• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

admission 1
ଆଜିଠୁ +୨ ଆଡମିଶନ୍‌

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇରେ ନାମଲେଖା ଆରମ୍ଭ ହେବ। ପ୍ରଥମ କଟ୍ ଅଫ୍ ମାର୍କ ପାଇଁ ଆଜିଠାରୁ ହାୟର ସେକେଣ୍ଡାରୀ ସ୍କୁଲ ଗୁଡ଼ିକରେ ନାମ ଲେଖାଯିବ। ଆସନ୍ତା ୨୬ ତାରିଖ ଯାଏ ଆଡମିଶନ ପ୍ରକ୍ରିୟା ଚାଲିବ। କୋଭିଡ୍ ଗାଇଡଲାଇନ୍ସ ପାଳନ କରି ଆଡମିଶନ୍‌ କରାଇବାକୁ କ୍ୟାମ୍ପସରେ ବ୍ୟବସ୍ଥା କରାଯାଇଛି। ଏହାସହ ଯେଉଁ ଛାତ୍ରଛାତ୍ରୀ ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ଚାହିଁବେ ସେମାନେ ଆଡମିଶନ୍‌ ପରେ ୨୧ରୁ ୨୯ ତାରିଖ ଯାଏ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। […]

  • Saturday, 03 July 2021
marriage
ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ

ରାଜଗାଙ୍ଗପୁର: ଦିଅର-ଭାଉଜ ବିବାହ କରିବାରୁ ଗାଁ ଲୋକେ ଏହାକୁ ବିରୋଧ କରି ସେମାନଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଫକିରପଡ଼ା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, କିଛି ଦିନ ତଳେ ପୋଲିସ୍‌ ଉପସ୍ଥିତିରେ ଉଭୟ ଭାଉଜ-ଦିଅର ପରସ୍ପରକୁ ବାହା ହୋଇଥିଲେ। କିନ୍ତୁ ଗାଁ ଲୋକ ଏହାକୁ ବିରୋଧ କରି ଉଭୟଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇ ଥିବା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ […]

  • Saturday, 03 July 2021
ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା
ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା  : ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜିତେନ୍ଦ୍ର ରାଉତଙ୍କ ପରିବାକୁ ଭେଟିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।  କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପଖୋଟ ଗାଁରେ ପହଞ୍ଚି ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ। ଗତ ୨୧ ତାରିଖରେ ଅଫିସ ଯାଉଥିବା ସମୟରେ ଭୁବନେଶ୍ୱର ନୟାପଲ୍ଲୀଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଜିତେନ୍ଦ୍ର ରାଉତ।  

  • Saturday, 03 July 2021
୨୪ ଘଣ୍ଟାରେ ଓଡ଼ିଶାରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୯ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୧୦ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦୁଝର ଜିଲ୍ଲାରୁ ୨, ବାଲେଶ୍ୱର, ଜଗତସିଂହପୁର, ଢେଙ୍କାନାଳ, ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୪,୨୪୨ ପଜିଟିଭ୍‌ ଚିହ୍ନଟ

  • Saturday, 03 July 2021
corona
Corona Update In Odisha: ଦିନକରେ ୪,୨୪୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୪,୨୪୨ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୫୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୪,୨୪୨ ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୦୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୭୩୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ […]

  • Saturday, 03 July 2021
ଢେଙ୍କାନାଳର ପ୍ରସିଦ୍ଧ ମାଅା ଗଜଲକ୍ଷ୍ମୀ ପୂଜାର ଅାଜି ଭସାଣ ଉତ୍ସବ
ଢେଙ୍କାନାଳର ପ୍ରସିଦ୍ଧ ମାଅା ଗଜଲକ୍ଷ୍ମୀ ପୂଜାର ଅାଜି ଭସାଣ ଉତ୍ସବ

ଢେଙ୍କାନାଳ : ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଚାଲିଛି ଭସାଣ ଉତ୍ସବ। ମିଳିତ ବଜାର କମିଟି ପକ୍ଷରୁ ଅାୟୋଜିତ ଭସାଣ ଉତ୍ସବରେ ମୋଟ ୩୮ଟି ମେଢ ଯୋଗ ଦେଇଛନ୍ତି। ସମସ୍ତ ମେଢ ଦୁର୍ଗାବଜାର ଠାରେ ଏକାଠି ହୋଇ କ୍ରମାନ୍ୱୟରେ ଭସାଣ ଶୋଭାଯାତ୍ରାରେ ବାହାରିଛନ୍ତି । ବସଷ୍ଟାଣ୍ଡ ଠାରୁ ୧୩ଟି ମେଢ ନିଜ ନିଜ ସାହିରେ ପରିକ୍ରମା କରୁଛନ୍ତି । ବାକି ୨୫ଟି ମେଢ ରାତି ୧୦ଟା ସୁଦ୍ଧା ବାଜିଚୌକ ଛକ ଅତିକ୍ରମ କରିବେ। ରାତି ୧୦ଟା ପରେ […]

  • Saturday, 03 July 2021
woman killed 1
ପୋଖରୀରୁ ମିଳିଲା ନିଖୋଜ ମା’ଙ୍କ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ଝିଅର ମୃତଦେହ

ପଟ୍ଟାମୁଣ୍ଡାଇ: ମା’ ନିଖୋଜ ହେବାର ପରଦିନ ମିଳିଲା ଝିଅର ମୃତଦେହ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମାଣପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗାଁର ପ୍ରମିଳା ନାଥ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ରୁ ନିଖୋଜ ହୋଇଯାଇଥିଲେ।  ତାଙ୍କ ମୋବାଇଲ ଓ ଚପଲ ନିକଟସ୍ଥ ହଂସୁଆ ନଦୀଘାଟରୁ ମିଳିଥିଲା। ଏନେଇ ସଂପୃକ୍ତ ମହିଳାଙ୍କ ଝିଅ ରାଜନଗର ଥାନାରେ ଅଭିଯୋଗ କରିଥିଲେ। ଆଶ୍ଚର୍ଯ୍ୟର କଥା, ମା’ଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା […]

  • Saturday, 03 July 2021
କଟକର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକ ଜଗତପୁର ସ୍ଥିତ ସଦ୍‌ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଆଜି ଅପରାହ୍ଣରେ ହସ୍ପିଟାଲ୍‌ର ଗ୍ରାଉଣ୍ଡ୍‌ଫ୍ଲୋର୍‌ ICUରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଜିଲ୍ଲାପାଳ, ସିଏମ୍‌ସି କମିଶନର ଓ କଟକ ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହସ୍ପିଟାଲ୍‌ରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ହସ୍ପିଟାଲ୍‌ରେ ନିଆଁ ଲାଗିବା ଘଟଣାକୁ ନେଇ ଚିଫ୍ ଫାୟର ଅଫିସର […]

  • Saturday, 03 July 2021