ଖୋର୍ଦ୍ଧା : ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ଖୋର୍ଦ୍ଧା ବାଣପୁର ହସ୍ପିଟାଲରେ ଉତ୍ତେଜନା। ଅଭିଯୋଗ ଅନୁଯାୟୀ, ବିଦ୍ୟୁତ ଅାଘାତ କାରଣରୁ ଖୁଣ୍ଟପଲ୍ଲୀ ଗାଁର ଯୁବକ ସୁଶାନ୍ତ ସାହୁଙ୍କ ଚିକିତ୍ସା ନିମନ୍ତେ ବାଣପୁର ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ରୋଗୀଙ୍କ ମୃତ୍ୟୁ ହୋଇନି ବରଂ ସେ ବଞ୍ଚିଥିବା କହି ଅନ୍ୟ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର ପାଇଁ ଡାକ୍ତରଙ୍କୁ କହିଥିଲେ ପରିବାର ଲୋକେ। ହେଲେ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ଅନ୍ୟତ୍ର […]
ଭୁବନେଶ୍ୱର: ଆଇପିଏସ୍ ଅଫିସର ତଥା ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନାଁରେ ଫେସ୍ବୁକ୍ରେ ଫେକ୍ ଆକାଉଣ୍ଟ ଖୋଲା ଯାଇଛି। ଏନେଇ ଡିଆଇଜି ଅନୁପ ସାହୁ ଖୋଦ୍ ଏହି ସୂଚନା ଦେଇଛନ୍ତି। କେହି ଦୁର୍ବୃତ୍ତ ଫେସବୁକରେ ଏହି ଫେକ୍ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ଏହି ଆକାଉଣ୍ଟର ପ୍ରୋଫାଇଲରେ ୟୁନିଫର୍ମରେ ଥିବା ଅନୁପଙ୍କ ଫଟୋ ମଧ୍ୟ ଅପଲୋଡ୍ ହୋଇଥିବା ଦେଖିବାକୁ ମିଳିଛି। ଏହି ଆକାଉଣ୍ଟର ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ଆସିଲେ ଗ୍ରହଣ ନ କରିବାକୁ ଅନୁପ ସାହୁ ଅନୁରୋଧ […]
ଭୁବନେଶ୍ୱର: ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ସଦର ପାଇଁ ମାନସ କୁମାର ଦତ୍ତଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲ ପାଇଁ ରାଜକିଶୋର ବେହେରାଙ୍କୁ ବିଜେପି ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଛି। ଅକ୍ଟୋବର ୧୬ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଅକ୍ଟୋବର ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ […]
ଭୁବନେଶ୍ୱର : ARSS ସିନିୟର ଇଂଜିନିୟର ପ୍ରକାଶ ବେହେରାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହରିଦାସପୁର-କେନ୍ଦ୍ରାପଡ଼ା ରେଲୱେ ଲାଇନ ପ୍ରୋଜେକ୍ଟର ଲଳିତଗିରି ବାଜିପଟା ନିକଟରେ ସାଇଟରେ କାମ କରୁଥିବା ବେଳେ ଗୁରୁତର ଅାହତ ହୋଇ ପ୍ରଥମେ କେନ୍ଦ୍ରାପଡା, ପରେ ଏକ ଘରୋଇ ହସ୍ପିଟାଲକୁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଛି। ସାଇଟରେ କାମ କରୁଥିବାବେଳେ କାର-ଜେସିବି ସହ ଦୁର୍ଘଟଣାଗ୍ରସ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସାଇଟ ମ୍ୟାନେଜର କହିଛନ୍ତି। ସେପଟେ ପରିବାର ଲୋକେ ଏହାକୁ ବିଶ୍ୱାସ […]
ଭୁବନେଶ୍ୱର : କମିଶନରେଟ ପୁଲିସର କୁଇକ୍ ଅାକସନ ଟିମ୍ ପୁନର୍ଗଠିତ। କୁଇକ୍ ଅାକ୍ସନ ଟିମ୍ ଇନଚାର୍ଜ ହୋଇଛନ୍ତି ଶୁଭେନ୍ଦୁ ସାହୁ। କ୍ୟାପିଟାଲ ଥାନାର ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ ଶୁଭେନ୍ଦୁ। ତାଙ୍କୁ ସେଠାରୁ ତୁରନ୍ତ ବଦଳି କରାଯାଇଥିବା ଜଣାପଡିଛି। ବହୁ ପର୍ଯ୍ୟାଲୋଚନା ଓ ତର୍ଜମା ପରେ କୁଇକ ଅାକସନ ଟିମ୍ ଇନଚାର୍ଜ ଭାବେ ସେ ଦାୟିତ୍ୱ ତୁଲାଇବେ। ତାଙ୍କସହ ସେହି କ୍ୟୁଏଟି ଟିମ୍ରେ ମଙ୍ଗଳାବାଗ ଥାନା ASI ରମାକାନ୍ତ ପ୍ରଧାନ ମଧ୍ୟ ନିଯୁକ୍ତ ହୋଇଥିବା ଜଣାପଡିଛି। ଖୁବ୍ଶୀଘ୍ର […]
ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଜି ସକାଳ ୫ଟା ୩୦ରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା ରହିଛି। ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟଣାରୁ ୪୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଓଡ଼ିଶାର ୧୩ ଜିଲ୍ଲା ପାଇଁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ, କନ୍ଧମାଳ, ପୁରୀ, ନୟାଗଡ଼, […]
ଭୁବନେଶ୍ୱର : ସିସିଟିଭି ଫୁଟେଜରେ ଖଣ୍ଡଗିରି ଗୁଳିକାଣ୍ଡ ଘଟଣାର ଦୁଇ ମାଷ୍ଟର ମାଇଣ୍ଡ। ଗୁଳିକାଣ୍ଡ ପୂର୍ବରୁ ମିଳିଥିବା ଫୁଟେଜ୍କୁ ଅାଧାର କରି ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ। ଏହି ସିସିଟିଭି ଭିଡିଓରେ ଗୁଳିକାଣ୍ଡ ଘଟଣାର କିଛି ସମୟ ପୂର୍ବର ଦୃଶ୍ୟ ରହିଛି। ଘଟଣା ସ୍ଥଳରୁ ମାତ୍ର ୨୦ ମିଟର ଦୂରରେ ଦୁଇ ଅଭିଯୁକ୍ତଙ୍କୁ ସିସିଟିଭିରୁ ପୁଲିସ ଚିହ୍ନଟ କରିଛି। ସେପ୍ଟେମ୍ବର ୧୩ ତାରିଖ । ସମୟ ରାତି ୮ ଟା ୨୨। ଦୁଇ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ […]
ପୁରୀ: ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣାରେ ପାଣି ପାଇପ୍ ପକାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଛି। ଡିମିରିସେଣାର ଶରତ ଭୋଇ ଓ ସୁରିଆ ଭୋଇଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ତେଣ୍ଟା ମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଡିମିରିସେଣା ହରିଜନ ସାହିର ଶରତ ଭୋଇ ଗାଁ ଦାଣ୍ଡରୁ ପାନୀୟ ଜଳ ପାଇପ୍ ଲାଇନ୍ରୁ ନିଜ ଘରକୁ ପାଣି ପାଇପ୍ର ସଂଯୋଗ କରିଥିଲେ। ତାଙ୍କ ଘର ଠାରୁ […]
ଭୁବନେଶ୍ୱର: ସାଂସଦ ଅପରାଜିତାଙ୍କ ଅଫିସ ସିଲ୍ ହେବା ପରେ ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ସେ ଜନ ଶୁଣାଣି କରିଛନ୍ତି। ସେ କହିଛନ୍ତି, ଅଫିସ ସିଲ୍ ଯୋଗୁଁ ଆସନ୍ତା ୧୫ ଦିନ ବୁଲି ବୁଲି କାର୍ଯ୍ୟ କରାଯିବ। ମୋ ଭିତରେ କ୍ରୋଧ ନାହିଁ, କାହା ପ୍ରତି ନକାରାତ୍ମକ ଭାବନା ନାହିଁ। ବିକାଶ ପ୍ରକ୍ରିୟା ଜାରି ରହିଛି, ଆଗକୁ ତ୍ୱରାନ୍ୱିତ କରାଯିବ। ସେ ଆହୁରି କହିଛନ୍ତି ଯେ, କାର୍ଯ୍ୟାଳୟ ବନ୍ଦ ଥିବାରୁ ଏଣିକି ୩ଟି ସ୍ଥାନରେ କାର୍ଯ୍ୟକ୍ରମ […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଓଜେଇଇ ପରୀକ୍ଷା ଆରମ୍ଭ ହେଉଛି। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେ ଦିନକୁ ୩ଟି ସିଫ୍ଟରେ ଏହି ପରୀକ୍ଷା କରାଯିବ। କୋଭିଡ୍ କଟକଣାକୁ ମାନି ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଓଜେଇଇ ପାଇଁ ଓଡ଼ିଶାର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହାଛଡ଼ା ରାଜ୍ୟ ବାହାରେ ମଧ୍ୟ ୫ଟି ସେଣ୍ଟର କରାଯାଇଛି। ଏଥର ୮୦ ହଜାର ପିଲା ଓଜେଇଇ ପରୀକ୍ଷା […]
