• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

coronavirus-bhubaneswar
Bhubaneswar Coronavirus Update: ଭୁବନେଶ୍ୱରରୁ ୪୦୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଉ ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪୨ କ୍ୱାରେଣ୍ଟିନରୁ, ୧୬୭ ଲୋକାଲ କେସ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛି ବିଏମ୍‌ସି। ଗୋଟିଏ ଗଣମାଧ୍ୟମର ୧୨ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁରରୁ ୧୧, ଷ୍ଟେସନ ସ୍କୋୟାରରୁ ୭, ୟୁନିଟ-୯ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭିଏସ୍ଏସ୍ ନଗରରୁ ୧୦, ନୟାପଲ୍ଲୀରୁ ୬ ଲୋକାଲ୍ କେସ୍ ଚିହ୍ନଟ ହୋଇଥିବା ବେଳେ ଆଜି ଭୁବନେଶ୍ୱରରୁ ୩୪୪ ଆକ୍ରାନ୍ତ ଆରୋଗ୍ୟ […]

  • Sunday, 04 July 2021
cuttack-corona
କଟକରେ ଆଜି ୭୭ କରୋନା ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ

କଟକ: ଗତ ୨୪ ଘଣ୍ଟାରେ କଟକ ମହାନଗର ଅଞ୍ଚଳରୁ ୧୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୧୮୪ ଜଣଙ୍କ ମଧ୍ୟରୁ ୭୭ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଥିବା ନେଇ ସିଏମ୍‌ସି ସୂଚନା ଦେଇଛି। #COVID19 update in Cuttack city (CMC area) Out of the 295 new COVID19 +ve cases reported today in #Cuttack district, 184 +ve cases belong to Cuttack city (CMC area). […]

  • Sunday, 04 July 2021
recover
କରୋନରୁ ସୁସ୍ଥ ହେଲେ ୩୪୪୩ ରୋଗୀ

ଭୁବନେଶ୍ୱର: ଆଜି କରୋନରୁ ସୁସ୍ଥ ହେଲେ ୩୪୪୩ କରୋନା ଆକ୍ରାନ୍ତ। ସେଥିମଧ୍ୟରୁ ଖୋର୍ଦ୍ଧାରୁ ୯୫୧, କଟକରୁ ୨୫୧, ମୟୂରଭଞ୍ଜରୁ ୨୧୩ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ଭଦ୍ରକରୁ ୧୬୪, ଢେଙ୍କାନାଳରୁ ୧୬୧, ରାୟଗଡ଼ାରୁ ୧୫୪, ଗଞ୍ଜାମରୁ ୧୪୮, ଯାଜପୁରରୁ ୧୪୪, ବାଲେଶ୍ୱରରୁ ୧୩୭ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡ଼ରୁ ୧୧୭, କୋରାପୁଟରୁ ୧୧୦, ଜଗତସିଂହପୁରରୁ ୧୦୭, ପୁରୀରୁ […]

  • Sunday, 04 July 2021
leader-corona
ରାଜ୍ୟର ଏହି ନେତାମାନେ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର; ରାଜ୍ୟରେ ଜଣେ ପରେ ଜଣେ ନେତା କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏକାଥରେ ଦୁଇ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ  ଭୁବନେଶ୍ୱରସ୍ଥିତ ଘରେ ହୋମ କ୍ୱାରେଣ୍ଟିନରେ ରହିଛନ୍ତି ବିଧାୟକ। ସେହିପରି ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି କରୋନା ଆକ୍ରାନ୍ତ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି। ଏବଂ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇବାକୁ କହିଛନ୍ତି […]

  • Sunday, 04 July 2021
flood
ପ୍ରଳୟଙ୍କରୀ ବନ୍ୟା ଉଜାଡ଼ି ଦେଇଛି ସ୍ୱପ୍ନ, ଭସାଇ ନେଇଛି ସବୁ ଖୁସି; ବନ୍ୟା ପରର ଦୃଶ୍ୟ ଏମିତି

