• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଗାଁରେ ପଶି ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜ୍‌ ଅନ୍ତର୍ଗତ କେ.ବଳାଙ୍ଗ ଅଞ୍ଚଳରେ ୨୦ରୁ ୩୦ଟି ଝାଡ଼ଖଣ୍ଡୀ ହାତୀ ଉପଦ୍ରବ କରୁଛନ୍ତି। ଏହି ହାତୀପଲ ଡାଳିମ୍ବଡ଼ିହ ଓ ବାଖରତୋଳା ଗାଁରେ ପଶି ୩ଟି ଘର ଭାଙ୍ଗି ଦେଇଛନ୍ତି। ଏହା ସହ ବିଲରେ ପଶି ବ୍ୟାପକ ଫସଲ ମଧ୍ୟ ନଷ୍ଟ କରି ଦେଇଛନ୍ତି। ଏହି ହାତୀପଲ ଖାଦ୍ୟ ଅନୁସରଣରେ ଗାଁ ଭିତରକୁ ପଶି ଆସିଛନ୍ତି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

  • Friday, 02 July 2021
drink
'ଡ୍ରିଙ୍କ୍ ଫ୍ରମ ଟ୍ୟାପ୍' ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍’ ସୁଜଳ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଭୁବନେଶ୍ୱର ଓ ପୁରୀରେ ୧୨ଟି ସ୍ଥାନରେ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲୋକାର୍ପିତ ହୋଇଛି। ତେବେ ଏହି ଯୋଜନାରୁ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକେ ଉପକୃତ ହେବେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି  ଯୋଜନାରେ ଭୁବନେଶ୍ୱର, ପୁରୀ, […]

  • Friday, 02 July 2021
ରାଜ୍ୟରେ ଦୀର୍ଘ ବର୍ଷ ହେବ ବଦଳିନି ସ୍କୁଲ ସିଲାବସ୍
ରାଜ୍ୟରେ ଦୀର୍ଘ ବର୍ଷ ହେବ ବଦଳିନି ସ୍କୁଲ ସିଲାବସ୍

ଭୁବନେଶ୍ୱର: ଦୀର୍ଘବର୍ଷ ଧରି ରାଜ୍ୟରେ ବଦଳିନି ସ୍କୁଲ ସିଲାବସ୍। ଶିକ୍ଷାବିତ୍‌ଙ୍କ ଅନୁସାରେ ୨୦୦୯ରେ ଶେଷ ଥର ଲାଗି ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା। ସେବେଠାରୁ ପିଲା ସମାନ ବିଷୟ ପଢୁଛନ୍ତି । ଫଳରେ ନୂଅା ନୂଅା ବିଷୟ ଜାଣିବାରୁ ସେମାନେ ବଞ୍ଚିତ ହେଉଥିବା ବେଳେ ପ୍ରଶ୍ନପତ୍ର ମଧ୍ୟ ଚିରାଚରିତ ଡାଞ୍ଚାରେ ଅାସୁଛି। ତେଣୁ ପରୀକ୍ଷାର ଗୁଣାତ୍ମକ ମାନ ମଧ୍ୟ କମିଥିବା ସେମାନଙ୍କ ଯୁକ୍ତି। ପ୍ରତି ୩ ବର୍ଷରେ ସିଲାବସ୍‌ରେ ପରିବର୍ତ୍ତନ କରାଗଲେ ପିଲା ଯୁଗୋପଯୋଗୀ ବିଷୟ ପଢିବା ସହ […]

  • Friday, 02 July 2021
ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ପୁରପଲ୍ଲୀ
ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ପୁରପଲ୍ଲୀ

ଭୁବନେଶ୍ୱର: ଭଜନ କୀର୍ତ୍ତନ ସାଙ୍ଗକୁ କୃଷ୍ଣ ଭକ୍ତି ରସରେ ଭିଜୁଛନ୍ତି ଶ୍ରଦ୍ଧାଳୁ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅାଜି ଦିନତମାମ ଏମିତି ଭକ୍ତି ଓ ଅାରାଧନାର ପରିବେଶ ଦେଖିବାକୁ ମିଳିଛି ରାଜଧାନୀର ଇସ୍କନ ମନ୍ଦିରରେ। ଏଥିସହିତ କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ ରଖିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ ହେଉଛି ଶ୍ରୀକୃଷ୍ଣ ଜନ୍ମନୀତି। ପରମ୍ପରା ଅନୁଯାୟୀ,ସଂଧ୍ୟାଧୂପ ପରେ […]

