• Facebook
• Twitter
• Instagram
• LinkedIn
• Youtube
• Telegram
• Koo
• Read in English
News from Odisha
ପିଏନବି ଠକେଇ ମାମଲା: ଓଡ଼ିଆ ଅଧିକାରୀ ଗିରଫ
ପିଏନବି ଠକେଇ ମାମଲା: ଓଡ଼ିଆ ଅଧିକାରୀ ଗିରଫ
ନୂଆଦିଲ୍ଲୀ: ପିଏନବି ଠକେଇ ଲିଙ୍କରେ ଜଣେ ଓଡିଆ ଅଧିକାରୀଙ୍କ ସଂପୃକ୍ତି ଥିବା ଜଣାପଡିଛି। ତାଙ୍କ ନାଁ ବିଷ୍ଣୁବ୍ରତ ମିଶ୍ର।  ସେ ୨୦୧୧ରୁ ୧୫ ପର୍ଯ୍ୟନ୍ତ PNB ବ୍ରାଡି ବ୍ରାଞ୍ଚର ଇଣ୍ଟରନାଲ ଚିଫ୍ ଅଡିଟର ଥିଲେ। ହୀରା ବ୍ୟବସାୟୀ  ନିରବ ମୋଦି ଓ ତାଙ୍କ ସହଯୋଗୀ ମେହୁଲ ଚୋକସି ୧୩ହଜାର କୋଟିରୁ ଅଧିକ ଟଙ୍କା ପିଏନବିରୁ ଠକେଇ କରିଥିବା ଅଭିଯୋଗ ହୋଇଛି। ଏହି ଠକେଇରେ ସାମିଲ ଥିବା ଅଭିଯୋଗରେ ବିଷ୍ଣୁବ୍ରତ ମିଶ୍ରଙ୍କୁ ଗିରଫ କରାଯାଇଛି।  ତାଙ୍କୁ ମୁମ୍ବାଇର ଏକ […]
• Thursday, 10 June 2021
ମାର୍ଚ୍ଚ ୫ରୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ
ଭୁବନେଶ୍ୱର: ମାର୍ଚ୍ଚ ୫ରୁ ଆରମ୍ଭ ହେବାକୁ ଥିବା ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ନେଇ ଆଜି ନବୀନ ନିବାସରେ ବସୁଛି ବିଜେଡି ସଂସଦୀୟ ଦଳ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଅଧିବେଶନରେ କଣ ରହିବ ବିଜେଡିର ରଣନୀତି, କେଉଁ କେଉଁ ପ୍ରସଙ୍ଗ ଉଠାଯିବ, ସେନେଇ ଆଜି ବୈଠକରେ ଚୂଡ଼ାନ୍ତ ହେବ। ଜାନୁୟାରୀ ୨୯ରେ  ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା।  ୮ଟି ଅଧିବେଶନ ପରେ ଫେବୃୟାରୀ ୯ରେ ଗୃହକୁ ମୁଲତବୀ […]
• Thursday, 10 June 2021
ବେତନଟୀ ଥାନା ବଙ୍ଗଳା ଛକରେ ବସକୁ ଧକ୍କା ଦେଲା ଟ୍ରେନ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ବାରିପଦା: ବାରିପଦାର ବେତନଟୀ ଥାନା ବଙ୍ଗଳା ଛକରେ କାଲି ବିଳମ୍ବିତ ରାତିରେ ଏକ ବସକୁ ଧକ୍କା ଦେଇଥିଲା ଟ୍ରେନ୍‌। ଦୁର୍ଘଟଣାରେ ବସଟି ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ଡ୍ରାଇଭର। ବସ୍‌ରେ କେହି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ବସଟି ଭାରସାମ୍ୟ ହରାଇବାରୁ ବଙ୍ଗଳା ଛକରେ ରେଳଧାରଣା ଉପରକୁ ଚାଲିଆସିଥିଲା। ଏହି ସମୟରେ ବାଲେଶ୍ୱରରୁ ବାରିପଦା ଯାଉଥିବା ଡିଏସ୍‌ୟୁ ଟ୍ରେନ ବସ୍‌କୁ ଧକ୍କା ଦେବା ସହ କିଛି ଦୂର ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ବେଳେ […]
• Thursday, 10 June 2021
ମାଓ ପ୍ରବଣ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଓ ବିଏସ୍ଏଫ୍ ଅତିରିକ୍ତ ଡିଜି
