• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

gupchup
ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ସୁନ୍ଦରଗଡ଼: ଗୁପ୍‌ଚୁପ୍‌ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସରଫଗଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ଫୁଲମତି କିସାନ। ସୂଚନା ଅନୁସାରେ, ଫୁଲମତି ଘରେ ପରିବାର ଲୋକଙ୍କ ସହ ବସି ଗୁପ୍‌ଚୁପ୍‌ ଖାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ତାଙ୍କୁ ତୁରନ୍ତ ଲେଫ୍ରିପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଖାଇବା ବେଳେ […]

  • Saturday, 03 July 2021
କାର୍ତ୍ତିକ ମାସରେ ଚନ୍ଦ୍ରଭାଗାରେ ହବିଷ୍ୟାଳିଙ୍କ ଭିଡ଼
କାର୍ତ୍ତିକ ମାସରେ ଚନ୍ଦ୍ରଭାଗାରେ ହବିଷ୍ୟାଳିଙ୍କ ଭିଡ଼

ଭୁବନେଶ୍ୱର : କୋଣାର୍କର ଚନ୍ଦ୍ରଭାଗା ।  ପ୍ରତିବର୍ଷ ଏଠାରେ ଶତାଧିକ ହବିଷ୍ୟାଳିଙ୍କ ଭିଡ ଜମେ କାର୍ତ୍ତିକ ମାସରେ । ଏବେ ମଧ୍ୟ କାର୍ତ୍ତିକମାସ ଆରମ୍ଭ ହୋଇଯାଇଥିବାରୁ ସେଠାରେ ହବିଷ୍ୟାଳିଙ୍କ ଭିଡ ଦେଖିବାକୁ ମିଳିଛି । ଚନ୍ଦ୍ରଭାଗାରେ ସ୍ନାନ କରିବା ପରେ ସୂର୍ଯ୍ୟପୂଜା, ଚଉରା ମୂଳରେ ଚିତା ପକାଇ ହବିଷ୍ୟାଳିମାନେ ବୃନ୍ଦାବତୀଙ୍କ ଅାରାଧନା କରୁଛନ୍ତି । ତାସହ ରାଧା ଦାମୋଦରଙ୍କ ପୂଜା, ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବା ସହ ସକାଳ ସଂଧ୍ୟାରେ କାର୍ତ୍ତିକ ପୁରାଣ ମଧ୍ୟ ପାଠ କରୁଛନ୍ତି। […]

  • Saturday, 03 July 2021
students
OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ OJEE(Odisha Joint Entrance Examination) ପାଇଁ ଆଜି ରାତି ୧୨ଟା ପୂର୍ବରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ଛାତ୍ରଛାତ୍ରୀ OJEE ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିବେ, ସେମାନେ ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍ ଫି’ ଜମା କରିବା ପାଇଁ ଡେଡ୍‌ଲାଇନ୍‌ ରଖାଯାଇଛି। www.ojee.nic.in / www.odishajee.comରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ ହେବ OJEE ପରୀକ୍ଷା ଓ ଏହା ଅକ୍ଟୋବର ୧୯ରେ ଶେଷ ହେବ। ମୋଟ ୫୩ଟି ସେଣ୍ଟରରେ ହେବ […]

  • Saturday, 03 July 2021
‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନ କରିବା ଲାଗି ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା ଅଯଥାରେ ଶବ ହସ୍ତାନ୍ତର ବିଳମ୍ବ ହେବା ସହ ମୃତକଙ୍କ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ। ଏଥିସହ ଯେଉଁ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଣ୍ଟା ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀଙ୍କ bedhead ଟିକେଟ୍‌, ବିଭିନ୍ନ ନମୁନା ପରୀକ୍ଷା […]

  • Saturday, 03 July 2021
corona test
Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୪,୨୩୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୪,୨୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୮୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୭୫୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ […]

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୫ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୩୬ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ୪, ମୟୂରଭଞ୍ଜ ଓ ପୁରୀରୁ ୨ଜଣ ଲେଖାଏ, ବାଲେଶ୍ୱର, କଟକ, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, ନୟାଗଡ଼ ଓ ନୂଆପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୪,୨୩୭ କରୋନା […]

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

ବାଲେଶ୍ୱର: ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନ ଲାଗି ଦଳର ବରିଷ୍ଠ ନେତା ଅନନ୍ତ ଦାସଙ୍କୁ ନିର୍ବାଚନ ତଦାରଖ ଦାୟିତ୍ୱ ଓ ଜୀବନ ପ୍ରଦୀପ ଦାସଙ୍କୁ ଉପନିର୍ବାଚନ ନେତା ଭାବେ ଦାୟିତ୍ୱ ମିଳିବା ପରେ ଏହାକୁ ନେଇ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଖପ୍ପା ହୋଇଥିବା ଚର୍ଚ୍ଚା ହେଉଥିଲା। ଅନ୍ୟପକ୍ଷରେ ଏହି ଘଟଣା ଓ ବିଜେଡି ଛାଡୁଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରବୀନ୍ଦ୍ର ଜେନା। ସେ କହିଛନ୍ତି, ‘ଦଳର ଯିଏ ଜିଲ୍ଲା ସଭାପତି ରହିବେ, ତାଙ୍କ ହାତରେ […]

  • Saturday, 03 July 2021