ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ନେଇ ପ୍ରତିକ୍ରିୟା ରଖିଛନ୍ତି BMC କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ଏନେଇ ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୬ଶହ କମ୍ୟୁନିଟି ସାମ୍ପଲ ଟେଷ୍ଟ କରାଯାଇଛି। ଏବେ ସୁଦ୍ଧା ସେରୋ ସର୍ଭିଲାନ୍ସରେ ହାଇରିସ୍କ ଗ୍ରୁପଙ୍କର ଟେଷ୍ଟ କରାଯାଇନାହିଁ। ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ୍ ରେଜଲ୍ଟ ମିଳିସାରିଛି। ଭୁବନେଶ୍ୱରରେ ଆଣ୍ଟିବଡ଼ି ପ୍ରିଭେଲାନ୍ସ ୫.୧୫ ପ୍ରତିଶତ ରହିଛି। ତେବେ ଦେଖିବାକୁ ଗଲେ ଆଣ୍ଟିବଡି ପାଇଁ ୫.୧୫ ପ୍ରତିଶତ ପ୍ରିଭେଲାନ୍ସ ବହୁତ […]
ଭଦ୍ରକ: ଭଦ୍ରକ ଚାନ୍ଦବାଲି ବ୍ଲକରେ ଅଙ୍ଗନୱାଡ଼ି ଖାଦ୍ୟ ଯୋଗାଣରେ ବ୍ୟାପକ ଅନିୟମିତତା ଅଭିଯୋଗ। ପ୍ରେସମିଟ୍ କରି ଏଭଳି ଅଭିଯୋଗ କରିଛି ବିଜେପି। ଗର୍ଭବତୀ ଓ ଶିଶୁଙ୍କ ଖାଦ୍ୟ ପାଇଁ ଆସୁଥିବା ଟଙ୍କା ହଡ଼ପ କରାଯାଉଛି। ଏହି ଟଙ୍କା ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଶିଶୁ, ଗର୍ଭବତୀ ମହିଳାମାନଙ୍କ ପୃଷ୍ଟି ସାଧନ ନିମନ୍ତେ ଛତୁଆ, ସୁଜି, ଅଣ୍ଡା ସମେତ ବିଭିନ୍ନ ପୃଷ୍ଟି କର ଖାଦ୍ୟ ଦେଉଛନ୍ତି। କିନ୍ତୁ ଏହି ପୃଷ୍ଟି ସାଧନ ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା କରାଯାଉଛି। ଏମିତିକି […]
ଭଦ୍ରକ: ଭଦ୍ରକ ଜାତୀୟ ରାଜପଥରେ ପୁଣି ଜଳିଲା ବିସ୍କୁଟ୍ ଟ୍ରକ। ମୋଟେଲ୍ ଛକ ନିକଟରେ ଏକ ବିସ୍କୁଟ୍ ବୋଝେଇ କଣ୍ଟେନର ଜଳି ଯାଇଛି। ରାସ୍ତା କଡ଼ରେ କିଛି ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ଏହି ଟ୍ରକ୍ଟି ଥିଲା। ଗତ ୧୬ ତାରିଖରେ ଏଥିରେ ନିଆଁ ଲାଗିଥିଲା। ଯାହାକୁ ଅଗ୍ନିଶମ ବାହିନୀ କାବୁ କରିଥିଲେ। ତେବେ ଆଜି ପୁଣି ନିଆଁ ଲାଗିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଟ୍ରକ୍ ମାଲିକଙ୍କ କହିବା କଥା, ଆଜି ଅଚାନକ୍ ଭାବେ […]
ବାରିପଦା: ଜୁଆରରେ ବୁଡ଼ି ଯାଇଛି ଡମ୍ପର। ବାଲେଶ୍ୱର ସୀମାବର୍ତ୍ତି ଦୀଘା ସମୁଦ୍ର କୂଳରେ ଜୁଆର ଆସିବା ପରେ ଏପରି ଘଟଣା ଘଟିଛି। ଗତକାଲି ଦୀଘା ସମୁଦ୍ରକୂଳରେ ପଥର ବନ୍ଧ ପାଇଁ ଯାଇଥିଲା ୫ଟି ଡମ୍ପର। ତେବେ ବନ୍ଧ ମରାମତି କାମ ଚାଲିବା ବେଳେ ହଠାତ୍ ସମୁଦ୍ରରେ ଜୁଆର ଆସିଥିଲା। ଯାହାପରେ ବାଲିରେ ଧସି ଯାଇଥିଲା ଡମ୍ପର। ପାଣିର ପରିମାଣ ବଢ଼ିବା ପରେ ଏହାକୁ ଉଦ୍ଧାର କରିବାକୁ ନାକେଦମ୍ ହେବାକୁ ପଡ଼ିଥିଲା। ଗୋଟିଏ ଡମ୍ପର ଉଦ୍ଧାର କରାଯାଇଥିବା ବେଳେ […]
ଭୁବନେଶ୍ୱର: ହରିଣ ଶିକାରୀ ରାକେଟ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଚନ୍ଦକା ଅଭୟାରଣ୍ୟରୁ ହରିଣ ଶିକାର କରି ଏହାର ଛାଲକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୧୧ ଜଣ। ହରିଣ ମାସଂ ଓ ଛାଲ ବିକ୍ରି ନେଇ ୨ ଶିକାରୀ ଗିରଫ ହୋଇଥିବା ବେଳେ ଏହାକୁ କିଣିବା ଅଭିଯୋଗରେ ଅନ୍ୟ ୯ ଜଣଙ୍କୁ ଗିରଫ କରାଯାଇଛି। ଚନ୍ଦକା ଜଙ୍ଗଳରେ ହରିଣ ମାଂସ ବିକ୍ରି ହେଉଥବା ଖବର ପାଇଁ ବନ ବିଭାଗ ଓ ପୋଲିସ୍ […]
