ଭବାନୀପାଟଣା: ବୀମା ଟଙ୍କା ନ ମିଳିବାରୁ ରାଜରାସ୍ତାରେ ବସିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସମସ୍ତ ଚାଷୀ। ରାସ୍ତାରୋକ ଯୋଗୁଁ ଧର୍ମଗଡ଼-ଖରିଆର ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।…
ବ୍ରହ୍ମପୁର: ଛୋଟ ପୁଅର ଜୀବନ ବଞ୍ଚାଇବା ପାଇଁ ନଦୀର ପ୍ରଖର ସ୍ରୋତ ମଧ୍ୟରେ ସଂଘର୍ଷ। ପିଲାର ଦେହ ଅସୁସ୍ଥ ହେବାରୁ ଔଷଧ ଆଣିବା ପାଇଁ ପ୍ରଖର ସ୍ରୋତ ମଧ୍ୟରେ ପୁରା ପରିବାର ଏବଂ ସମ୍ପର୍କୀୟ ଉଛୁଳା ନଦୀ ପାର ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳରେ। ଲଘୁଚାପ ଜନିତ ବର୍ଷା ଯୋଗୁ ପାତ୍ରପୁର ବ୍ଲକର ପ୍ରାୟ ୫୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଦୀ […]
କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ସାଂସଦ ଅନୁଭବ ମହାନ୍ତି କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପଟିଆଲା ହାଉସ୍ କୋର୍ଟରେ ଥିବା ଛାଡ଼ପତ୍ର ମାମଲା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଏହାସହ ଉଭୟପକ୍ଷ ମଧ୍ୟରେ ସହମତି ଭିତ୍ତିକ ଆଲୋଚନା ପାଇଁ ସୁପ୍ରିମକୋର୍ଟ ଉଭୟ ପକ୍ଷର ଓକିଲଙ୍କୁ ପରାମର୍ଶ ଦେଇଛନ୍ତି।ସହମତି ଭିତ୍ତିକ ଆଲୋଚନାର ନିଷ୍କର୍ସ ଆସିବା ପରେ ଏହି ମାମଲାର ପରବର୍ତ୍ତୀ […]
ଭୁବନେଶ୍ୱର: ବିଭିନ୍ନ ଉପାୟରେ ଓଟିଭିକୁ ରାଜ୍ୟ ସରକାର ହଇରାଣ କରୁଥିବା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଗଣମାଧ୍ୟମର କଣ୍ଠରୋଧ ପ୍ରୟାସକୁ ସେ କଠୋର ଶବ୍ଦରେ ନିନ୍ଦା କରିଛନ୍ତି। ‘ସୁସ୍ଥ ଗଣତନ୍ତ୍ରରେ ଗଣମାଧ୍ୟମର ଏକ ବଡ ଭୁମିକା ଅଛି। ହେଲେ ଯେଉଁଭଳି ଭାବରେ ଆମ ରାଜ୍ୟରେ ସରକାର ଗଣମାଧ୍ୟମ ପ୍ରତି ଅସହିଷ୍ଣୁ ହୋଇପଡୁଛନ୍ତି ତାହା ଆଗରୁ କେବେ ଦେଖାଯାଇନଥିଲା। ସରକାର ଏପରି କାହିଁକି କରୁଛନ୍ତି ? କ’ଣ ସରକାର ଭାବୁଛନ୍ତି କି ସରକାର […]
ଭୁବନେଶ୍ୱର: ଭୁବନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଜଣେ ବ୍ୟକ୍ତିଙ୍କ ଘର ବାହାରେ ଖଣ୍ଡା ବୁଲାଇ ଦୁର୍ବୃତ୍ତ ଜଣକ ଧମକ ଚମକ ଦେଇଥିବା ନେଇ ଅଭିଯୋଗ ହୋଇଛ। ଘରୁ ପଦାକୁ ବାହାରିଲେ ପରିବାର ଲୋକଙ୍କୁ ହତ୍ୟା କରିଦେବାକୁ ଧମକ ଦେଇଛି ଦୁର୍ବୃତ୍ତ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳ ନଗର ଥାନା ପୋଲିସ। ଆତଙ୍କରାଜ ପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆତଙ୍କରାଜର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାରୁ ସେହି ଆଧାରରେ ପୋଲିସ ତାର ତଦନ୍ତ ଆଗକୁ […]
