ଭୁବନେଶ୍ୱର: ଲଗାତାର ୫୦ ଦିନ ଧରି ଲକ୍ଡାଉନ୍ ବି କାମ ଦେଲାନି । ଏବେ ଅନଲକ୍ ମୁହାଁ ହୋଇଥିଲେ ବି ରାଜ୍ୟରେ ନା ଦୈନିକ ସଂକ୍ରମଣରେ ସୁଧାର ଆସୁଛି, ନା ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁଛି । ଜୁନ୍ ଶେଷ ସପ୍ତାହରୁ…
ଭୁବନେଶ୍ୱର: ରାଜ୍ୟରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ SRCଙ୍କ ଚିଠି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ଦୁଷ୍ଟିରୁ ସଜାଗ ରହିବାକୁ କୁହାୟାଇଛି। ବର୍ଷା ସହ ୪୫ରୁ ୫୫ କିଲୋମିଟର ବେଗରେ […]
A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims
ଭୁବନେଶ୍ୱର: ସମନ୍ୱୟ ଅଭାବରୁ ଲୁଟ୍ ହୋଇଛି। ପଟିଆ ଷ୍ଟେସନ୍ ରାସ୍ତାର ପିଏନବି ATMରୁ ଲୁଟ୍ ଘଟଣାରେ ପ୍ରତିକ୍ରିୟା ରଖିଛି କମିଶନରେଟ୍ ପୋଲିସ୍। କମିଶନରେଟ୍ ପୋଲିସ୍ ଜୋନ୍-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ୍ କହିଛନ୍ତି ଯେ ବ୍ୟାଙ୍କ, ମେଣ୍ଟେନାନ୍ସ ଓ ଟଙ୍କା ରଖୁଥିବା ସଂସ୍ଥା ମଧ୍ୟରେ ସମନ୍ୱୟ ନଥିଲା। ୯ ତାରିଖ ରାତିରୁ ଏଟିଏମ୍ ବନ୍ଦ ଥିଲା, ସୁରକ୍ଷା ବ୍ୟବସ୍ଥା କିଛି ବି ନଥିଲା। ବୈଷୟିକ ଜ୍ଞାନ ଥିବା ଏକ୍ସପର୍ଟଙ୍କର ସଂପୃକ୍ତି ଥିବା ଜଣାପଡୁଛି। ଲୁଟ୍ରେ ବାହାର ରାଜ୍ୟର […]
ବ୍ରହ୍ମପୁର: ପାଣି ଭାବି ଡିଜେଲ ପିଇଦେଲା ୫ ବର୍ଷର ଶିଶୁ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ କାଳିଆଘାଇ ଗାଁରେ ଜଣେ ଶିଶୁ ପାଣି ଭାବି ଡିଜେଲ ପିଇ ଦେବା ଫଳରେ ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ଅରୁଣ କୁମାର ରେଡ୍ଡି। ଅରୁଣ ଅଜାଙ୍କ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ସନ୍ଧ୍ୟାରେ ସେ ପାଣି ଭାବି ଘରେ ରଖାଯାଇଥିବା ଡିଜେଲ୍ ପିଇ ଦେଇଥିଲେ। କିଛି ସମୟ ପରେ ତାଙ୍କୁ ବାନ୍ତି ହୋଇଥିଲା। ତାଙ୍କୁ ପ୍ରଥମେ […]
ଭୁବନେଶ୍ୱର: ଭଡ଼ାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର। ପଟିଆ ସ୍ଥିତ ଶ୍ରୀବିହାର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଜଣେ ଡାକ୍ତରାଣୀଙ୍କ ମୃତଦେହକୁ ସନ୍ଦେହଜନକ ଭାବେ ପୁଲିସ୍ ଆଜି ଉଦ୍ଧାର କରିଛି। ସେ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ମନସ୍ୱିନୀ ବାରିକ। ସୂଚନା ଅନୁସାରେ, ଘର ଭିତରୁ କବାଟ ଭାଙ୍ଗି ତାଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ମୁର୍ମୂଷ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମନସ୍ୱିନୀଙ୍କ ଘର ପଶ୍ଚିମ […]