ମାଲକାନଗିରି : ମାଓ ପ୍ରବଣ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପୋଲିସ ଡିଜି ଓ ବିଏସ୍ଏଫ୍ ଅତିରିକ୍ତ ଡିଜି। ଡିଜିପି ଡାକ୍ତର ଆର୍‌ପି ଶର୍ମା ଓ ବିଏସଏଫ୍ ଏଡିଜି ଅପରେସନ୍ ଅରୁଣ କୁମାର, ଆଉ କିଛି ବରିଷ୍ଠ ପୋଲିସ ଅଫିସରଙ୍କ ସହ ବିଚ୍ଛିନ୍ନାଞ୍ଚଳକୁ ଯାଇ ମାଓ ଦମନ ସ୍ଥିତିର ସମୀକ୍ଷା କରିଛନ୍ତି। ମାଓ ମୁକାବିଲା ଷ୍ଟ୍ରାଟେଜି ଓ ସୁରକ୍ଷାକର୍ମୀଙ୍କ ମୁତୟନ ପ୍ରସଙ୍ଗକୁ ନେଇ ମୁଖ୍ୟତଃ ଆଲୋଚନା ହୋଇଥିଲା। ସେହିପରି ସୁରକ୍ଷାକର୍ମୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ସଡକ, ଯୋଗାଯୋଗ ବ୍ୟବସ୍ଥା, […]
• Thursday, 10 June 2021
ହୋଲି ଖେଳିବା ସମୟରେ କିଛି ସାବଧାନତା ଅବଲମ୍ବନ କରନ୍ତୁ
ଆଜି ରଙ୍ଗର ପର୍ବ ହୋଲି। ସବୁଠି ରଙ୍ଗର ପସରା। ସମସ୍ତେ ହୋଲି ଖେଳିବାରେ ମସଗୁଲ୍। ହେଲେ ଏହି ସମୟରେ କିଛି ସାବଧନତା ଅବଲମ୍ବନ କରିବା ଜରୁରୀ। ହୋଲି ଖେଳିବାକୁ ଯିବା ପୂର୍ବରୁ କେଶରେ ତେଲ ନିଶ୍ଟୟ ଲଗାନ୍ତୁ। ଏହା କେଶର ସୁରକ୍ଷା କବଚ ଭାବେ କାମ କରିବ ଓ ରଙ୍ଗ ଛାଡ଼ିବା ମଧ୍ୟ ସହଜ ହେବ। ହୋଲି ଦିନ ଆବଶ୍ୟକ ହେଲେ ଅତିବେଶୀରେ ଦୁଇଥର ଗାଧୋଇ ପାରନ୍ତି। କାରଣ ଅଧିକ ଗାଧୋଇବା ଦ୍ୱାରା ତ୍ୱଚାର ଆଦ୍ରତା ନଷ୍ଟ […]
• Thursday, 10 June 2021
ବରଗଡ଼ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ
ବରଗଡ଼ : ଦୀର୍ଘ ଦିନର ବ୍ୟବଧାନ ପରେ ବରଗଡ଼ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତ ଚାଷୀଙ୍କ ନାଁ ଶେଷଦେବ ସାହା। ଘର ଅମ୍ବାଭୋନା ବ୍ଲକ ଚିଚୋଲି ଗାଁରେ। ସେ ନିଜର ୩ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ଷ୍ଟେଟ୍‌ ବ୍ୟାଙ୍କରୁ ୪୦ ହଜାର ଏବଂ ଏକ୍ସିସ୍ ବ୍ୟାଙ୍କରୁ ୧୮ ହଜାର ଟଙ୍କାର ଋଣ ସହ ହାତ ଉଧାରି ବାବଦକୁ ବିଭିନ୍ନ ଲୋକଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିଲେ। କିନ୍ତୁ ବର୍ଷା […]
• Thursday, 10 June 2021
ସ୍ପଷ୍ଟ ହେଲା ପିସିସି ସଭାପତି ପଦରୁ ପ୍ରସାଦଙ୍କ ଇସ୍ତଫା : ସୁର କହିଲେ, ବିଶ୍ୱାସଘାତକତା କଲେ ଦଳୀୟ ନେତା
ଭୁବନେଶ୍ୱର : ସ୍ପଷ୍ଟ ହେଲା  ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା। ପ୍ରସାଦଙ୍କ ଶ୍ୱଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉରରାୟ ଆଜି ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରସାଦ ଗତକାଲି ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ବିଜେପୁରରେ ପରାଜୟ କାରଣକୁ ନେଇ ପ୍ରସାଦ ଇସ୍ତଫା ଦେଇଛନ୍ତି। ଏଥିସହ ବିଜେପୁର ପରାଜୟ ନେଇ ଦଳୀୟ ନେତାଙ୍କ ଉପରେ ବର୍ଷିଛନ୍ତି ସୁର। କହିଛନ୍ତି, କଂଗ୍ରେସର କିଛି ନେତା ଧୋକା ଦେଇଛନ୍ତି ସେମାନଙ୍କ ବିଶ୍ୱାସଘାତକତା ଯୋଗୁଁ […]
• Thursday, 10 June 2021
ଦୁବାଇରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ : ଭାରତକୁ ଆସିପାରୁନି ମୃତଦେହ
ଗଂଜାମ: ଦୁବାଇରୁ ଭାରତକୁ ଆସିପାରୁନି ମୃତଦେହ। ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଅଞ୍ଚଳର ରଂଜନ ଜେନା ନାମକ ବ୍ୟକ୍ତି ଦୁବାଇ କାମ କରିବାକୁ ଯାଇଥିଲେ। ଗତ୨୨ ତାରିଖରେ ଏକ ବିଲ୍ଡିଂରେ କାମ କରୁଥିବାବେଳେ ସେଫଟି ବେଲ୍ଟ ଛିଣ୍ଡି ଯିବାରୁ ତଳେ ପଡି ତାଙ୍କର ମୃତ୍ୟୁ ଘଟିଥିଲା। ରୋଜଗାର କରିବାକୁ ଯାଇଥିବା ପୁଅ ରଂଜନର ମୃତ୍ୟୁ ଖବରରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ। ଦୁର୍ଘଟଣାର ଦିନକ ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ରଂଜନଙ୍କୁ ଦୁବାଇ […]
• Thursday, 10 June 2021
ବିଜେପୁର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ
ବିଜେପୁର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ
ଭୁବନେଶ୍ୱର: ବିଜେପୁରର ବିଜୟ ପରେ ନବ ନିର୍ବାଚିତ ବିଧାୟିକା ରୀତା ସାହୁ ଆଜି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ରୀତା କହିଛନ୍ତି ଯେ ସେ ତାଙ୍କର ଆଶୀର୍ବାଦ ନେବାକୁ ଆସିଥିଲେ। ବିଜେପୁର ଅଞ୍ଚଳରେ ପାନୀୟ ଜଳ ଓ କୃଷିର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଭଲ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଥିବା ରୀତା କହିଛନ୍ତି।
• Thursday, 10 June 2021
ରଙ୍ଗର ପର୍ବ ହୋଲି ଖେଳିବାକୁ ସମସ୍ତେ ପ୍ରସ୍ତୁତ
ରଙ୍ଗର ପର୍ବ ହୋଲି ଖେଳିବାକୁ ସମସ୍ତେ ପ୍ରସ୍ତୁତ
ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି।  ହୋଲି ଖେଳିବାକୁ ସମସ୍ତେ ପ୍ରସ୍ତୁତ ହୋଇ ପଡିଲେଣି।  ରାଜ୍ୟର ବିଭିନ୍ନ ସହରରେ ଦୋକାନ ବଜାରରେ ଖୋଲିଛି ରଙ୍ଗର ପସରା। ରଙ୍ଗ କିଣିବା ପାଇଁ ଦୋକାନ ବଜାରରେ ଜମୁଛି ଗ୍ରାହକଙ୍କ ଭିଡ।
ପୁରୀରେ ମହାପ୍ରଭୁଙ୍କର ପ୍ରତୀକ ଦୋଳ ଗୋବିନ୍ଦ , ମାଆ ଲକ୍ଷ୍ମୀ ଓ ସରସ୍ୱତୀ ବିମାନରେ ଆସି ଭକ୍ତଙ୍କ ମେଳରେ ଅବିର ଖେଳିବେ।  ଉତ୍ସବକୁ ପାଳନ ପାଇଁ ପୁରୀ ସହରରେ ଖୋଲିଛି ଅନେକ ରଙ୍ଗ ଦୋକାନ।ନାଲି, ନୀଳ ଅବିର ସାଙ୍ଗକୁ ପିଚକାରୀ, ମାସ୍କ, ଚଷମା, ଟୋପି ଆଦି ବିକ୍ରି କରୁଛନ୍ତି ବ୍ୟବସାୟୀ।
ସେହିପରି ହୋଲି ପର୍ବ ପାଇଁ ରେଶମ ସହର ବ୍ରହ୍ମପୁର ମଧ୍ୟ ଚଳଚଞ୍ଚଳ।  ଭାପୁର ବଜାର, ସାନବଜାର, କମାପଲ୍ଲୀ, ଗିରି ବଜାର ଆଦି ସ୍ଥାନରେ ରଙ୍ଗ ବେରଙ୍ଗର ଅବିର ଓ ଫଗୁ ସହ ବିଭିନ୍ନ ଡ଼ିଜାଇନର ପିଚକାରି ମିଳୁଛି। ଅନ୍ୟପଟେ ହୋଲି ଲାଗି ଇସ୍ପାତ ସହର ରାଉରକେଲାରେ ମଧ୍ୟ ଜୋରଦାର ପ୍ରସ୍ତୁତି ହୋଇଛି। ସହରର ବିଭିନ୍ନ ସ୍ଥାନରେ ଖୋଲିଛି ରଙ୍ଗ ଦୋକାନ। ସେପଟେ ସୁରକ୍ଷାକୁ ଆଖିଆଗରେ ରଖାଯାଇ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।
