ଢେଙ୍କାନାଳ : ସ୍ତ୍ରୀକୁ ହାଣି ହତ୍ୟା ପରେ ସ୍ୱାମୀର ଅାତ୍ମହତ୍ୟା। ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଖାଲପାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକମାନେ ହେଲେ ସୁଧାକର ବାଡ଼ିଆ ଓ ସିଲି ବାଡ଼ିଆ। ଅାଜି ଦିନ ୧୧ଟା ବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷୀପ୍ତ ହୋଇ ସୁଧାକର ଏକ ଟାଙ୍ଗିଆରେ ସ୍ତ୍ରୀ ସିଲିକୁ ହାଣି ହତ୍ୟା କରିଥିଲା। ପରେ ଫାଶୀ ଲଗେଇ ସୁଧାକର ଅାତ୍ମହତ୍ୟା କରିଥିବା ଜଣାପଡିଛି। ପାରିବାରିକ କଳହକୁ ନେଇ ହତ୍ୟା […]
ଭୁବନେଶ୍ୱର: ରାଜଭବନ ପାଖ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ DNA ଟେଷ୍ଟ ପାଇଁ ଭୁବନେଶ୍ୱରରେ ସୀମାଞ୍ଚଳଙ୍କ ପରିବାର ପହଞ୍ଚିଛନ୍ତି। ନିଖୋଜ ସୀମାଞ୍ଚଳଙ୍କ ବାପା, ମାଆ ଓ ଭାଇ କ୍ୟାପିଟାଲ ହସ୍ପିଟାଲକୁ ଏହି ଟେଷ୍ଟ ପାଇଁ ଯାଇଛନ୍ତି। ସୀମାଞ୍ଚଳଙ୍କ ବାପା ବିସ୍ଫୋରଣ ପାଇଁ ଦାୟୀ କିଏ ସେ ନେଇ ପ୍ରଶ୍ନ କରିଛନ୍ତି। ବିସ୍ଫୋରଣ କାହାର ଭୁଲ ପାଇଁ ହେଲା ଏବଂ ଏଥିପାଇଁ କିଏ ଦାୟୀ ସ୍ପଷ୍ଟ ହେଉ ବୋଲି ସେ କହିଛନ୍ତି। ଏହା ସହ ପୁଅ ନିଖୋଜ ନେଇ […]
ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବା କଥାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟୀକରଣ ଦେଇଛନ୍ତି। ଗାର୍ଡ ଅଫ୍ ଅନର ପାଇଁ ପ୍ରସ୍ତୁତି ସରିଥିଲା, କିନ୍ତୁ ସଂଧ୍ୟା ଯୋଗୁଁ ଦିଆଯାଇପାରିଲା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଭିଯୋଗ ଆଣିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ, ପରିବାରର ଇଚ୍ଛା ଏବଂ କୋଭିଡ଼ କଟକଣା ମାନି ସବୁକିଛି […]
ଭୁବନେଶ୍ୱର : ବାଜପେୟୀ ସିନା ଇହଧାମରେ ନାହାନ୍ତି, ହେଲେ ତାଙ୍କ ଅବର୍ତ୍ତମାନରେ ଓଡ଼ିଶା ସହ ଥିବା ତାଙ୍କର ସଂପର୍କ କିନ୍ତୁ ଅଭୂଲା ହୋଇ ରହିବ। ୧୯୯୯ ମହାବାତ୍ୟା ଭଳି ସଙ୍କଟ ବେଳ ହେଉ ଅବା ମେଣ୍ଟ ରାଜନୀତି, ସବୁଠି ବାଜପେୟୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଭୁବନେଶ୍ୱର ଏମ୍ସ ହେଉ କି ପାରାଦୀପରେ ଅାଇଓସିଏଲ୍ ନିର୍ମାଣ ବାଜପେୟୀ ଥିଲେ ତାର ମୁଖ୍ୟ ବିନ୍ଧାଣୀ। ଏମିତିକି ମେଣ୍ଟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ ଥିଲା ଅତ୍ୟନ୍ତ ଘନିଷ୍ଠ। […]