  • Friday, 02 July 2021
ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ
ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ପାଖେଇ ଅାସୁଛି ନିର୍ବାଚନ। ଅାଟାକିଂ ମୁଡ୍‌ରେ ବିରୋଧୀ। ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଚାଷୀଙ୍କୁ ବୀମା ଅର୍ଥ ନମିଳିବା, ଲୋକାୟୁକ୍ତ ଅାଇନ କାର୍ଯ୍ୟକାରିତାରେ ଶିଥିଳତା, ପିସି କାରବାର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ୱେ ଏହା ଅାହୁରି ବଢ଼ିବା, ଅାମ ଗାଁ ଅାମ ବିକାଶ ଓ ବିଜୁ ଯୁବ ବାହିନୀର ବିଭିନ୍ନ କାର୍ଯ୍ୟକ୍ରମରେ ଦୁର୍ନୀତି, ଶିକ୍ଷକ ଓ ଡାକ୍ତରଙ୍କ ସମସ୍ୟା ଅାଦିକୁ ମୁଖ୍ୟ ପ୍ରସଙ୍ଗ […]

  • Friday, 02 July 2021
ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ
ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ। ୧୦ ବର୍ଷ ବୟସ୍କ ମନୀଷ ଗତ ୬ ମାସ ହେଲା ନନ୍ଦନକାନନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ସିଟାଉକ୍ସଜୁନ୍ ଫେଲିସ୍ ନାମକ ଭାଇରସ୍‌ର ସଂକ୍ରମଣରେ ମନୀଷ ବ୍ଲଡ୍ ପ୍ରୋଟୋଜୋଅାନ୍ ରୋଗରେ ପୀଡିତ ଥିଲା । ଏହି ରୋଗର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ନାହିଁ। ଏହା ସତ୍ତ୍ୱେ ଓୟୁଏଟିର ବିଶେଷଜ୍ଞ ଓ ନନ୍ଦନକାନନର ଡାକ୍ତରମାନେ ମନୀଷର ଚିକିତ୍ସା ଜାରି ରଖିଥିଲେ। ମନୀଷର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କରିବା ପାଇଁ […]

  • Friday, 02 July 2021
Capture
ସାର ପାଇଁ ପେଲାଠେଲା, କଟକଣା ଭୁଲିଗଲେ..

କେନ୍ଦୁଝର: ସାର ପାଇଁ ଲୋକେ ଭୁଲିଗଲେ କରୋନା କଟକଣା । ସାମାଜିକ ଦୂରତା ଭୁଲି ସାର ନେବାକୁ ଠେଲାପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ତେଲକୋଇ ବ୍ଲକରେ । ସାର ନେବା ପାଇଁ ବ୍ଲକ୍‌ରେ ଚାଷୀମାନେ ଭିଡ଼ ଲଗାଇଥିଲେ…

୨ ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ
୨ ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ

ନବରଙ୍ଗପୁର  : ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ। ସେମାନଙ୍କ ଠାରୁ ପୁଲିସ ୭୬ କିଲୋ ଗଞ୍ଜେଇ ଜବତ କରିଛି। ୨ ଲୁଟେରାଙ୍କ ମଧ୍ୟରେ ଜଣେ ବିହାର ମୋତିହାରି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ରାଜସ୍ଥାନର ଜୟପୁର ଅଞ୍ଚଳର। ଦୀର୍ଘ ଦିନ ହେବ ଏହି ଚୋର ନବରଙ୍ଗପୁରରୁ ଗଞ୍ଜେଇ ନେଇ ବିହାର, ରାଜସ୍ଥାନ ଅାଦି ଅଞ୍ଚଳରେ ବ୍ୟବସାୟ କରୁଥିଲେ। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୁଲିସ […]

