• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବଦଳାଇଲେ ନିଜ କଥା
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବଦଳାଇଲେ ନିଜ କଥା

ଭୁବନେଶ୍ୱର : ଚିଲିକା ଉପରେ ହେଲିକପ୍ଟର ଉଡାଣ ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ୟୁ-ଟର୍ଣ୍ଣ । ପୂର୍ବରୁ କହିଥିଲେ ହେଲିକପ୍ଟର ଉଡାଇବା ଦ୍ୱାରା ଜୈବ ବିବିଧତା ନଷ୍ଟ ହେବାର ସ୍କୋପ୍ ନାହିଁ । ଏହି ମନ୍ତବ୍ୟ ଦେବାର କିଛି ସମୟ ପରେ ପୁଣି ଗଣମାଧ୍ୟମକୁ ଡାକି ନିଜର ମତ ବଦଳାଇଛନ୍ତି । ସେ କହିଛନ୍ତି ଯେ, ଏହି ଚପର୍‌ଟି ଲୋ ଲାଇନରେ ଉଡିଥିଲା । ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ବନ୍ୟପ୍ରାଣୀ। ତେବେ କାହିଁକି ଏବଂ […]

  • Friday, 02 July 2021
ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା
ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ବାଲେଶ୍ୱର  : ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ବାଲେଶ୍ୱର ମିତ୍ରପୁର ମଛୁଅା ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଜଣେ ମହିଳା ଜଙ୍ଗଲକୁ ଯାଇଥିବା ବେଳେ ଶିଶୁ କନ୍ୟାଟି ତଳେ ପଡି କୁଆଁ କୁଆଁ ହୋଇ କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ଏହାପରେ ଶିଶୁଟିକୁ ଘରକୁ ଅାଣି ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଦେଇଥିଲେ। ସମ୍ପର୍କୀୟ ମହିଳାଙ୍କର କନ୍ୟା ସନ୍ତାନ ନଥିବାରୁ ସେ ଏହି ଶିଶୁଟିକୁ ପାଇ ବେଶ୍ ଖୁସି ହୋଇଯାଇଥିଲେ। ଏବେ ଉଦ୍ଧାର ଶିଶୁକୁ […]

  • Friday, 02 July 2021
election
ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଲେ ଲୋକେ ପଠାଇ ପାରିବେ ଭିଡିଓ

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ CEOଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ନିର୍ବାଚନ ଅଧତ୍କାରୀ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ପୋଷ୍ଟାଲ ବାଲାଟର ବହୁଳ ଉପଯୋଗିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୮୦ ବର୍ଷରୁ ଉର୍ଦ୍ଧ୍ୱ ଓ ଭିନ୍ନକ୍ଷମ ଭୋଟରଙ୍କୁ ଭେଟିବାକୁ ପରାମର୍ଶ ଦିଆଯାଇଛି। ୧୪ ତାରିଖ ସୁଦ୍ଧା ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭେଟିବାକୁ ପରାମର୍ଶ ଦିଆଯାଇଛି। ସର୍ଭିସ୍ ଭୋଟରମାନଙ୍କୁ ETPBS ସେବା ମାଧ୍ୟମରେ ଭୋଟ […]

  • Friday, 02 July 2021
ଗ୍ରାମବାସୀଙ୍କ ଆକ୍ରମଣରେ ୫ ପୁଲିସ୍‌ କର୍ମଚାରୀ ଆହତ
ଗ୍ରାମବାସୀଙ୍କ ଆକ୍ରମଣରେ ୫ ପୁଲିସ୍‌ କର୍ମଚାରୀ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଦନାରେ ଗ୍ରାମବାସୀ-ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ଗ୍ରାମବାସୀଙ୍କ ଆକ୍ରମଣରେ ୫ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି। ଗାଁଲୋକେ ପୁଲିସ୍‌ ଉପରେ ଆକ୍ରମଣ କରି ଆନନ୍ଦପୁର ଏସ୍‌ଡିପିଓଙ୍କ ଉପସ୍ଥିତିରେ ମଧ୍ୟ ଅଭିଯୁକ୍ତକୁ ଜୋରଜବରଦସ୍ତ ପୁଲିସ୍‌ ହାତରୁ ଛଡାଇନେଇଛନ୍ତି। ପୂର୍ବରୁ ସନା ସେନା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସ୍‌ ପଦନା ଗାଁକୁ ଯାଇଥିଲା। ଅଭିଯୁକ୍ତ ଜଣକ ବିଜେଡିର ଜଣେ ସମର୍ଥକ ଥିବା ଚର୍ଚ୍ଚା […]

  • Friday, 02 July 2021
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅାସି ହାତୀ ମୃତ
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅାସି ହାତୀ ମୃତ

