ଭୁବନେଶ୍ୱର : କାହା ପାଇଁ ସରକାର। ରାଜଧାନୀର ରାଜରାସ୍ତାରେ ପ୍ରବଳ ବର୍ଷାରେ ଭିଜି ଭିଜି ନିଜ ହକ୍ ପାଇଁ ଲଢ଼େଇ କରୁଥିବା ଶିକ୍ଷକମାନେ ପଚାରିଛନ୍ତି ଏହି ପ୍ରଶ୍ନ । ଓଡ଼ିଶା ସ୍କୁଲ କଲେଜ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ମହାବେଶରେ ମଞ୍ଚର ନେତା କହିଛନ୍ତି, ଜଣେ ସାଧାରଣ ଲୋକର ଉକ୍ତି ପାଇଁ ବିଧାନସଭା ଉଠୁଛି ପଡୁଛି। ଅଥଚ ବର୍ଷାରେ ଭିଜୁଥିବା ହଜାର ହଜାର ଶିକ୍ଷକଙ୍କ ପାଇଁ କେହି ନାହିଁ । ୩୬ ଦିନ ହେଲା ଅାମେ ଏଠାରେ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୩, ଲୋକାଲ କଣ୍ଟାକ୍ଟ କେସ୍ ୨୩୮ ରହିଛି। ସେହିପରି ରାଜଧାନୀରୁ ୩୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। Update on newly detected #COVID19 cases in the last 24 hrs under the BMC area on 10th Oct 2020(till 9am). […]
କେନ୍ଦୁଝର: ଥଣ୍ଡା ଓ ପେଟ ଯନ୍ତ୍ରଣାରୁ ଭଲ ହେବାପାଇଁ ୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ। କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଳକ୍ କାଞ୍ଜିପାଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିଶୁଟିକୁ ତା’ର ଜେଜେମା’ ଚେଙ୍କ ଦେଇଥିଲେ ବୋଲି ଜଣାପଡ଼ିଛି। ତେବେ ଗତକାଲି ରାତିରେ ଶିଶୁଟିର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କେନ୍ଦ୍ରାପଡ଼ା: ବାତ୍ୟା ହେଉ କି ବନ୍ୟା। ବିପନ୍ନଙ୍କୁ ରିଲିଫ୍ ମିଳୁନାହିଁ। ଜିଲ୍ଲାପାଳଙ୍କ ପାଖେ ଆସି ଫେରାଦ୍ ହେଲେ ମଧ୍ୟ କୌଣସି ସମାଧାନ ହେଉନି। ସେପଟେ ବିପନ୍ନଙ୍କ ପାଇଁ ଆସିଥିବା କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଚୁଡ଼ା-ଗୁଡ଼ ବଣ୍ଟା ନ ହୋଇ ବ୍ଲକ୍ କାର୍ଯ୍ୟାଳୟରେ ଖତ ଖାଉଛି। କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ୧୫ କ୍ୱିଣ୍ଟାଲ ଚୁଡ଼ା ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଅମ୍ଫାନ ବାତ୍ୟାବେଳେ ଆସିଥିବା ଚୁଡ଼ା ବଣ୍ଟା ନ ଯାଇ ପଡ଼ି ରହିଥିଲା। ଫଳରେ ପୋକ ଲାଗି […]
ଖୋର୍ଦ୍ଧା: ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଜିତୁଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାଁରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ ତାଙ୍କ ବୋହୂ ବିଧାୟକ ଜିତୁ, ତାଙ୍କ ପତ୍ନୀ ଏବଂ ବଡ଼ ପୁଅଙ୍କ ନାଁରେ ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୁଲିସ୍ ମାମଲା ରୁଜୁ କରିଛି। ଜିତୁ ମିତ୍ରଙ୍କ ବଡ଼ ପୁଅ ବର୍ଷକ ତଳେ ଭଦ୍ରକ ଅଞ୍ଚଳରେ ବିବାହ କରିଥିଲେ। ବିବାହର […]
କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ପଥରଖମ୍ବ ଗାଁରେ ଗତ ମାସ ୨୫ ତାରିଖ ଦିନ ହାତୀ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ରେଞ୍ଜର ବିଭୂଦାନନ୍ଦ ମିଶ୍ର । ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଙ୍କିଳି ସଂରକ୍ଷିତ ଜଙ୍ଗଲରୁ ଆଜି ୨ ଜଣ ଶିକାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ବାରହା ମାଂସ ଜବତ କରିଛି ବନବିଭାଗ । ଗିରଫ ଦୁଇ ଅଭିଯୁକ୍ତ ପରଜଙ୍ଗ ଥାନା ସାଆନ୍ଦା ଗାଁ […]