  • Friday, 02 July 2021
bhubaneswar
ଭୁବନେଶ୍ୱରରୁ ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୫ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୯୨, ଲୋକାଲ୍ କେସ୍ ୮୯ ରହିଛି। ସେହିପରି ଆଉ ୩୧୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। Update on newly detected #COVID19 cases in the last 24 hrs under the BMC area on 13th Oct 2020(till 9am). pic.twitter.com/T5ehF5slCy — BMC […]

  • Friday, 02 July 2021
ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଂଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତି ହେଲେ ପାଇକପଡ଼ା ଗାଁର ରମେଶ ସିଂ।  କିଛି ଦିନ ପୂର୍ବରୁ ମହିଳା ଜଣକ ଚାଷ କାମ ପାଇଁ ବିଲକୁ ଯାଉଥିବାବେଳେ ଅଭିଯୁକ୍ତ ରମେଶ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଲୋକଲଜ୍ଜା ଦୃଷ୍ଟିରୁ ମହିଳା ଜଣକ ଏହା କାହାକୁ କହିନଥିଲେ। ତେବେ ଶନିବାର ବିଳମ୍ବିତ ରାତିରେ ପୁଣିଥରେ ମହିଳାଙ୍କ ଘରକୁ […]

  • Friday, 02 July 2021
୫୦ ବର୍ଷର ଅପେକ୍ଷା ପରେ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା
୫୦ ବର୍ଷର ଅପେକ୍ଷା ପରେ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା

ଅନୁଗୁଳ : ଦୀର୍ଘ ବର୍ଷର ପ୍ରୟାସ ପରେ ମିଳିଛି ସଫଳତା। ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବା ପରେ ଲୋକଙ୍କ ଖୁସି କହିଲେ ନ ସରେ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ର ବଡମୂଳ ଗ୍ରାମ। ଏଠାରେ ଡେରାଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ଦୀର୍ଘ ୫୦ ବର୍ଷ ହେବ ବିସ୍ଥାପିତ ହୋଇ ଏମାନେ ବଡମୂଳରେ ରହି ଅାସୁଛନ୍ତି। ହେଲେ ଏଯାଏ ଗାଁକୁ ମିଳିନଥିଲା ରାଜସ୍ୱ ଗ୍ରାମର ମାନ୍ୟତା। ଏମାନଙ୍କ ପାଇଁ ସରକାରଙ୍କ ସବୁ ଯୋଜନା ଅପହଞ୍ଚ […]

  • Friday, 02 July 2021
ବିଦ୍ୟୁତ୍‌ ଅାଘାତରେ ୫ ଅାହତ
ବିଦ୍ୟୁତ୍‌ ଅାଘାତରେ ୫ ଅାହତ

କେନ୍ଦୁଝର  : କେନ୍ଦୁଝର ଝୁମ୍ପୁରାରେ ବିଦ୍ୟୁତ ଅାଘାତରେ ୫ ଜଣ ଅାହତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅାହତଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବାବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି।  ଖେଣ୍ଡରା ପଞ୍ଚାୟତ ତିଳଉପଦା ଗାଁରେ ବିଦ୍ୟୁତ ଖୁଣ୍ଟରେ ତାର ଟଣା ଯାଉଥିବାବେଳେ ହଠାତ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା।  ବିଦ୍ୟୁତ ତାର ଟଣା କାମରେ ୧୦ ଜଣ କାମ […]

  • Friday, 02 July 2021
ସୁରଟରେ ଇନ୍‌ଭେଷ୍ଟର୍‌ସ ମିଟ୍‌ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ସୁରଟରେ ଇନ୍‌ଭେଷ୍ଟର୍‌ସ ମିଟ୍‌ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ସୁରଟ : ଓଡ଼ିଶା ପରବରେ ଯୋଗ ଦେବା ପୂର୍ବରୁ ଅାଜି ସୁରଟରେ ଅାୟୋଜିତ ଇନ୍‌ଭେଷ୍ଟର୍‌ସ ମିଟ୍‌ରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁଞ୍ଜିନିବେଶକାରୀଙ୍କୁ ଭେଟି ସେମାନଙ୍କ ସହ ଅାଲୋଚନା କରିଛନ୍ତି। ଓଡ଼ିଶାରେ ପ୍ଲାଷ୍ଟିକ୍ ଓ ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ଗୁଜରାଟର ଇନ୍‌ଭେଷ୍ଟର୍ସ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ବିଶେଷ କରି ଓଡ଼ିଶାରେ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ନିବେଶ କରିବାକୁ ଅାହ୍ୱାନ କରିଛନ୍ତି। ଗୁଜରାଟର ଶିଳ୍ପପତିମାନେ ମଧ୍ୟ ଓଡ଼ିଶାରେ ନିବେଶ କରିବାକୁ ଅାଗ୍ରହୀ ଥିବା କହିଛନ୍ତି ଧର୍ମେନ୍ଦ୍ର।