ବଲାଙ୍ଗିର  : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅାସି ହାତୀ ମୃତ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉପରଝରା ଗାଁରେ। ୧୧ କେଭି ତାର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଅାସି ହାତୀ ମୃତ ହୋଇଥିବା ସୂଚନା ମିଳିଛି। ଅଞ୍ଚଳରେ ମକା ଚାଷ ହୋଇଥିଲା । ଯାହାକୁ ଖାଇବାକୁ ହାତୀ ଅାସିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଘଟଣା ପରେ ବନ ବିଭାଗକୁ ଖବର ଦିଅାଯାଇଛି ।

  • Friday, 02 July 2021
ଭିଜିଲାନ୍ସ ଜାଲରେ ଗୁଣପୁର ITDAର କନିଷ୍ଠ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ଗୁଣପୁର ITDAର କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଗୁଣୁପୁର ITDAର କନିଷ୍ଠ ଯନ୍ତ୍ରୀ ।  ଅାୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ଗଗନ ପତିଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ଗଗନଙ୍କ ୫ଟି ଠିକଣାରେ ଏକକାଳୀନ ଚଢ଼ଉ ହୋଇଛି । ବ୍ରହ୍ମପୁରର ତିନୋଟି ଘରେ ଯାଞ୍ଚ କରିଛି ଭିଜିଲାନ୍ସ । ଗଗନଙ୍କ ସିର୍ଦ୍ଧାଥ ନଗରର ତ୍ରିତାଳ ପ୍ରାସାଦ, ପୌତୃକ ଘର ଏବଂ ଶ୍ୱଶୂର ଘରେ ଛାନଭିନ୍ କରିଛି ଟିମ୍ । ସିର୍ଦ୍ଧାଥ ନଗରର ଘରୁ ଭିଜିଲାନ୍ସକୁ […]

  • Friday, 02 July 2021
rain
ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୱେଲ୍‌ମାର୍କଡ୍‌ରେ ପରିଣତ ହୋଇଛି। ପଶ୍ଚିମ, ପଶ୍ଚିମ-ଉତ୍ତର ଦିଗରେ ଗତି କରି ୧୨ ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ […]

ଇଞ୍ଜିନିୟରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ୍‌, ରଚା ଯାଇଥିଲା ଏମିତି ଷଡ଼ଯନ୍ତ୍ର

ଝାରସୁଗୁଡ଼ା: ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାସ ହୋଇଛି। ପ୍ରତିଶୋଧ ପରାୟଣ ହୋଇ ଏହି ଅପହରଣ କରାଯାଇଥିବା ନେଇ ପୋଲିସ୍‌ କହିଛି। ଏହି ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ ମାମଲା ଉପରୁ ପରଦା ହଟିଛି। ସୂଚନା ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ପିଅନ ଅଫିସ୍‌ରେ ନ ଜଣାଇ ଅନେକ ସମୟରେ ଅନୁପସ୍ଥିତ ରହୁଥିଲେ। ଏହି କାରଣରୁ ତାଙ୍କ ବିରୋଧରେ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ […]

  • Friday, 02 July 2021
ପୌର ସଂଶୋଧନ ବିଲ୍ ପାରିତ
ପୌର ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର: ଏଣିକି ମହାନଗର ନିଗରର ମେୟର, ମୁନସିପାଲଟି ଓ ଏନ୍ଏସିର ଅଧ୍ୟକ୍ଷ ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହେବେ। ସେମାନଙ୍କୁ ସାଧାରଣ ଭୋଟର ଭୋଟ ଦେଇ ସିଧାସଳଖ ଭାବେ ବାଛିବେ। ଏ ସଂପର୍କିତ ଆଇନ ବିଧାନସଭାରେ ଅନୁମୋଦନ ଲାଭ କରିଛି। ଗୃହରେ ପାରିତ ହୋଇଛି ଓଡ଼ିଶା ପୌର ସଂଶୋଧନ ବିଲ୍-୨୦୧୮ ଏବଂ ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍  ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଏହି ସଂଶୋଧନ ବିଲ୍ ପାରିତ ହୋଇଛି। ଏହି ଆଇନ ଅନୁସାରେ କୁଷ୍ଠରୋଗୀ ମଧ୍ୟ ପୌର […]

  • Friday, 02 July 2021
covid
 କରୋନା ଚିକିତ୍ସା ଓ ମୃତ୍ୟୁର ସମୀକ୍ଷା କରିବ ଜିଲ୍ଲା ସ୍ତରୀୟ କମିଟି