ବାରିପଦା: ITDA କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ୩ ସମର୍ଥକ ବାରିପଦା ITDA ଅଫିସର ସହକାରୀ ର୍ନିବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ଏତଲା ହୋଇଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କ ସୂଚନା ମୁତାବକ, ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ତାଙ୍କୁ ଭେଟିବାକୁ ଫୋନ କରି ଡକାଇଥିଲେ। ତେବେ ନିର୍ବାହୀ ସହକାରୀ […]
କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରେ କେନ୍ଦୁଝର ଜଜାଙ୍ଗରାଜନ ବସ୍ତି ଡବଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ। ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ। ଦୋଷୀକୁ ୫ ହଜାର ଟଙ୍କା ଜରିମାନା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୭ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ମାଇନା ରିପୋର୍ଟକୁ ଭିତ୍ତିକରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ। ୨୦୧୭ରେ ଘଟିଥିଲା ଏ ହତ୍ୟାକାଣ୍ଡ। ଜଜାଙ୍ଗରାଜନ ବସ୍ତିର ଦିବାଇ ନାଗରର ପୁଅ […]
ବାଲେଶ୍ୱର: କୋଭିଡ୍ ଟେଷ୍ଟ ପାଇଁ ବାଲେଶ୍ୱରରୁ ସାମ୍ପୁଲ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟେଷ୍ଟ ସାମ୍ପୁଲ ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାର ନିକଟରେ ଘଟିଛି ଏ ଦୁର୍ଘଟଣା। ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଏହି ବସକୁ ସାମ୍ନାରୁ ଧକ୍କା ଦେଇଥିଲା ଗୋଟିଏ ଟ୍ରକ। ଦୁର୍ଘଟଣା ପରେ ଉଭୟ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ବସର ହେଲପରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିା ଏକ ଘରୋଇ ବସ୍ରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରୁ […]
ଜଗତସିଂହପୁର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ନେଇ ସ୍ପଷ୍ଟ କିରିଛନ୍ତି ନିଜେ ପ୍ରଶାନ୍ତ। ପଜିଟିଭ ଚିହ୍ନଟ ପରେ ହୋମ୍ ଆଇସୋଲେସନରେ ଥିବା କହିଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ବିଧାୟକ। ଏହା ପୂର୍ବରୁ ନବରଙ୍ଗପୁର ବିଧାୟକ ରମେଶ ମାଝୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ବିଧାୟକ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି। ଗତକାଲି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ […]
TDA କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକଙ୍କ ମାଡ଼ ମାରିଥିବା ଅଭିଯୋଗରେ ଗିରଫ ହେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ। ପ୍ରକାଶଙ୍କୁ ଗିରଫ କଲା ସଦର ଥାନା ପୁଲିସ। ବିଧାୟକଙ୍କ ବିରୋଧରେ ୨୯୪, ୩୪୧, ୩୨୩, ୫୦୬ ଦଫା ଲଗାଇ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କ ସୂଚନା ମୁତାବକ, ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ତାଙ୍କୁ ଭେଟିବାକୁ ଫୋନ କରି ଡକାଇଥିଲେ। ତେବେ […]