ଏପଟେ ସମ୍ବଲପୁର ସହରରେ ମଧ୍ୟ ପ୍ରସ୍ତୁତି ଜୋରଦାର।  ଗୋଲବଜାର, ଅଇଁଠାପାଲି ଆଦି ସ୍ଥାନରେ ଖୋଲାଯାଇଥିବା ଦୋକାନରେ ଗ୍ରାହକଙ୍କ ଭିଡ  ପିଲାଠୁ ବୟସ୍କ ସଭିଁଏ ରଙ୍ଗ କିଣିବାରେ ବ୍ୟସ୍ତ।  କମ୍ ମାତ୍ରାରେ ରାସାୟନିକ ରଙ୍ଗ ଏବଂ ଫଗୁ ଅଧିକ ବିକ୍ରି ହେଉଥିବା କହିଛନ୍ତି ବ୍ୟବସାୟୀ।
• Thursday, 10 June 2021
ପାରିବାରିକ କହଳକୁ କେନ୍ଦ୍ର କରି ସ୍ତ୍ରୀ ଓ ପୁଅକୁ ମାରି ପୋତି ଦେଲା ସ୍ୱାମୀ
ପାରିବାରିକ କହଳକୁ କେନ୍ଦ୍ର କରି ସ୍ତ୍ରୀ ଓ ପୁଅକୁ ମାରି ପୋତି ଦେଲା ସ୍ୱାମୀ
ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ମାଡ଼ିସାହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପାରିବାରିକ କହଳକୁ କେନ୍ଦ୍ର କରି ଅଭୟ ମାଝୀ (୨୫) ନାମକ ଜଣେ ଯୁବକ ତାଙ୍କ ପତ୍ନୀ ଓ ୯ମାସର ପୁଅକୁ ତଣ୍ଟିଚିପି ହତ୍ୟା କରିଛି ।
ଏହାପରେ  ଶବକୁ  ନିଜ ବାଡ଼ିରେ ପୋତି ଦେଇଥିଲା।  ତେବେ ପୋତାଯାଇଥିବା ଶବ  ନିକଟରୁ ଦୁର୍ଗନ୍ଧ ବାହାରିବାରୁ ଗତକାଲି  ଏହି ଘଟଣା ଜଣାପଡ଼ିଥିଲା। ଗତ  ୨୪ ତାରିଖରେ ଏହି ଘଟଣା ଘଟିଥିଲା।
ଖବର ପାଇ ଧୁଷୁରୀ ପୋଲିସ ଘଟଣାସ୍ଥଳକୁ ଯାଇ ଗଳିତ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ  ଅଭିଯୁକ୍ତ ଅଭୟଙ୍କୁ ପୋଲିସ ଗିରଫ କରିଛି।
ଗତ ୬ ବର୍ଷ ତଳେ ଅଭୟ ନାନ୍ଦପୁର ଗାଁର  ପଦ୍ମାବତୀଙ୍କୁ  ବିବାହ କରିଥିଲେ।
• Thursday, 10 June 2021
ଉଦ୍ୟୋଗ କର୍ମଚାରୀଙ୍କ ଦରମା ବୃଦ୍ଧି
ଉଦ୍ୟୋଗ କର୍ମଚାରୀଙ୍କ ଦରମା ବୃଦ୍ଧି
ଭୁବନେଶ୍ୱର: ଉଦ୍ୟୋଗ କର୍ମଚାରୀଙ୍କ ଦରମା ବୃଦ୍ଧି।  ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ୭ମ ବେତନ କମିଶନ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୦୧୬ ଜାନୁୟାରୀ ୧ ତାରିଖରୁ ପିଛିଲା ଭାବେ ବେତନ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
• Thursday, 10 June 2021
ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
କଟକ: କଟକ ଜଗତପୁର ଅଞ୍ଚଳରେ ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ ଓରଫ ଗୁରିଆ ଆହତ। ଗୁରିଆର ଗୋଡ଼ରେ ଗୁଳି ବାଜିଛି।  ଗୁରିଆ ନାଁରେ ବହୁ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।
ଜଗତପୁରରେ ଏକ ବୋମା ମାଡ଼ ଘଟଣାରେ ତାକୁ ଧରିବାକୁ ଗତକାଲି ସ୍ପେଶାଲ ସ୍କ୍ୱାର୍ଡ ଓ ସ୍ଥାନୀୟ ପୋଲିସ ଉଦ୍ୟମ କରିବା ବେଳେ ଗୁରିଆ ହଠାତ୍ ପୋଲିସ ଉପରକୁ ବୋମା ଫିଙ୍ଗିବା ସହ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ହେଲେ ଏହି ସମୟରେ ପୋଲିସ ତାକୁ ଏନକାଉଣ୍ଟର କରି କାବୁ କରିଥିଲା।
