• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

lightning 11
ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ରାୟଗଡ଼ା: ବର୍ଷା ହେବାରୁ ୩ଜଣ ଯୁବକ ଗଛତଳେ ଆଶ୍ରୟ ନେଇଥିଲେ। ହଠାତ୍‌ ଏହି ସମୟରେ ବଜ୍ରପାତ ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଇନ୍ଦିରାପଡ଼ା  ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ- ନରେଶ ସୁନା ଓ ଅର୍ଜଲାଲ ପାଲକିଆ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ହରିଜନ ସାହିର ଏହି ୩ ଯୁବକ ଗାଁ ନିକଟ ପଡ଼ିଆକୁ ଯାଇଥିଲେ। ହଠାତ୍‌ […]

  • Saturday, 03 July 2021
Capture 3
ପ୍ରାଗୈତିହାସିକ ସଭ୍ୟତାର ମିଳିଲା ସନ୍ଧାନ

ଭୁବନେଶ୍ୱର: ଓଡିଶାରେ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ ହୋଇଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ସଭ୍ୟତାର ସନ୍ଧାନ ମିଳିଛି। ବୁଢାବଳଙ୍ଗ ଏବଂ ସୋନ୍ ନଦୀ ଅବବାହିକା ଅଞ୍ଚଳରେ ପ୍ରାଚୀନ ସହରୀ ସଭ୍ୟତାର ଆବିଷ୍କାର କରାଯାଇଛି। ଉତ୍କଳୀୟ ନୌବାଣିଜ୍ୟ…

  • Saturday, 03 July 2021
odisha
‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ଥାନା ପୋଲିସ୍‌ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ତାଙ୍କ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ବୋହୂଙ୍କୁ ବିଜୟ ଏବଂ ପୁଅ ଯାମିନୀ ହତ୍ୟା କରିଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ଝିଅ ଘର ତଥା ଯାମିନୀଙ୍କ ଶ୍ୱଶୁର ଘର ଲୋକେ।  ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଯାମିନୀଙ୍କ ଶ୍ୱଶୁର ଘର […]

  • Saturday, 03 July 2021
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ପୁରୀ: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଦେହାନ୍ତ ହୋଇଛି। ଆଜି ଭୋର ୪ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ICUରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଦୁ ସୁଆର ନିଯୋଗର ସମ୍ପାଦକ ଥିଲେ। ପୂର୍ବରୁ ପ୍ରେମାନନ୍ଦ ଦାସମହାପାତ୍ର ଦଇତାପତି ନିଯୋଗର ସମ୍ପାଦକ ମଧ୍ୟ ଥିଲେ।

  • Saturday, 03 July 2021
ଗୋଟିଏ ପଟେ ମେକ୍ଇନ୍ ଓଡ଼ିଶା; ଅନ୍ୟପଟେ ପ୍ରତିଷ୍ଠିତ ଶିଳ୍ପକୁ ବନ୍ଦ ଲାଗି ଷଡ଼ଯନ୍ତ୍ର
ଗୋଟିଏ ପଟେ ମେକ୍ଇନ୍ ଓଡ଼ିଶା; ଅନ୍ୟପଟେ ପ୍ରତିଷ୍ଠିତ ଶିଳ୍ପକୁ ବନ୍ଦ ଲାଗି ଷଡ଼ଯନ୍ତ୍ର