କଳାହାଣ୍ଡି(ରାଜ୍ କୁମାର ସିଂ ଦେଓ): କଳାହାଣ୍ଡି ଜିଲ୍ଲାର ଜଣେ କୋଭିଡ ରୋଗୀଙ୍କ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ। ଭବାନୀପାଟଣା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଥିପାଇଁ ଆଜି ପରିବାର ଲୋକେ କୋଭିଡ ହସ୍ପିଟାଲ ବାହାରେ ଧାରଣା ଦେଇଛନ୍ତି। ମୃତକ ଜଣକ ଭବାନୀପାଟଣା ଉପକଣ୍ଠ କଷାକେନ୍ଧୁ ଗାଁର ବିରେନ୍ଦ୍ର। ସେ ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତେବେ ଭବାନୀପାଟଣା ମୁଖ୍ୟ […]
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ବଲାଣିପାଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପରୁ-ରାଉରକେଲା ଯାଉଥିବା ଏକ ବସ୍ର ଚକା ଫାଟି ଯିବାରୁ ତାହା ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ବସ୍ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ସେମାନଙ୍କୁ ରାଉରକେଲା ଆର୍ଜିଏଚ୍ରେ ଭର୍ତ୍ତି କରାଯାଇଛି । […]
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଡିପ୍ରେସନ୍ ଏବଂ ପରେ ଡିପ୍-ଡିପ୍ରେସନ୍ରେ ପରିଣତ ହେବ। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ଗତକାଲି ରାତିଠୁ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳୁ […]
ଭୁବନେଶ୍ୱର: କାମ ଅପେକ୍ଷା ନାମକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି କି ଓଡ଼ିଶା ସରକାର ? ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ ଛୁଇଁବାକୁ ବସିଥିବା ବେଳେ, ମୃତ୍ୟୁ ସଂଖ୍ୟା ଆଜି ହଜାରେ ଟପିଛି। ସ୍ୱାସ୍ଥ୍ୟସେବା ଓ କୋଭିଡ୍ ପରିଚାଳନାର ଏକାଧିକ ନଗ୍ନଚିତ୍ର ବି ବାରମ୍ବାର ସାମ୍ନାକୁ ଆସୁଛି। ହେଲେ ସେସବୁକୁ ଅତି ଚତୁରତାର ସହ ଆଡ଼େଇ ଯାଉଥିବା ରାଜ୍ୟ ସରକାର, ପ୍ରଶଂସା ସାଉଁଟିବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଯେଉଁଥିପାଇଁ ଏବେ ଅକଳରେ […]
ବାଲେଶ୍ୱର: ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପୂର୍ବରୁ ଜୋର ଧରିଛି ନେତାଙ୍କ ଦଳ ଡିଆଁ। କେଉଁ ଦଳରୁ କେଉଁ ନେତାଙ୍କୁ ଆଣିଲେ ବିଜୟ ସମ୍ଭାବନା ବଢ଼ିବ ତାକୁ ନେଇ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ପ୍ରଲୋଭନ ସହ ନେତାଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ବି ଉଠୁଛି। ଏନେଇ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ବିଜେପି ଓ ବିଜେଡି। ତେବେ ଦୁଇ ଦଳ ଘୋଡ଼ା ବେପାରରେ ମାତିଥିବା କଂଗ୍ରେସ ଅଭିଯୋଗ କରିଛି। ତେଣେ ଅନ୍ୟ ଦଳରୁ ନେତା […]
ଭୁବନେଶ୍ୱର: ଟୁଇଟର୍ରେ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ୨୦୧୭ ମସିହାରେ ଅଭିଜିତ୍ ଓଡ଼ିଶା, ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଟ୍ୱିଟ୍ କରିଥିଲେ। ଏହାକୁ ନେଇ ବିଧାନସଭାର ଶୂନ୍ୟକାଳରେ ଶାସକ ଦଳର ସଦସ୍ୟମାନେ ହୋହଲ୍ଲା କରିଥିଲେ। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦଳ ଦାବି କରିଛି। ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି।