ପାଲଲହଡ଼ା: ପାଲଲହଡ଼ାର ବିଜେଡି ବିଧାୟକ ମହେଶ ସାହୁ, ବିଜେପି କର୍ମୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଦଳ ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ଗତ ମଙ୍ଗଳବାର ଦିନ ପାଲଲହଡ଼ାରେ ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିରକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ ବେଳେ ତାଙ୍କୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଆସି ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ଗାଡ଼ି ପଛରେ ବସିଥିବା ବିଧାୟକ ମହେଶ ସାହୁ ଅଙ୍ଗୁଳି […]
ଭୁବନେଶ୍ୱର: ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳରେ ପ୍ରବଳ ବର୍ଷିବ। ସେହିପରି କାଲି ୧୪ ଜିଲ୍ଲାକୁ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା:- ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖ ବେଳକୁ ଦାନାବାନ୍ଧି ପାରେ […]
ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାକୁ ନେଇ ତେଜୁଛି ବିବାଦ। ସରକାରଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ୨୭ ଦିନ ଧରି ପୁରୀରେ ଧାରଣା ପରେ ଜିଲ୍ଲା ପ୍ରଶାସନ ନଶୁଣିବାରୁ ଦଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି। ଏନେଇ ନବୀନଙ୍କୁ ସ୍ମାରକପତ୍ର ଦେବା ପାଇଁ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଗତକାଲି ପୁରୀରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ପୋଲିସ ସେମାନଙ୍କୁ ଆଜି ଉତ୍ତରା ଛକରେ ଅଟକାଇଥିଲା। […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ନେଇ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ(AAI)। AAIର ସୂଚନାନୁସାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ୧୯ ମିନିଟ୍ ଉଡ଼ାଣ କରିଥିଲା। ଅପରାହ୍ନ ୩ଟା ୪୨ରେ ଉଡ଼ାଣ ଆରମ୍ଭ କରି ୪ଟା ୦୧ରେ ଉଡ଼ାଣ ଶେଷ କରିଥିଲା। ୱାର୍ମ ଅପ୍ ଟାଇମ୍ ଛାଡ଼ି ୧୯ ମିନିଟ୍ ହେଲିକପ୍ଟର ଉଡ଼ାଣ କରିଥିଲା AAI ସ୍ପଷ୍ଟ କରିଛି। ସେହିପରି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ SOP ଅନୁଯାୟୀ, କେବଳ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ […]
ଭୁବନେଶ୍ୱର: ଘୋଷଣା ହୋଇଛି ପ୍ରଦେଶ କଂଗ୍ରେସ କମିଟିର ନୂଆ ଟିମ୍। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୋହର ପରେ ଏହି ଟିମ୍ ଘୋଷଣା ହୋଇଛିା କମିଟିରେ ଅଛନ୍ତି ୧୪ ଉପସଭାପତି, ଜଣେ କୋଷାଧ୍ୟକ୍ଷ। ଟିମ୍ରେ ୨୪ଜଣ ସାଧାରଣ ସଂପାଦକ ଓ ୯୯ ସଂପାଦକ ଅଛନ୍ତି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ୧୩ ଜଣ ମନୋନୀତ ହୋଇଥିବାବେଳେ କିଶୋର ପଟେଲ ହୋଇଛନ୍ତି ପିସିସି କୋଷାଧ୍ୟକ୍ଷ। ପିସିସି ଉପସଭାପତି ଭାବେ ଅନନ୍ତ ସେଠୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ, […]