କଟକ: ଏସସିବି ମେଡିକାଲ ସର୍ଜରୀ ବିଭାଗ ଛାତରୁ ଫ୍ୟାନ ଖସିବା ଘଟଣାରେ ଫ୍ୟାନ ପଡ଼ି ଗୁରୁତର ହୋଇଥିବା ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। #SCBରେ_ଫ୍ୟାନ୍_ଖସିବା_ଘଟଣା #ମହିଳା_ମୃତ ଏସସିବି ମେଡିକାଲ…
ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ବେଲ ଭିୟୁ ଛକରେ ବ୍ରୋଞ୍ଜରେ ନିର୍ମିତ ଗାନ୍ଧି ପ୍ରତିମୂର୍ତ୍ତି ହେବ ଉଦଘାଟନ କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ଆସନ୍ତା ୨୩ତାରିଖରେ ଜାତୀର ପିତା ମହାତ୍ମା ଗାନ୍ଧିଙ୍କ କଟକ…
କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ବି-ଟାଉନ୍ ସିନେମାଟୋଗ୍ରାଫରରୁ ରାସ୍ତା କଡ଼ର ମୋମୋ ବିକ୍ରେତା । କରୋନା ବଦଳାଇ ଦେଲା ସମ୍ପୂର୍ଣ୍ଣ ଜୀବନଶୈଳୀ। ମୁମ୍ବାଇ ମାୟା ନଗରୀରୁ କଟକ ସହର ଲେଉଟାଣି । ବଲିଉଡ କଳାକାରଙ୍କ ଅଭିନୟକୁ କ୍ୟାମେରାରେ କଏଦ କରୁଥିବା ସିନେମାଟୋଗ୍ରାଫର ଆଜି…
କଟକ : କଟକ ସହରରେ ଦିନକୁ ଦିନ ବଢୁଛି ସ୍କେଟିଂର ଚାହିଦା । ପିଲାଙ୍କଠୁ ଆରମ୍ଭ କରି ଯୁବବର୍ଗ ସ୍କେଟିଂରେ ବେଶ ଆଗ୍ରହ ଦେଖାଉଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ସ୍କେଟିଂରେ ବି ଆମ ରାଜ୍ୟର ପିଲା ଗୌରବ ଆଣିବେ ବୋଲି…
କଟକ : ୩୬ ଘଣ୍ଟା ପରେ ବି ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିପାରିନି ପୋଲିସ । କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? SCBରୁ ଫେରାର ପରେ ଓଡ଼ିଶାରେ ଅଛି ନା ରାଜ୍ୟ ବାହାରକୁ ପଳାଇଛି । ଏନେଇ ତନାଘନା ଚଳାଇଛି…
ଭୁବନେଶ୍ୱର: ଆଜି ଆସିବ ବିଜେପୁର ଉପନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପଦ୍ମପୁର ଆର୍ଏମ୍ସି ମାର୍କେଟ୍ ୟାର୍ଡରେ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟ୍ ଗଣତି ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଏଥିପାଇଁ…
ବରଗଡ଼: ବିଜେପୁର ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ। ପ୍ରତି ବୁଥରେ ସକାଳ ସାଢେ ୫ଟାରେ ମକ୍ ପୋଲିଂ ପରେ ୭ଟାରେ ମତଦାନ ଆରମ୍ଭ ହୋଇଥିଲା। ନିର୍ବାଚନୀ…