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୪୨ କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୧୫କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ- ୩୬୬, ମୟୂରଭଞ୍ଜ- ୩୬୨, ଅନୁଗୁଳ- ୨୮୮, ଷ୍ଟେଟ୍ ପୁଲ୍- ୨୨୫, ଯାଜପୁର- ୧୫୫, କେନ୍ଦ୍ରାପଡ଼ା-୧୩୧, ବରଗଡ଼- […]
ପୁରୀ: ପୁରୀ ବେଳାଭୂମିର ଗୋଟିଏ ଅଂଶକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଛି। ଡେନମାର୍କର ଫାଉଣ୍ଡେସନ ଫର୍ ଏନଭାରନମେଣ୍ଟାଲ ଏଜୁକେସନ- (FEE) ପକ୍ଷରୁ ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ହୋଟେଲ ଯାଏ ୮୬୦ ମିଟର ଲମ୍ବର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦିଆଯାଇଛି। ଫଳରେ ଏଠାରେ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ ସୁବିଧା ମିଳିପାରିବ। ବିଶେଷ କରି ବାଥିଂ ଜୋନ, ସୁରକ୍ଷିତ ସ୍ଥାନ, ଟଏଲଟ ବ୍ୟବସ୍ଥା ସହ ସନ୍ତୁଳିତ ପରିବେଶ, ଚେଞ୍ଜିଂ ରୁମ୍, ପରିଷ୍କାର ପରିଛନ୍ନ ସମୁଦ୍ର […]
ଭୁବନେଶ୍ୱର: ସାଂସଦ ଅପରାଜିତାଙ୍କ ନାଁରେ ପୁଣି ଅଭିଯୋଗ। ତାଙ୍କ ନାଁରେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଖୋର୍ଦ୍ଧା ବୋଲଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବିଜେପି ମିଶ୍ରଣ ପର୍ବରେ ସାଂସଦ ଗାଇଡ ଲାଇନ୍ ମାନି ନାହାନ୍ତି। ବେଗୁନିଆର ପାଟପୁରରେ ମିଶ୍ରଣ ପର୍ବ ବେଳେ ଗାଇଡ୍ ଲାଇନ୍ ଭାଙ୍ଗିଛନ୍ତି। ସାଂସଦ ଉପସ୍ଥିତ ଥିବା ମିଶ୍ରଣ ପର୍ବରେ ଶହ ଶହ ଲୋକ ମାସ୍କ ପିନ୍ଧି ନଥିଲେ। ଏନେଇ ରାଇମୋହନ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ […]
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା। ରସୁଲଗଡ଼ ସ୍ଥିତ ଏକ ମଲ୍ ନିକଟରୁ ଜଣେ ଯୁବତୀଙ୍କ ଠାରୁ ହୋଇଛି ଛିନ୍ତାଇ। ବାଇକ୍ରେ ଆସି ପର୍ସ ଓ ମୋବାଇଲ୍ ଝାମ୍ପିନେଇ ଚମ୍ପଟ ମାରିଛନ୍ତି ୨ ଦୁର୍ବୃତ୍ତ। ଏନେଇ ଲୁଟର ଶିକାର ହୋଇଥିବା ଯୁବତୀ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୁଇ ଦୁର୍ବୃତ୍ତ ଚୋରି ପାଇଁ ବ୍ୟବହାର କରିଥିବା ଗାଡ଼ିରେ ନମ୍ବର ପ୍ଲେଟ ନଥିଲା। ସେମାନେ ଲୁଟ ପରେ ରଙ୍ଗ୍ ରୁଟରେ ପଳାଇଥିବା ଏତଲାରେ ଲୁଟର ଶିକାର ଯୁବତୀ […]
ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଜଣେ ଆଇଟିବିପି ଯବାନ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଯବାନ ହେଉଛନ୍ତି ଆଇଟିବିପିରେ ଚାକିରି କରିଥିବା ରଞ୍ଜନ ଓଝା। ସେ ଅରୁଣାଚଳ ପ୍ରଦେଶରେ ଅବସ୍ଥାପିତ ଥିଲେ। ଛୁଟି ନେଇ ସେ ଘରକୁ ଆସିଥିବା ଜଣାପଡ଼ିଛି। ଘଟଣା ଅନୁସାରେ କୌଣସି କାରଣରୁ ଘରୋଇ କଥାକୁ ନେଇ ପରିବାର ଏବଂ ଯବାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ଉଗ୍ରରୂପ ନେବାରୁ ଅଭିଯୁକ୍ତ ଯବାନ ପୁଅ ବାପାକୁ ଏକ ଭୁଜାଲିରେ ଆକ୍ରମଣ […]
ଭୁବନେଶ୍ୱର: ମାଲକାନଗିରି କଥା ଶୁଣି ଯାହା ଶଙ୍କା ଥିଲା, ସେୟା ହେଲା । ଭୁବନେଶ୍ୱର-କଟକରେ ବି ଶହେ ଟପିଗଲା ପେଟ୍ରୋଲ୍ । ମହଙ୍ଗା ମାଡ଼ରେ ଜନତା ଆକ୍ତାମାକ୍ତା ହେଉଥିବା ବେଳେ କ୍ରମାଗତ ତୈଳ ଦର ବୃଦ୍ଧି ସିଧା ସେମାନଙ୍କ ପକେଟ୍କୁ ମାଡ଼…
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପୁଣି ସୁନା ଚୋରାଚାଲାଣ ଧରାପଡ଼ିଛି। ୬୯୦ ଗ୍ରାମରୁ ଅଧିକ ଓଜନର ସୁନାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଜବତ କରିଛନ୍ତି। କ୍ୱାଲାଲାମ୍ପୁରରୁ ଆସିଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଠାରୁ ଏହି ସୁନା ଜବତ ହୋଇଥିବା ସୂଚନା ମିଳିଛି। ଏକ ଟ୍ରଲି ବ୍ୟାଗ୍ରେ ଆଲୁମିନିୟମ୍ ଲାଇନିଙ୍ଗ୍ରେ ସେ କ୍ୱାଲାଲାମ୍ପୁରରୁ ସୁନା ଲୁଚାଇ ଆଣୁଥିଲେ ବୋଲି କୁହାଯାଉଛି। ଚେନ୍ନାଇରୁ ଏୟାର ଏସିଆ ବିମାନ ଯୋଗେ ଆସିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସଂପୃକ୍ତ ବ୍ୟକ୍ତି ଜଣକ ଧରାପଡ଼ିଛନ୍ତି।
ଭୁବନେଶ୍ୱର: ଅବପାତ(ଡିପ୍ରେସନ୍)ର ରୂପ ନେଇଥିବା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ୱେଲ୍ମାର୍କଡ୍ ଲୋ-ପ୍ରେସର(ଲଘୁଚାପ) ଆସନ୍ତା କିଛି ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ(ଡିପ୍-ଡିପ୍ରେସନ୍) ପରିଣତ ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ବିଶାଖାପାଟଣାରୁ ୩୧୦ କି.ମି. ଦକ୍ଷିଣପୂର୍ବ ଦିଗରେ ରହିଛି। ଆଜି ମଧ୍ୟରାତ୍ରିରେ ଏହା ବିଶାଖାପାଟଣା ଓ ନର୍ସାପୁର ମଧ୍ୟରେ ଅତିକ୍ରମ କରିପାରେ। ଏବେ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି। ଏହାର ପ୍ରଭାବରେ ଓଡ଼ଶାର ଅଧିକାଂଶ ଜିଲ୍ଲାରେ […]