  • Friday, 02 July 2021
ବିପଦ ସଙ୍କେତ ଉପରେ ବୈତରଣୀ
ବିପଦ ସଙ୍କେତ ଉପରେ ବୈତରଣୀ

ଭଦ୍ରକ : ବିପଦ ସଂକେତ ଉପରେ ବୈତରଣୀ। ଭଦ୍ରକ ଅାଖୁଅାପଦାରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେଉଛି। ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ରହିଛି ୧୮.୧୦ ମିଟର। ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ଓ ଧାମନଗର ବ୍ଲକ୍‌ରେ ୪ଟି ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଛି। ଧାମନଗରରେ ଗୌରାଙ୍ଗପୁର ଓ ମଲିକାପୁର ଏସକେପ୍ ଦେଇ ଜଳ ନିଷ୍କାସନ କରାଯାଉଛି।

  • Friday, 02 July 2021
df
ବନ୍ଧୁକ ମୁନରେ ବ୍ୟାଙ୍କରୁ ୨୦ଲକ୍ଷ ଲୁଟ୍‌

ବ୍ୟାଙ୍କରୁ ଲୁଟି ନେଲେ ୨୦ ଲକ୍ଷ,ଜାଣନ୍ତୁ କେଉଁ ସ୍ଥାନରୁ ଲୁଟିଲେ

  • Friday, 02 July 2021
ରାଫେଲ୍ ଡିଲ୍ ପ୍ରସଙ୍ଗ : ମୋଦିଙ୍କୁ ପିସିସି ସଭାପତିଙ୍କ କଟାକ୍ଷ
ରାଫେଲ୍ ଡିଲ୍ ପ୍ରସଙ୍ଗ : ମୋଦିଙ୍କୁ ପିସିସି ସଭାପତିଙ୍କ କଟାକ୍ଷ

ଭୁବନେଶ୍ୱର : ରାଫେଲ ଡିଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ କଟାକ୍ଷ।  ଚୌକିଦାର ବନିଗଲେ ପାର୍ଟନର ବୋଲି କହିଛନ୍ତି ନିରଂଜନ। ପିସିସି ସଭାପତି ଅଭିଯୋଗ କରିଛନ୍ତି, ରାଫେଲ ଦୁର୍ନୀତିରେ ଅନିଲ ଅମ୍ବାନିଙ୍କ ସହିତ ମୋଦି ମଧ୍ୟ ସଂପୃକ୍ତ ଅଛନ୍ତି । ହାଲ୍‌କୁ ନିର୍ମାଣ ଦାୟିତ୍ୱ ଦିଅାଯାଇଥିଲେ ଓଡ଼ିଶା ଉପକୃତ ହୋଇଥାନ୍ତା। ରାଫେଲ ଦୁର୍ନୀତି ଯୋଗୁଁ ରାଜ୍ୟ କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛି। ସୁନାବେଡ଼ା ହାଲ୍‌ରେ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି ଓଡିଶାର ଯୁବକ […]

