ଭୁବନେଶ୍ୱର: ଦେବଭୂମି ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ଥିବା ସୂଚନା ମିଳିଛି। ଘଟଣା ପରଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ କୌଣସି ପତ୍ତା ମିଳୁନାହିଁ। ସେଠାରେ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ ନାଗାର୍ଜୁନ। ତେବେ ରବିବାର ଆସିଥିବା ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗା ଯୋଗ ହୋଇପାରୁନାହିଁ। ଏହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନକୁ […]
ନୂଆଦିଲ୍ଲୀ: ରବିବାର ସକାଳେ ଉତ୍ତରାଖଣ୍ଡରେ ଆସିଥିବା ପ୍ରକୃତିକ ବିପର୍ଯ୍ୟୟର କାରଣ ଗ୍ଲେସିୟର ବିସ୍ଫୋରଣ ନୁହେଁ ବରଂ ଲକ୍ଷ ଲକ୍ଷ ଟନ୍ ଓଜନର ବରଫ ଅତଡ଼ା ଖସିବାରୁ ହୋଇଥାଇପାରେ ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି। ଆଜି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ଶ୍ରୀ ରାୱତ। ବିପର୍ଯ୍ୟୟର କାରଣ ନେଇ ସେନା ଆଇଟିବିପି(ଇଣ୍ଡୋ ତବ୍ବତାନ ବର୍ଡର ପୋଲିସ)ଯବାନ ଓ ଇସ୍ରୋ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ଉତ୍ତରାଖଣ୍ଡ […]
ଦେହରାଦୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଷୀମଠ ଠାରେ ନନ୍ଦାଦେବୀ ପର୍ବତ ଭୟଙ୍କର ହିମସ୍ଖଳନ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଭୁସ୍ଖଳ ଯୋଗୁ ଗଙ୍ଗାର ଉପନଦୀ ଧୌଳି ଗଙ୍ଗାରେ ଏବଂ ଅଳକାନନ୍ଦାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ତପୋବନ ରେନିରେ ଚାଲିଥିବା ରିଷିଗଙ୍ଗା ପାୱାର ପ୍ରୋଜେକ୍ଟରେ କାମ କରୁଥିବା ୧୫୦ ଜଣ ଶ୍ରମିକ ନିଖୋଜ୍ ହୋଇଥିବା […]
ଚାମୋଲି: ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ହିମନଦୀ ବା ଗ୍ଲେସିଅର୍ ଫାଟି ଚମୋଲି ଜିଲ୍ଲା ଯୋଶୀମଠ ଅଞ୍ଚଳ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ BRO ନିର୍ମିତ ଯୋଶୀମଠ-ମଲାରୀ ପୋଲ ବି ଧୋଇଯାଇଛି। ସବୁଠୁ ଚିନ୍ତାଜନକ କଥା ହେଉଛି, ଜାତୀୟ ରାଜପଥ ଓ ଟନେଲ୍ ନିର୍ମାଣରେ ନିୟୋଜିତ ଶହେରୁ ଦେଢ଼ଶହ ଶ୍ରମିକ ନିଖୋଜ ଅଛନ୍ତି। ତେଣୁ ମୃତାହତ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଗ୍ଲେସିଅର୍ ଫାଟି ଚମୋଲିରେ ୨ଟି ନଦୀବନ୍ଧ କ୍ଷତିଗ୍ରସ୍ତ ହେବା […]
