ଭୁବନେଶ୍ୱର: ଓଡ଼ିଶାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ନିକଟରେ ଦୟାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ଣରେ ସମ୍ପୃକ୍ତ ଯୁବକ ଜଣ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁପଡ଼ିଥିଲେ। ଉକ୍ତ ଗାଡ଼ିରୁ ଏକ ଗାଡ଼ି ଡିକିରୁ ଏକ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ ମିଳିଛି। କପିଳପ୍ରସାଦର ମଧୁସୂଦନ ଖୁଣ୍ଟିଆଙ୍କ ନାଁରେ ରହିଛି ଲର୍ଣ୍ଣିଂ ଲାଇସେନ୍ସ। ତେବେ ନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି […]
ଯାଜପୁର: କେଲୁଅ ନଦୀ ବନ୍ଧ ଭାଙ୍ଗିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ଦଳର ଏକ ପ୍ରତିନିଧି ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲା। ସବୁ ଦେଖିବା ପରେ ବରିଷ୍ଠ ନେତା ପଞ୍ଚାନନ କାନୁନ୍ଗୋ କହିଛନ୍ତି, ଏତେ ଓସାରିଆ ବନ୍ଧ ଆପେ ଆପେ ଭାଙ୍ଗିବା ଭଳି ଲାଗୁନାହିଁ। ପଞ୍ଚାନନ ପଚାରିଛନ୍ତି, ଇଂଜିନିୟରମାନେ ସେଦିନ ବନ୍ଧ ଜଗିଥିଲେ କି ବନ୍ଧ ନ ଜଗି ଭାଙ୍ଗିଥିବା ଲୋକକୁ ସହାୟତା କରିଥିବା ପରି ମନେ ହେଉଛି। ଜାଣିଶୁଣି ବନ୍ଧ […]
ଭୁବନେଶ୍ୱର: ଦୁଇଦିନ ଧରି ନିଖୋଜ ଥିବା ଇଂଜିନିୟର ପ୍ରତ୍ୟୁଷ କୁମାରଙ୍କ ମୃତଦେହକୁ ଡ୍ୟାମ ନିକଟରୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବେଦାନ୍ତ କର୍ମଚାରୀ ଭାବେ କାମ କରୁଥିବା ଇଂଜିନିୟର ପ୍ରତ୍ୟୁଷ କୁମାର ସେପ୍ଟେମ୍ବର ୧ ତାରିଖରୁ ନିଖୋଜ ଥିଲେ। ଗତକାଲି ସନ୍ଧ୍ୟାରେ ନିଖୋଜ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଗତକାଲି ରାତିରେ ହୋଣ୍ଡାଇ କାର୍ ଲାଞ୍ଜିଗଡ଼ ଠାରୁ ୩ କିମି ଦୂରରେ ଟାଙ୍ଗନକନା ଡ୍ୟାମ ପାଖରେ ଥିବା […]
ଭୁବନେଶ୍ୱର: ଚଳିତମାସ ୩୦ ତାରିଖ ପୂର୍ବରୁ ବସିବ ବିଧାନସଭା ଅଧିବେଶନ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ କଥା ହୋଇଛନ୍ତି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି କହିଛନ୍ତି, ଆମ ବିଧାନସଭା ଆଇନ୍ ଓ ସମ୍ବିଧାନରେ ନିୟମ ଅଛି ଯେ ଥରେ ବିଧାନସଭା ବସିଲେ, ତା’ର ୬ ମାସ ଭିତରେ ହିଁ ପରବର୍ତ୍ତୀ ଅଧିବେଶନ ବସିବ। ଯେହେତୁ ମାର୍ଚ୍ଚ ୨୯ ତାରିଖରେ ଶେଷଥର ପାଇଁ ଆମର ବିଧାନସଭା ଅଧିବେଶନ […]
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏହି ଘଟଣାରେ ବନବିଭାଗ ଜଣେ ଯୁବକଙ୍କୁ ଗିରଫ କରିବା ସହ ବାଘ ଚମଡ଼ା ଜବତ କରିଛି। ଖଜୁରୀ କଣାସ ଗାଁରେ ଚଢ଼ାଉ ବେଳେ ବନବିଭାଗକୁ ଏହି ସଫଳତା ମିଳିଛି। ଅଭିଯୁକ୍ତ ଜଣଙ୍କ ବାଘ ଚମଡ଼ା ବିକ୍ରି କରିବାକୁ ନେବା ବେଳେ ଖବର ପାଇଥିଲା ବନବିଭାଗ। ଅଭିଯୁକ୍ତ ଲକ୍ଷ୍ମଣ ନାୟକଠାରୁ ଏକ ବାଇକ ମଧ୍ୟ ଜବତ ହୋଇଛି। ଏହି ମାଲମରା ଅନ୍ୟ ତିନି […]
ପୁରୀ: ପୁରୀ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନ ଆନ୍ଦୋଳନ ଆରମ୍ଭ କରିଛି। ଡିଜିଟାଲ ପ୍ଲାଟ ଫର୍ମରେ ପ୍ରତିବାଦ ପାଇଁ ବିଜେପି ପକ୍ଷରୁ କରାଯାଇଥିବା ଆପ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସମୀର ମହାନ୍ତି ଉଦଘାଟନ କରିଛନ୍ତି। ଡିଜିଟାଲ ପ୍ଲାଟଫର୍ମରେ ସାଧାରଣ ଲୋକେ ଧର୍ମଶାଳା ଜମି ବିକ୍ରି ନେଇ ପ୍ରତିବାଦ କରିପାରିବେ। ବଗଲା ଧର୍ମଶାଳା ମାମଲାରେ ରାଜ୍ୟ ବିଜେପି ଅନ୍ଲାଇନରେ ଦାଖଲ କରୁଛି ପିଟିସନ। […]
ଭୁବନେଶ୍ୱର: ଅଧ୍ୟାପକଙ୍କ ବରିଷ୍ଠତା ଧାର୍ଯ୍ୟ କରିବା ପାଇଁ ଚାକିରି କରିବାର ଦିନ ବଦଳରେ ଜନ୍ମ ତାରିଖକୁ ଉଚ୍ଚ ଶିକ୍ଷା ବିଭାଗ ମାନଦଣ୍ଡ କରିଥିବାରୁ ଏହାକୁ ବିରୋଧ କରିଛି ଅଧ୍ୟାପକ ସଂଘ। ୬୬୨ ବର୍ଗ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି, ନୂଆ ନିୟମ ଲାଗୁ ହେଲେ ୨୦୦୪, ୨୦୦୮, ୨୦୦୯ ଓ ୨୦୧୪ ର ସରକାରୀ ନିର୍ଦ୍ଦେଶନାମାରେ ଯେଉଁମାନେ ବରିଷ୍ଠତା ପାଇଛନ୍ତି, ସେମାନେ ବରିଷ୍ଠତା ହରାଇବା ସହିତ ପଦ ମଧ୍ୟ ହରାଇ ପାରନ୍ତି। ତା ଛଡ଼ା […]