• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

corona test 11
୨୪ ଘଣ୍ଟାରେ ଓଡ଼ିଶାରୁ ୩,୫୪୩ କରୋନା ପଜିଟିଭ୍‌ ଚିହ୍ନଟ, ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୫୪୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା  ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୫୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୬୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୩୮୨ ରହିଛି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ଖୋର୍ଦ୍ଧାରୁ […]

corona
ଓଡ଼ିଶାରେ କରୋନା ନେଲା ଆଉ ୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର, ବଲାଙ୍ଗିର, କଟକ, ଗଞ୍ଜାମ, ଖୋର୍ଦ୍ଧା, ମାଲକାନଗିରି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ, ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୩୮ ହୋଇଛି। ୨୪ ଘଣ୍ଟାରେ ଓଡ଼ିଶାରେ ୩,୫୪୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି […]

home isolation 1
ଆଇସୋଲେସନ୍ ବ୍ୟବସ୍ଥା ପାଇଁ ନୂଆ SOP ଜାରି କଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ(BMC) ଥିବା ଆଇସୋଲେସନ୍ ବ୍ୟବସ୍ଥା ପାଇଁ ଜାରି ନୂଆ SOP ଜାରି ହୋଇଛି। ଏଣିକି ହୋମ୍ ଓ ପେଡ୍ ଆଇସୋଲେସନ୍‌ରେ ଥିବା ବ୍ୟକ୍ତିଙ୍କ ଉପରେ BMC ପକ୍ଷରୁ କଡ଼ା ନଜର ରଖାଯିବ। ସେମାନଙ୍କୁ ୨୪ ଘଣ୍ଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ନେଇ BMC ପକ୍ଷରୁ ବ୍ୟବସ୍ଥା ହୋଇଛି। ହୋମ୍ ଆଇସୋଲେସନ୍‌ରେ ଥିବା ଲକ୍ଷଣ ବିହୀନ ଓ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସ୍ଥିତିକୁ ଦେଖି ସେବା […]

  • Sunday, 04 July 2021
cm naveen patnaik
ରାଇପୁର ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ବସ୍‌ ଗତକାଲି ବିଳମ୍ବିତ ରାତି ସାଢ଼େ ୩ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ରାଇପୁର ମେଡିକାଲ କଲେଜ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।‌ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଆସିକା ଓ ଭଞ୍ଜନଗର ଅଞ୍ଚଳର ଶ୍ରମିକ ରହିଛନ୍ତି। ବସ୍‌ଟି ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବେଳେ ରାଇପୁର ଚେରିଖେଡ଼ି ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ […]

  • Sunday, 04 July 2021
drown
ପାଣିରେ ଓଲଟି ପଡ଼ିଲା କଦଳୀ ଭେଳା; ୨ ଭାଇ ମୃତ

ଯାଜପୁର: କଦଳୀ ଭେଳା ଓଲଟି ପଡିବାରୁ ପାଣିରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ମେଦୁଆକୁଳ ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ୨ଜଣ ମେଦୁଆକୂଳ ଗାଁର ଶୁଭ୍ରଜିତ ବେହେରା(୨୪) ଏବଂ ମିଟୁଲ ବେହେରା(୨୯)। ଏମାନେ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ଏହି ଦୁଇ ଭାଇ ମେଦୁଆକୁଳ ପାଟ ପାଣିରେ କଦଳୀ ଭେଳାରେ ଯାଉଥିବା ସମୟରେ ହଠାତ୍‌ ଭେଳାଟି ଓଲଟି ପଡ଼ିଥିଲା। ଫଳରେ ଏହି […]

  • Sunday, 04 July 2021
nadda
'ରାଜ୍ୟରେ ବିଜେପି ସରକାର ଗଠନ ଆଉ ବେଶୀ ଦୂର ନୁହେଁ'

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ମିଶନ ୨୦୨୪। ଲମ୍ବା ଲଢ଼େଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଛି ଏବଂ ସରକାର କରିବା ବେଶୀ ଦୂର ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଆସନ୍ତା ନିର୍ବାଚନରେ ୫୦ ପ୍ରତିଶତ ଭୋଟ୍ ହାସଲ କରିବାକୁ ଟାର୍ଗେଟ ଦେଇଛନ୍ତି ନଡ୍ଡା। ସେ କହିଛନ୍ତି, ୨୦୧୪ ଲୋକସଭା ନିର୍ବାଚନରେ ଦଳ ମାତ୍ର ୨୧ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୨୦୧୯ରେ ଏହା ୩୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ବିଧାନସଭା […]

  • Sunday, 04 July 2021
anubhav mohanty
ସ୍ୱାମୀ ଅନୁଭବଙ୍କ ବିରୋଧରେ କୋର୍ଟ ଗଲେ ବର୍ଷା

କଟକ: ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସ୍ୱାମୀ ଅନୁଭବଙ୍କ ବିରୋଧରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଏ ନେଇ କଟକ SDJM କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା। ପାରିବାରିକ ହିଂସା ନିରୋଧ ଆଇନ ଧାରା-୧୨ ଅନୁଯାୟୀ ମାମଲା ଦାୟର ହୋଇଛି।   ଆସନ୍ତା ୭ ତାରିଖ ଦିନ ମାମଲାର ପ୍ରଥମ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ମାମଲା ଦାୟର ହୋଇଥିବା […]

  • Sunday, 04 July 2021