଚାଇନାର ପୁରୁଣା ମ୍ୟାପ୍ କହୁଛି ଅକ୍ସାଇ-‌ଚୀନ ଭାରତର

ଶ୍ରୀନଗର: ୧୯୬୨ ମସିହା ପରଠାରୁ ଚାଇନା କବ୍‌ଜା କରି ରଖିଥିବା ଅକ୍ସାଇ-ଚିନ୍‌ ଅଞ୍ଚଳ ଦିନେ ଭାରତ ଅଂଶଥିଲା। ଉନବିଂଶ ଓ ବିଂଶ ଶତାବ୍ଦୀର ଚାଇନା ମ୍ୟାପ୍‌ରୁ ଏହା ସ୍ପଷ୍ଟ ଜଣାପଡ଼େ। ଏହି ମ୍ୟାପ୍‌ରେ ଅକ୍ସାଇଚିନ୍‌ ଭାରତର ଲଦାଖ ଅଞ୍ଚଳର ଏକ ଅଂଶ ଥିଲା ବୋଲି ଦେଖାଯାଉଛି। କିନ୍ତୁ ଚାଇନା ଏହା ଉପରେ ବେଆଇନ୍‌ କବ୍‌ଜା କରିଛି। ୧୯୧୯ ତିବେତ୍‌ର ଏକ ମ୍ୟାପ୍‌ରେ ଅକ୍ସାଇଚିନ୍‌ ଭାରତ ଭାଗ ବୋଲି ସ୍ପଷ୍ଟ ଦର୍ଶାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଲିଟ୍ୟୁନାଣ୍ଟ […]

ajit
ପରଲୋକରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ

ରାୟପୁର: ଛତିଶଗଡ଼ର ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତଙ୍କ ଯୋଗୀଙ୍କ ପରଲୋକ ହୋଇଛି। ଶୁକ୍ରବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଜିତଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଅମିତ ଯୋଗୀ ଟ୍ୱିଟରେ ସୂଚନା ଦେଇଛନ୍ତି। ମେ ୯ ତାରିଖରେ ୭୪ ବର୍ଷୀୟ ଅଜିତ ତାଙ୍କ ଛତିଶଗଡ଼ସ୍ତିତ ବାସଭବନରେ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯିବାରୁ ସେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। वेदना की इस घड़ी में […]

trump
ମଧ୍ୟସ୍ଥି ପ୍ରସ୍ତାବ ଦୋହରାଇଲେ ଟ୍ରମ୍ପ: ଚୀନ କହିଲା, ଦୁଇଦେଶ ସମାଧାନ କରିପାରିବୁ

ବେଜିଂ: ଆମେରିକାର ମଧ୍ୟସ୍ଥି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଚାଇନା। ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ପୁଣିଥରେ ମଧ୍ୟସ୍ଥି ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ପରି ଚାଇନା ମଧ୍ୟ ଟ୍ରମ୍ପଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି। ଦୁଇଦେଶ ପରସ୍ପର ସହିତ ଆଲୋଚନା କରି ବିବାଦର ସମାଧାନ କରିବା ପାଇଁ ସକ୍ଷମ ଅଛନ୍ତି। ତେଣୁ ମଧ୍ୟସ୍ଥତାର ଆବଶ୍ୟକତା ନାହିଁ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଚୀନ […]

pm-modi
ମୋଦିଙ୍କୁ ଭେଟିଲେ ଶାହ: ଲକ୍‌ଡାଉନ୍‌ ୫.୦ ନେଇ ଆଲୋଚନା

ନୂଆଦିଲ୍ଲୀ: ମେ ୩୧ରେ ଶେଷ ହେବ ଲକ୍‌ଡାଉନ୍‌୪.୦ ଅବଧି। ଏହାପର କାର୍ଯ୍ୟପନ୍ଥା କଣ ହେବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଲକ୍‌ଡାଉନ୍‌ ୫.୦ ନେଇ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ସାକ୍ଷାତ କରିଛନ୍ତି ଶାହ। ଉଭୟଙ୍କ ନେତାଙ୍କ ମଧ୍ୟରେ ୧୧.୪୫ ବୈଠକ ଆରମ୍ଭ ହୋଇଥିବା ସୂଚନା ମିଳିଛି। ମେ ୩୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରୁଥିବାରୁ ଲକ୍‌ଡାଉନ୍ ଆହୁରି […]

karnataka
କଥା ବଦଳାଇଲା କି କର୍ଣ୍ଣାଟକ: ସମ୍ପୂର୍ଣ୍ଣ ବ୍ୟାନ୍‌ ନୁହେଁ ବରଂ ବିମାନ କମ୍‌ କରିବାକୁ କହିଥିଲୁ