ଭୁବନେଶ୍ୱର: କରୋନା ଚିକିତ୍ସା ଓ ମୃତ୍ୟୁର ସମୀକ୍ଷା କରିବ ଜିଲ୍ଲା ସ୍ତରୀୟ କମିଟି। ଏହି କମିଟି ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ କୋଭିଡ୍ ଚିକିତ୍ସା କିଭଳି ଚାଲିଛି ତାହାର ଅଡିଟ୍ କରିବ। ଏହାସହ କରୋନା ଆକ୍ରାନ୍ତ/ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁର ମଧ୍ୟ ସମୀକ୍ଷା କରିବ ଏହି କମିଟି। ସମସ୍ତ ଜିଲ୍ଲାରେ ଏହି କମିଟି ଗଠନ ହେବ। ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲିଟି କମିଶନରଙ୍କ ଦ୍ୱାରା ଅଧିକୃତ ଜଣେ ଅଫିସର୍ ଏହି କମିଟିର ନେତୃତ୍ୱ ନେବେ। ଏଡିଏମ୍‌ଙ୍କ ଠାରୁ […]

  • Friday, 02 July 2021
ଗାଈକୁ ‘ସୁନ୍ଦରୀ’ ମାରିଥିବା ଅଭିଯୋଗ, ଗାଁରେ ଉତ୍ତେଜନା

ଅନୁଗୁଳ: ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଏକ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଅନୁଗୁଳ ଆଠମଲ୍ଲିକ ବନଖଣ୍ଡ ଲେହେଡ଼ି ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଈ ମାଲିକଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ବୋଲି ଆଠମଲ୍ଲିକ ଡିଏଫ୍ଓ ସମ୍ୟକ ସାମନ୍ତରାୟ ସୂଚନା ଦେଇଛନ୍ତି। ତେବେ ଗାଈ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

  • Friday, 02 July 2021
kulapati
କୋଭିଡ୍‌ ନିୟମ ଭାଙ୍ଗିଲେ କୁଳପତି ଏବଂ କୁଳସଚିବ

ବାରିପଦା: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଏବଂ କୁଳସଚିବଙ୍କ ନାଁରେ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। କୋଭିଡ ଆଇନ୍ ଉଲଂଘନ ଅଭିଯୋଗରେ ଜଣେ ଛାତ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୪ ଦିନ ଧରି ଛାତ୍ର ମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନାରେ ରିଆଡମିଶନ୍ ଫି ଛାଡ ଦାବିରେ ଅନଶନ କରିଥିଲେ। ଭିସି ଏବଂ ରେଜିଷ୍ଟର ଛାତ୍ରମାନଙ୍କ ପାଖକୁ ଯାଇ ବୁଝାସୁଝା କରିଥିଲେ। ତେବେ ଏହି ସମୟରେ ଉଭୟ ଭିସି ଓ ରେଜିଷ୍ଟର […]

  • Friday, 02 July 2021
କୋର୍ଟ ପରିସରରୁ ମାଓବାଦୀ ଚମ୍ପଟ୍ ମାରିବା ଘଟଣା: ୭ ପୁଲିସ୍ କର୍ମଚାରୀ ସସ୍‌ପେଣ୍ଡ୍‌
କୋର୍ଟ ପରିସରରୁ ମାଓବାଦୀ ଚମ୍ପଟ୍ ମାରିବା ଘଟଣା: ୭ ପୁଲିସ୍ କର୍ମଚାରୀ ସସ୍‌ପେଣ୍ଡ୍‌

ନୂଆପଡ଼ା: ନୂଆପଡ଼ା SDJM କୋର୍ଟ ପରିସରରୁ ସୁରକ୍ଷାକର୍ମୀଙ୍କୁ ଧକ୍କା ଦେଇ ଦୁର୍ଦ୍ଦାନ୍ତ ମାଓବାଦୀ ମନୋଜ ମାଡ଼କାମୀ ଚମ୍ପଟ୍ ମାରିବା ଘଟଣାରେ ୭ ଜଣ ପୁଲିସ୍‌ କର୍ମଚାରୀ ସସ୍‌ପେଣ୍ଡ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ଏଏସ୍‌ଆଇ ଅଛନ୍ତି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନୂଆପଡ଼ା ଏସ୍‌ପି ସେମାନଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ପୁଲିସ୍‌ କର୍ମଚାରୀମାନେ ହେଲେ ପଙ୍କଜ ତାଣ୍ଡି, ପୁଷ୍ପଲତା ସୁନାନି, ଭୋଳାନାଥ ମାଝୀ, ପାନ୍ତବାଇ ନାଏକ, ହରିଶଙ୍କର ଶବର, ଲକ୍ଷ୍ମଣ ଶବର ଓ ମଧୁସୂଦନ ମାଝୀ। ସୂଚନାଯୋଗ୍ୟ, ଗତକାଲି […]

