ମାଲକାନଗିରି: ମାଲକାନଗିରି ସୀମା ଛତିଶଗଡ଼ ଜିଲ୍ଲା ବିଜାପୁରରେ ମାଓବାଦୀ ବର୍ବରକାଣ୍ଡ ରଚିଛନ୍ତି। ପୋଲିସ୍ ଇନ୍ଫର୍ମର ସନ୍ଦେହରେ ଦୁଇ ଜଣ ଲୋକ ପ୍ରତିନିଧିଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ। ବିଜାପୁର ଜିଲ୍ଲା ଗଙ୍ଗଲା ଗାଁରେ ମାଓବାଦୀମାନେ ଏହି ବର୍ବରକାଣ୍ଡ ଘଟାଇଥିବା ବିଜାପୁର ଏସ୍ପି କମଳଲୋଚନ କଶ୍ୟପ ସୂଚନା ଦେଇଛନ୍ତି । ଗତକାଲି ରାତିରେ ଏହି ଘଟଣା ଘଟିଛି । ମୃତକ ହେଲେ ଗଙ୍ଗଲା ଗାଁର ଉପସରପଞ୍ଚ ଧନିରାମ କୋରସା ଏବଂ ଓ୍ୱାଡ଼ ମେମ୍ବର ଗୋପଲ କୁଡ଼ିୟମ । ପୋଲିସ୍ […]
ଭୁବନେଶ୍ୱର: ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର। ଯୁବତୀଙ୍କ ମୋବାଇଲ ଝାମ୍ପିବା ବେଳେ ସ୍କୁଟିରୁ ଖସି ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରସୁଲଗଡ଼ କେନାଲ ରୋଡ୍ ଅଞ୍ଚଳରେ। ଯାହା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ରସୁଲଗଡ଼ କେନାଲ ରୋଡ୍ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଲୁଟ୍। ସ୍କୁଟି ଚଳାଇ ଏକୁଟିଆ ଯାଉଥିବା ଯୁବତୀଙ୍କୁ ଲୁଟେରା ଟାର୍ଗେଟ କରିଥିଲା। ତେବେ ଦ୍ରୁତ ଗତିରେ ଆସି ଯୁବତୀଙ୍କ ମୋବାଇଲ ଝାମ୍ପି ନେଇ ଦୁର୍ବୃତ୍ତମାନେ ପଳାଇଥିଲା। ଦୁର୍ବୃତ୍ତର ଆକ୍ରମଣରେ […]
ପୁରୀ : ଅାଜି ପବିତ୍ର ବିଜୟା ଦଶମୀ । ଏଥିପାଇଁ ରାଜ୍ୟର ବିଭିନ୍ନ ପୀଠ ଓ ପୂଜା ମଣ୍ଡପ ଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସକାଳୁ ସକାଳୁ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଛି। ଅାଜି ଦଶହରା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବ। ସକାଳ ଧୂପ ପରେ ସପ୍ତମୀଠାରୁ ପୂଜାରେ ବସିଥିବା ମହାପ୍ରଭୁଙ୍କ ଅାୟୁଧ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, ହଳ ମୂଷଳକୁ ମହାସ୍ନାନ କରାଯାଇଥାଏ । ପରେ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ […]
ଭୁବନେଶ୍ୱର: ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ। OJEE ପରୀକ୍ଷା ଦୈନିକ ତିନିଟି ସିଫ୍ଟରେ ହେବ। ଅକ୍ଟୋବର ୧୨ରୁ ୧୯ ତାରିଖ ଯାଏ ହେବ OJEE ପରୀକ୍ଷା। ସକାଳ ୯ରୁ ୧୧, ଦିନ ୧୨ଟା୩୦ରୁ ୨ଟା୩୦ ଓ ୪ଟାରୁ ୬ଟା ଯାଏ ହେବ ପରୀକ୍ଷା। କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମୋଡ୍ରେ ହେବ OJEE ପରୀକ୍ଷା। ଛାତ୍ରଛାତ୍ରୀମାନେ ଅକ୍ଟୋବର ୫ ତାରିଖରୁ ଡାଉନ୍ଲୋଡ କରିପାରିବେ ଆଡ୍ମିଟ୍ କାର୍ଡ। ଚଳିତବର୍ଷ ରେକର୍ଡ ୭୯ ହଜାର ୮ଶହ ପିଲା OJEE ପରୀକ୍ଷା […]
ଭୁବନେଶ୍ୱର : ତିତ୍ଲି କ୍ଷତିଗ୍ରସ୍ତଙ୍କ ଲାଗି ରିଲିଫ୍ ଓ ଥଇଥାନ ଲାଗି ରାଜ୍ୟକୁ ତୁରନ୍ତ ହଜାରେ କୋଟି ଟଙ୍କାର ମଧ୍ୟବର୍ତ୍ତିକାଳୀନ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟାରେ ୫୭ ହଜାର୧୩୧ ଘର ଭାଙ୍ଗି ଥିବାରୁ ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ୫୭ ହଜାର ୧୩୧ ଘର ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦେବାକୁ ବି ସେ ଅନୁରୋଧ କରିଛନ୍ତି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଭାବିତ ଅଞ୍ଚଳରେ […]