ବେଙ୍ଗାଲୁରୁ: ୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକରେ ପ୍ରବେଶ କରିବା ଉପରେ ବ୍ୟାନ୍‌ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍ପଷ୍ଟୀକରଣ ରଖିଛନ୍ତି କର୍ଣ୍ଣାଟକ ସରକାର। କୌଣସି ବ୍ୟାନ୍ ଲଗାଇଯାଇ ନାହିଁ। ବରଂ ଯାତାୟତ କମ୍ କରିବାକୁ କୁହାଯାଇଥିବା କର୍ଣ୍ଣାଟକ କହିଛି। ଏ ନେଇ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଆସୁଥିବା ବିମାନ ସଂଖ୍ୟା କମାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଅନୁରୋଧ କରିଛି କର୍ଣ୍ଣାଟକ। ରାଜ୍ୟକୁ ବିମାନ ଚଳାଚଳ ହ୍ରାସ କରିବାକୁ ପଦକ୍ଷେପ ନେବାକୁ […]

auto
ବିଭିନ୍ନ ବିମାନରେ ଯାତ୍ରା କରିଥିବା ୧୬ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶର ବିମାନ ସେବା ଆରମ୍ଭ ପରେ ଭିନ୍ନ ଭିନ୍ନ ତିନିଟି କମ୍ପାନିର ଏୟାରଲାଇନ୍ସରେ ଯାତ୍ରା କରିଥିବା ୧୬ ଜଣ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ କେବଳ ଇଣ୍ଡିଗୋ ବିମାନରେ ଯାତ୍ରା କରିଥିବା ୧୨ ଜଣ ଆକ୍ରାନ୍ତ ଥିବା ସଂପୃକ୍ତ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଦିଲ୍ଲୀରୁ ଜାମ୍ମୁ ଫ୍ଲାଇଟ୍‌ରୁ ୩ଜଣ, ବେଙ୍ଗାଳୁରୁଠାରୁ କୋଏମ୍ବାଟୁର ଫ୍ଲାଇଟରେ ୬ଜଣ, ଦିଲ୍ଲୀ-କୋଏମ୍ବାଟୁର ଫ୍ଲାଇଟରେ ୨ ଜଣ ଓ ବେଙ୍ଗାଳୁର-ମଦୁରାଇ  […]

boi
ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଉପରେ ୫ କୋଟି ଫାଇନ୍‌ ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ଉପରେ ୫ କୋଟିର ଫାଇନ୍‌ ଲଗାଇଲା ଆର୍‌ବିଆଇ। ରାଷ୍ଟ୍ରାୟତ ବ୍ୟାଙ୍କର ପୂର୍ବ ନିୟମର ପାଳନ ନକରିବାରୁ ଗୁରୁବାର ବିଓଆଇ ଉପରେ ଫାଇନ୍‌ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ପୂର୍ବରୁ ୨୦୧୭ ମାର୍ଚ୍ଚ ୩୧ ଓ ୨୦୧୮ ମାର୍ଚ୍ଚରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆର୍ଥିକ ପରିଚାଳନା ନେଇ ତ୍ରୁଟି ଦେଖିବାକୁ ପାଇଥିଲା ଆର୍‌ବିଆଇ। ଯାହା ଫଳରେ ଏହି ଜାତୀୟ ବ୍ୟାଙ୍କ ବିରୋଧରେ ଆଇନଗତ ଯାଞ୍ଚ କରାଯାଇଥିଲା। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆର୍‌ବିଆଇର […]

mumbai
କରୋନା ପାଇଁ ହନ୍ତସନ୍ତ ମହାରାଷ୍ଟ୍ର; ମାୟାନଗରୀର ମାୟା ଛାଡ଼ି ଘର ମୁହାଁ ଲୋକେ

ମୁମ୍ବାଇ: ମହାନଗରୀ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ଅତି ସାଂଘାତିକ ରହିଛି କରୋନା ସ୍ଥିତି। ଗତକାଲି କେବଳ ମୁମ୍ବାଇରେ ୧୦୪୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସଂଖ୍ୟା ୩୩ ହଜାର ୮୩୫କୁ ବୃଦ୍ଧି ପାଇଛି। ସେହିପରି ପୂରା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ୯୪୮କୁ ବୃଦ୍ଧି ପାଇଥିବା ବେଳେ ୧୮୯୭ ଜଣ ଭୂତାଣୁର ଶିକାର ହୋଇଛନ୍ତି। ତେବେ ଅନ୍ୟତମ ହଟ୍‌ସ୍ପଟ୍ ଧାରାବୀରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଗଲା ୨୪ ଘଣ୍ଟାରେ ମାତ୍ର ୧୮ […]