ପୁରୀ: କାଳିଆ ପ୍ରେମରେ ବନ୍ଧା ସାତଦରିଆ ପାର ହୋଇ ପୁରୀ ଆସିଥିବା ଭକ୍ତ। କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଚକା ଆଖିରେ ଆଖି ମିଶାଇପାରୁନି ଭକ୍ତ। ହେଲେ ମନକୁ ଶାନ୍ତି, ଆତ୍ମାକୁ ତୃପ୍ତି ଦେଉଛି ମହାପ୍ରସାଦ। ଯଦିଓ ତାଙ୍କୁ ମନ୍ଦିର ପ୍ରବେଶ ବାରଣ ରହିଛି, ତଥାପି ମହାପ୍ରସାଦ ମାହାତ୍ମ୍ୟ ଶୁଣି ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ବସି କରିଛନ୍ତି ଅବଢ଼ା ସେବନ। ବିଦେଶୀ ଜଗନ୍ନାଥପ୍ରେମୀଙ୍କ ଭଙ୍ଗା କୁଡ଼ୁଆରେ ଅବଢ଼ା ସେବନ ଆନନ୍ଦ ଦୃଶ୍ୟକୁ […]
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଗୃହୀତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ଉଚ୍ଛେଦ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ଏହି ବିଲ୍କୁ ଉଚ୍ଛେଦ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର। ରାଜ୍ୟ ସରକାରଙ୍କ ଏହି ବିଲ୍ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତିର ବିରୁଦ୍ଧାଚରଣ କରୁଥିବା ଧର୍ମେନ୍ଦ୍ର ଦର୍ଶାଇଛନ୍ତି। ଭାରତୀୟ ସମ୍ବିଧାନରେ ଶିକ୍ଷା ଯୁଗ୍ମ ତାଲିକାରେ ଥିବାରୁ ଉଚ୍ଚଶିକ୍ଷା ଓ ଗବେଷଣା ସମ୍ବନ୍ଧୀୟ ଆଇନ ପ୍ରଣୟନ […]
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ୍ ଅଙ୍କରାନ୍ତିପୁରରେ ହୋଇଥିବା ରାସ୍ତାରୋକ ହଟିଛି। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଛି। ଫଳରେ ଉଭୟ ପଟେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ଅଙ୍କରାନ୍ତିପୁର ଗାଁ ମନ୍ଦିର ପୂଜକଙ୍କୁ ଆଜି ହାତୀ କଚାଡ଼ି ଦେଇଥିଲା। ପୂଜକଙ୍କୁ ଘରୁ ଟାଣି ନେଇ କଚାଡ଼ି ଦେଇଥିଲା ହାତୀ। ଗୁରୁତର ଅବସ୍ଥାରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ଯାହାକୁ ବିରୋଧ କରିବା ସହ କ୍ଷତିପୂରଣ ଦାବି […]
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୮୮୫ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୨୩ ହଜାର ୨୭୩ ଜଣ ଆକ୍ରାନ୍ତ ସୁସ୍ଥ ହେଲେ। ଏ ନେଇ ଟ୍ୱିଟ୍ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧତ୍କ ୧୧୪୩, କଟକ-୩୨୫, ପୁରୀରୁ ୧୯୩, ଝାରସୁଗୁଡ଼ା- ୧୫୯, ବାଲେଶ୍ୱର- ୧୩୩, ମୟୂରଭଞ୍ଜରୁ ୧୨୯, ଯାଜପୁର- ୧୨୬, କେନ୍ଦୁଝର- ୧୨୪, କେନ୍ଦ୍ରାପଡ଼ା-୧୨୨, ସୁନ୍ଦରଗଡ଼-୧୨୧, କଳାହାଣ୍ଡି- ୧୧୨, […]
ବାଲେଶ୍ୱର : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ମଇତାପୁର ପଞ୍ଚାୟତର କୁମ୍ଭାରପାଟଣା ଗ୍ରାମରେ ନିଅାଁରେ ପୋଡ଼ିଯାଇ ଜଣେ ନବବଧୂଙ୍କ ମୃତ୍ୟୁ ହୋଇଛି। ତେବେ ମହିଳାଙ୍କ ପରିବାର ଲୋକ ଏହାକୁ ଯୋଜନାବଦ୍ଧ ଭାବେ ପୋଡି ଦିଅାଯାଇଥିବା ଅଭିଯୋଗ କରିଛନ୍ତି। ସିମୁଳିଅା ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମୁଳିଅା ଥାନା କୁମ୍ଭାରପାଟଣା ଗ୍ରାମର ନରହରି ଶିଅଳ ୫ ମାସ ତଳେ ଉର୍ମିଳା ଶିଅଳଙ୍କୁ ବିବାହ କରିଥିଲେ। ବାହାଘର ବେଳେ ଉର୍ମିଳାଙ୍କ […]
ଭୁବନେଶ୍ୱର: OTV ନାଁରେ ସାରୁଅ ଜମି ଜବରଦଖଲ ଅଭିଯୋଗ ମାମଲାରେ ବାଘମାରି ଥାନାରେ OTVର ବରିଷ୍ଠ ଅଧିକାରୀଙ୍କୁ ୮ ଘଣ୍ଟା ଜେରା କରିଛି ପୋଲିସ୍। OTV ସିଏଫ୍ଓ, ସାରୁଅ ସାଇଟ୍ ଇନଚାର୍ଜ ଓ ଜଣେ ପୂର୍ବତନ କର୍ମଚାରୀଙ୍କୁ ଜେରା କରାଯାଇଛି। କାଲି OTV ଅଫିସ୍କୁ ଆସି ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା ପୋଲିସ୍। ଉଲ୍ଲେଖଯୋଗ୍ୟ ଯେ, ଜମି ଜବର ଦଖଲ ହୋଇନି ବୋଲି ଅମିନ କହିସାରିଛନ୍ତି। ତହସିଲଦାରଙ୍କ ଦ୍ୱାରା ନିଯୁକ୍ତ ସରକାରୀ ଅମିନ ମାପଚୁପ ପରେ […]