ଭୁବନେଶ୍ୱର : ସାହସିକତା, ବିଶିଷ୍ଟ ଏବଂ ଉଲ୍ଲେଖନୀୟ ସେବା ପାଇଁ ଅାଜି ପ୍ରଦାନ କରାଯାଇଛି ପୁଲିସ୍ ମେଡାଲ। ଜାନୁଅାରୀ ୨୬ରେ ଘୋଷଣା ହୋଇଥିବା ଏହି ପୁରସ୍କାର ଅାଜି ପ୍ରଦାନ କରାଯାଇଛି। ଜୟଦେବ ଭବନରେ ଅାୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅାରକ୍ଷୀ, ଅଗ୍ନିଶମ, ଜେଲ, ଗୃହରକ୍ଷୀ ଓ ସିଭିଲ୍ ଡିଫେନ୍ସର ବିଭିନ୍ନ ଶ୍ରେଣୀରେ ୨୬ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ସାହାସିକତା ପାଇଁ ପ୍ରଶଂସନୀୟ ସେବା ଏବଂ ଉତ୍କୃଷ୍ଟ ପୁଲିସ ଟ୍ରେନିଂ […]
ଭୁବନେଶ୍ୱର : ଅାୟୁଷ୍ମାନ ଭାରତ ବନାମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ନିର୍ବାଚନୀ ବର୍ଷରେ ଲୋକଙ୍କ ମନ ଜିତିବା ପାଇଁ ଯୋଜନା ଯୋଜନା ମଧ୍ୟରେ ଟକ୍କର। କେନ୍ଦ୍ର ସରକାରଙ୍କ ଅାୟୁଷ୍ମାନ ଭାରତ ଯୋଜନାକୁ ନା କହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅାରମ୍ଭ କରିଛନ୍ତି ରାଜ୍ୟ ସରକାର। ସ୍ୱାଧିନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଯୋଜନାର ଘୋଷଣା କରିବା ସହ କ୍ୟାପିଟାଲ ହସ୍ପିଟାଲରେ ଏହାର ହେଲ୍ପଡେସ୍କ ଓ ଲୋଗୋ ଉନ୍ମୋଚନ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର […]
ଭୁବନେଶ୍ୱର : ଟିଟିଲାଗଡ଼-ରାୟଗଡ଼ା ଓ ରାୟଗଡ଼ା-କୋରାପୁଟ ରେଲୱେ ସେକ୍ସନ ମଧ୍ୟରେ ଟ୍ରାକ୍ ଓ ବ୍ରିଜ୍ ଧୋଇଯିବାରୁ ଏହି ରୁଟ୍ରେ ବହୁ ଟ୍ରେନ୍ ବାତିଲ ହୋଇଥିବାବେଳେ ଅନେକ ଟ୍ରେନ୍ର ଗତିପଥ ବଦଳାଯାଇଛି। ରେଳ ବିଭାଗର ସୂଚନା ଅନୁସାରେ ସମ୍ବଲପୁର-କୋରାପୁଟ ପାସେଞ୍ଜର, ଜୁନାଗଡ଼ା-ଲାଞ୍ଜିଗଡ଼ ପାସେଞ୍ଜର ଓ ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର ଟ୍ରେନ୍ ବାତିଲ ହୋଇଛି। ସମ୍ବଲପୁର-କୋରାପୁଟ ମଧ୍ୟରେ ଚଳାଚଳ କରୁଥିବା ଉଭୟ ଟ୍ରେନ୍ ବାତିଲ ହୋଇଛି। ସେହିପରି ସମ୍ବଲପୁର-ଜୁନାଗଡ଼ ଓ ବିଶାଖାପାଟଣା-କୋବ୍ରା ଏକ୍ସପ୍ରେସ୍ ଉଭୟ ପଟୁ ବାତିଲ କରାଯାଇଛି। ଧାନବାଦ-ଅାଲେପି […]
ନୂଆପଡ଼ା: ତିନି ପଟେ ପାଣି ,ମଝିରେ ଗାଁ। ଅନେକ ଘରେ ପାଣି ପଶିଯାଇଛି। ନୂଆପଡ଼ା ଜିଲ୍ଲା ନିର୍ମାଣାଧିନ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସମ୍ପୂର୍ଣ୍ଣ ବୁଡ଼ିଯାଇଛି କାଲିମାଟି ଗାଁ । ଗାଁର ବିସ୍ଥାପିତ ଲୋକଙ୍କୁ ଏ ଯାଏଁ ମିଳିନି କ୍ଷତିପୂରଣ, ଏଣେ ଲୋକେ ଗାଁ ଛାଡ଼ିପାରୁନାହାଁନ୍ତି କି ରହି ବି ପାରୁନାହାଁନ୍ତି। ଗାଁ ଛାଡିଲେ କ୍ଷତିପୂରଣ ମିଳିବ ନାହିଁ ବୋଲ ଭୟ ରହିଛି। ତେଣୁ କାଲିମାଟି ଗାଁଠାରୁ କିଛି ଦୂରରେ ଏକ ନୂତନ ଗାଁ ତିଆରି କରି […]
