• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

cuttack-corona
କଟକ ସହରରୁ ୨୨୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ମହାନଗରରୁ ଆଉ ୨୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୬୦, ହୋମ୍ କ୍ୱାରେଣ୍ଟିନରୁ ୮୨ ଓ ଲୋକାଲ କେସ୍ ୮୫ ରହିଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କ୍ୟାଣ୍ଟନମେଣ୍ଟ ରୋଡ଼ କିଲ୍ଲାପଡ଼ିଆ ଅଞ୍ଚଳରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାବଜାର ଅଞ୍ଚଳରୁ ୬, ମହାନଦୀ ବିହାର ଅଞ୍ଚଳରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଲେଜ ଛକ, ଜଗତପୁର, ଚାଉଳିଆଗଞ୍ଜ, ଶଙ୍କରପୁରରୁ ମଧ୍ୟ ୪ ଲେଖାଏଁ […]

  • Sunday, 04 July 2021
prakash-soren
ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ

ବାରିପଦା: ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ ମିଳିଛି। ଗିରଫ ହେବାର କେଇ ମିନିଟ ମଧ୍ୟରେ ବିଧାୟକଙ୍କୁ ଜାମିନ ମଂଜୁର ହୋଇଛି। ଜାମିନ ମଞ୍ଜୁର କରିଛନ୍ତି ବାରିପଦା ଏସ୍‌ଡିଜେଏମ୍। ଜଣେ ଜାମିନଦାର ଏବଂ ୩୦ ହଜାର ବେଲ୍‌ବଣ୍ଡ୍‌ରେ ଜାମିନ ମିଳିଛି। ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ନେଇ ଗିରଫ ହୋଇଥିଲେ ବିଧାୟକ ପ୍ରକାଶ ସୋରେନ୍। ଏହି ଘଟଣାରେ ଦଫା ୨୯୪, ୩୪୧, ୩୨୩, ୫୦୬ ଗିରଫ କରିଥିଲା ପୋଲିସ। ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି […]

  • Sunday, 04 July 2021
ashit-tripathy
ଗଞ୍ଜାମର ଗୋପାଳପୁରରେ ପ୍ରତିଷ୍ଠା ହେବ ବୃହତ୍ ଔଷଧିୟ ପାର୍କ

ଭୁବନେଶ୍ୱର: ଗଞ୍ଜାମର ଗୋପାଳପୁରରେ ପ୍ରତିଷ୍ଠା ହେବ ବୃହତ୍ ଔଷଧିୟ ପାର୍କ। ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ହଜାରେ ଏକର ଜମିରେ ଏହି ପାର୍କ ସୃଷ୍ଟି କରାଯିବ। ଭିତ୍ତିଭୂମି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୧୫ ଶହ କୋଟି ଟଙ୍କା ଦେଇଛନ୍ତି। ଏହି ପ୍ରକଳ୍ପରେ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏଥିରେ ୫ ହଜାର ଲୋକ ନିଯୁକ୍ତି ପାଇପାରିବେ। ସେପ୍ଟେମ୍ବେର ୨୫ ସୁଦ୍ଧା ପ୍ରକଳ୍ପର ପ୍ରସ୍ତାବ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଗୋପାଳପୁରସ୍ଥିତ ଟାଟା ସ୍ୱତନ୍ତ୍ର ଏସଇଜେଡଠାରେ […]

  • Sunday, 04 July 2021
collage
ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ଲାଗି ସଂଶୋଧିତ ବିଜ୍ଞାପନ ପ୍ରକାଶ ପାଇବ

ଭୁବନେଶ୍ୱର: ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ଲାଗି ସଂଶୋଧିତ ବିଜ୍ଞାପନ ପ୍ରକାଶ ପାଇବ। ବିଜ୍ଞାପନ ଲାଗି ରାଜ୍ୟପାଳଙ୍କ ସଚିବଙ୍କୁ ଅନୁମତି ପତ୍ର ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। ଅଧ୍ୟାଦେଶ ଜରିଆରେ ବିଶ୍ୱବିଦ୍ୟାଳୟ ଆଇନ୍-୧୯୮୯ର ସଂଶୋଧନ ହୋଇଛି। ସଂଶୋଧିତ ଆଇନ୍‌ରେ କୁଳପତିଙ୍କ ବୟସ, କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି। ତେଣୁ ଏହି ଅନୁସାରେ ପଦବୀ ପୂରଣ ପାଇଁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। କୁଳପତି ପଦବୀ ପୂରଣ ପାଇଁ ଗଠିତ ସର୍ଚ୍ଚ କମିଟିକୁ ଅନେକ ଆବେଦନପତ୍ର ଆସିଛି। ହସ୍ତଗତ […]

  • Sunday, 04 July 2021
Aditya Das Death Mystery: ଚର୍ଚ୍ଚାକୁ ଆସିଥିବା ଯୁବତୀ କଲେ ନୂଆ ଖୁଲାସା

ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଚର୍ଚ୍ଚାକୁ ଆସିଥିବା ଯୁବତୀ ଚିନ୍ମୟୀ ମହାପାତ୍ର ଏକ ନୂଆ ଖୁଲାସା କରିଛନ୍ତି। ଚିନ୍ମୟୀ କହିଛନ୍ତି, ଆଦିତ୍ୟ ଓ ତାଙ୍କ ଭିତରେ ପ୍ରେମ ସଂପର୍କ ଥିଲା। ୨୦୧୯ ଡିସେମ୍ବର ଯାଏ ଆଦିତ୍ୟ ତାଙ୍କୁ ବିବାହ କରିବା ଲାଗି ରାଜି ହୋଇଥିଲେ। ହେଲେ ୨୦୨୦ ଜାନୁଆରୀରୁ ଆଦିତ୍ୟ ତାଙ୍କଠାରୁ ଦୂରେଇବାକୁ ଆରମ୍ଭ କରିଥିଲେ। ସେ ଆହୁରି କହିଛନ୍ତି, ପ୍ରଥମେ ଫେସବୁକ୍‌ରୁ ସେମାନଙ୍କର ବନ୍ଧୁତା ଓ ପରେ ଭଲ ପାଇବା ଆରମ୍ଭ […]

  • Sunday, 04 July 2021
results
ଆଜି ବାହାରିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ। ଅପରାହ୍ଣ ୪ଟାରେ CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ପ୍ରକାଶ କରିବେ। ଛାତ୍ରଛାତ୍ରୀମାନେ CHSE ୱେବ୍‌ସାଇଟ୍‌ରେ ରେଜଲ୍ଟ ପାଇପାରିବେ। ଚଳିତ ବର୍ଷ ଯୁକ୍ତ ୨ କଳାରେ ୨ […]

  • Sunday, 04 July 2021
ଦୁର୍ଘଟଣା ପରେ ଜଳିଗଲା ଗାଡ଼ି

ଖୋର୍ଦ୍ଧା: ଦୁର୍ଘଟଣା ପରେ ଜଳିଗଲା ଟ୍ରଲର୍। ଖୋର୍ଦ୍ଧା-ବ୍ରହ୍ମପୁର ଜାତୀୟ ରାଜପଥ-୧୬ର ନାଚୁଣୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଏକ ଟ୍ରକ୍‌କୁ ଅନ୍ୟ ଏକ ଟ୍ରଲର୍ ପଛପଟୁ ଧକ୍କା ଦେବା ଫଳରେ ଟ୍ରଲର୍‌ରେ ନିଆଁ ଲାଗି ଯିବା ସହ ଟ୍ରଲର୍ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଆଜି ସକାଳୁ ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିବା ଏକ ଟ୍ରକ୍‌କୁ ଅନ୍ୟ ଏକ ଟ୍ରଲର୍ ନାଚୁଣୀ ନିକଟରେ ପଛପଟୁ ଧକ୍କା ଦେଇଥିଲା। ଏହାପରେ ତତ୍‌କ୍ଷଣାତ ଟ୍ରଲର୍‌ରେ ନିଆଁ […]

  • Sunday, 04 July 2021
former-mla
ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ପାର୍ଥିବ ଶରୀରକୁ ହାଜିପୁର ଓ ବାଲିଆ ସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ନିଆ ଯାଇଥିଲା। ସେଠାରେ ଶେଷଦର୍ଶନ ପରେ ତାଙ୍କ ପାର୍ଥିବ ଶରୀରକୁ ବାଲିଆ ସ୍ଥିତ ବାସଭବନରେ ରଖାଯାଇଛି। ଆଜି ଗାଁ ଶ୍ମଶାନରେ ରବୀନ୍ଦ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। ରବୀନ୍ଦ୍ର ନାଥ ୨୦୦୯ […]

  • Sunday, 04 July 2021
ସିନେମାଟୋଗ୍ରାଫରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ପତ୍ନୀ କହିଲେ-ସ୍ୱାମୀ ମୋତେ ନିର୍ଯାତନା ଦେଉଛନ୍ତି

ଭୁବନେଶ୍ୱର: ଜଣେ ସିନେମାଟୋଗ୍ରାଫରଙ୍କ ବିରୋଧରେ ତାଙ୍କ ପତ୍ନୀ ସାଂଘାତିକ ଅଭିଯୋଗ ଆଣିଛନ୍ତି।ସ୍ୱାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବା ସହ ପୁଅକୁ ମଧ୍ୟ ନିର୍ଯାତନା ଦେଉଥିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି  ସିନେମାଟୋଗ୍ରାଫର ମନୋଜ କୁମାର ଖଟେଇଙ୍କ ପତ୍ନୀ। ସ୍ୱାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ନେଇ ମନୋଜଙ୍କ ପତ୍ନୀ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସ୍ୱାମୀ(ମନୋଜ) ତାଙ୍କ […]

  • Sunday, 04 July 2021