  • Friday, 02 July 2021
high-court
୨୫ ବର୍ଷ ପରେ ହରାଇଥିବା ଚାକିରି ପାଇବେ ଦୋଳମଣି

କଟକ: ୨୫ ବର୍ଷ ପରେ ପୋଲିସ କର୍ମଚାରୀଙ୍କୁ ମିଳିଲା ନ୍ୟାୟ। ଚାକିରୀରୁ ବହିଷ୍କୃତ ହୋଇଥିବା ପୋଲିସ ରାଇଟର କନଷ୍ଟେବଳ ଦୋଳମଣି ବିଶିଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ। ତେବେ ନୋ ଓ୍ୱାର୍କ ନୋ ପେ ନୀତିରେ ଦୋଳମଣିଙ୍କୁ କୌଣସି ଆର୍ଥିକ ସୁବିଧା ଫାଇଦା ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଦୋଳମଣି ବିଶି ସମସ୍ତ ଚୟନ ପକ୍ରିୟାରେ ଉତ୍ତିର୍ଣ୍ଣ ହୋଇ ବଲାଙ୍ଗିର ଜିଲ୍ଲାର ରାଇଟର କନଷ୍ଟେବଳ ଭାବେ ୧୯୯୩ ମସିହା ଫେବୃୟାରୀ […]

  • Friday, 02 July 2021
ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ
ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ

ରାୟଗଡ଼ା : ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗି ପାଇକସାହିରେ ଘଟିଛି ଏହି ଅଘଟଣ। ଦୁର୍ଗିସାହିରେ ଏକ ନିର୍ମାଣାଧିନ ପାଇଖାନା ଟାଙ୍କିରେ ଜଣେ ମହିଳା ଶ୍ରମିକ ଖସି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଟାଙ୍କି ଭିତରକୁ ଜଣକ ପରେ ଜଣେ ଏପରି ଅାଉ ୫ ଜଣ ଯାଇଥିଲେ। ତେବେ ଟାଙ୍କି ଭିତରେ ସମସ୍ତେ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ୬ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ […]

  • Friday, 02 July 2021
cyber fraud
KYC ଅପଡେଟ୍ ବାହାନାରେ ଲୁଟି ନେଲେ ୬୦ ହଜାର ଟଙ୍କା

ଭୁବନେଶ୍ୱର: KYC ଅପଡେଟ୍ କରିବା ବାହାନାରେ ଲୁଟି ନେଲେ ୬୦ ହଜାର ଟଙ୍କା । ଲୁଟର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଶିକ୍ଷୟିତ୍ରୀ । ଫୋନ୍ ଓ ବ୍ୟାଙ୍କ ଆକାଉଣ୍ଟ ବ୍ଲକ ହୋଇ ଯାଇଥିବା କହି ସାଇବର ଠକ, ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ…

ଜିଲ୍ଲା ପ୍ରଶାସନ ନିକଟରେ ହାଜର ହେଲେ ୮ ଖଣି ମାଲିକ
ଜିଲ୍ଲା ପ୍ରଶାସନ ନିକଟରେ ହାଜର ହେଲେ ୮ ଖଣି ମାଲିକ

ଭୁବନେଶ୍ୱର: ବେଅାଇନ ଖଣି ଉତ୍ତୋଳନ ମାମଲାରେ ହାଜର ହେଲେ ଖଣି ମାଲିକ। ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ମାମଲାରେ ଜିଲ୍ଲା ପ୍ରଶାସନ ନିକଟରେ ୮ ଖଣି ମାଲିକ ହାଜର ହୋଇଛନ୍ତି। ଏସଡି ଶର୍ମା, ସାରଦା ମାଇନ୍ସ, ମାଲା ରାୟ ଅାଣ୍ଡ ଅଦର୍ସ  BPME, ଗନ୍ଧମାର୍ଦ୍ଦନ ସ୍ପଞ୍ଜ, ଏଚ୍‌ଜି ପାଣ୍ଡିଅା, OMDC ଓ MR ଖଣି ମାଲିକ ପ୍ରଶାସନ ନିକଟରେ ହାଜର ହୋଇଛନ୍ତି। OPDR ଆକ୍ଟ ଅନୁଯାୟୀ ହୋଇଥିବା ନୋଟିସ୍ ଅାଧାରରେ ସମସ୍ତ ମାଲିକ ହାଜର ହୋଇଛନ୍ତି। ଓକିଲଙ୍କ […]

  • Friday, 02 July 2021
ଜଳ ଦେଉଛି ଯନ୍ତ୍ରଣା, ଭେଳାରେ ସ୍କୁଲ ଯାଉଛନ୍ତି ପିଲା
ଜଳ ଦେଉଛି ଯନ୍ତ୍ରଣା, ଭେଳାରେ ସ୍କୁଲ ଯାଉଛନ୍ତି ପିଲା

ଭୁବନେଶ୍ୱର: ମନ ଭିତରେ ସ୍କୁଲ୍ ଯାଇ ପାଠପଢ଼ିବାର ଝୁଙ୍କ୍। ହେଲେ ପ୍ରତିବନ୍ଧକ ସାଜୁଛି ପାଣି। ପାଣି ତ ନୁହେଁ, କୃତ୍ରିମ ବନ୍ୟା ପାଣି। ତେଣୁ ଟ୍ୟୁବ୍‌ରେ ଭେଳା କରି ପିଲାମାନଙ୍କୁ ପାର କରାଉଛନ୍ତି ସମ୍ପର୍କୀୟ। ଘଟଣା ସାମ୍ନାକୁ ଆସିଛି ପର୍ଯ୍ୟଟନ ସହର ତଥା ଅାଇକନ୍ ସିଟି ପୁରୀରେ। ମାସେ ହେଲାଣି ଏଭଳି ଅବସ୍ଥା ଭୋଗୁଛନ୍ତି ମାଟିତୋଟା ଅଞ୍ଚଳବାସୀ। ରଥଯାତ୍ରା ସମୟରେ ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇଥିଲା ଏହି ଇଲାକା। ସେହିଦିନଠାରୁ ଜଳନିଷ୍କାସନ ହୋଇନପାରିବାରୁ ଜଳବନ୍ଦୀ ଜୀବନ ଜୀଉଁଛନ୍ତି […]

  • Friday, 02 July 2021
dead-body
ବନ ବିଭାଗ ହେପାଜତରେ ମୃତ୍ୟୁ ! ମେଡିକାଲରେ ଉତ୍ତେଜନା

ବାଲୁଗାଁ: କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ବାଣପୁର ମେଡିକାଲରେ। ଗତକାଲି ରାତିରେ ବନ ବିଭାଗର ପାଟ୍ରୋଲିଂ ବେଳେ କାଠଚୋର ସନ୍ଦେହରେ ଜଣେ ବ୍ୟକ୍ତି ଧରାପଡ଼ିଥିଲେ। ତାଙ୍କୁ ଟାମଣା ପାହାଡ଼ରୁ ଧରି ବନ ବିଭାଗ କର୍ମଚାରୀ ବିଟ୍ ହାଉସ୍ ନେଇଥିଲେ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୂଳ ନିକଟ ଗୋଲଗାଁର ବଳଭଦ୍ର ବେହେରା ବୋଲି ଜଣାପଡ଼ିଥିଲା। କୌଣସି କାରଣରୁ ବଳଭଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ ହେବା ପରେ ହସ୍ପିଟାଲରେ […]

  • Friday, 02 July 2021
mock
ସୁନାମି ମୁକାବିଲା ପାଇଁ ମକଡ୍ରିଲ୍, ୬ ଜିଲ୍ଲା ସାମିଲ

ଭୁବନେଶ୍ୱର: ସୁନାମି ମୁକାବିଲା ପାଇଁ ମକଡ୍ରିଲ୍। ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ ଭର୍ଚୁଆଲ୍ ମକ୍‌ଡ୍ରିଲ୍‌ର ଆୟୋଜନ ହୋଇଛି। ପୂର୍ବ ଉପକୂଳ ଓ ଆଣ୍ଡାମାନ ସାଗରରେ ଭର୍ଚୁଆଲ୍ ମକଡ୍ରିଲ୍‌ କରାଯାଇଛି। ମକଡ୍ରିଲ୍ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଏହି ମକଡ୍ରିଲ୍‌ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲା ସାମିଲ୍ ହୋଇଥିଲେ। ୬ ଜିଲ୍ଲାର ଜିଲ୍ଲାପାଳ, ଏଡିଏମ୍, ବିଡିଓ, ତହସିଲଦାର ଓ ସରପଞ୍ଚ ସାମିଲ୍ ହୋଇଥିଲେ। ସୁନାମି ସଂପର୍କିତ ତଥ୍ୟ ଗାଁରେ କିପରି […]

  • Friday, 02 July 2021