ବାଲେଶ୍ୱର : ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଚକୁଳିଅା ଗାଁରେ ଘଟିଛି ଏହି ଘଟଣା। ଗାଁର ଦୁଇ ଛାତ୍ରୀ ରାଇମଣି ବିନ୍ଧାଣୀ ଓ ବର୍ଜୁ ମୁର୍ମୁ ସ୍କୁଲରୁ ଫେରି ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଜଣକ ଗୋଡ ଖସିଯିବାରୁ ଅନ୍ୟ ଜଣକ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ତେବେ ଦୁଇ ଜଣ ପୋଖରୀରେ ବୁଡି ଯାଇଥିଲେ। ପାଖରେ ଥିବା ଜଣେ ମହିଳା ଏହା […]
ପୁରୀ : ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ନୀଳକନ୍ଦରକୁ ବାହୁଡ଼ିବେ ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ତେଣୁ ଆଜି ଆଡ଼ପ ମଣ୍ଡପରେ ତିନିଠାକୁର ଭକ୍ତଙ୍କୁ ସାନ୍ଧ୍ୟ ଦର୍ଶନ ଦେଉଛନ୍ତି। ଯଜ୍ଞବେଦୀରେ ତିନି ଠାକୁରଙ୍କ ଶେଷ ଦର୍ଶନ ପାଇଁ…
ଲକ୍ଷ୍ମୀପୁର : ପ୍ରବଳ ବର୍ଷାରେ ରେଳ ଧାରଣା ଉପରକୁ ଖସିଲା ମାଟି ଅତଡା। ଲକ୍ଷ୍ମୀପୁର ତୟାପୁଟ ନିକଟରେ ପାହାଡ଼ ମାଟି ଅତଡ଼ା ଧସି ରେଳ ଧାରଣା ଉପରେ ପଡିବାରୁ ରାୟଗଡ଼ା-କୋରାପୁଟ ରୁଟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା। ବିଭିନ୍ନ ସ୍ଥାନରେ ଟ୍ରେନ୍ ଅଟକି ରହିଥିଲା। ୩ ଘଣ୍ଟା ଧରି ଲକ୍ଷ୍ମୀପୁର ଷ୍ଟେସନରେ ଅଟକି ରହିବା ପରେ ରାଉରକେଲା-କୋରାପୁଟ ଏକ୍ସପ୍ରେସ୍ ଛାଡିଛି। ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ୍ ୨ ଲକ୍ଷ ୩୮ ହଜାର ୫୩୫ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧିକ ୪୫୭, କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୁଳ- ୧୮୨, କେନ୍ଦ୍ରାପଡ଼ା- ୧୫୦, ନୂଆପଡ଼ାରୁ ୧୪୨, ସୁନ୍ଦରଗଡ଼- ୧୦୬, ବାଲେଶ୍ୱର- ୯୪, ଯାଜପୁର- ୯୧, ଷ୍ଟେଟ୍ ପୁଲ୍- ୮୪ […]
ପୁରୀ: ଆଜି ବାହୁଡ଼ିବେ ମହାବାହୁ। ସାଙ୍ଗରେ ଭାଇ, ଭଉଣୀଙ୍କୁ ଧରି ଲେଉଟିବେ ଶ୍ରୀମନ୍ଦିର। ମହାପ୍ରଭୁଙ୍କୁ ରଥ ଉପରେ ଦେଖିବା ପାଇଁ ବଡଦାଣ୍ଡରେ ଜମିଗଲାଣି ଭକ୍ତଙ୍କ ଭିଡ଼। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ସକାଳୁ ସକାଳୁ ଗୁଣ୍ଡିଚା…
ପୁରୀ : ଚାଲିଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ତିନି ରଥ। ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି । ଭକ୍ତଙ୍କ ହରିବୋଲ ହୁଳହୁଳି , ଜୟ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ। ଭକ୍ତି ଓ ଆନନ୍ଦର ସହ ଆଜି ଅନୁଷ୍ଠିତ…
ପୁରୀ : ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଲେ ଶ୍ରୀଜିଉ। ସିଂହଦ୍ୱାରରେ ଲାଗିଲା ତିନି ରଥ। ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ଶନିବାର ତିନି ରଥରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶରଧାବାଲିରୁ ସିଂହଦ୍ୱାର। ଲକ୍ଷ…
