Advertisment

ବାହାରିଲା ପେଟ୍ରୋଲ, ଡିଜେଲର ବିକଳ୍ପ; କୁକୁଡ଼ା ବର୍ଜ୍ୟରୁ ପ୍ରସ୍ତୁତ ହେଲା ବାୟୋ ଡିଜେଲ

ତେଲ କୂଅରୁ ସରି ସରି ଆସୁଛି ଇନ୍ଧନ । ସେଥିପାଇଁ ବଢ଼ି ବଢ଼ି ଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ, ଡିଜେଲ ଦର ଯେପରି ଆକାଶ ଛୁଆଁ ହେଉଛି, ସାଧାରଣ ଜୀବନଯାତ୍ରା  ବିପର୍ଯ୍ୟସ୍ତ ହୋଇପଡିଛି। ଅନ୍ୟପକ୍ଷେ ଗାଡ଼ିମୋଟର ବଢୁଥିବାରୁ ପ୍ରଦୂଷଣ ମଧ୍ୟ ବଢିଚାଲିଛି । ଏଭଳି ସ୍ଥିତିରେ ଇନ୍ଧନର ନୂଆ ବିକଳ୍ପ ଉଦ୍ଭାବନ କରିଛନ୍ତି କେରଳର ଜଣେ ପଶୁ ଡାକ୍ତର।

author-image
Minati Mishra
ଅଦ୍ୟତନ ହୋଇଛି
ବାହାରିଲା ପେଟ୍ରୋଲ, ଡିଜେଲର ବିକଳ୍ପ; କୁକୁଡ଼ା ବର୍ଜ୍ୟରୁ ପ୍ରସ୍ତୁତ ହେଲା ବାୟୋ ଡିଜେଲ

bio disel made by vet

ନୂଆଦିଲ୍ଲୀ: ତେଲ କୂଅରୁ ସରି ସରି ଆସୁଛି ଇନ୍ଧନ । ସେଥିପାଇଁ ବଢ଼ି ବଢ଼ି ଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ, ଡିଜେଲ ଦର ଯେପରି ଆକାଶ ଛୁଆଁ ହେଉଛି, ସାଧାରଣ ଜୀବନଯାତ୍ରା  ବିପର୍ଯ୍ୟସ୍ତ ହୋଇପଡିଛି। ଅନ୍ୟପକ୍ଷେ ଗାଡ଼ିମୋଟର ବଢୁଥିବାରୁ ପ୍ରଦୂଷଣ ମଧ୍ୟ ବଢିଚାଲିଛି । ଏଭଳି ସ୍ଥିତିରେ ଇନ୍ଧନର ନୂଆ ବିକଳ୍ପ ଉଦ୍ଭାବନ କରିଛନ୍ତି କେରଳର ଜଣେ ପଶୁ ଡାକ୍ତର।  ସେ କୁକୁଡ଼ା ଫାର୍ମ ଓ ମାଂସ ଦୋକାନରୁ ବାହାରୁଥିବା ବର୍ଜ୍ୟ ପଦାର୍ଥରୁ ବାହାର କରୁଛନ୍ତି ବାୟୋ ଡିଜେଲ୍  । ଆଶ୍ଚର୍ଯ୍ୟ ହୋଇଗଲେ କି? କଥା ଟା ଏକଦମ୍‌ ସତ ।  

Advertisment

 କୁକୁଡ଼ା ବର୍ଜ୍ୟରୁ ବାହାରୁଛି ଡିଜେଲ୍ । ସାଧାରଣ ଡିଜେଲ୍ ନୁହେଁ, ଇଏ ବାୟୋ ଡିଜେଲ୍ । କେରଳ ଓ୍ୱାଏନାଡ଼ର ପଶୁ ଚିକିତ୍ସକ ଜନ୍ ଆବ୍ରାହମ୍ ୭ ବର୍ଷର ଅପେକ୍ଷା ପରେ, ପୋଲ୍‌ଟ୍ରି  ୱେଷ୍ଟ୍ ବା କୁକୁଡ଼ା ଫାର୍ମ ଓ ଚିକେନ୍ ସେଣ୍ଟରରୁ ବାହାରୁଥିବା ବର୍ଜ୍ୟରୁ ବାୟୋ ଡିଜେଲ୍ ପ୍ରସ୍ତୁତ କରିବା ପଦ୍ଧତିକୁ ପେଟେଣ୍ଟ୍ କରାଇବାରେ ସଫଳ ହୋଇଛନ୍ତି । ସେ କୁକୁଡ଼ାର ପାକସ୍ଥଳୀରେ ଜମା ହେଉଥିବା ଚର୍ବିକୁ ତରଳାଇ ସେଥିରୁ ଜୈବ-ଡିଜେଲ୍ ପ୍ରସ୍ତୁତ କରୁଛନ୍ତି।

Advertisment

କେରଳ ଭେଟେରିନାରି ଆଣ୍ଡ୍ ଆନିମଲ୍ ସାଇନ୍ସେସ୍ ୟୁନିଭର୍ସିଟି ଅଧୀନରେ ଆସୋସିଏଟ୍ ପ୍ରଫେସର୍ ଥିବା ଜନ୍ ଆବ୍ରାହମ୍ ୨୦୦୯ରୁ ୧୨ ଭିତରେ ଏହି ବାୟୋ ଡିଜେଲ୍ ଉଦ୍ଭାବନ କରିଥିଲେ।  ୨୦୧୪ରେ ସେ ନିଜ କଲେଜ ପରିସରରେ ଏଥିପାଇଁ ୧୮ ଲକ୍ଷ ଟଙ୍କାର ଏକ ପ୍ଲାଣ୍ଟ୍ ବସାଇବା ସହ ୨୦୧୫ରେ କୋଚିର ଭାରତ ପେଟ୍ରୋଲିୟମ ରିଫାଇନାରିରୁ ବାୟୋଡିଜେଲ ଗୁଣବତ୍ତା ପ୍ରମାଣପତ୍ର ମଧ୍ୟ ହାସଲ କରିଛନ୍ତି।

 ସେବେଠାରୁ ଅର୍ଥାତ୍ ପ୍ରାୟ ୬ ବର୍ଷ ହେବ କଲେଜର ଏକ ଗାଡ଼ି ତାଙ୍କ ଦ୍ୱାରା ବିକଶିତ ବାୟୋ ଡିଜେଲ୍ରେ ଚାଲିଛି  । ପ୍ରାୟ ୧୦୦ କିଲୋଗ୍ରାମ କୁକୁଡ଼ା ବର୍ଜ୍ୟରୁ ୧ ଲିଟର ବାୟୋ ଡିଜେଲ୍ ବାହାରୁଥିବା ବେଳେ ଏଥିରେ ଗାଡ଼ି ୩୮ କିଲୋମିଟର ଚାଲିପାରିବ । ଏହାର ଲିଟର ପ୍ରତି ଖର୍ଚ୍ଚ  ବର୍ତ୍ତମାନର ଡିଜେଲ୍ ଦରର ମାତ୍ର ୪୦ ପ୍ରତିଶତ ଆସିବ। ଏଥିରେ ପ୍ରଦୁଷଣ ମଧ୍ୟ କମ୍ ହେବ ବୋଲି ସେ ଦାବି କରିଛନ୍ତି ।  

Bio-diesel Production Plant India News
Advertisment
Advertisment