• Thursday, 10 June 2021
ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା
ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା
ଭୁବନେଶ୍ୱର: ବିଜେପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ପ୍ରଦାନ କରିଛନ୍ତି। ପ୍ରସାଦଙ୍କ ଇସ୍ତଫା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଏ ନେଇ ଗତକାଲି ଅପରାହ୍ନରୁ ସୋସିଆଲ୍ ମିଡିଆରେ ଖବର ପ୍ରଚାରିତ ହେଉଛି। ପ୍ରସାଦ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଥିବା କୁହାଯାଉଛି। ତେବେ ଏ ନେଇ ପ୍ରସାଦ ହରିଚନ୍ଦନଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
• Thursday, 10 June 2021
ପ୍ରସିଦ୍ଧ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ
ପ୍ରସିଦ୍ଧ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ
ଭୁବନେଶ୍ୱର: ପ୍ରସିଦ୍ଧ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ। ହୃଦଘାତରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଗତକାଲି ରାତି ୨ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲ। ହେଲେ ଚିକିତ୍ସାଧିନ ଅବସ୍ଥାରେ ପ୍ରାୟ ସାଢ଼େ ୩ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲା ଖଣତି ଗାଁରେ ଜନ୍ମ ହୋଇଥିବା ଅରବିନ୍ଦ ଭୁବନେଶ୍ୱରର ଭୀମଟାଙ୍ଗି ଅଞ୍ଚଳରେ […]
• Thursday, 10 June 2021
ଭୁଜାଲିରେ ହାଣି ଯୁବକଙ୍କୁ ଲୁଟିଲେ ଦୁର୍ବୃତ୍ତ
ଭୁଜାଲିରେ ହାଣି ଯୁବକଙ୍କୁ ଲୁଟିଲେ ଦୁର୍ବୃତ୍ତ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଅଭାବନୀୟ ଘଟଣା। ଭୁଜାଲିରେ ହାଣି ଯୁବକଙ୍କୁ ଲୁଟିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ୩ ଜଣ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ରଡୁଆ ଗାଁର ୩ ଜଣ ଯୁବକ ବାହାନଗାରୁ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୨ଟା ବେଳେ ୬ ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ।
• Thursday, 10 June 2021
ଦୋଳପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ
ଦୋଳପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ
ପୁରୀ: ଦୋଳପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆଜିର ମେଣ୍ଢା ପୋଡି ନୀତି ଏବଂ ଆସନ୍ତାକାଲିର ଦୋଳ ପୂର୍ଣ୍ଣିମା ନୀତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ, ସେନେଇ ଗତ ସନ୍ଧ୍ୟାରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ମେଣ୍ଢା ପୋଡ଼ି ପାଇଁ ଆଜି ଭୋର ୫ ଟାରେ ଦ୍ୱାର ଖୋଲିଛି। ବିଳମ୍ବିତ ରାତି ଗୋଟାଏରେ ପହଡ଼ ନୀତି ଅନୁଷ୍ଠିତ ହେବ ବୋଲି ଛତିଶା ନିଯୋଗ ନାୟକ ଜନାର୍ଦ୍ଧନ ପାଟ୍ଟଯୋଶୀ ମହାପାତ୍ର ସୂଚନା ଦେଇଛନ୍ତି।
ଦୋଳପୂର୍ଣ୍ଣିମାରେ ରାତି ୩ ଟାରୁ ଦ୍ୱାର ଫିଟିବ। ଦିନ ୧୦ଟାରୁ ୧୧ଟା ମଧ୍ୟରେ ଦୋଳବେଦୀକୁ ବିଜେ ହେବେ ଦିଅଁ। ସେହିଦିନ ରାତି ୯ଟାରେ ବାହୁଡ଼ା ଏବଂ ୯ଟା ୩୦ରେ ଶ୍ରୀଜିଉଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।
ଠାକୁରଙ୍କ ଏହି ବେଶକୁ ଶ୍ରଦ୍ଧାଳୁମାନେ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ କରି ପାରିବେ। ସବୁ ନୀତିକାନ୍ତ ଯେଭଳି ଠିକ୍ ଭାବେ ସମ୍ପନ୍ନ ହେବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
• Thursday, 10 June 2021
କାରକୁ ପିଟିଲା ଟିପ୍ପର: ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ
କାରକୁ ପିଟିଲା ଟିପ୍ପର: ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ
କୋରାପୁଟ: କୋରାପୁଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାରି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛ। ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଚାରି ଛାତ୍ରଛାତ୍ରୀଙ୍କର ଆଜି ଶବ ବ୍ୟବଚ୍ଛେଦ କରାଯିବ।
ମୃତକଙ୍କ ମଧ୍ୟରେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ୩ଜଣ ଥିବା ବେଳେ ଅନ୍ୟଜଣେ ଏକ ଘରୋଇ କଲେଜର ଯୁକ୍ତ ଦୁଇ ଛାତ୍ର। ମୃତକମାନେ ହେଲେ ରାଜିବ ପାତ୍ର, ତାଙ୍କ ଭାଇ ରୁବେନ୍ ପାତ୍ର, ନିହାରିକା ଭଞ୍ଜ ଓ ଜୟଶ୍ରୀ ରାଓ।
୧୦ମ ଶ୍ରେଣୀରେ ପଢୁଥିବା ରୁବେନ୍, ଜୟଶ୍ରୀ ଓ ନିହାରିକା ଆଡମିଟ କାର୍ଡ ଆଣିବାକୁ ସ୍କୁଲକୁ ଯାଇଥିଲେ। ଏହାପରେ ସ୍କୁଲରେ ଆୟୋଜିତ ଭୋଜିରେ ସାମିଲ୍ ପରେ ସ୍କୁଲକୁ ଏକ କାର୍ ନେଇ ପହଞ୍ଚିଥିଲେ ରୁବେନଙ୍କ ଭାଇ ରାଜୀବ। ୪ଜଣ ମିଶି ସ୍କୁଲକୁ ଘରକୁ ଫେରିବା ବଦଳରେ ଜୟପୁର ଅଭିମୁଖେ ବାହାରିଥିଲେ।
ପରୀକ୍ଷା ପୂର୍ବରୁ ସ୍କୁଲରେ ଶେଷ ଦିନ ଥିବାରୁ ସ୍କୁଲକୁ ଫେରିବା ପରେ ଫଟୋ ଉଠାଇବାକୁ ସେମାନେ ଜୟପୁର ରାସ୍ତା ଧରିଥିଲେ ତେବେ କୋରାପୁଟ ଠାରୁ ମାତ୍ର ଗୋଟିଏ କିଲୋମିଟର ପରେ ତାଙ୍କ ଗାଡିକୁ ଧକ୍କା ଦେଇଥିଲା ଏକ ବାଲି ବୋଝେଇ ଟିପ୍ପର।
ଘଟଣାସ୍ଥଳରେ ରାଜୀବଙ୍କ ମୃତ୍ୟୁ ଘଟିଥିବାବେଳେ କୋରାପୁଟ ମେଡିକାଲରେ ନିହାରିକା ଓ ଜୟଶ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିଶାଖାପାଟଣା ନେବା ବାଟରେ ରୁବେନଙ୍କ ମୃତ୍ୟୁ ଘଟିଥିଲ। ତେବେ ଏହି ଘଟଣା ପରେ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।