ପୁରୀ: ଆଜି ଶ୍ରୀଜିଉଙ୍କ ସୁନା ବେଶ। ବାହୁଡାଯାତ୍ରାରେ ଆସି ବଡ଼ଦାଣ୍ଡରେ ଅଟକିଛନ୍ତି ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ଅପରାହ୍ଣ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାତି ପ୍ରାୟ ୮ଟାରେ ସନ୍ଧ୍ୟା ଧୂପ ଓ ରାତି ୧୨ଟା…
ନବରଙ୍ଗପୁର: ସ୍ୱାଧୀନତା ଦିବସ ପରେଡରେ ବର୍ଷା ସାଜିଲା ବାଧକ। ଏଥିପାଇଁ ଆଣ୍ଠିଏ ଉଚ୍ଚର ପାଣିରେ ପରେଡ କଲେ ପୋଲିସ କର୍ମୀ। ନବରଙ୍ଗପୁର ସହରର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରେଡ ଉତ୍ସବରେ ଦୁଇ ଫୁଟ ଉଚ୍ଚର ପାଣି ଜମିଥିଲା। ଫଳରେ ବାଧ୍ୟ ହୋଇ ସେହି ପାଣିରେ ହିଁ ପରେଡ କରିଥିଲେ ପୁଲିସ କର୍ମୀ। ପୁଲିସ କର୍ମୀଙ୍କ ସହ ପରେଡରେ ସାମିଲ ହୋଇଥିବା ଅନ୍ୟାନ୍ୟ କଣ୍ଟିଜେଣ୍ଟ ମଧ୍ୟ ନାନା ହନ୍ତସନ୍ତ ହୋଇଥିଲେ। ପୁଲିସ ବ୍ୟାଣ୍ଡ ସହ ସମସ୍ତ ଦଳ […]
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ। ହଁ, ଆସୁଛି ରଜ। ଓଡ଼ିଆମାନଙ୍କର ସବୁଠୁ ବଡ଼ ଗଣ ପର୍ବ। ଓଡ଼ିଆ ପରମ୍ପରାର ଝଲକ୍ ରଜରେ ଦେଖିବାକୁ ମିଳେ। ୩ ଦିନ ଧରି…
କୋରାପୁଟ : କୋରାପୁଟ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା। ବୋରିଗୁମା ନିକଟରେ ଏକ ଟ୍ରାକ୍ଟର ପାଣିରେ ଭାସି ଯାଇଛି। ରାସ୍ତା ଉପରେ ବନ୍ୟାପାଣି ଚାଲୁଥିବାବେଳେ ଟ୍ରାକ୍ଟର ଡ୍ରାଇଭର ଗାଡ଼ିକୁ ନେଇ ଅାସୁଥିଲା। ଏହି ସମୟରେ ଟ୍ରାକ୍ଟର ସମେତ ଡ୍ରାଇଭର ଏବଂ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଭାସି ଯାଇଥିଲେ। ଟ୍ରାକ୍ଟର ପାଣିରେ ବୁଡିଯାଇଥିବାବେଳେ ଦୁଇ ଜଣ ପହଁରି କୂଳକୁ ଅାସିଥିଲେ। ଏହାସହ କୋରାପୁଟ, କୋଟପାଡ ବ୍ଲକରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। କୋଟପାଡ ବ୍ଲକ୍ର ବାଣୁଅାଗୁଡା, […]
କଟକ: କଟକ ସହର ଉପକଣ୍ଠରେ କରୋନା ରୋଗୀଙ୍କ ଶବଦାହ ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ସତୀଚୌରା ଶ୍ମଶାନକୁ ବ୍ୟାପକ ଆଲୋକୀକରଣ ଓ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାଳିଆବୁଦା ଶ୍ମଶାନକୁ ମଧ୍ୟ ଆଲୋକୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ଏଭଳି ପଦକ୍ଷେପ ନେବା ଲାଗି କୁହାଯାଇଛି। ଅନ୍ୟ କୌଣସି ଠାରେ ଶବଦାହ ନେଇ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭୁବନେଶ୍ୱରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ […]