ବଲାଙ୍ଗିର: ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା କର୍ମଚାରୀ। ଉପଜିଲ୍ଲାପାଳ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା କର୍ମଚାରୀ ଜଣକ। ଏହି ଘଟଣାକୁ ନେଇ ସମ୍ପୃକ୍ତ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ନିବେଦନ କରିଛନ୍ତି ସମ୍ପୃକ୍ତ ମହିଳା କର୍ମଚାରୀ। ଉପଜିଲ୍ଲାପାଳଙ୍କ ନାଁରେ ଉଠିଥିବା ଅଭିଯୋଗର ତଦନ୍ତ ପାଇଁ ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ୩ ଜଣିଆ […]
ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ମାଝୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ସଂକ୍ରମିତ ହୋଇଥିବା ନେଇ ନିଜେ ସାଂସଦ ସୋସିଆଲ ମିଡିଆରେ ଏହା ଜଣାଇଛନ୍ତି। ଏବେ ସେ ହୋମ୍ ଆଇସୋଲେସନରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସାଂସଦ ପରାମର୍ଶ ଦେଇଛନ୍ତି। ସୂଚନାଥାଉ କି, କିଛିଦିନ ତଳେ ବରଗଡ଼ ସାଂସଦ ସୁରେଶ ପୂଜାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଢେଙ୍କାନାଳ: ରାତି ଅଧରେ ଘରେ ପଶି ଯୁବକଙ୍କୁ ମାଡ଼ ମାରିଲେ ପୋଲିସ୍ ବାବୁ। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅଧିକାରୀ ଜଣେ ଯୁବକଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସମ୍ପୃକ୍ତ ଫାଣ୍ଡି ଅଧିକାରୀ ଉକ୍ତ ଯୁବକଙ୍କ ପତ୍ନୀଙ୍କୁ ଟଣା ଓଟରା କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଯୁବକଙ୍କ ପରିବାର ଲୋକେ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଫାଣ୍ଡି ଅଧିକାରୀ ଶିବ […]
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ବିରୋଧ। ଏହି ପ୍ରସଙ୍ଗରେ ବିଜେପି ପ୍ରେସ୍ମିଟ କରି କହିଛି ଏହା ତରବରିଆ ଓ ଆବଶ୍ୟକ ବିହୀନ ନିଷ୍ପତ୍ତି ଓ ଅଗଣତାନ୍ତ୍ରିକ। ସିନେଟ ହଟାଇବା ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି ବିଜେପି ଅଭିଯୋଗ କରିଛି। ନିଯୁକ୍ତି, କୁଳପତି ଚୟନ ଓ ବିଶ୍ୱବିଦ୍ୟାଳୟ ପରିଚାଳନାକୁ ସରକାର ନିୟନ୍ତ୍ରଣକୁ ଆଣିବାକୁ ଯୋଜନା କରୁଥିବା ବିଜେପି ଅଭିଯୋଗ କରିବା ସହ ବିଶ୍ୱବିଦ୍ୟାଳୟକୁ ଅମଲାତନ୍ତ୍ରକରଣକୁ ବିରୋଧ କରାଯିବ ବୋଲି ବିଜେପି କହିଛି। ଉଚ୍ଚଶିକ୍ଷା ସପର୍କିତ […]
ଭୁବନେଶ୍ୱର: ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରା ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରମେଶଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ଡିଏସ୍ପି ଅକ୍ଷୟ ମିଶ୍ର ସୂଚନା ଦେଇଛନ୍ତି। ରମେଶଙ୍କ ଘରୁ ପ୍ରାୟ ଦେଢ଼ କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିଲା। ଭୁବନେଶ୍ୱରରେ ୪୧ ଲକ୍ଷର ଫ୍ଲାଟ୍, ଯାଜପୁରରେ ୨୯ ଲକ୍ଷର କୋଠା, ପୁଡୁଚେରିରେ କୋଠା, ୬ ଶହ ଗ୍ରାମର ସୁନା ଓ ରୁପା ଠାବ ହୋଇଥିଲା। ରମେଶ ବେହେରାଙ୍କ […]