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନେଇ ସତରେ କଣ ତତ୍ପର ରାଜ୍ୟ ସରକାର? ଅାଚରଣ ଓ ଉଚ୍ଚାରଣକୁ ଦେଖିଲେ ଏହା ଅାଦୌ ଜଣାପଡୁନାହିଁ। କାରଣ ଗୋଟିଏ ପଟେ ରାଜ୍ୟକୁ ଶିଳ୍ପ ଅାଣିବା ଲାଗି ମେନ୍ ଇନ୍ ଓଡ଼ିଶା କନ୍‌କ୍ଲେଭ, ଅନ୍ୟପଟେ ରାଜ୍ୟରେ ଥିବା ପ୍ରତିଷ୍ଠିତ ଶିଳ୍ପକୁ ବନ୍ଦ କରିବା ଲାଗି ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଏବେ ଜଣାପଡ଼ିଗଲା ରାଜ୍ୟର ସର୍ବ ପୁରାତନ ଶିଳ୍ପ ସଂସ୍ଥା ଇମ୍ଫା ବିରୁଦ୍ଧରେ ଷଡ଼ଯନ୍ତ୍ର। ଥେରୁବାଲି କାରଖାନାରେ ବିଶୃଙ୍ଖଳା ସୃଷ୍ଟି ପରେ ଯାଜପୁର […]

  • Saturday, 03 July 2021
rainfall 1
ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିପାରେ। ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତାକାଲି ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ ଏବଂ ୨୨ ତାରିଖରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]

  • Saturday, 03 July 2021
corona test 1
୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୪,୩୩୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୪୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୫୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୪,୩୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୫୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୭୭୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ […]

  • Saturday, 03 July 2021
covid19
ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୦୧ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକ ଓ ପୁରୀରୁ ୨ଜଣ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପଢ଼ନ୍ତୁ: ୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ

  • Saturday, 03 July 2021
ଭିଜିଲାନ୍ସ ଜାଲରେ ବିଶ୍ରା ବିଡିଓ

ସୁନ୍ଦରଗଡ  : ଲକ୍ଷେ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଲେ ବିଡିଓ। ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକ୍‌ ବିଡିଓ ପ୍ରଶାନ୍ତ କୁମାର ରାଉତ ଅାଜି ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ। ୧୧ ଲକ୍ଷ ଟଙ୍କାର ଏକ କାମର ପ୍ରଶାସନିକ ଅନୁମତି ନେବା ଲାଗି ସେ ଝିରିପାଣି ପଞ୍ଚାୟତର ପ୍ରୋଜେକ୍ଟ ଅଫିସରଙ୍କଠାରୁ ଏହି ଲାଞ୍ଚ ନେଉଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ବିଡିଓଙ୍କ ବିଶ୍ରାସ୍ଥିତ କାର୍ଯ୍ୟାଳୟ ତଥା ଅଫିସ ଏବଂ ଭଦ୍ରକସ୍ଥିତ […]

  • Saturday, 03 July 2021
ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଟିପାଝର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ କଲରାପତରିଆ ବାଘର ଛାଲ, ବାଘର କଟା ମୁଣ୍ଡ ମିଳିଛି। କେବଳ ସେତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ୨୦ କିଲୋଗ୍ରାମ ଓଜନର ବାର୍‌ହା ମାଂସ, ବଜ୍ରକାପ୍ତା କାତି ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ନୂଆପଡା ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ନୂଆପଡା ବନ ବିଭାଗ ଟିପାଝର ଗାଁର ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ଉ କରି ଏସବୁ ଜବତ କରିଛି। ଏହି ଘଟଣାରେ […]

  • Saturday, 03 July 2021
‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

କଟକ: ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ସୋସିଆଲ୍‌ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି। ଏହାସହ ଘଟଣାର ତଦନ୍ତ ଚାଲିଥିବା ନେଇ କଟକ ଡିସିପି ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। କିଛି ଅସାମାଜିକ ଓ ଖଳ ପ୍ରକୃତିର ଲୋକ ଫେସ୍‌ବୁକ୍ ମାଧ୍ୟମରେ ଜନସାଧାରଣଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ପୋଷ୍ଟ କରିଥିବା ଅପମାନଜନକ ପୋଷ୍ଟକୁ ଗଭୀରତାର ସହ ନେଇ ତଦନ୍ତ କରାଯାଉଥିବା କଟକ ଡିସିପି ସୂଚନା ଦେଇଛନ୍ତି। ଏଭଳି ପୋଷ୍ଟ […]

  • Saturday, 03 July 2021