• Thursday, 10 June 2021
ଏମ୍ସର ଛାତ୍ର ସୋହେଲ ଅଜାଜ ନିଖୋଜ ମାମଲା :  ୩ଟି ରାଜ୍ୟର ପୋଲିସ୍‌ଙ୍କ ଅନୁସନ୍ଧାନ ଜାରି
ଏମ୍ସର ଛାତ୍ର ସୋହେଲ ଅଜାଜ ନିଖୋଜ ମାମଲା :  ୩ଟି ରାଜ୍ୟର ପୋଲିସ୍‌ଙ୍କ ଅନୁସନ୍ଧାନ ଜାରି
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର କାଶ୍ମୀର ଛାତ୍ର ସୋହେଲ ଅଜାଜ ନିଖୋଜ ମାମଲାରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସୂଚନା। ଏହି ପ୍ରସଙ୍ଗରେ ସେ ଟେଲିଫୋନ ଯୋଗେ ଜାମ୍ମୁ-କାଶ୍ମୀର ଡିଜିପିଙ୍କ ସହ କଥା ହୋଇଛନ୍ତି। ଏଥିସହ ସୋହେଲଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଯାଞ୍ଚ ଚାଲିଛି । କୌଣସି ଆତଙ୍କବାଦୀ ସଂଗଠନ ସହ ସଂପର୍କ ଦିଗରେ ବି ତଦନ୍ତ ଚାଲିଛି।
ଜାମ୍ମୁ ଓ କାଶ୍ମୀର କୁପଓ୍ୱାଡା ଜିଲ୍ଲାର ସୋହେଲ ରହସ୍ୟମୟ ଭାବେ ଭୁବନେଶ୍ୱର ହଷ୍ଟେଲରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।  ଗତ ୧୬ ଦିନ ହେଲା ସୋହେଲଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଛି  ପରିବାର କିମ୍ବା କଲେଜ କର୍ତ୍ତୃପକ୍ଷଙ୍କ ସହ କୌଣସି ଯୋଗଯୋଗ ରଖିନଥିବାରୁ ଘଟଣା ନେଇ ସନ୍ଦେହ ଘନୀଭୁତ ହେବାରେ ଲାଗିଛି।
• Thursday, 10 June 2021
ସୁନ୍ଦରଗଡ଼ରେ ହାତୀ ଆକ୍ରମଣରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ
ସୁନ୍ଦରଗଡ଼ରେ ହାତୀ ଆକ୍ରମଣରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ
• Thursday, 10 June 2021
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ଘଟଣା : କଟକ ବୋର୍ଡ ଅଫିସ୍‌ ଆଗରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ଘଟଣା : କଟକ ବୋର୍ଡ ଅଫିସ୍‌ ଆଗରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
• Thursday, 10 June 2021
ଓଡ଼ିଶାର ୪ ଜଣ ଟେନିସ ତାରକା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଓଡ଼ିଶାର ୪ ଜଣ ଟେନିସ ତାରକା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଆଇଟିଏଫ୍ ଟୁର୍ଣ୍ଣାମେଣ୍ଟ। ଏଥିରେ ବିଭିନ୍ନ ଦେଶର ୩୨ଜଣ ଖେଳାଳି ଭାଗ ନେଇଛନ୍ତି। ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଋଷିଆ, ଚାଇନା, ଆମେରିକା, ଜାପାନ ପ୍ରଭୃତି ଦେଶର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଓଡ଼ିଶାର ୪ଜଣ ଉଦୀୟମାନ ଟେନିସ୍ ତାରକାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହା ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ଦେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ।
