Advertisment

Baba Ramdev Controversey: ଘୋଡ଼ାକୁ ଟକ୍କର ଦେଇ ଦୌଡ଼ିଲେ ରାମଦେବ, ଏମିତି ପ୍ରତିକ୍ରିୟା ଦେଲେ ବ୍ରାୟାନ ଜନ୍‌ସନ୍

ରାମଦେବ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବେଳେ ଆମେରିକାର ବ୍ୟବସାୟୀ ତଥା ବାୟୋହ୍ୟାକର ବ୍ରାୟାନ ଜନସନ ଏହାକୁ ଖାରଜ କରି ଦେଇଥିଲେ। ଏହା ସହିତ ଭାରତରେ ରହିଥିବା ପ୍ରଦୂଷିତ ବାୟୁର ସମସ୍ୟା ଉପରେ ଲେଖିଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
ramdev

ramdev

ପତଞ୍ଜଳିର ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ ଘୋଡ଼ାକୁ ଟକ୍କର ଦେଇ ଦୌଡ଼ିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପତଞ୍ଜଳି ବ୍ରାଣ୍ଡର ଶିଳାଜିତର ବିଜ୍ଞାପନ ଶୁଟିଂ ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା। ରାମଦେବ ନିଜ କମ୍ପାନୀର ସ୍ବର୍ଣ୍ଣ ଶିଳାଜିତ ଓ ଇମ୍ୟୁନୋଗ୍ରିଟ ଗୋଲ୍ଡର ପ୍ରଚାର କରୁଥିଲେ। ଏହି ଦୁଇ ଉତ୍ପାଦ ଦ୍ବାରା ବୟସ ବଢି ନ ଥାଏ ଓ ଜଣେ ବ୍ୟକ୍ତି ଘୋଡ଼ା ପରି ଫୂର୍ତ୍ତି ହୋଇଥାନ୍ତି ବୋଲି ରାମଦେବ ଲେଖିଥିଲେ।

Advertisment

ରାମଦେବ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବେଳେ ଆମେରିକାର ବ୍ୟବସାୟୀ ତଥା ବାୟୋହ୍ୟାକର ବ୍ରାୟାନ ଜନସନ ଏହାକୁ ଖାରଜ କରି ଦେଇଥିଲେ। ଏହା ସହିତ ଭାରତରେ ରହିଥିବା ପ୍ରଦୂଷିତ ବାୟୁର ସମସ୍ୟା ଉପରେ ଲେଖିଥିଲେ। ମଙ୍ଗଳବାର ରାମଦେବ ଏହି ଭିଡିଓ ଶେୟାର କରିଥିଲେ। ଏହା ଉପରେ କମେଣ୍ଟ କରିବା ସହ ବ୍ରାୟାନ ଲେଖିଥିଲେ ଏଭଳି ଦାବି ସମ୍ପୂର୍ଣ୍ଣ ଭ୍ରମାତ୍ମକ।

ଅଧିକ ପଢ଼ନ୍ତୁ : ଜାତୀୟ ରାଜପଥ ନିର୍ମାଣ ହେଲେ ବିଦେଶୀ ପକ୍ଷୀଙ୍କ ଭୂ-ସ୍ୱର୍ଗ ଚିଲିକା ଉପରେ ପଡ଼ିବ କି ଚଡ଼କ ?

Advertisment

ଉଲ୍ଲେଖଯୋଗ୍ୟ ଯ, ନିଜେ ବ୍ରାୟାନ ବୟସ କମ କରିବା ଟେକ୍ନୋଲୋଜି ଉପରେ କାମ କରୁଛନ୍ତି। ଏହି ପ୍ରୋଜେକ୍ଟର ନାମ ରହିଛି ବ୍ଲୁ ପ୍ରିଣ୍ଟ। ସେ ରାମଦେବଙ୍କୁ ଏକ୍ସପୋଜ କରିବାକୁ ଯାଇ ଲେଖିଥିଲେ ହରିଦ୍ବାରରେ ବାୟୁର କ୍ବାଲିଟି ଅତ୍ୟନ୍ତ ଖରାପ। ଦୈନିକ ୧.୬ ଖଣ୍ଡ ସିଗାରେଟ ଟାଣିବା ଦ୍ବାରା ଯେତିକି କ୍ଷତି ହୋଇଥାଏ ହରିଦ୍ବାର ବାୟୁରେ ନିଶ୍ବାସ ନେବା ଦ୍ବାରା ସେତିକ କ୍ଷତି ହୋଇଥାଏ ବୋଲି ଲେଖିଛନ୍ତି ବ୍ରାୟାନ।

ଏହା ପରେ ରାମଦେବ ପ୍ରଥମେ ବ୍ରାୟାନଙ୍କ କମେଣ୍ଟକୁ ଡିଲିଟ କରିଥିଲେ। ପରେ ବ୍ରାୟାନଙ୍କୁ ସେ ବ୍ଲକ କରିଥିବା ନେଇ ବ୍ରାୟାନ ଅଭିଯୋଗ ମଧ୍ୟ ଆଣିଥିଲେ। ନିକଟରେ ନିଖିଲ କାମାଥଙ୍କ ସହିତ ଏକ ପଡକାଷ୍ଟରେ ଆଲୋଚନା ଅଧାରୁ ଉଠି ଯାଇଥିଲେ। ସେଠାରେ ମଧ୍ୟ ସେ ବାୟୁ ପ୍ରଦୂଷଣର ଅଭିଯୋଗ ଆଣିଥିଲେ। ବ୍ରାୟାନ କହିଥିଲେ ବେଙ୍ଗାଲୁରୁରେ ବାୟୁର କ୍ବାଲିଟି ନିଶ୍ବାସ ନେବା ଯୋଗ୍ୟ ନ ଥିଲା। ସେ ସାଥୀରେ ଏକ ଏୟାର ପ୍ୟୁରିଫାୟର ଆଣିଥିଲେ। ତେବେ ଏହା କାମ ନ କରିବା ପରେ ସେ ପଡକାଷ୍ଟ ଅଧାରୁ ବନ୍ଦ ରଖିଥିଲେ।

ଅଧିକ ପଢ଼ନ୍ତୁ : 'ଶିକ୍ଷା ନାଁ ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ନିର୍ଯାତନା ଦେଉଛି କିଟ୍'

Baba Ramdev
Advertisment
Advertisment