ବଲାଙ୍ଗିର: ବଲାଙ୍ଗିର ଉପଜିଲ୍ଲାପାଳ ସଂଜୟ ମିଶ୍ର ସସ୍ପେଣ୍ଡ। ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ଉପଜିଲ୍ଲାପାଳଙ୍କୁ ସସ୍ପେଣ୍ଡ କରିଛନ୍ତି ରାଜ୍ୟ ସରକାର। ସସ୍ପେଣ୍ଡ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟାଳୟରେ ଜଣେ ମହିଳା କିରାଣୀ ଉପଜିଲ୍ଲାପାଳ ବିରୋଧରେ ଅଭିଯୋଗ କରିଥିଲେ। ଚାମ୍ବରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ମହିଳା କିରାଣୀ। ଘଟଣା ଅନୁସାରେ, ସମ୍ପୃକ୍ତ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ଅନ୍ୟତ୍ର ବଦଳି […]
ଭୁବନେଶ୍ୱର: ଦିନକରେ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୯୮୦ ଆକ୍ରାନ୍ତ। ସେଥିମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୬୫୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ତ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନ ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରେ ଖୋର୍ଦ୍ଧା-୨୬୩, ଗଞ୍ଜାମ-୨୧୨, ମୟୂରଭଞ୍ଜ-୨୦୭, ସମ୍ବଲପୁର-୧୩୩, ବଲାଙ୍ଗିର-୧୨୬, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୧୧୪ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ବାଲେଶ୍ୱର-୧୧୧, କୋରାପୁଟ-୧୦୩, କେନ୍ଦ୍ରାପଡ଼ାରୁ ୯୧ ସୁସ୍ଥ ହୋଇଥିବା ବେଳେ ବରଗଡ଼-୮୭, ଅନୁଗୁଳ […]
ଭୁବନେଶ୍ୱର: ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ସେପ୍ଟେମ୍ବର ୮ରୁ ଆବେଦନ ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ଆବେଦନର ଶେଷ ତାରିଖ ରହିବ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେପ୍ଟେମ୍ବର ୮ରେ ଛାତ୍ରଛାତ୍ରୀମାନେ ଆବେଦନ କରିବା ପରେ ସେପ୍ଟେମ୍ବର ୨୮ ତାରିଖରେ ଆବେଦନର ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସେହି ୨୮ ତାରିଖରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିହେବ। ସେହିପରି […]
ଭୁବନେଶ୍ୱର: ଦିନକରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୫୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫୫୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୦୭ ରହିଛି। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଏକ ଗଣମାଧ୍ୟମ ସଂସ୍ଥାରୁ ୩୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରବୀନ୍ଦ୍ରମଣ୍ଡପ ନିକଟ ଏକ ବ୍ୟାଙ୍କରୁ ୧୮ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଡୁମୁଡୁମାର […]
ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ଏହାର ରହସ୍ୟ ଭେଦ କରିପାରୁନି କ୍ରାଇମବ୍ରାଞ୍ଚ। ଏପଟେ କିନ୍ତୁ ଫେସ୍ବୁକ୍ ଫ୍ରେଣ୍ଡରୁ ଆଦିତ୍ୟଙ୍କ ପ୍ରେମିକା ବନିଥିବା ଚିନ୍ନୟୀ ମହାପାତ୍ର ମୁହଁ ଖୋଲିବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଉଠିଛି। ପରିବାର ଲୋକେ ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଚିନ୍ମୟୀଙ୍କ ହାତ ଥାଇପାରେ। ହେଲେ ଆଦିତ୍ୟ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ଚିନ୍ମୟୀ ସନ୍ଦେହ ପ୍ରକାଶ କରିବା ସହ ଅଭିଯୋଗକୁ ଆଜି […]