ଭୁବନେଶ୍ୱର: ପ୍ରଳୟଙ୍କରୀ ବନ୍ୟା ଉଜାଡ଼ି ଦେଇଛି ସ୍ୱପ୍ନ। ଭସାଇ ନେଇଛି ସବୁ ଖୁସି। ଜଳ ପ୍ରଳୟର ସପ୍ତାହକ ପରେ ବି ଲିଭିନି ଦାଗ କି ଶୁଖିନି କ୍ଷତ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସମୁଦ୍ର ଭଳି ମାଡ଼ି ଆସିଥିବା ମହାନଦୀ ଓ ପାଇକା ନଦୀର ପାଣି ସିନା ଶୁଖିଯାଇଛି, ହେଲେ ଶହ ଶହ ବିପନ୍ନଙ୍କ  ଆଖି ଆଜି ବି ଓଦା ଓଦା। କାରଣ ଦିନରାତି ମୁଣ୍ଡ ଗୁଞ୍ଜୁଥିବା ଅତି ଆପଣାର ବାସ ଏବେ ବିବର୍ଣ୍ଣ ହୋଇଯାଇଛି। ଅବସ୍ଥା […]

  • Sunday, 04 July 2021
political partu
ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ; ବିଜେପି, ବିଜେଡି ଓ କଂଗ୍ରେସ ଗୋଟି ଚାଳନାରେ ବ୍ୟସ୍ତ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗ କହିବା ପରେ ଆରମ୍ଭ ହୋଇଯାଇଛି କସରତ। କଂଗ୍ରେସ ଗ୍ରାଉଣ୍ଡକୁ ଯାଇ ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ବିଜେଡି ଓ ବିଜେପି ଷ୍ଟ୍ରାଟେଜି କରିବାରେ ବ୍ୟସ୍ତ। ସବୁଠାରୁ ବଡ଼ ପ୍ରଶ୍ନ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ? ବାଲେଶ୍ୱର ସଦରକୁ ଦେଖିଲେ ୨୦୧୯ରେ ଏଠାରୁ ଜିତିଥିଲେ ବିଜେପିର […]

  • Sunday, 04 July 2021
OPGC ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଅଘଟଣ: ଶ୍ରମିକଙ୍କ ଉପରେ ପଡ଼ିଗଲା ତତଲା ପାଉଁଶ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ବନହରପାଲି ସ୍ଥିତ OPGC ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଏକ ଅଘଟଣ ଘଟିଛି। ୩ ନମ୍ବର ୟୁନିଟରେ ଆସ୍ ହାଣ୍ଡଲିଂ ପ୍ଲାଣ୍ଟର ହପର୍‌ ଖସି ପଡ଼ିବାରୁ ୪ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ଶରୀରରେ ତତଲା ପାଉଁଶ ପଡ଼ିଯିବାରୁ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ପ୍ରଥମେ OPGC ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା […]

  • Sunday, 04 July 2021
ଗଞ୍ଜେଇ ଚାଲାଣକାରୀଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର

ମାଲକାନଗିରି: ଗଞ୍ଜେଇ ଚାଲାଣକାରୀଙ୍କ ମାଡ଼ରେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନାର ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ହୋମଗାର୍ଡଙ୍କ ନାଁ ବନବାସୀ ମହାରଣା। ଗୁରୁତର ଅବସ୍ଥାରେ ତାଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରାୟ ୭୦ରୁ ଅଧିକ ଲୋକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଜଙ୍ଗଲ ରାସ୍ତାଦେଇ ଭାରରେ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରୁଥିଲେ। ଖବରପାଇ ବାଲିମେଳା-ମାଥିଲି ରାସ୍ତାରେ ପୋଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ […]

  • Sunday, 04 July 2021
ବୋମା ତିଆରି ବେଳେ ବ୍ଲାଷ୍ଟ୍‌, ୨ ମୃତ

ଦେବଗଡ଼: ବୋମା ତିଆରି ବେଳେ ବିସ୍ଫୋରଣ ଘଟିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଦେବଗଡ଼  ଥାନା ଅନ୍ତର୍ଗତ କଲାଣ୍ଟିଚିଲାଣ୍ଡିଖୋଳ ଗାଁରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି। ୨ ମୃତକଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କନସର ଗାଁରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏମାନେ ସମ୍ପର୍କୀୟଙ୍କ ଘରକୁ ଯାଇ ବୋମା ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ଘଟିଥିଲା।‌ ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତ […]

  • Sunday, 04 July 2021