  • Friday, 02 July 2021
covid-yodha
କରୋନା ବିଜୟୀ ହେଲେ ଦୁଇ କରୋନା ଯୋଦ୍ଧା

କୋଣାର୍କ (ସଞ୍ଜୟ ପତି): କରୋନା ଯୁଦ୍ଧ ଲଢ଼ି ବିଜୟୀ ହୋଇଛନ୍ତି କୋଭିଡ୍ ଯୋଦ୍ଧା।  କୋଣାର୍କ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଦୁଇ କରୋନା ଯୋଦ୍ଧାଙ୍କ ଆଗରେ ହାର୍ ମାନିଛି କରୋନା। ଏହି ଦୁଇ ବିଜୟୀ ହେଲେ କୋଣାର୍କ ଅଗ୍ନିଶମ ବିଭାଗର ଅଧିକାରୀ ଜ୍ୟୋତି ପ୍ରକାଶ ରଥ ଓ ଟ୍ରେନିଂ ଅଫିସର ତପନ କୁମାର ମହାନ୍ତି।  ଜ୍ୟୋତି ରଥଯାତ୍ରାରେ ଡ୍ୟୁଟିରେ ଯାଇଥିବାବେଳେ ଅନ୍ୟ ସହକର୍ମୀଙ୍କ ସହ ସେ କରୋନା ସଂକ୍ରମଣରେ ଅସୁସ୍ଥ ହୋଇପଡିଥିଲେ। ପରେ ଭୁବନେଶ୍ୱରର ଏକ ଘରୋଇ କୋଭିଡ […]

  • Friday, 02 July 2021
covid-patient
'ବାପାର ଟିକେ ଚିକିତ୍ସା କରିଥିଲେ, ଆମ ପରିବାର ଭାଙ୍ଗିନଥାନ୍ତା'

କଳାହାଣ୍ଡି(ରାଜ୍‌ କୁମାର ସିଂ ଦେଓ): କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ। କୋଭିଡ୍ ଚିହ୍ନଟ ହେବା ପରେ ବି ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲ୍‌ରୁ ସ୍ଥାନାନ୍ତର କରାଗଲାନି। ଏଭଳି ଅଭିଯୋଗ ଆସିଛି ଭବାନୀପାଟଣାରୁ। ଗତକାଲି କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ କଷାକେନ୍ଧୁ ଗାଁର ଜଣେ ମଧୁମେହ ରୋଗୀ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍ ସ୍ଥାନାନ୍ତର କରିବାକୁ ୪ ଘଣ୍ଟା ବିଳମ୍ବ କରିଥିବା ତାଙ୍କ […]

  • Friday, 02 July 2021
ବୈଜୟନ୍ତଙ୍କ ବିରୋଧରେ ତୃତୀୟ ମହଲାର ସାଙ୍ଘାତିକ ଷଡଯନ୍ତ୍ର
ବୈଜୟନ୍ତଙ୍କ ବିରୋଧରେ ତୃତୀୟ ମହଲାର ସାଙ୍ଘାତିକ ଷଡଯନ୍ତ୍ର

ଚିଲିକାରେ ସି ପ୍ଲେନ୍‌ ଅବତରଣ ମାମଲାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ଗତକାଲି ତାଙ୍କ ହେଲିକପ୍ଟରକୁ ପୁଲିସ ଜବତ କରିଥିବାରୁ ଏହାର ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ।

  • Friday, 02 July 2021
weather
ଡିପ୍ରେସନ୍‌ର ରୂପ ନେଲା ଲଘୁଚାପ

ଭୁବନେଶ୍ୱର: ଗତକାଲି ପୂର୍ବ କେନ୍ଦ୍ରୀୟ ଓ ଏହାର ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୱେଲ୍‌ମାର୍କଡ୍‌ରେ ପରିଣତ ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳ ୫ଟା ୩୦ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ(ଡିପ୍ରେସନ୍‌)ର ରୂପ ନେଇଛି। ଏହା ଆହୁରି ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତ(ଡିପ୍‌- ଡିପ୍ରେସନ୍‌)ର ରୂପ ନେବାର ସମ୍ଭାବନା ରହିଛି। ଏହା ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟନମ ଠାରୁ ୪୩୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ୧୨ ତାରିଖ ରାତି ସୁଦ୍ଧା ଏହା ଆନ୍ଧ୍ର ଉପକୂଳ […]

  • Friday, 02 July 2021
corona-test 11
ଦିନକରେ ୨,୫୪୬ ଆକ୍ରାନ୍ତ‌ ଚିହ୍ନଟ, ଓଡ଼ିଶାରେ ଅଢ଼େଇ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୫୪୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୫୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୦୪ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୦୪୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ରେ ପହଞ୍ଚିଛି।

  • Friday, 02 July 2021