ପାଟକୁରା: ପାଟକୁରା ବିଧାନସଭା ଆସନକୁ ଏକରକମ ହାତେଇଛି ବିଜେଡି। ୧୮ ତମ ରାଉଣ୍ଡ ଗଣତି ଶେଷ ହେବା ପରେ ଚୂଡାନ୍ତ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ଖାଲି ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା। ସେପଟେ ବିଜେଡି ଅନ୍ୟ ଦଳଠୁ ସଂଖାଧିକ ଭୋଟ୍ରେ…
ବାଲେଶ୍ୱର: ବାଲେଶ୍ୱର ସହରର ନିଳିଆବାଗ୍ କଣ୍ଟେନମେଣ୍ଟ ଜୋନ୍ କୁ ଆହୁରି ୭ଦିନ ପାଇଁ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ। ୨ ତାରିଖ ମଧ୍ୟରାତ୍ରିରେ ଏହା ଶେଷ ହେବାକୁ ଥିବାବେଳେ ଏହାକୁ ଆସନ୍ତା ୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ୧୪ ଦିନ…
How to Prepare Khasi Kalija Palang Masala ⇓ ଆବଶ୍ୟକୀୟ ସାମଗ୍ରୀ: ଖାସି କଲିଜା,ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହି,ନଢ଼ିଆ କୋରା, ପାଳଙ୍ଗପତ୍ର, ଧନିଆ ପତ୍ର, କଞ୍ଚାଲଙ୍କା,ପିଆଜ, ତେଲ, ଟମାଟୋ ବଟା,ତେଜପତ୍ର, ଗୁଜୁରାତି, ଲବଙ୍ଗ, ଡାଲଚିନି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି କଲିଜାରେ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହିକୁ ମିଶାଇ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ମ୍ୟାରିନେଟ୍ କରି ରଖନ୍ତୁ। ତା’ପରେ ପାଳଙ୍ଗ ଶାଗରେ […]
ପୁରୀ: ଅଦମ୍ୟ ଇଚ୍ଛାଶକ୍ତି ଓ ଆପ୍ରାଣ ଚେଷ୍ଟା ଆଗରେ ବୟସ ହାର ମାନିଥାଏ। ଏହାର ନିଚ୍ଛକ ଉଦାହରଣ ହେଲେ ପୁରୀର ୬୫ ବର୍ଷୀୟ ଦୁର୍ଗାଚରଣ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ଜ୍ୟୋତ୍ସା ମିଶ୍ର। ଏହି ଦମ୍ପତି ଥରେ ନୁହେଁ ଦୁଇ ଦୁଇଥର ଗିନିଜ୍ ୱାର୍ଲଡ୍ ରେକର୍ଡର ଅଧିକାରୀ ହୋଇଛନ୍ତି। ୨୦୧୪ରେ କାର୍ରେ ସାରା ଭାରତବର୍ଷ ବୁଲି ଗିନିଜ୍ ରେକର୍ଡ କରିଥିବା ଏହି ଦମ୍ପତି ଏଥର ଟ୍ରେନ୍, ବସ୍ ଓ ପାଦରେ ଚାଲିଚାଲି ସାରା ଦେଶ ଭ୍ରମଣ କରି […]
ଭୁବନେଶ୍ୱର: କୋଭିଡ-୧୯ ସମୟରେ ଓଡ଼ିଶା ପାଇଁ ୨୨ ହଜାର ୨୬୭ କୋଟିର କେନ୍ଦ୍ରୀୟ ପ୍ୟାକେଜ୍। ମୋଦି ସରକାରଙ୍କ ଏହି ସହାୟତା ରାଶି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ପାଇଁ ମୋଟ ୧୮ ହଜାର ୮୫୮ କୋଟିର ଆର୍ଥିକ ସହାୟତା ସାଙ୍ଗକୁ ଚାଉଳ, ଡାଲି, ଓ ଏଲପିଜି ସିଲିଣ୍ଡର ବାବଦକୁ ସହାୟତା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ ଯୋଜନାରେ ରାଜ୍ୟର ୩.୧୭ […]
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିଜୁ ବାବୁଙ୍କ ଡାକୋଟା । ଖୁବ୍ଶୀଘ୍ର ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ । ଡାକୋଟା ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।…