• Thursday, 10 June 2021
OSRTC କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ
OSRTC କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ
ଭୁବନେଶ୍ୱର: ପ୍ରତ୍ୟାହୃତ ହେଲା OSRTC କର୍ମଚାରୀଙ୍କ ଆନ୍ଦୋଳନ। ଦରମା ଏବଂ ଭତ୍ତା ୨୦ ପ୍ରତିଶତ ବୃଦ୍ଧି ନେଇ ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି। ପରିବହନ ମନ୍ତ୍ରୀ ନୃସିଂହ ସାହୁ ଏହି ସୂଚନା ଦେଇଛନ୍ତି।
ଅନ୍ୟ ଦାବି ଗୁଡ଼ିକ ସମ୍ପର୍କରେ ବିଚାର କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ସରକାରୀ କର୍ମଚାରୀଙ୍କ ଭଳି ମହଙ୍ଗା ଭତ୍ତା ଏବଂ ପଦୋନ୍ନତି ଆଦି ପ୍ରମୁଖ ୫ ଦଫା ଦାବି ନେଇ OSRTC କର୍ମଚାରୀ ଆଜିଠୁ ଆନ୍ଦୋଳନ ଡାକରା ଦେଇଥିଲେ। ଫଳରେ ରାଜ୍ୟବ୍ୟାପି ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିଲା ।
• Thursday, 10 June 2021
ଗାଁରେ ପଶି ଘର ଭାଙ୍ଗିଲେ ଝାଡଖଣ୍ଡୀ ହାତୀ
ଗାଁରେ ପଶି ଘର ଭାଙ୍ଗିଲେ ଝାଡଖଣ୍ଡୀ ହାତୀ
ସୁନ୍ଦରଗଡ଼: ସୁନ୍ଦରଗଡ଼ ହାତୀବାରି ଅଞ୍ଚଳରେ ଜଙ୍ଗଲି ହାତୀ ଆତଙ୍କ।  କୋକେରେମା ବେସମା ଗାଁରେ ପଶି ଗତକାଲି ରାତିରେ ଝାଡ଼ଖଣ୍ଡୀ ହାତୀପଲ ୯ଟି ଘର ଭାଙ୍ଗି ଦେଇଥିବା ଜଣାପଡିଛି।  ଏହି ହାତିପଲରେ ୧୭ଟି ହାତୀ ରହିଛନ୍ତି।
ଗତକାଲିଠାରୁ ଏହି ହାତୀ ପଲ୍ଲ ଗାଁ ନିକଟରେ ବୁଲୁଥିବାରୁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।
• Thursday, 10 June 2021
ଅଟୋ ଚାଳକଙ୍କ ଉପରକୁ ବୋମାମାଡ଼
ଅଟୋ ଚାଳକଙ୍କ ଉପରକୁ ବୋମାମାଡ଼
ନୟାଗଡ଼: ରାଜସୁନାଖଳା ଗାଁରେ ବୋମାମାଡ଼ରେ ଜଣେ ଅଟୋଚାଳକଙ୍କ ମୃତ୍ୟୁ ଘଟିଛି। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ କରି ଫେରାର ହୋଇଯାଇଥିଲେ।
ମୃତକଙ୍କ ନାଁ ଟୁଲୁ ବାରିକ। ଟୁଲୁ ବାଣପୁରରେ ଭଡ଼ାନେଇ ରହୁଥିଲେ।
ମିଳିଥିବା ସୁଚନାନୁସାରେ, ରାଜସୁନାଖଳା ହସ୍ପିଟାଲ ଛକ ଠାରେ ଟୁଲୁ ଠିଆ ହୋଇଥିବା ସମୟରେ ୨ ଜଣ ଯୁବକ ବାଇକରେ ଆସି ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ, ମାତ୍ର ର୍ଦୁଭାଗ୍ୟବଶତଃ ଗୁଳି ଟୁଲୁଙ୍କ ଉପରେ ବାଜିନଥିଲା। ଫଳରେ ଦୁର୍ବୃତ୍ତମାନ ଟୁଲୁଙ୍କ ଉପରକୁ ବୋମାମାଡ଼ କରି ଘଟଣାସ୍ଥଳରୁ ଖସି ପଳାଇଥିଲେ।
ଜମି ବିବାଦକୁ କେନ୍ଦ୍ର କରି ବୋମାମାଡ଼ କରାଯାଇଥିବାର ସନ୍ଦେହ କରାଯାଉଛି।
ସୂଚନାଥାଉ କି, ରାଜସୁନାଖଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରି ଦଇଛି।
• Thursday, 10 June 2021