ବିପନ୍ନଙ୍କ ସହ ଉଦ୍ଧାରକାରୀଙ୍କର ବି ନିଦ ହଜାଇଦେଇଛି ଉତ୍ତରାଖଣ୍ଡ ଚମୋଲି ବିପର୍ଯ୍ୟୟ। ଦିନରାତି ଏକ କରି ତପୋବନ ଟନେଲ୍ ଭିତରୁ ପଙ୍କ କାଦୁଅ କାଢ଼ିବାକୁ ଚେଷ୍ଟା ଚାଲିଥିଲେ ବି, କାମ ସରିବାର ନାଁ ନେଉନାହିଁ। ବିପର୍ଯ୍ୟୟକୁ ୭୨ ଘଣ୍ଟା ବିତି ସାରିଥିବାରୁ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେ ନେଇ ଆଜି ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି
ଚମୋଲି: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ନିଖୋଜଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍ ଜାରି ରହିଛି। ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଆଇଟିବିପି, ଏନଡିଆରଫ୍, […]
ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା ନଦୀରେ ବନ୍ୟା ସ୍ଥିତିି ଦେଖାଦେଇଛି। ବରଫ ଅତଡ଼ା ଖସିବା ଯୋଗୁଁ ଜୋଶିମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇହୋଇ ଯାଇଥିବା ସୂଚନା ମିଳିଛି। ରେନି ଏବଂ ଆଖପାଖ ଅଞ୍ଚଳରେ ଶହେରୁ ୧୫୦ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ନିଖୋଜ ଥିବା ଅଧିକାରୀ କହିଛନ୍ତି । ତେବେ […]
ଡେରାଡୁନ: ଉତ୍ତରାଖଣ୍ଡ ଚମୋଲି ହୀମସ୍ଖଳନ ଘଟଣାକୁ ୭୦ ଘଣ୍ଟାରୁ ଅଧିକ ବିତିଲା । ହେଲେ ତପୋବନ ପାୱାର ପ୍ରୋଜେକ୍ଟର ଟନେଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇପାରିନି। ତେଣୁ ଧୀରେ ଧୀରେ ଆଶଙ୍କା ବଢୁଛି । ଏପଟେ ସେନା ସହାୟତାରେ ଜୋରସୋରରେ ଚାଲିଛି ଉଦ୍ଧାର କାମ । ହୀମସ୍ଖଳନ ସ୍ଥାନରେ ଫସି ରହିଥିବା ୧୮୦ରୁ ଅଧିକ ଶ୍ରମିକଙ୍କୁ ଠାବ ଲାଗି ଜୋରସୋରରେ ଚାଲିଛି ଉଦ୍ଧାର କାମ । ଯେତେ ଯେତେ ସମୟ ଗଡ଼ୁଛି, ସେହି ଅନୁଯାୟୀ ଉଦ୍ଧାରକାରୀ […]
ନୂଆଦିଲ୍ଲୀ: ତପୋବନ ଅଞ୍ଚଳରେ ଏକ ଭୂତଳ ସୁଡ଼ଙ୍ଗରେ ପ୍ରାୟ ୩୦୦ ମିଟର ଭିତରକୁ ଯାଇ ସେମାନେ କାମ କରୁଥିଲେ। ହଠାତ୍ ମାଡ଼ି ଆସିଲା ପ୍ରଳୟ। ଆଖି ସାମ୍ନାରେ ନାଚୁଥିଲା ମୃତ୍ୟୁ। ଯେ କୌଣସି ସମୟରେ କୋଳେଇ ନେବ। ତଥାପି ବଞ୍ଚିବାର ଶେଷ ପ୍ରୟାସ କରିବାକୁ ସେମାନେ ଛାଡ଼ି ନ ଥିଲେ। ଭାଗ୍ୟ ଆଉ ଭଗବାନ ବି ସାଥ ଦେଇଥିଲେ। କ୍ଷଣିକ ମୋବାଇଲ ସିଗ୍ନାଲ ବଞ୍ଚାଇ ଦେଲା ସେମାନଙ୍କର ଜୀବନ। ଏମିତି ଥିଲା ଉତ୍ତରାଖଣ୍ଡ ହିମପ୍ରଳୟରୁ ବର୍ତ୍ତି ଯାଇଥିବା […]
ନୂଆଦିଲ୍ଲୀ: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଘଟି ଅଳକାନନ୍ଦା ଏବଂ ଧଉଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ଅକସ୍ମାତ ହିମସ୍ଖଳନ ପରେ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। […]