ଅନୁଗୁଳ: ପୁଣି ଥରେ ଶବରୁ ଗାଏବ ହୋଇ ଯାଇଛି ଆଖି । ଘଟଣା ଘଟିଛି ସେଇ ଅନୁଗୁଳ ମେଡିକାଲରେ । ଗୋଟିଏ ସପ୍ତାହରେ ଦୁଇ ଥର ଏପରି କାଣ୍ଡ ଘଟୁଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡାରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ନୀତିକାନ୍ତି ପରେ ଦିନ ୧୧ଟାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥାରୂଢ କରା ଯାଇଥିଲା। ପାଲଲହଡା ଗଡଜାତ ରାଜ୍ୟର ରାଜା ସାହେବ ରାମଚନ୍ଦ୍ର ମୁନିପାଳ ରଥରେ ଛେରା…
ଅନୁଗୁଳ(ବିରଜା ପ୍ରସାଦ ଦାଶ): ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି। ଏଯାଏ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଆଜି କୋଇଲା ଖଣିରୁ ଏକ…
ଭୁବନେଶ୍ୱର: ରାଜଧାନୀରେ ବେକାବୁ ହୋଇଛି କରୋନା ସଂକ୍ରମଣ। ଏହାକୁ ରୋକିବା ପାଇଁ ପ୍ରଶାସନ ତତ୍ପର ହେଇଛି। ତେଣୁ ଆଜିଠୁ ପୁଣି ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଆରଏମଆରସି ଓ ବିଏମସି ମିଳିତ ଭାବେ ଏହି ସର୍ଭେ କରୁଛନ୍ତି। ଆଜିଠୁ ଆସନ୍ତା ୧୮ ତାରିଖ ଯାଏ ଏହି ସର୍ଭେ ଚାଲିବ। ରାଜଧାନୀ ଭୁବନେଶ୍ୱରର ୨୫ଟି ୱାର୍ଡରୁ ୧୫ଶହ ଲୋକଙ୍କର ସାମ୍ପଲ କଲେକସନ କରାଯିବ ବୋଲି ସୂଚନା […]
ଅନୁଗୁଳ: ତାଳଚେର ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ଏକ ଅଘଟଣ ଘଟିଛି। କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ରାତି ସାଢ଼େ ୧୦ଟାରୁ…
ଅନୁଗୁଳ( ବିରଜା ଦାସ) : ଭୂତ ବଖାଣୁଛି ମୃତ୍ୟୁ ପଛର ରହସ୍ୟ। ଏମିତି ଦୃଶ୍ୟ ଆପଣ ନିଶ୍ଚୟ କୌଣସି ଫିଲ୍ମ କି ଟିଭି ଧାରାବାହିକରେ ଦେଖିଥିବେ । ଆଉ ମଧ୍ୟ କୌଣିସ ଗପ ଉପନ୍ୟାସରେ ପଢ଼ିଥିବେ। କିନ୍ତୁ ବାସ୍ତବରେ ଏମିତି କଥା…
ଭୁବନେଶ୍ୱର: ଅବହେଳା କଲେ କରୋନା ସଂକ୍ରମଣ ବଢ଼ିବ। ସେପ୍ଟେମ୍ବର ୨୫ ପରଠାରୁ ରାଜ୍ୟରେ ସଂକ୍ରମଣ ହାର କମିବା ଆରମ୍ଭ କରିଛି। ଏଭଳି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ସେପ୍ଟେମ୍ୱର ୧୧ ତାରିଖରୁ ୨୫ ତାରିଖ ମଧ୍ୟରେ ଦୈନିକ ପାଖାପାଖି ୪ହଜାର ୨୦୦ ସଂକ୍ରମିତ ହେଉଥିଲେ, ହେଲେ ୨୫ତାରିଖ ପରଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାରରୁ ୨୫୦୦ ଭିତରେ ରହିଛି ରାଜ୍ୟରେ ଟେଷ୍ଟିଂ କମିନି, ହେଲେ ବର୍ଷା ଦିନ ହୋଇଥିବାରୁ ସାମ୍ପଲ ସଂଗ୍ରହ ସାମାନ୍ୟ […]