punjba
ପ୍ରବାସୀ ଶ୍ରମିକଙ୍କୁ ସହଯୋଗ ପାଇଁ ଚର୍ଚ୍ଚାରେ ସୋନୁ ସୁଦ: ଭୁରି ଭୁରି ପ୍ରଶଂସା କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ନିଜ ଅର୍ଥରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଉଛନ୍ତି ଏହି ଅଭିନେତା। ଏପର୍ଯ୍ୟନ୍ତ ସେ ପ୍ରାୟ ୪୦ ହଜାରରୁ ଅଧିକ ପ୍ରବାସୀଙ୍କୁ ଘରକୁ ପଠାଇ ସାରିଲେଣି। ଶ୍ରମିକଙ୍କୁ ଏପରି ସହଯୋଗ ନେଇ ସୋନଙ୍କୁ ଚାରିଆଡ଼ୁ ପ୍ରଶଂସା ମିଳୁଛି। ବଡ଼ ପରଦାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଏହି ଅଭିନେତା ଏବେ ଶ୍ରମିକଙ୍କ ପାଇଁ ନାୟକ ସାଜିଛନ୍ତି। ସୋନୁଙ୍କର ଏଭଳି କାର୍ଯ୍ୟକୁ ଆଜି […]

lo
ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶ୍ରମିକମାନେ ଯେଉଁ ସ୍ଥାନରେ ଥିବେ ସେଇ ରାଜ୍ୟର ସରକାର ସେମାନଙ୍କ ପଞ୍ଜୀକରଣ କରିବା ସହ ଟ୍ରେନ୍ କିମ୍ବା ବସ୍‌ରେ ବସାଇବେ। ତା ସହିତ ସେମାନଙ୍କ ଲାଗି ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରିବେ। ଏଥିସହିତ ରେଳବାଇ ଶ୍ରମିକମାନଙ୍କଠାରୁ ଭଡ଼ା ଦାବି କରିବ ନାହିଁ ଓ ଯାତ୍ରା ସମୟରେ ଖାଦ୍ୟ ପାନୀୟ ବି ଯୋଗାଇ ଦେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। […]

break
୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ପ୍ରବେଶ ମନା

ବେଙ୍ଗାଲୁରୁ: ଦେଶର ୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ମନା। ମହାରାଷ୍ଟ୍ର,ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଆସୁଥିବା ଲୋକମାନଙ୍କୁ କର୍ଣ୍ଣାଟକରେ ପ୍ରବେଶ କରିବାକୁ ବ୍ୟାନ୍ ଲଗାଇଛନ୍ତି ରାଜ୍ୟସରକାର। କରୋନା ଭାଇରସ୍‌ରେ ଏହି ରାଜ୍ୟଗୁଡ଼ିକ ଅଧିକ ପ୍ରଭାବିତ ହୋଇଥିବାରୁ ଏଠାକାର ନାଗରିକଙ୍କ କର୍ଣ୍ଣାଟକା ପ୍ରବେଶ ଉପରେ ବ୍ୟାନ୍‌ ଲଗାଇଛନ୍ତି ରାଜ୍ୟ ସରକାର। ଗୁରବାର ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତିକ୍ରମେ  ଏହି ରାଜ୍ୟରୁ ଆସୁଥିବା ଟ୍ରେନ୍‌ ଓ ଫ୍ଲାଇଟ୍‌କୁ କର୍ଣ୍ଣାଟକରେ ଲ୍ୟାଣ୍ଡ କରିବାକୁ ଦିଆଯିବନି। ଏଥିସହିତ […]

cricket
ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍‌ କାର୍ଯ୍ୟସୂଚୀ ୨୦-୨୧ ଘୋଷଣା

କାନବେର୍ରା: ୨୦୨୦-୨୧ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା କ୍ରିକେଟ୍‌ ଅଷ୍ଟ୍ରେଲିଆ। ଭାରତୀୟ ପୁରୁଷ ଦଳ ବିପକ୍ଷ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ କାର୍ଯ୍ୟସୂଚୀ ଘୋଷଣା କରିଛି। ଯେଉଁଥିରେ ୩ ଟି-୨୦, ୪ ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍‌ ରହିଛି। ଅକ୍ଟୋବର୧୧ରୁ ଜାନୁଆରୀ ୧୭ ଭିତରେ ଏହି ମ୍ୟାଚ୍‌ ଖେଳାଯିବ। ଏବଂ ଗ୍ରୀଷ୍ମ ସମୟରେ ସୁରୁଖୁରରେ ମ୍ୟାଚ୍‌ ପରିଚାଳନା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି ସିଏ। […]