କନ୍ଧମାଳ : ପୁଲିସ ଏସଅାଇଙ୍କ ଧମକପୂର୍ଣ୍ଣ କଲ ପାଇବାପରେ ଭୟରେ ଜଣେ ବ୍ୟକ୍ତି ବିଷପିଇ ଅାତ୍ମହତ୍ୟା କରିଥିବା ଅଭିଯୋଗ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଅା ଥାନା ଅନ୍ତର୍ଗତ ସଖୀପଡ଼ା ଗ୍ରାମରୁ ଅାସିଛି ଏଭଳି ଅଭିଯୋଗ। ମୃତ ଉତ୍ସବ ନାୟକଙ୍କ ପୁଅ କହିବା ଅନୁସାରେ ତାଙ୍କ ବାପା ଓ ମାଅାଙ୍କ ମଧ୍ୟରେ କଳି ଲାଗିଥିଲା। ଏହାର ସମାଧାନ କରିବାକୁ ସେମାନେ କିଛି ଲୋକଙ୍କ ସହ ଫିରିଙ୍ଗିଅା ଥାନାକୁ ଯାଇଥିଲେ। ହେଲେ ସେଠାରେ କିଛି ସମାଧାନ ହୋଇନଥିଲା। ସେଠାରୁ ତାଙ୍କ ମାଅା […]
ଭୁବନେଶ୍ୱର : ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ। ୱାଇଲଡ୍ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଅା WII, ୱାଇଲଡ୍ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଓ NTCAର ଅଧିକାରୀମାନେ ସାତକୋଶିଅା ଅାସୁଛନ୍ତି। ଗୋଟିଏ ଘଟଣା ପାଇଁ ପ୍ରକଳ୍ପ ବନ୍ଦ ହେବ ନାହିଁ । ବାଘ ସଂରକ୍ଷଣ ଓ ସ୍ଥାନାନ୍ତରଣ ପ୍ରକଳ୍ପ ଜାରି ରହିବ। ସୁନ୍ଦରୀର ଗତିବିଧି, ଅାଚରଣ ଅନୁଧ୍ୟାନ କରି ପଦକ୍ଷେପ ନିଅାଯିବ। ସୁନ୍ଦରୀ ମନିଟରିଂ ୨ଟି ଟିମ୍ ଗଠନ କରାଯାଇଛି। ବର୍ତ୍ତମାନ ସୁନ୍ଦରୀ […]
ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ପୋଷ୍ଟର ଜରିଅାରେ ହମଲା କଲେ ବିଜେପି ଉପସଭାପତି ସମୀର ମହାନ୍ତି। ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ବିଜେଡି ନେତାଙ୍କ ପୋଷ୍ଟର ଦେଖାଇ ଏଭଳି ହମଲା କରିଛନ୍ତି। ଦୁର୍ନୀତି, ଭ୍ରଷ୍ଟାଚାରୀଙ୍କୁ ନବୀନ ଘଣ୍ଟ ଘୋଡ଼ାଉଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି। ଦୁର୍ନୀତିଗ୍ରସ୍ତଙ୍କୁ ବିଦା କରି ପରେ ସାମିଲ ନବୀନଙ୍କ ଯୋଜନାବଦ୍ଧ ରଣନୀତି ବୋଲି ଲୋକେ ଏହା ଜାଣି ଗଲେଣି ,କହିଛନ୍ତି […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୨୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୯ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୧୧ ରହିଛି। ସେହିପରି ଆଜି ୩୫୨ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। Update on newly detected #COVID19 cases in the last 24 hrs under the BMC area on 11th Oct 2020(till 9am). pic.twitter.com/afMUlGZGa9 […]
ଭୁବନେଶ୍ୱର: କରୋନାରେ ମୃତ୍ୟୁ ପରେ ମୃତକଙ୍କ ବ୍ୟବହାର ଜିନିଷ ଫେରି ପାଉନାହାନ୍ତି ସମ୍ପର୍କୀୟ। କୋଭିଡ ଡାକ୍ତରଖାନା ମାନଙ୍କରେ ଡ୍ୟୁଟିରେ ଥିବା ଷ୍ଟାଫ୍ମାନେ ମୃତକଙ୍କ ସାମଗ୍ରୀକୁ ଚୋରି କରି ନେଉଛନ୍ତି। ମ୍ୟାନେଜମେଣ୍ଟ ଦାୟିତ୍ଵରେ ଥିବା କର୍ମଚାରୀମାନେ ମଧ୍ୟ ଏ ସମ୍ପର୍କରେ ତଥ୍ୟ କିମ୍ବା ଖବର ରଖୁନାହାନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ବାରିପଦା ସହର ୨୬ନଂ ୱାର୍ଡ ମୁର୍ଗାବାଡି ଅଞ୍ଚଳର ନନ୍ଦ କିଶୋର ଦୀକ୍ଷିତ ଏପରି ଅଭିଯୋଗ ଆଣିଛନ୍ତି। ତାଙ୍କ ବାପା ବିଭୂତି ଭୂଷଣ ଦୀକ୍ଷିତ […]
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes